ବିଜେପିର ଇଟାମାଟି ମଣ୍ଡଳ କର୍ମକର୍ତ୍ତା ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ବ୍ଳକ ନିକଟସ୍ଥ ଇଟାମାଟି ପଞ୍ଚାୟତ କଲ୍ୟାଣ ମଣ୍ଡପଠାରେ ନୟାଗଡ ନିର୍ବାଚନ ମଣ୍ଡଳୀର ଇଟାମାଟି ବିଜେପି ମଣ୍ଡଳ ଅଧ୍ୟକ୍ଷ ରାଜକିଶୋର ପୃଷ୍ଟିଙ୍କ ଆହ୍ବାନରେ ଆଜି ଏକ ଦଳୀୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଜେପି ସାଧାରଣ ସମ୍ପାଦକ ତଥା ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ଵରୀ ଯୋଗଦେଇଥିଲେ। ଅନ୍ୟତମ ଅତିଥି ରୂପେ ରାଜ୍ୟ ଭାଜପା ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ଜିଲ୍ଲା ସଭାପତି ଲାଲା ମୋନଜ ରାୟ ଓ ଦଳୀୟ ପ୍ରାର୍ଥୀନୀ ଇରାନୀ ରାୟ ଉପସ୍ଥିତ ଥିଲେ। ବୁଥ କମିଟି ଗଠନ, ମଣ୍ଡଳ କମିଟିର ନବୀକରଣ ଉପରେ ଗୁରୁତ୍ଵ ଦିଆଯାଇଥିଲା। ପଞ୍ଚାୟତ ପ୍ରମୁଖ, ସହ ପ୍ରମୁଖ ଓ ପ୍ରଭାମରୀମାନେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ନ୍ୟସ୍ତ ଦାୟିତ୍ଵ ସମ୍ପାଦନ କରିବା ନିମନ୍ତେ ପୁରନ୍ଦେଶ୍ଵରୀ ନିର୍ଦ୍ଦେଶ ଦେଇଥିଲେ। ନୟାଗଡ ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥନୀ ଇରାନୀ ରାୟ ସମସ୍ତ ସାଂଗଠନିକ କମିଟି ଗଠନ କରି ଆସନ୍ତା ୨୦ ତାରିଖ ମଧ୍ୟରେ ଜିଲ୍ଲା ସଭାପତିଙ୍କୁ ପ୍ରଦାନ କରିବା ନିମନ୍ତେ କହିଥିଲେ। ବିଜେପି କାର୍ଯ୍ୟକର୍ତା ଆଧାରିତ ଏକ ଶୃଙ୍ଖଳିତ ଦଳ, ଶୃଙ୍ଖଳପରିଧ୍ଵ ମଧ୍ୟରେ ରହି ସମସ୍ତେ କାର୍ଯ୍ୟକରିବା ଉଚିତ ବୋଲି ଅତିଥିଭାବେ କହିଥିଲେ। ଦଳୀୟ ପ୍ରଦତ୍ତ କାର୍ଯ୍ୟକ୍ରମରେ ଅବହେଳା କିମ୍ବା ଭିନ୍ନପନ୍ଥା ଅବଲମ୍ବନ କଲେ ଅସହଯୋଗ କରିବା କ୍ଷମଣୀୟ ନୁହେଁ ଏହା ମନେରଖିବା ଉଚିତ ବୋଲି କୁହାଯାଇଥିଲା । ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ କର୍ମୀ ସଂଗଠନରେ ମନୋନିବେଶ କରିବାକୁ ଅନୁରୋଧ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଇଟାମାଟି ମଣ୍ଡଳ ବିଜେପି ସାଧାରଣ ସମ୍ପାଦକ ବିରେନ୍ଦ୍ର କୁମାର ନାୟକ, ଇଟାମାଟି ମଣ୍ଡଳ ବିଜେପି ସଭାପତି ଚନ୍ଦନ ଦାସ, ବିଜେପି ସଂଗଠକ ରାମଚନ୍ଦ୍ର ସାହୁ, ବିଷ୍ଣୁ ପ୍ରସାଦ ସାହୁ, ମନ୍ମଥ ଲେଙ୍କା, ମୁରଲୀଧର ବେହେରା ପ୍ରମୁଖଙ୍କ ନେତୃତ୍ବରେ ୩୦୦ରୁ ଅଧିକ ଦଳୀୟ କର୍ମୀ ଯୋଗଦେଇଥିଲେ ।

Related posts