ନୟାଗଡ଼ ଜିଲ୍ଲାର ୪ ନିର୍ବାଚନ ମଣ୍ଡଳୀ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ୪ ନିର୍ବାଚନ ମଣ୍ଡଳୀ ଯଥା ରଣପୁର, ଖଣ୍ଡପଡ଼ା, ଦଶପଲ୍ଲା ଓ ନୟାଗଡ଼ ନିର୍ବାଚନ ମଣ୍ଡଳୀର ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଗୃହରେ ଆଜି ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ଚୁଡାନ୍ତ ଭୋଟର ତାଲିକାକୁ ପ୍ରକାଶିତ କରିଛନ୍ତି। ଜିଲ୍ଲାରେ ସର୍ବ ମୋଟ ୭୭୬୯୫୬ ଭୋଟର ରହିଛନ୍ତି।ସେଥି ମଧ୍ୟରୁ ରଣପୁର ନିର୍ବାଚନ ମଣ୍ଡଳୀରେ ସମୁଦାୟ ୨୦୧୭୫୩ଜଣ ଭୋଟର ରହିଥିବା ବେଳେ ଖଣ୍ଡପଡ଼ାରେ ୧୭୮୬୯୨ଜଣ ଭୋଟର ରହିଛନ୍ତି। ସେହିଭଳି ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ୧୮୪୧୪୮ଜଣ ଭୋଟର ଥିବା ବେଳେ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ୨୧୨୩୬୩ଜଣ ଭୋଟର ରହିଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ। ଜିଲ୍ଲାରେ ମୋଟ ପୁରୁଷ ଭୋଟର ୪୦୮୪୪୨ଜଣ ଥିବାବେଳେ ୩୬୮୪୬୬ଜଣ ମହିଳା ଭୋଟର ଅଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ । ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ସହାୟକ ଜିଲ୍ଲାପାଳ ଶୁଭସ୍ନିଗ୍ଧା ସେଠୀ, ସୁଚନା ଲୋକସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ଅନୀତା ରାଓ ଓ ଦିଲ୍ଲୀପ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ ।

Related posts