ହୁସେନ ରବି ଗାନ୍ଧୀଙ୍କ ସ୍ମୃତି ଚାରଣ ଓ ଶୋକସଭା

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶିଷ୍ଟ ସାମ୍ବାଦିକ ଏସ.ଏ. ମନାନଙ୍କ ଅବାହାକତ୍ଵରେ ହୁସେନ ରବି ଗାନ୍ଧୀଙ୍କ ସ୍ମୃତିଚାରଣ ଓ ଶୋକସଭା ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ କମ୍ରେଡ ବିଶ୍ୱନାଥ ମହାପାତ୍ର, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଇଟାମାଟି ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ନାୟକ, ମୌଲାନା ଏସ. ଏ. ରହିମ, କବି ଗୋପୀନାଥ ସେଠୀ,ରଞ୍ଜନ ରଶ୍ମି ଜେନା, ସମାଜସେବୀ ଲକ୍ଷ୍ମୀଧର ସାହୁ, ରୋଟରିଆନ ଲକ୍ଷ୍ମୀନାରାୟଣ ରଥ, ଶିକ୍ଷକ ନେତା ତଥା ସାହିତ୍ୟିକ ଏସ. ଏ. ଖାଲିକ, କଂଗ୍ରେସ ନେତା ହୁସେନ ଖାଁ, ସାମ୍ବାଦିକ ଅବଦୁଲ ଆଲମ୍ ଖାଁ, ସିପିଏମ ନେତା ଏସ୍. ଏ. କରିମ୍, ଶିକ୍ଷକ ଏସ. ଏ. ମାଜିଦ୍, କମ୍ରେଡ୍ ପ୍ରଦ୍ୟୁମ୍ନ ଇନ୍ଦ୍ରଜିତ, ଗାୟକ ଡୁଗୁ ସିଂ ଏବଂ ଅନ୍ୟାନ୍ୟ ବ୍ୟକ୍ତିବିଶେଷ ଯୋଗ ଦେଇ ସ୍ମୃତିଚାରଣ କରିଥିଲେ

Read More

ଶ୍ରୀ ସୃଜନର ବାର୍ଷିକୋତ୍ସବ ଅବସରରେ ସଙ୍ଗୀତ ପରିବେଷଣ

ନୟାଗଡ଼,(ନୟାଗଡ଼ ଦର୍ପଣ): କଳା,ସାହିତ୍ୟ ଏବଂ ସଂସ୍କୃତି ଅନୁଷ୍ଠାନ ଶ୍ରୀ ସୃଜନର ଦ୍ୱିତୀୟ ବାର୍ଷିକୋତ୍ସବ ଏବଂ ସଙ୍ଗୀତ ପରିବେଷର କାର୍ଯ୍ୟକ୍ରମ ସ୍ଥାନୀୟ ନିଉଜନତା ହଲଠାରେ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଡ.ବିଜୟ ଚୌଧୁରୀଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ଶିକ୍ଷାଧିକାରୀ ତଥା ସାରସ୍ୱତ ସାଧକ ଡ.ରାଜେନ୍ଦ୍ର ପ୍ରସାଦ ପାଢ଼ୀ ଯୋଗଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ସମ୍ପାଦିକା ଜୟଶ୍ରୀ ଦେବୀ ବାର୍ଷିକ ବିବରଣୀ ପାଠ କରିଥିଲେ । ନୟାଗଡ଼ର ବରିଷ୍ଠ ସଙ୍ଗୀତଜ୍ଞ ପ୍ରଦୀପ୍ତ ପଟ୍ଟନାୟକ,ସଙ୍ଗୀତ ଗବେଷକ ତଥା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ଅବସରପ୍ରାପ୍ତ ଅଧ୍ୟାପକ ଗୁରୁ ପ୍ରଦୀପ କୁମାର ଦାସ ଏବଂ ବିଶିଷ୍ଟ ସମାଜସେବୀ ତଥା ସଂଗଠକ ସଞ୍ଜୟ କୁମାର ସୁବୁଦ୍ଧିଙ୍କୁ ଅନୁଷ୍ଠାନ ପକ୍ଷରୁ ଫୁଲତୋଡ଼ା ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧିତ…

Read More

ସମର୍ପଣ ବୃଦ୍ଧାଶ୍ରମର ୨୮ଲକ୍ଷ ଟଙ୍କାର ଦାନ ଅର୍ଥରାଶି ଅନିୟମିତତା ମାମଲା, ସମ୍ପାଦକ ଓ କୋଷାଧ୍ୟକ୍ଷଙ୍କୁ କୋର୍ଟ ନୋଟିସ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଡିଆର୍‌ଡିଏ ରୋଡସ୍ଥିତ ଲେଖନପୁର ଗ୍ରାମଠାରେ ସ୍ଥାପିତ ସମର୍ପଣ ବୃଦ୍ଧାଶ୍ରମରେ ଗତ ୨୦୨୦ ଠାରୁ ୨୦୨୨ ମସିହା ମଧ୍ୟରେ ବିଭିନ୍ନ ବଦାନ୍ୟ ବ୍ୟକ୍ତିବିଶେଷ ମାନଙ୍କ ଠାରୁ ସଂଗୃହିତ ୨୮ଲକ୍ଷ ଟଙ୍କା ଦାନ ଅର୍ଥରାଶି ଖର୍ଚ୍ଚ କରିବାରେ ପରିଚାଳନା ପରିଷଦ ଏବଂ ସାଧାରଣ ସଭ୍ୟଙ୍କ ଅଗୋଚରରେ ଖର୍ଚ୍ଚର ବ୍ୟାପକ ଅନିୟମିତତା ହୋଇଥିବା ନେଇ ହୋଇଥିଲା ଅଭିଯୋଗ। ଏନେଇ ନୟାଗଡ଼ ଏସ୍‌ଡିଜେଏମ୍ ଅଭିଯୋଗକାରୀ ଏବଂ ସାକ୍ଷ୍ୟମାନଙ୍କର ବୟାନକୁ ଭିତିକରି ସମର୍ପଣର ପୂର୍ବତନ ସମ୍ପାଦକ ଅରୁଣ କୁମାର ମହାନ୍ତି ଏବଂ କୋଷାଧ୍ୟକ୍ଷ ଧିରେନ୍ଦ୍ର କୁମାର ପଟ୍ଟନାୟକଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧ ଆଇନ୍‌ର ଦଫା ୪୦୬/୪୨୦/୩୪ ଦଫା ଭଳି ଧର୍ତ୍ତବ୍ୟ ଅପରାଧରେ ଆଗାମୀ ଫେବୃଆରୀ ୯ ତାରିଖରେ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ପୂର୍ବତନ ସମ୍ପାଦକ ଏବଂ କୋଷାଧ୍ୟକ୍ଷଙ୍କୁଫେବୃଆରୀ ୯ରେ କୋର୍ଟରେ ହାଜର…

Read More

ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ସାମ୍ବାଦିକ ସମ୍ମିଳନୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୁରୁଣା ରାଜବାଟୀରେ ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଦ୍ୱାରା ସାମ୍ବାଦିକ ବନ୍ଧୁମିଳନ ଆୟୋଜିତ ! ନୟାଗଡ଼ର କିଛି ଛାମୁଆ ବିଜେପି ନେତା ଓ ନୟାଗଡର ସାମ୍ବାଦିକ ମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ଅଣ୍ଟା ଭିଡିଛନ୍ତି ନୟାଗଡ ବିଜେପି କର୍ମୀ । ୨୦୧୯ ନିର୍ବାଚନରେ ବିଜେପିରୁ ଇରାନୀ ରାୟ ଟିକେଟ ପାଇଥିବା ବେଳେ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ତାଙ୍କୁ ସହାୟତା କରିଥିଲେ। କିନ୍ତୁ ୨୦୨୪ କୁ ଆଖି ଆଗରେ ରଖି ବିଜେପିରୁ ନୟାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଢ଼ିବା ପାଇଁ ଦଳ ସଂଗଠନକୁ ମଜବୁତ୍ କରୁଛନ୍ତି ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ । ବିଜେପିରୁ ଜିଲ୍ଲା ପରିଷଦ ଲଢିଥିବା ପ୍ରାର୍ଥୀ ମାନଙ୍କୁ ଏକାଠି କରି ସଂଗଠନକୁ ମଜବୁତ୍ କରୁଛନ୍ତି । ଅନ୍ୟ ପକ୍ଷରେ…

Read More

ବାଲୁଗାଁ ମହୀପୁର ରାସ୍ତା ପ୍ରଶସ୍ତିକରଣ ପାଇଁ ଶିଳାନ୍ୟାସ

ନୟାଗଡ଼,(ନୟାଗଡ଼ ଦର୍ପଣ) : ନୟାଗଡ଼ ସଦରବ୍ଲକ ବାଲୁଗାଁଠାରୁ ନୂଆଗାଁ ବ୍ଲକ ମହୀପୁର ପର୍ଯ୍ୟନ୍ତ ରାସ୍ତାକୁ ପୂର୍ତ୍ତ ବିଭାଗ ଦ୍ୱାରା ପ୍ରଶସ୍ତି କରଣ କରାଯିବ । ଏହି ରାସ୍ତାର ଅଧା ପୂର୍ତ୍ତ ବିଭାଗ ଅଧିନରେ ଓ ଅଧା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ରହିଥିଲା । ଏହା ସମ୍ପୂର୍ଣ୍ଣ ପୂର୍ତ୍ତ ବିଭାଗ ଅଧିନକୁ ଆସିବା ପରେ ଦୁଇ ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ପାଇଁ ୧୯ କୋଟି ୭୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଆଜି ଏହାର ଶିଳାନ୍ୟାସ ପର୍ବରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁଙ୍କ ସମେତ ବହୁ ଜନପ୍ରତିନିଧି ସାମିଲ ହୋଇଥିଲେ । ଉଭୟ ନିର୍ବାଚନ ମଣ୍ଡଳୀର ଦୁଇ ହଜାର ଲୋକଙ୍କ ଉପସ୍ଥିତିରେ ରାସ୍ତା ଶିଳାନ୍ୟାସ କରାଯାଇଛି…

Read More

ବିଜୁ ଜନତା ଦଳର ବିଶାଳ ବାଇକ ଶୋଭାଯାତ୍ରା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସଦରବ୍ଲକ ବାଲୁଗାଁ ଓ କ୍ରିଦାଶପୁର ପଞ୍ଚାୟତରେ ବିଜୁ ଜନତା ଦଳ ପକ୍ଷରୁ ଆଜି ଏକ ବିଶାଳ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ବାଲୁଗାଁ ଚଣ୍ଡି ମନ୍ଦିରଠାରୁ ଏହି ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରିବା ସହ କ୍ରିଦାଶପୁର ପଞ୍ଚାୟତର କିଛି ଗ୍ରାମ ପରିକ୍ରମା କରିଛି । ୭ ଶହରୁ ଉର୍ଦ୍ଧ୍ୱ ବାଇକରେ ବିଜେଡି ନେତା ଓ କର୍ମୀମାନେ ଗାଁ ଗାଁ ବୁଲି ବିଜୁ ଜନତା ଦଳର ଦବଦବା ପଦର୍ଶନ କରିଛନ୍ତି । ଏହି ଶୋଭାଯାତ୍ରାରେ ବ୍ଲକ ଅଧ୍ୟକ୍ଷ କିଶୋର ସାହୁ, ଜିଲ୍ଲା ପରିଷଦ ସଭ୍ୟ ସୁବାଷ ଚନ୍ଦ୍ର କହଁର, କ୍ଷୀରୋଦ ମହାପାତ୍ର, ସରୋଜ ରଣସିଂ, ଆଶିଷ ଅଗ୍ରୱାଲ, ବାଲୁଗାଁ ସରପଞ୍ଚ ମନୋଜ କୁମାର ନାୟକ, କ୍ରିଦାଶପୁର ସରପଞ୍ଚ…

Read More

ଭାରତୀୟ ସ୍ବାଧୀନତା ସଂଗ୍ରାମକୁ ନେତାଜୀଙ୍କ ଅବଦାନ ଅତୁଳନୀୟ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ରୋଟାରୀ ଭବନରେ ପୂଜ୍ଯପୂଜା କମିଟି ଓ ରୋଟାରୀ କ୍ଳବ୍ ନୟାଗଡ଼ର ମିଳିତ ଆନୁକୂଲ୍ୟରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୬ ତମ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି। ନୟାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରାକ୍ତନ ଚେୟାରମ୍ୟାନ୍ ତଥା ବରିଷ୍ଠ ରୋଟାରୀଆନ ସୁବୋଧ ଚନ୍ଦ୍ର ପଟ୍ଟନାୟକ ନେତାଜୀଙ୍କ ପ୍ରତିଛବିରେ ପୁଷ୍ପମାଲ୍ୟ ଅର୍ପଣ କରିବି ସହ ନେତାଜୀ ଙ୍କ ସ୍ମୃତିଚାରଣ କରିଥିଲେ। ସମାଜସେବୀ ରୋଟାରୀଆନ୍ ଶ୍ରୀଧର ସାହୁ ନେତାଜୀଙ୍କ ସଂଗ୍ରାମୀ ଜୀବନ ବିଷୟରେ ଆଲୋଚନା କରିଥିଲେ। ଭାରତୀୟ ସ୍ବାଧୀନତା ସଂଗ୍ରାମକୁ ନେତାଜୀଙ୍କ ଅବଦାନ ଅନସ୍ବୀକାର୍ଯ୍ଯ। ଆଜାଦ ହିନ୍ଦ୍ ଫୌଜର ପ୍ରତିଷ୍ଠାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଭାରତ ବର୍ଷକୁ ସ୍ବାଧୀନ କରିବା ପାଇଁ ନିଜର ସମସ୍ତ ଶକ୍ତି ଲଗାଇ ଦେଇଥିଲେ। ନେତାଜୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରଗାଢ ଭକ୍ତି କରୁଥିଲେ। ସେ କହୁଥିଲେ, ‘ ମୁଁ…

Read More

ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଦୂରହେବ ଜଳକଷ୍ଟ, ୩୯୪କୋଟି ଟଙ୍କା ମଞ୍ଜୁର

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ନୂଆଗାଁ, ଦଶପଲ୍ଲା ଓ ଗଣିଆ ବ୍ଲକକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ମଞ୍ଜୁର କରିଛନ୍ତି । ମୋଟ ୪୨ ପଞ୍ଚାୟତକୁ ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଛି । ଏହା ଦ୍ୱାରା ୩ଟି ବ୍ଲକର ୬୧୯ ଗ୍ରାମର ୨ ଲକ୍ଷ ଲୋକ ଉପକୃତ୍ତ ହେବେ ବୋଲି ସୂଚନା ମିଳିଛି । ଏଥିପାଇଁ ରାଜ୍ୟ ସରକାରଙ୍କ କ୍ୟାବିନେଟରେ ୩୯୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହା ଦ୍ୱାରା ୩ଟି ବ୍ଲକ ପାଇଁ ୩ଟି ପ୍ରକଳ୍ପ ମାଧ୍ୟମରେ ୬୧୯ ଗ୍ରାମର ୨ଲକ୍ଷ ଲୋକ ଉପକୃତ ହେବେ ବୋଲି ସୂଚନା ମିଳିଛି। ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ରହିଥିବା ଜଳକ୍ଲିଷ୍ଟର ପରିସମାପ୍ତି ଘଟିବ ବୋଲି ଆଶା କରାଯାଉଛି । ରାଜ୍ୟ କ୍ୟାବିନେଟରେ ୩୯୪କୋଟି ଟଙ୍କା…

Read More

ଉଦଯାପିତ ହେଲା ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ହୀରକ ଜୟନ୍ତୀ ଉଦଯାପନ ଦିବସରେ କାର୍ଯ୍ୟକ୍ରମର ଆଜି ଶେଷ ଦିନ ଥିଲା । ଶେଷ ଦିନକୁ ଆଲୁମିନ ଦିବସ ଭାବେ ପାଳନ କରାଯାଉଥିଲା । ଆଲୁମିନି ଆସୋସିଏସନ ସଭାପତି ତଥା ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଡ଼ ଦେବେନ୍ଦ୍ର ନାଥ ମାନସିଂ, ଛାତ୍ର ସଂସଦ ପୂର୍ବତନ ସମ୍ପାଦକ କିଶୋର ଚନ୍ଦ୍ର ମହାପାତ୍ର, ଆଲୁମିନ କମିଟି ସଂଯୋଜକ ବିଶ୍ୱନାଥ ମହାପାତ୍ର, ମହାବିଦ୍ୟାଳୟ ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନ ଉପସ୍ଥିତ ରହିଥିଲେ । ବିଧାୟକ ଡ଼ ସାହୁ ତାଙ୍କ ବକ୍ତବ୍ୟରେ ପ୍ରତ୍ୟେକ ଅନୁଷ୍ଠାନରେ ଉତ୍ସବ ପାଳିତ ହେବା…

Read More

ମାର୍ଚ୍ଚରେ ସରିବ ନୂଆଗାଁ-ଦଶପଲ୍ଲା ରେଳ ଲାଇନ, ଚାଲିଛି ଜୋରଦାର କାମ

ନୟାଗଡ଼,(ନୟାଗଡ଼ ଦର୍ପଣ): ମାର୍ଚ୍ଚ ଶେଷସୁଦ୍ଧା ନୂଆଗାଁ ଏବଂ ଦଶପଲା ମଧ୍ୟରେ ଚାଲିଥିବା ୧୫.୫ କିମି ଦୈର୍ଘ୍ୟ ରେଳ ସେକ୍ସନ ମଧ୍ୟରେ ୫୭ଛୋଟ ଓ ୩ ବଡ଼ ବ୍ରିଜ, ୧୫ ରୋଡ ଅଣ୍ଡର ବ୍ରିଜ ଏବଂ ୪ ରୋଡ଼ ଓଭରବ୍ରିଜ ସହ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ସାରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି । ଚଳିତ ଆର୍ଥିକ ବର୍ଷରେ ଏହି କାର୍ଯ୍ୟ ପାଇଁ ୧୯୦କୋଟି ଟଙ୍କା ମଞ୍ଜୁର କରାଯାଇଛି । ପୂର୍ବତଟ ରେଳପଥ ମହାପ୍ରବନ୍ଧକରୂପ ନାରାୟଣ ସୁନକର ଇତିମଧ୍ୟରେ ଚାଲୁ ରହିଥିବା ଖୋର୍ଦ୍ଧା ରୋଡ଼- ବଲାଙ୍ଗୀର ରେଳ ପ୍ରକଳ୍ପର ଖୋର୍ଦ୍ଧା ରୋଡ-ନୂଆଗାଁ ରେଳ ସେକ୍ସନକୁନିରୀକ୍ଷଣ କରିଛନ୍ତି। ନୂଆଗାଁ ଓ ଦଶପଲା ମଧ୍ୟରେ ଚାଲିଥିବା ନିର୍ମାଣକାର୍ଯ୍ୟ ସହ ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିଛନ୍ତି । ଖୋର୍ଦ୍ଧା ରୋଡରେ ଥିବାରୋଡ ଓଭର ବ୍ରିଜ କାର୍ଯ୍ୟର ଯାଞ୍ଚ କରିଛନ୍ତି । ଵିଣ୍ଡୋ…

Read More