ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରର ସମସ୍ତ ୱାର୍ଡର ରୂପାନ୍ତରଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ। ଗତ ସପ୍ତାହରେ ନୟାଗଡ଼ ସହରରେ ବିକାଶର ଯାତ୍ରା ଚାଲିଛି। ୫-ଟି ମାଧ୍ୟମରେ ଅନେକ ପ୍ରକଳ୍ପ ଅନୁମୋଦନ ହୋଇଛି । ପ୍ରତ୍ୟେକ ୱାର୍ଡକୁ ଲକ୍ଷାଧ୍ୟକ ଟଙ୍କା ମିଳିଥିବାବେଳେ ଟଙ୍କାର କିପରି ସୁବିନିଯୋଗ ହେବ ନୟାଗଡ ବିଧାୟକ ଡ.ଅରୁଣ କୁମାର ସାହୁ ସମସ୍ତ ୱାର୍ଡ ବୁଲି ଏହାର ସମୀକ୍ଷା କରିଛନ୍ତି। ଶୁକ୍ରବାର ୱାର୍ଡ ନଂ-୭ ରୁ ସମୀକ୍ଷା ଆରମ୍ଭ ହୋଇଥିଲା। ବହୁ ସଂଖ୍ୟାରେ ମହିଳାଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ସହରର ପୁରୁଖା ଲୋକମାନେ ଏଥିରେ ସାମିଲ ହୋଇଥିଲେ । ବିଭିନ୍ନ ୱାର୍ଡରେ କାଉନସିଲରମାନେ ଉପସ୍ଥିତ ରହି ସମୀକ୍ଷା ବୈଠକରେ ଅଂଶଗ୍ରହଣ କରିଥିଲେ । ଏହା ପରେ ୮ନଂ ୱାର୍ଡରେ ସମୀକ୍ଷା କରାଯାଇଥିଲା। ସେହିପରି ଭାବେ ୯ ନଂ ଓ…
Read MoreYear: 2023
ଲୋକ ନୋଡ଼ାଲ ବିଦ୍ୟାପୀଠରେ ‘ଭାରତର ଚନ୍ଦ୍ର ବିଜୟ’ ଉତ୍ସବ ପାଳିତ
ଶରଣକୁଳ,(ନୟାଗଡ଼ ଦର୍ପଣ): ଶରଣକୁଳ ନିକଟସ୍ଥ ପଞ୍ଚିରିଡ଼ା ମାନପୁର ଲୋକ ନୋଡ଼ାଲ ବିଦ୍ୟାପୀଠରେ ଗତକାଲି ଚନ୍ଦ୍ରଯାନ-୩ର ଚନ୍ଦ୍ର ବିଜୟ ଉପଲକ୍ଷେ ଆଜି ଭାରତର ଚନ୍ଦ୍ର ବିଜୟ ଉତ୍ସବ ପାଳିତ ହୋଇ ଯାଇଛି। ଏ ଉତ୍ସବ ଉପଲକ୍ଷେ ପିଲାମାନଙ୍କ ମଧ୍ୟରେ ଚନ୍ଦ୍ରଯାନ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଚିତ୍ରାଙ୍କନରେ ପ୍ରଥମ ହୋଇଥିବା ପ୍ରତିଯୋଗୀଙ୍କର ଚିତ୍ରକୁ ସାଧାରଣ ପ୍ରଦର୍ଶନ ପାଇଁ ରଖାଯାଇଥିଲା। ଜୁଲାଇ ୧୪ ତାରିଖରେ ଚନ୍ଦ୍ରଯାନ ୩ର ପ୍ରକ୍ଷେପଣ ଠାରୁ ଆଜି ପଯ୍ୟର୍ନ୍ତ ବହୁ ପ୍ରସାରିତ ଖବର କାଗଜ ‘ପ୍ରମେୟ’ରେ ପ୍ରକାଶିତ ଖବରର ଖବର କାଗଜ କଟିଂକୁ ନେଇ ଏକ ଚନ୍ଦ୍ରଯାନ ୩ର ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଏହି ପ୍ରଦର୍ଶନୀର ଆନନ୍ଦ ନେବାକୁ ଆହ୍ଵାନ କରାଯାଇଥିଲା। ପ୍ରଦର୍ଶନୀରେ ଶିକ୍ଷକ ବଣ୍ଟୁ ପ୍ରଧାନ, ଶିକ୍ଷୟିତ୍ରୀ ରୋଜାଲିନ ପଟ୍ଟନାୟକ ଓ ଆରଧନା ଗୌଡ଼ ଛାତ୍ରଛାତ୍ରୀମାନଙ୍କୁ ଚନ୍ଦ୍ରଯାନ ସମ୍ପର୍କରେ ବୁଝାଇଥିଲେ।…
Read Moreନୟାଗଡ଼ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କଲେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ତଥା ଦୌରା ଜଜ ଜଷ୍ଟିସ ଆନନ୍ଦ ନାରାୟଣ ମହାରଣାଙ୍କ ଅନୁମତି କ୍ରମେ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି ଜଷ୍ଟିସ ବିଶେଷ କୁମାର ସାହୁ ମା ଶୂଳିଆ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଗସ୍ତ କରିଥିଲେ । ସେଠାରେ ପୋକସୋ ଘଟଣା ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶ ମୂଳକ ଯୋଜନା ବିଷୟରେ ବୁଝାଇବା ସହିତ, ଛାତ୍ର ଛାତ୍ରୀମାନଙ୍କ ଭଲ ମନ୍ଦ ବୁଝିଥିଲେ । ବରିଷ୍ଠ ଆଇନଜୀବୀ ରମେଶ ଚନ୍ଦ୍ର ମହାରଣା ଏବଂ ପ୍ରାଧିକରଣ ସଦସ୍ୟ ମହମ୍ମଦ ଓମର ମଲ୍ଲିକ ନିଜ ନିଜର ମତ ରଖିଥିଲେ । ପରେ ଭାଗୀରଥୀ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଯାଇ ସେଠାରେ ବିଭିନ୍ନ ଆଇନ ବିଷୟରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । ୨୩ ତାରିଖରେ ଜନତା ବିଦ୍ୟାପୀଠରେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ…
Read Moreଵାଣିଗୋଚ୍ଛା ପୋଲିସ ଦ୍ୱାରା ଗଞ୍ଜେଇ ଜବତ, ଉଲ୍ଲାସ ଗିରଫ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ବାଣିଗୋଛା ପୁଲିସକୁ ମିଳିଛି ସଫଳତା l ପେଟ୍ରୋଲିଂ ସମୟରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଜଣେ ଯୁବକକୁ ପୁଲିସ ଧରିବାରେ ସଫଳତା ପାଇଛି l କଟକ ଜିଲ୍ଲା କିଶୋର ନଗର ଗାଁର କଣ୍ଡୁରି ଚରଣ ସାହୁଙ୍କପୁଅ ଉଲ୍ଲାସ ସାହୁ ଏକ ବାଇକରେ ଗଞ୍ଜେଇ ଆଣୁଥିବା ବେଳେ ପୁଲିସ ହାବୁଡରେ ପଡିଥିଲେ l ନୟାଗଡ଼ ଜିଲ୍ଲା ବାଣିଗୋଛା ଥାନା ପକ୍ଷରୁ ୭୪/୨୩ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଛି l ତାଙ୍କ ଠାରୁ ୧୨ କେଜି ଗଞ୍ଜେଇ ଜବତ କରିବା ସହ ବାଜାଜ ଏକ୍ସସିଡି ୧୨୫ ମୋଟର ସାଇକେଲ ଗାଡି ନମ୍ବର ଓଆର୨୧ ବି୧୫୦୧ ଗାଡିକୁ ସିଜ କରିବା ସହ ଉଲ୍ଲାସକୁ କୋର୍ଟ ଚାଲାଣ କରାଯାଇଥିବା ବାଣିଗୋଛା ଥାନା ଆଇଆଇସି ଲକ୍ଷ୍ମଣ ଦଣ୍ଡସେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l
Read Moreନାବାଳକ ଗାଡି ଚଲାଉଥିଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ
ନୟାଗଡ଼,(ନୟାଗଡ଼ ଦର୍ପଣ): ବିନା ଲାଇସେନ୍ସରେ ଗାଡି ଚଳାଉଥିବା ଛାତ୍ରଛାତ୍ରୀଙ୍କୁ ସଚେତନତା କରିବା ସହିତ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ନୟାଗଡ଼ ଏସପି ଶ୍ରୀ ରାହୁଲ ଜୈନ। ଏହି ଉଦ୍ଦେଶ୍ୟରେ ଜିଲ୍ଲାର ସମସ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକ ଓ କଲେଜ ଅଧ୍ୟକ୍ଷଙ୍କୁ ଏସପି ଜୈନ ଚିଠି ଲେଖିଛନ୍ତି ବୋଲି ଏସଡିପିଓ ସ୍ନେହାଶିଷ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଯଦି ଏହା ମଧ୍ୟରେ ପିଲାମାନେ ସଚେତନ ନ ହୁଅନ୍ତି ତେବେ ଟ୍ରାଫିକ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Read Moreବିଜୁ ମହିଳା ଜନତା ଦଳ କାର୍ଯ୍ୟକାରିଣୀ ବୈଠକ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ବିଜୁ ମହିଳା ଜନତା ଦଳର ଜିଲ୍ଲା କାର୍ୟ୍ୟକାରିଣୀ ବୈଠକ ବିଜେଡି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ବିଜୁ ମହିଳା ଜନତା ଦଳ ନୟାଗଡ଼ ଜିଲ୍ଲା ସଭାପତି ବିରଜା ଲକ୍ଷ୍ମୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜୁ ମହିଳା ଜନତା ଦଳ ସଭାପତି ସ୍ନେହାଙ୍ଗିନ ଛୁରିଆ ଯୋଗ ଦେଇଥିଲେ । ଏହି ବୈଠକରେ ବିଜୁ ମହିଳା ଜନତା ଦଳର ମହାସଚିବ କସ୍ତୁରୀ ମହାପାତ୍ର, ଅନୁସୁଚିତ ଜାତି ଓ ଜନଜାତିର ରାଜ୍ୟ ସଂଯୋଜିକା ଭାରତୀ ସିଂ, ବରିଷ୍ଠ ଉପସଭାନେତ୍ରୀ ମାନସି ସୁନ୍ଦରାୟ, ରାଜ୍ୟ ବିଜୁ ମହିଳା ଜନତା ଦଳର କୋଷାଧ୍ୟକ୍ଷ ଜୟଶ୍ରୀ ଦାସ, ବରିଷ୍ଠ ଉପସଭାନେତ୍ରୀ ପ୍ରଭାସିନି ନନ୍ଦ, ମାଳତୀ ଗୁରୁ ଓ ଜିଲ୍ଲାସ୍ତରୀୟ ସମସ୍ତ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ଏହି ଅବସରରେ ନୟାଗଡ଼…
Read Moreଗଣିଆ ବସ ଷ୍ଟାଣ୍ଡର ଶୁଭ ଉଦଘାଟନ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଗଣିଆ,(ନୟାଗଡ଼ ଦର୍ପଣ): ଆସନ୍ତା ତା.୨୩.୦୮.୨୦୨୩ ରିଖ ସନ୍ଧ୍ୟା ୫ ଘଟିକା ସମୟରେ ଆଭାସୀ ମାଧ୍ୟମରେ ଗଣିଆ ବସ ଷ୍ଟାଣ୍ଡର ଶୁଭ ଉଦଘାଟନ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଗଣିଆ ଠାରେ ଏହିଉଦଘାଟନ କାର୍ଯ୍ୟକ୍ରମରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ଜିଲ୍ଲା ପରିବହନ ଅଧିକାରୀ ପ୍ରଶାନ୍ତ କୁମାର ବେହେରାଙ୍କ ସମେତ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଓ ଜନ ସାଧାରଣ ଉପସ୍ଥିତ ରହିବେ l ତତ୍ ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଓଡ଼ଗାଁ ବସଷ୍ଟାଣ୍ଡର ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମ ଜିଲ୍ଲା ସସୱାଲ ହଲରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ହେବ ।…
Read Moreନୟାଗଡ଼ ମଡେଲ ଡିଗ୍ରୀ କଲେଜରେ ନୂତନ ଶିକ୍ଷାର୍ଥୀଙ୍କ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ମଡେଲ ଡିଗ୍ରୀ କଲେଜରେ ନୂତନ ଶିକ୍ଷାବର୍ଷ ଆରମ୍ଭରେ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କର ଶ୍ରେଣୀ ଗୃହ ପାଠପଢ଼ା ଆରମ୍ଭ ହେବା ପରିପ୍ରେକ୍ଷୀରେ ସେମାନଙ୍କୁ ପାଠ୍ୟକ୍ରମ ଓ ମହାବିଦ୍ୟାଳୟର ସୁବିଧା ସୁଯୋଗଗୁଡିକୁ ଅବଗତ କରାଇବା ନିମନ୍ତେ ଏକ ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ପରିଚାଳନା ସମିତିର ସଭାପତି ପଞ୍ଚାନନ ଡାକୁଆ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଆଦର୍ଶ ବ୍ୟକ୍ତିତ୍ବ ରୂପେ ନିଜକୁ ଗଢିତୋଳିବା ପାଇଁ ପରାମର୍ଶ ଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀ ଛାତ୍ରଛାତ୍ରୀମାନଙ୍କୁ ମହାବିଦ୍ୟାଳୟର ନୀତି ନିୟମ ସଂପର୍କରେ ଉଦବୋଧନ ଦେଇଥିବା ବେଳେ ପରୀକ୍ଷା ସାରଣୀ ବିଷୟରେ ଗୌରମୋହନ ସାହୁ ଆଲୋକପାତ କରିଥିଲେ। ପ୍ରାୟ ୧୫୦ ଜଣ ଛାତ୍ରଛାତ୍ରୀ ଯୋଗଦେଇଥିବା ଉତ୍ସବରେ ବିଜୟିନୀ ଶୁଭଦର୍ଶିନୀ ଓ ସୁନୀଲ କୁମାର ମଲ୍ଲିକ ଛାତ୍ରଛାତ୍ରୀମାନଙ୍କୁ…
Read Moreଗଣିଆ ପତୁରିଆ ସର ନାଳରେ କୁମ୍ଭୀର, ଲୋକେ ଆତଙ୍କିତ
ଗଣିଆ:(ନୟାଗଡ଼ ଦର୍ପଣ): ଗଣିଆ ବ୍ଳକ କିଶୋରପ୍ରସାଦ ପଞ୍ଚାୟତ ପତୁରିଆ ଗ୍ରାମରେ କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଛି । ମହାନଦୀରେ ବନ୍ୟା ସମୟରେ ଏହି ଗୋମୁଁହା କୁମ୍ଭୀରଟି ପତୁରିଆ ଗ୍ରାମ ସର ନାଳକୁ ଚାଲିଆସିଥିବା ଜଣାପଡିଛି । ବର୍ତମାନ ସର ନାଳରେ ରହିଥିବା ଯୋଗୁଁ ଗ୍ରାମବାସୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଗତ ଶନିବାର ଦିନ ଗ୍ରାମର ଦାଶରଥି ନାୟକଙ୍କ ଗୋଟିଏ ଛେଳିକୁ ଖାଇଦେଇଥିବା ଜଣାପଡିଛି । ସେହିପରି ପତୁରିଆ ନିକଟ ମହାନଦୀରେ ଅନ୍ୟ ଏକ ଘଡ଼ିଆଳ କୁମ୍ଭୀର ରହିଥିବା ଦେଖିବାକୁ ମିଳିଛି । କୁମ୍ଭୀର ଭୟରେ କିଛିଦିନ ଧରି ଲୋକମାନେ ନଦୀ କିମ୍ବା ସର ନାଳକୁ ଗାଧୋଇବା ପାଇଁ ଯାଉନଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି । ଏନେଇ ଗ୍ରାମବାସୀ ମାନେ ବନବିଭାଗକୁ ଜଣାଇଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ଏ…
Read Moreବିବାହିତା ମହିଳାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ଆଦର୍ଶ ଥାନା ଅଞ୍ଚଳର ଜନୈକ ମହିଳାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଅଭିଯୋଗରେ ଓଡ଼ଗାଁ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଯୁବକ ଜଣଙ୍କ ବାଣ୍ଠପୁର ପଞ୍ଚାୟତ ଧବଳେଇ ଗ୍ରାମର ପର୍ଶୁରାମ ବେହେରା(୨୦) ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ପର୍ଶୁରାମ ପୀଡିତାଙ୍କ ୯ବର୍ଷର ପୁଅ ଓ ୫ ବର୍ଷର ଝିଅକୁ ପାଠ ପଢ଼ାଇବା ନିମନ୍ତେ ତାଙ୍କ ଘରକୁ ଆସୁଥୁଲା। ଇତି ମଧ୍ୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିବାରୁ ଗତ ୧୩ତାରିଖ ରାତି ୧୦ଘଟିକା ୩୦ମିନିଟ ସମୟରେ ମହିଳାଙ୍କୁ ଘରୁ ନେଇ ନୟାଗଡ଼ ସହର ତ୍ରିନାଥ ଛକ ନିକଟରେ ଏକ ଭଡା ଘରେ ରହୁଥିଲେ। ପରେ ବିବାହର ପ୍ରଲୋଭନ ଦେଖାଇ ବାରମ୍ବାର ପୀଡିତାଙ୍କ ଅନିଚ୍ଛା ସତ୍ତ୍ବେ ଶାରୀରିକ ସମ୍ପର୍କ ରଖିଥିଲା।ପୀଡିତାଙ୍କ ସ୍ବାମୀ ବହୁତ ଖୋଜାଖୋଜି ପରେ ନୟାଗଡ଼ରେ ଥିବା ଜାଣିପାରି ଓଡ଼ଗାଁ…
Read More