ବିବାହିତା ମହିଳାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ଆଦର୍ଶ ଥାନା ଅଞ୍ଚଳର ଜନୈକ ମହିଳାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଅଭିଯୋଗରେ ଓଡ଼ଗାଁ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଯୁବକ ଜଣଙ୍କ ବାଣ୍ଠପୁର ପଞ୍ଚାୟତ ଧବଳେଇ ଗ୍ରାମର ପର୍ଶୁରାମ ବେହେରା(୨୦) ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ପର୍ଶୁରାମ ପୀଡିତାଙ୍କ ୯ବର୍ଷର ପୁଅ ଓ ୫ ବର୍ଷର ଝିଅକୁ ପାଠ ପଢ଼ାଇବା ନିମନ୍ତେ ତାଙ୍କ ଘରକୁ ଆସୁଥୁଲା। ଇତି ମଧ୍ୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିବାରୁ ଗତ ୧୩ତାରିଖ ରାତି ୧୦ଘଟିକା ୩୦ମିନିଟ ସମୟରେ ମହିଳାଙ୍କୁ ଘରୁ ନେଇ ନୟାଗଡ଼ ସହର ତ୍ରିନାଥ ଛକ ନିକଟରେ ଏକ ଭଡା ଘରେ ରହୁଥିଲେ। ପରେ ବିବାହର ପ୍ରଲୋଭନ ଦେଖାଇ ବାରମ୍ବାର ପୀଡିତାଙ୍କ ଅନିଚ୍ଛା ସତ୍ତ୍ବେ ଶାରୀରିକ ସମ୍ପର୍କ ରଖିଥିଲା।ପୀଡିତାଙ୍କ ସ୍ବାମୀ ବହୁତ ଖୋଜାଖୋଜି ପରେ ନୟାଗଡ଼ରେ ଥ‌ିବା ଜାଣିପାରି ଓଡ଼ଗାଁ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୀଡିତାଙ୍କ ସମେତ ପର୍ଶୁରାମଙ୍କୁ ଉଦ୍ଧାର କରିଥିଲା। ପର୍ଶୁରାମ ପୀଡ଼ିତାଙ୍କୁ ବିବାହ କରିବାକୁ ମନା କରିବାରୁ ପିଡୀତାଙ୍କ ଅଭିଯୋଗକ୍ରମେ ପୁଲିସ ୧୬୪/୨୩ରେ ଏକ ମାମଲା ରୁଜୁ କରିବା ସହ ପର୍ଶୁରାମକୁ ଗିରଫ କରିଥିଲା। ପରେ ଡାକ୍ତରୀ ମାଇନା ପରେ କୋର୍ଟଚାଲାଣ କରିଥିବା ଜଣାପଡ଼ିଛି।

Related posts