ସୌଦାମିନି ମିଶ୍ରହଜିଲା ଅତୀତ ଆସିଛି ଗୋ ସଖି ସ୍ମୃତିର ପସରା ଧରି,ଅପେକ୍ଷାରେ ଆଶା ଅନ୍ତ ଘଟିଛି ମୋ ଏତେ ନିକଟେ କିପରି!ଅବାକ୍ ଲାଗଇ ଫେରିବା ସ୍ମୃତିକୁ ନିରାଶ ଜୀବନେ ପାଇ,ସୁନେଲି ସପନ ପରେ ବାସ୍ତବତା ସତଲାଗେ ମୋହ ପାଇଁ ।ହୃଦୟ ମୋହର ହୋଇଛି ବିଦିର୍ଣ୍ଣ ଚରମ ବିଶ୍ୱାସଘାତେ,ଅଶ୍ରୁଳ ନୟନେ ଅନୁତାପ କଣ୍ଠେ କ୍ଷମା ଆଚରଣ ପାତେ ।ଅତୀତକୁ ପୁଣି ସାଉଁଟି ଆଣିଲି ହୃଦୟେ କ୍ଷମା ଆପେକ୍ଷୀ,ସରଳ ହୃଦୟ ନିଷ୍କପଟ ତା’ର ଅନୁରୋଧ ରକ୍ଷା ରଖି ।ବୃଥା ଅହଙ୍କାରେ ସନ୍ଦେହ ଆଧାରେ ନିଜଠୁ ନିଜେ ଦୂରେଇ,ସମୟ ସାପକ୍ଷେ ହଜିଲା ଅତୀତ ଫେରିଆସେ ପୁଣି ପଛେଇ । ନୀଳାଦ୍ରି ବିହାର, ନୟାଗଡ, ମୋ- ୯୯୩୭୫୮୮୦୩୫
Read MoreMonth: May 2021
କବି: ପର୍ଦ୍ଦା ଆଢ଼ୁଆଳର ମଣିଷ
ନୟାଗଡ଼ ଜିଲ୍ଲାର ବରିଷ୍ଠ ନାଗରିକଙ୍କ ପାଇଁ ହେଲ୍ପଲାଇନ ନମ୍ୱର ଜାରି କରନ୍ତୁ ଜିଲ୍ଲାପାଳ
ନୟାଗଡ଼: ମହାମାରୀ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟରେ ଲକଡାଉନ୍ ସର୍ଟଡାଉନ କଟକଣା ଲାଗି ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଏଥିରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ନୟାଗଡ଼ ଜିଲ୍ଲାର ବରିଷ୍ଠ ନାଗରିକମାନେ । ବରିଷ୍ଠ ନାଗରିକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ପ୍ରଶାସନ ତରଫରୁ ହେଲ୍ପଲାଇନ ନମ୍ୱର ଜାରି କରିବା ପାଇଁ ଦାବି କରିଛନ୍ତି ଜିଲ୍ଲା ବରିଷ୍ଠ ନାଗରିକ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକ। କରୋନାର ଏହି ଘଡିସନ୍ଧି ମୁହୂର୍ତ୍ତରେ ବିଶେଷ କରି ବରିଷ୍ଠ ନାଗରିକମାନେ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛନ୍ତି । କେତେକ ପରିବାର ଆର୍ଥିକ ସମସ୍ୟା ହେତୁ ସେମାନଙ୍କ ଯତ୍ନ ନେଉ ନଥିବା ବେଳେ କେତେକ ସେମାନଙ୍କୁ ବୋଝ ଭାବି ଖରାପ ବ୍ୟବହାର ପ୍ରଦର୍ଶନ କରୁଛନ୍ତି । ବରିଷ୍ଠ ନାଗରିକମାନେ ସ୍ୱାସ୍ଥ୍ୟ ସେବା ପାଇଁ ଚିକିତ୍ସାଳୟକୁ ଯିବା ପାଇଁ ଚାହିଁଲେ…
Read Moreସାବିତ୍ରୀ ବ୍ରତ
ସାବିତ୍ରୀ ବ୍ରତ – ଉତ୍ତମ ବ୍ରତ,ଉତ୍ତମ ଚରିତ୍ର। ସମାନ ହୃଦୟ, ସମାନ ବିଚାର, ଏକ ମନ, ଏକ ଭାବନା ହିଁ ଯେଉଁ ବିଚାରରେ ସ୍ଥିର ହୋଇ ରହେ ତାହାହିଁ ବ୍ରତ। ବ୍ରତ ଅର୍ଥାତ୍ ସଂକଳ୍ପ ଅର୍ଥାତ୍ ଦୃଢ଼ ନିଷ୍ଠା ଯାହାକି ଥରେ ବରଂ କଲେ ମରଣ ପର୍ଯ୍ୟନ୍ତ ପାଳନୀୟ ତାହା ହିଁ ବ୍ରତ ଅଟେ। ସେଥିପାଇଁ ବେଦମନ୍ତ୍ର କହେ:-“ଯଦେତତ୍ ହୃଦୟଂ ତବ ତଦସ୍ତୁ ହୃଦୟଂ ମମ।ଯଦିଦଂ ହୃଦୟଂ ମମ ତଦସ୍ତୁ ହୃଦୟଂ ତବ।”ଅର୍ଥାତ- ତୁମର ହୃଦୟ ସହିତ ମୋର ହୃଦୟ ସମାନ ହେଉ,ମୋର ହୃଦୟ ସହିତ ତୁମର ହୃଦୟ ସମାନ ହେଉ। ପତି ପତ୍ନୀ ଜୀବନରେ ଜଣକ ବିନା ଆଉ ଜଣେ ହସି ନଥାଏ। ସ୍ନେହ, ଶ୍ରଦ୍ଧା, ଆନ୍ତରିକତା, ଆତ୍ମବିଶ୍ଵାସରେ ଦାମ୍ପତ୍ୟ ଜୀବନ ମଧୁମୟ ହୋଇଥାଏ। କେବଳ ଅମାବାସ୍ୟା ଦିନ ପତିଙ୍କୁ ପ୍ରଣାମ ଜଣାଇଦେଲେ ବ୍ରତର ପୂର୍ଣ୍ଣତା…
Read Moreରଣପୁର ଅଞ୍ଚଳରେ ନକଲି ମଦ କମ୍ପାନି, ଦେଖନ୍ତୁ ଭିଡିଓ
ଅକ୍ଷି ମୁଠି ଅନୁକୂଳ କଲେ କୃଷିମନ୍ତ୍ରୀ ଡଃ. ଅରୁଣ କୁମାର ସାହୁ, ଦେଖନ୍ତୁ ଭିଡିଓ
ଭଡ଼ାନେଇ ଡ୍ରାଇଭର ଠାରୁ ଲୁଟି ନେଇଥିଲେ କାର
ନୂଆଗାଁ: ନୂଆଗାଁ ଅଞ୍ଚଳରୁ ଏକ କାର ଚୋରୀ ହୋଇଥିବା ଥାନାରେ ଅଭିଯୋଗ ହେବାର ୨୪ଘଣ୍ଟା ନ ପୁରୁଣୁ ପୋଲିସର ତତ୍ପରତା ଲାଗି ମିଳିଗଳ କାର। ଭଡ଼ାନେଇ ଡ୍ରାଇଭର ଠାରୁ ଦୃବୁତ୍ତମାନେ ଲୁଟି ନେଇଥିଲେ କାର । ଅଭିଯୋଗ ପାଇ ନୂଆଗାଁ ପୁଲିସ କାର୍ଯ୍ୟରେ ତତପରତା ଦେଖାଇ ଅନୁସନ୍ଧାନ ଜାରି କରିଥିଲା । ଘଟଣା ଘଟିବାର ୨୪ଘଣ୍ଟା ଭିତରେ ନୂଆଗାଁ ପୁଲିସ କାରଟିକୁ ଉଦ୍ଧାର କରି ଥାନାକୁ ଆଣିଥିବା ଜଣାପଡିଛି । ସୂଚନାନୁସାରେ, କଟକ ଜିଲ୍ଲା ନରସିଂହପୁର ଥାନା ଅଞ୍ଚଳର ଫଣି ବେହେରାଙ୍କୁ ଜଣେ ଅଜଣା ବ୍ୟକ୍ତି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ ଚାକିରି କରୁଥିବାର ମିଛ ପରିଚୟ ଦେଇ ଗାଡ଼ି ଭଡାକୁ ଆଣି ନୂଆଗାଁରେ ଛାଡିବାକୁ କହିଥିଲା । ଭଡ଼ା ପାଇବା ଆଶାରେ ଫଣି ଉକ୍ତ ଅଜଣା ବ୍ୟକ୍ତିଙ୍କୁ ନରସିଂହପୁର ଅଞ୍ଚଳରୁ ନୂଆଗାଁ ଆଣିଥିଲେ । ସେଠାରୁ…
Read Moreଓଡଗାଁରେ କରୋନା ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ ଡ.ଅରୁଣ ସାହୁ
ସାରା ଜିଲ୍ଲାରେ ଦିନକୁ ଦିନ କରୋନା ବ୍ୟାପିବାରେ ଲାଗିଥିବା ବେଳେ ଓଡଗାଁରେ ମଧ୍ୟ ସେଇ ଅନୁପାତରେ କରୋନା ମାଡି ଚାଲିଛି । ପ୍ରଶାସନ ପକ୍ଷରୁ ଯେତେ ତାଗିଦ କଲେ ମଧ୍ୟ ଅମାନିଆ ମାନୁ ନଥିଲା ବେଳେ ମାଡ ଖାଉଛନ୍ତି, ଫାଇନ ଦେଉଛନ୍ତି ତଥାପି ଫରକ ପଡୁନି । ଏହି ନେଇ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ, ପ୍ରାଣୀ ସମ୍ପଦ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ କୋଭିଡ ସମୀକ୍ଷା କରିଛନ୍ତି । ଓଡଗାଁ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ଏକ ବୈଠକରେ ମନ୍ତ୍ରୀ କୋଭିଡ ନିୟମକୁ କଡାକଡି କରାଯିବା ପାଇଁ ପରାମର୍ଶ ଦେଇଥିଲେ । କୋଭିଡ ଲକ୍ଷଣଯୁକ୍ତ ରୋଗୀଙ୍କୁ ହୋମ ଆଇସୋଲେସନରେ ନରଖି ତୁରନ୍ତ କୋଭିଡ କେୟାର ସେଣ୍ଟରକୁ ପଠାଯିବା ପାଇଁ ପରାମର୍ଶ ଦେଇଛନ୍ତି । ସାମାନ୍ୟ ଲକ୍ଷଣ ଦେଖାଗଲେ…
Read Moreଖଣ୍ଡପଡା ନିର୍ବାଚନ ମଣ୍ଡଳୀର କରୋନା ସ୍ଥିତି ପରଖିଲେ ଜିଲ୍ଲାପାଳ
ଖଣ୍ଡପଡା: ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ଦୁଇ ଗୋଟି ବ୍ଳକ ଯଥା ଖଣ୍ଡପଡା, ଭାପୁର ବ୍ଲକର କରୋନା ସ୍ଥିତି ପରଖିଛନ୍ତି ଜିଲ୍ଲାପାଳ ଡ. ପୋମାଟୁଡୁ । ଭର୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଗାଁ, ଗ୍ରାମ ପଞ୍ଚାୟତର କରୋନା ସ୍ଥିତି ସମୀକ୍ଷା କରିଛନ୍ତି । ଏଥିରେ ପ୍ରକଳ୍ପ ନିର୍ଦ୍ଦେଶକ ସୁବାଶ ଚନ୍ଦ୍ର ରାୟ, ନୟାଗଡ଼ ବନଖଣ୍ଡ ଅଧିକାରୀ ଧନରାଜ ଏଚଡି, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ଶକ୍ତିପ୍ରସାଦ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ । ଜିଲ୍ଲାପରିଷଦ ସଭାପତି ବୈଜୟନ୍ତମାଳା ମହାନ୍ତି, ଜିଲ୍ଲାପରିଷଦ ସଦସ୍ୟ/ସଦସ୍ୟା ପ୍ରମୁଖ ଯୋଗ ଦେଇଥିଲେ । ଗାଁରୁ ସହର ପର୍ଯ୍ୟନ୍ତ କେତେ କରୋନା ପଜେଟିଭ ଅଛନ୍ତି ତାଙ୍କର ଅବସ୍ଥା କଣ, କେତେଗୋଟି ଗ୍ରାମ ମାଇକ୍ରୋକଣ୍ଟେଟମେଣ୍ଟ ଘୋଷଣା କରାଯାଇଛି ଏହାର ସ୍ଥିତି ପରଖିଥିଲେ ।…
Read Moreଅକ୍ଷି ମୁଠି ଅନୁକୂଳ କଲେ କୃଷିମନ୍ତ୍ରୀ ଡଃ. ଅରୁଣ କୁମାର ସାହୁ
ନୟାଗଡ: ଆଜି ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ନୟାଗଡ଼ ବ୍ଳକ ଅନ୍ତର୍ଗତ ବାଲୁଗାଁ ପଞ୍ଚାୟତର ଖେଡପଡାରେ ଅକ୍ଷିମୁଠି ଅନୁକୁଳ କରିଛନ୍ତି ରାଜ୍ୟ ସରକାରଙ୍କ କୃଷିମନ୍ତ୍ରୀ ଡ. ଅରୁଣ କୁମାର ସାହୁ । ଓଡିଶାରେ ଏହି ଦିନଟିର ମାହାତ୍ମ୍ୟ ଆହୁରି ଅଧିକ ବିଶେଷ କରି କୃଷି ପ୍ରଧାନ୍ୟ ରାଜ୍ୟ ହୋଇଥିବାରୁ କୃଷି ଭିତ୍ତିକ କାର୍ଯ୍ୟର ଶୁଭାରମ୍ଭ କରାଯାଇଥାଏ । ଆଜିର ଦିନରେ ଅକ୍ଷି ମୁଠି ଅନୁକୂଳ କରାଯାଏ । ଚାଷୀମାନେ ନୂଆ ଧାନ ନେଇ ନିଜ କ୍ଷେତରେ ବୁଣି ହଳ କରିଥାନ୍ତି । ଏଥିସହ ଧରିତ୍ରୀ ମାତା ଓ ଭୂମିଜାଙ୍କର ପୂଜା କରିଥାନ୍ତି । ଏହି ଦିନ ଶ୍ରୀ ଜଗନ୍ନାଥଙ୍କ ୪୨ ଦିନ ବ୍ୟାପି ଚାଲିବାକୁ ଥିବା ଚନ୍ଦନ ଯାତ୍ରାର ଶୁଭାରମ୍ଭ ହୋଇଥାଏ । ଏହି ପର୍ବ ହେଉଛି କୃଷିର ପରମ୍ପରା, ଚାଷୀମାନଙ୍କୁ ସମ୍ମାନ ଦେବା ତଥା ଚାଷକୁ…
Read More