ସାବିତ୍ରୀ ବ୍ରତ

ସାବିତ୍ରୀ ବ୍ରତ – ଉତ୍ତମ ବ୍ରତ,ଉତ୍ତମ ଚରିତ୍ର।

ସମାନ ହୃଦୟ, ସମାନ ବିଚାର, ଏକ ମନ, ଏକ ଭାବନା ହିଁ ଯେଉଁ ବିଚାରରେ ସ୍ଥିର ହୋଇ ରହେ ତାହାହିଁ ବ୍ରତ। ବ୍ରତ ଅର୍ଥାତ୍ ସଂକଳ୍ପ ଅର୍ଥାତ୍ ଦୃଢ଼ ନିଷ୍ଠା ଯାହାକି ଥରେ ବରଂ କଲେ ମରଣ ପର୍ଯ୍ୟନ୍ତ ପାଳନୀୟ ତାହା ହିଁ ବ୍ରତ ଅଟେ। ସେଥିପାଇଁ ବେଦମନ୍ତ୍ର କହେ:-
“ଯଦେତତ୍ ହୃଦୟଂ ତବ ତଦସ୍ତୁ ହୃଦୟଂ ମମ।
ଯଦିଦଂ ହୃଦୟଂ ମମ ତଦସ୍ତୁ ହୃଦୟଂ ତବ।”

ଅର୍ଥାତ- ତୁମର ହୃଦୟ ସହିତ ମୋର ହୃଦୟ ସମାନ ହେଉ,ମୋର ହୃଦୟ ସହିତ ତୁମର ହୃଦୟ ସମାନ ହେଉ। ପତି ପତ୍ନୀ ଜୀବନରେ ଜଣକ ବିନା ଆଉ ଜଣେ ହସି ନଥାଏ। ସ୍ନେହ, ଶ୍ରଦ୍ଧା, ଆନ୍ତରିକତା, ଆତ୍ମବିଶ୍ଵାସରେ ଦାମ୍ପତ୍ୟ ଜୀବନ ମଧୁମୟ ହୋଇଥାଏ। କେବଳ ଅମାବାସ୍ୟା ଦିନ ପତିଙ୍କୁ ପ୍ରଣାମ ଜଣାଇଦେଲେ ବ୍ରତର ପୂର୍ଣ୍ଣତା ହୁଏ ନାହିଁ। ପ୍ରତ୍ୟେକ ଦିନ ପ୍ରଣାମ (ଅଭିବାଦନ) ଜଣାଇବା ଉଚିତ୍। ପ୍ରଣାମ ଦ୍ଵାରା ମତାନ୍ତର ଦୂର ହୁଏ। ନମ୍ର, ବିନୟ ଓ ସଦଭାବନା ସୃଷ୍ଟି ହୋଇଥାଏ। ଉଭୟେ ଉଭୟଙ୍କର ଖୁଣ ନଦେଖି ଗୁଣ ଦେଖିବା। ଭଲପାଇବା ଓ ସ୍ନେହ ଆଗରେ ସବୁ ଦୁଃଖ ହାର ମାନିଥାଏ।

” ଇହ କାଳ ପର କାଳ ତୁମେ ମୋ ଦେବତା ,
ତୁମ ପାଦ ତଳେ ସଦା ଲୋଟୁ ମୋର ମଥା ।
କ୍ଷଣେ ମାତ୍ର ମୋ ହୃଦରୁ ନହେଉ ଅନ୍ତର,
ସୁପଥେ ପଥିକ ହେବା ବେନି ନିରନ୍ତର।”

ସେଇଭଳି ସତ୍ୟପ୍ରାଣ ହୋଇ ଦୃଢ଼ ମନରେ ବ୍ରତ କଲେ ଘର ହିଁ ସ୍ଵର୍ଗର ପରିଚୟ ସୃଷ୍ଟି କରେ ଅର୍ଥାତ୍ ଘରେ ଥିବା ପ୍ରତ୍ୟେକଟି ସଦସ୍ୟଙ୍କୁ ଦେବତା ଜ୍ଞାନ କରି ଗୃହ ପରିଚାଳନା କଲେ ସମସ୍ତ ଦେବତାଙ୍କର ଆଶୀର୍ବାଦ ବର୍ଷା ହୁଏ। ଏପରିକି ଯମ ରୁଷ୍ଟ ନହୋଇ ତୁଷ୍ଟ ହୁଅନ୍ତି। ତେଣୁ ଆସନ୍ତୁ ଏହି ଭଳି ସାବିତ୍ରୀ ବ୍ରତକୁ ପାଳନ କରିବା।

ପରିଶେଷରେ ସମସ୍ତଙ୍କୁ ପ୍ରଣାମ ଜଣାଇ ମୋର ବିଚାରଧାରାକୁ ବିରାମ ଦେଉଛି। ନମସ୍ତେ।

ସବିତା ଶୁକ୍ଳା, ଭାପୁର, ମୋ-୯୩୪୮୫୮୫୩୪୬

Related posts