ସୌଦାମିନି ମିଶ୍ର
ହଜିଲା ଅତୀତ ଆସିଛି ଗୋ ସଖି
ସ୍ମୃତିର ପସରା ଧରି,
ଅପେକ୍ଷାରେ ଆଶା ଅନ୍ତ ଘଟିଛି ମୋ
ଏତେ ନିକଟେ କିପରି!
ଅବାକ୍ ଲାଗଇ ଫେରିବା ସ୍ମୃତିକୁ
ନିରାଶ ଜୀବନେ ପାଇ,
ସୁନେଲି ସପନ ପରେ ବାସ୍ତବତା
ସତଲାଗେ ମୋହ ପାଇଁ ।
ହୃଦୟ ମୋହର ହୋଇଛି ବିଦିର୍ଣ୍ଣ
ଚରମ ବିଶ୍ୱାସଘାତେ,
ଅଶ୍ରୁଳ ନୟନେ ଅନୁତାପ କଣ୍ଠେ
କ୍ଷମା ଆଚରଣ ପାତେ ।
ଅତୀତକୁ ପୁଣି ସାଉଁଟି ଆଣିଲି
ହୃଦୟେ କ୍ଷମା ଆପେକ୍ଷୀ,
ସରଳ ହୃଦୟ ନିଷ୍କପଟ ତା’ର
ଅନୁରୋଧ ରକ୍ଷା ରଖି ।
ବୃଥା ଅହଙ୍କାରେ ସନ୍ଦେହ ଆଧାରେ
ନିଜଠୁ ନିଜେ ଦୂରେଇ,
ସମୟ ସାପକ୍ଷେ ହଜିଲା ଅତୀତ
ଫେରିଆସେ ପୁଣି ପଛେଇ ।
ନୀଳାଦ୍ରି ବିହାର, ନୟାଗଡ, ମୋ- ୯୯୩୭୫୮୮୦୩୫