ଝିଅଟିଏ ମୁଁ ଝିଅଟିଏ ମୁଁ ଆସନ୍ତା କାଲିର ସ୍ବପ୍ନ ଟିଏ ମୁଁ ପ୍ରଗତି ପଥର ଧାରାଟିଏ ଝିଅଟିଏ ମୁଁ ଝିଅଟିଏ ନଦଳି ପାଦରେ ମୋତେ ନମାରି ମାତୃଗର୍ଭରୁ ସତେଦୁନିଆକୁ ଆଣ ଆଲୋକ ଦେଖାଅ ଦେଖ ମୁଁ ସୁନ୍ଦର ପରୀ ଟିଏ ଝିଅଟିଏ ମୁଁ ଝିଅଟିଏ ମୁଁ ଭବିଷ୍ୟତର ରତ୍ନଟିଏ ଉଚ୍ଚାକାଂକ୍ଷୀ ମୁଁ ଉଚ୍ଚାମନା ନିଜେ ଜଳି ଅନ୍ୟ ପାଇଁ ଦିଏ ଆଶ୍ବାସନାପ୍ରତିପୋଷଣ ପ୍ରତିପାଳନ ଦ୍ବାହିରେ ମୁଁ ସଫଳ ନେତ୍ରୀ ଟିଏ ଝିଅଟିଏ ମୁଁ ଝିଅଟିଏ ମୁଁ ସଫଳ ଧାତ୍ରୀ ଟିଏ ପରିସ୍ଥିତିର ମୁଁ ସଫଳ ଦାୟିତ୍ଵ ସମ୍ପର୍ଣ୍ଣା ମୁଁ ଜାୟା ଜନନୀ ଭଗିନୀ ମୋରୂପ ଅନନ୍ୟା ଝିଅଟିଏ ମୁଁ ଝିଅଟିଏ ମୁଁ ସୁନ୍ଦର ଗଳ୍ପ ଟିଏ ମିନତି ମଙ୍ଗଳ, ନୟାଗଡ଼
Read MoreDay: February 6, 2026
ଇଫକୋ ପକ୍ଷରୁ ନାନୋ ସାର ଓ ଜଳ ଦ୍ରବଣୀୟ ସାର ପ୍ରୟୋଗ ସମ୍ୱନ୍ଧୀୟ ଫସଲ ଆଲୋଚନା ଚକ୍ର
ନୟାଗଡ଼, (ନୟାଗଡ଼ ଦର୍ପଣ): ଜଳବାୟୁ ପରିବର୍ତନ ସାଙ୍ଗକୁ ଦିନକୁ ଦିନ ନୂଆ ରୋଗ ଶୃଷ୍ଟି କରି ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଉଛି। ଏହି ପରିପ୍ରେକ୍ଷୀରେ ଇଣ୍ଡିଆନ ଫାର୍ମରସ ଫଟିଲାଇଜର କୋ-ଅପରେଟିଭ ଲିମିଟେଡ଼ (ଇ.ଫ୍.କୋ.) ପକ୍ଷରୁ ରଣପୁର ବ୍ଲକର ସାନଗଡ ସ୍ଥିତ ଇଫକୋ ବଜାର ପରିସରରେ ନାନୋ ସାର ଓ ଜଳ ଦ୍ରବଣୀୟ ସାର ସମ୍ୱନ୍ଧିତ ଏକ ବୈଜ୍ଞାନିକ ଫସଲ ଆଲୋଚନା ଚକ୍ର ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ନୟାଗଡ଼ କୃଷି ବିଭାଗର ଜିଲ୍ଲା କୃଷି ଅଧିକାରୀ ପବିତ୍ର ମୋହନ ସାହୁ ଯୋଗଦେଇ କୃଷି ବିଭାଗର ବିଭିନ୍ନ ସ୍କିମ ବିଷୟରେ ଆଲୋକପାତ କରିଥିଲେ। ଚାଷୀ କ୍ଷେତରେ ଦାନାଦାର ସାର ପ୍ରୟୋଗ କରିବା ଦ୍ବାରା ଗଛ କିଛି ସାର ଗ୍ରହଣ କରୁଛି। ଆଉ କିଛି ମାଟିରେ ନଷ୍ଟ ହେଇଯାଉଛି। ଏହାଦ୍ବାରା ମୃତିକା ମଧ୍ଯ ନଷ୍ଟ ହେଉଛି। ତେଣୁ ନାନୋ ଡ଼ି.ଏ.ପି.…
Read More