ଶ୍ରୀ ବିଷ୍ଣୁ ଷୋଡଶ ନାମ ସ୍ମରଣ*********************ଔଷଧ ସେବନେ ବିଷ୍ଣୁ ଦିବ୍ଯ ନାମ କର ନିରବେ ଚିନ୍ତନ।ଭୋଜନ କାଳରେ ଜନାର୍ଦ୍ଦନ ନାମ ମାନସେ କର ସ୍ମରଣ।ଶୟନେ ଶ୍ରୀପଦ୍ମନାଭଙ୍କୁ ଧ୍ଯାୟିବ ବିବାହରେ ପ୍ରଜାପତି।ସମରେ ଶ୍ରୀଚକ୍ରଧରଙ୍କୁ ଚିନ୍ତିଲେ ହଟଇ ଘୋର ବିପତ୍ତି।ପ୍ରବାସ ଗମନେ ତ୍ରିବିକ୍ରମ ନାମ କରୁଥିବ ମନେ ଧ୍ଯାନ।ପରାଣ ପ୍ରୟାଣ ହୋଇଲେ ଆସନ୍ନ ଜପୁଥିବ ନାରାୟଣ।ପିୟସଙ୍ଗମରେ ଶ୍ରୀଧର ନାମ ଯେ କରିବ ମନେ ଚିନ୍ତନ।ଦୁଃସ୍ବପ୍ନ ଦର୍ଶନେ ଗୋବିନ୍ଦ ଭଜିବ ସଙ୍କଟେ ମଧୁସୂଦନ।କାନନ ଭ୍ରମଣେ ନରସିଂହ ଭଜ ପାବକେ ଜଳଶାୟୀଙ୍କୁ।ଜଳେ ଭଜୁଥିବ ବରାହ ମୂର୍ତ୍ତିଙ୍କୂ ପର୍ବତେ ରଘୁନାଥଙ୍କୁ।ଗମନେ ବାମନ ସ୍ମରି ଭ୍ରମୁଥିଲେ ନହୁଏ ଯାତ୍ରା ଦୁଷ୍କର।ସକଳ କାର୍ଯ୍ଯରେ ମାଧବ ଧ୍ଯାୟିଲେ ହୁଏ ସର୍ବ ଶୁଭଙ୍କର।ଏବଂବିଧ ବିଷ୍ଣୁ ଷୋଡଶ ନାମ ଯେ କରଇ ପ୍ରାତଃ ସ୍ମରଣ।ପାପରାଶି ନାଶି ବିଷ୍ଣୂଲୋକେ ହର୍ଷେ କରଇ ସେ ବିଚରଣ।। – ମୀନକେତନ ଷଡଙ୍ଗୀ, କଣ୍ଟାବଣିଆ ଶାସନ, …
Read MoreDay: July 21, 2025
ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକ୍ ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟ ଓ ସରକାରୀ ପ୍ରାଥମିକ ବିଦ୍ୟାଳୟ, କଦଳୀବନ୍ଧ ଠାରେ ଆଜି ମା’ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ରାଜକିଶୋର ସାହୁ ଓ ରଘୁନାଥ ମଲିକଙ୍କ ଉପସ୍ଥିତିରେ କାର୍ଯ୍ୟାଳୟ ହତା ମଧ୍ୟରେ ବଉଳ, ଚମ୍ପା, ଅଁଳା, ପେସ୍ତାବାଦାମ ବୃକ୍ଷରୋପଣ କରାଯାଇଛି।ବରିଷ୍ଠ କିରାଣୀ ବିମଳ ବାରିକ,ଲକ୍ଷ୍ମଣ ତ୍ରିପାଠୀ, ପ୍ରକୃତିବନ୍ଧୁ ଶିକ୍ଷକ ରଞ୍ଜନ କୁମାର ଦାଶ ଆକାଉଣ୍ଟାଣ୍ଟ୍ ନିରଞ୍ଜନ ରଥ,ସ୍ୱାଗତିକା ମହାପାତ୍ର, ଚିନ୍ମୟ ସାଥୁଆ,ସଶ୍ମିତା ନାୟକ,ଗୌରାଙ୍ଗ ମୁଦୁଲି ଓ ଅନୁଜ ନାୟକ ସହଯୋଗ କରିଥିଲେ।ପୂର୍ବରୁ ଲଗାଯାଇଥିବା ଗଛ ଗୁଡିକର ଯତ୍ନ ନେଇଥିବା ଯୋଗୁଁ ଗଛ ଯେପରି ବଞ୍ଚିରହିଛି ଠିକ ସେହିପରି ଆଜି ଲଗାଯାଇଥିବା ଗଛର ଯତ୍ନ ନେବାପାଇଁ ସଭିଏଁ ଶପଥ କରିଥିଲେ।ସେହିପରି ସରକାରୀ ପ୍ରାଥମିକ ବିଦ୍ୟାଳୟ,କଦଳୀବନ୍ଧ ଠାରେ ପ୍ରଧାନଶିକ୍ଷକ ରଞ୍ଜନ କୁମାର ଦାଶ ଓ ଶିକ୍ଷିକା…
Read Moreସେବା ଉତ୍ସବ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସେବା ଉତ୍ସବ ସମିତି ପକ୍ଷରୁ ଦଶପଲ୍ଲା ରାମଲୀଳା ଯାତ୍ରା ମଣ୍ଡପ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହାଭାଗିତାରେ ବିଭିର୍ଣ୍ଣ ସାଂସ୍କୃତିକ କାର୍ଯ୍ୟକ୍ରମ ପାରିବେଶିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର କଳାକେନ୍ଦ୍ରର କଳାକାରମାନଙ୍କ ସମେତ ସ୍ଥାନୀୟ କଳାକାର ମାନେ ଓଡିଶୀ ଓ ଶାସ୍ତ୍ରୀୟ ନୃତ୍ୟ ଗୀତ ପରିବେଶଣ କରିଥିଲେ। ଶେଷରେ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ର ଙ୍କ ଅଧକ୍ଷତାରେ ସାହିତ୍ୟିକ ହାଡିବନ୍ଧୁ ମହାଖୁଡ଼, ପ୍ରିୟରଞ୍ଜନ ଦାସପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସେବା ଉତ୍ସବ ସମିତି ସମସ୍ତ କର୍ମକର୍ତା ଏହୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Read Moreନୟାଗଡ଼ର ସର୍ବ ପୁରାତନ କୃଷ୍ଣଚନ୍ଦ୍ର କ୍ଳବର ୯୯ତମ ପ୍ରତିଷ୍ଠା ଦିବସ ପାଳିତ
ନୟାଗଡ, (ନୟାଗଡ଼ ଦର୍ପଣ): ସ୍ୱାଧୀନତା ପୂର୍ବରୁ ପ୍ରତିଷ୍ଠିତ ନୟାଗଡ଼ର ଐତିହ୍ୟ ସମ୍ପର୍ଣ୍ଣ ମର୍ଯ୍ୟାଦା ବହନ କରୁଥିବା କୃଷ୍ଣଚନ୍ଦ୍ର କ୍ଳବ୍ ତାର ୯୯ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳନ କରିଛି। ଏହି ଅବସରରେ କ୍ଳବର ମୁଖ୍ୟ ସଭାଗୃହରେ ଆୟୋଜିତ ଉତ୍ସବରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ନୟାଗଡ଼ ଏସଡିପିଓ ଡ ଜ୍ୟୋତିରଂଜନ ସାମନ୍ତରାୟ ଯୋଗଦେଇଥିଲେ। କ୍ଳବର ସଭାପତି ଭାଗିରଥି ଦାସ ସଭାପତିତ୍ବ କରିଥିବାବେଳେ ମଞ୍ଚ ସଂଯୋଜନା କରିଥିଲେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଏବଂ ସମ୍ପାଦକ ତଥା କ୍ରୀଡାବିତ ସଂଗ୍ରାମ କେଶରୀ ଗୁମାନସିଂ ବିବରଣୀ ପାଠ କରିଥିଲେ। ମଞ୍ଚରେ ଉପସ୍ଥିତ ଥିଲେ ଉପସଭାପତି ଭବାନୀଶଙ୍କର ଦାସ, ସହ ସମ୍ପାଦକ ଚନ୍ଦନ ମହାପାତ୍ର ଓ କୋଷାଧ୍ୟକ୍ଷ ଶାରଦା ପ୍ରସାଦ ମହାପାତ୍ର। ପ୍ରତିବର୍ଷ ଭଳି ଏବର୍ଷ ବିଭିନ୍ନ…
Read Moreକୁଳୁରୁକୁମ୍ପାରେ ସେବା ଉତ୍ସବ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଦଶପଲ୍ଲା ବ୍ଲକ ଅନ୍ତର୍ଗତ କୁଳୁରୁକୁମ୍ପା ଠାରେ ନବମ ବାର୍ଷିକ ସେବା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେବା ଉତ୍ସବ ସମିତି ଓ ଵାଣିଗୋଚ୍ଛା ପଶ୍ଚିମ ବନ୍ୟପ୍ରାଣୀ ବନାଞ୍ଚଳ, ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ମିଳିତ ଉଦ୍ୟମରେ କୁଲୁରିକୁମ୍ପା ଠାରେ ମାଗଣା ସ୍ବାସ୍ଥ୍ୟ ଶିବିର ଓ ଚଷମା ବଣ୍ଟନ କାର୍ଯକ୍ରମ ଅନୁଷ୍ଠିତ ହେବା ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଶିବିର ରେ ପ୍ରାୟ ଦେଢ଼ ଶହ ଜଣ ରୋଗୀ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ମାଗଣା ଔଷଧ ଓ ପ୍ରାୟ ୨୦ଜଣଙ୍କୁ ଚଷମା ବଣ୍ଟନ କରାଯାଇଥିଲା। ଅନ୍ୟପକ୍ଷେ ସେବା ସମିତି ସଦସ୍ୟଙ୍କ ଦ୍ୱାରା ମନୁଷ୍ୟ ଓ ବନ୍ୟଜନ୍ତୁ ମଧ୍ୟରେ ବିବାଦ ପ୍ରତିବିଧାନ ସମ୍ପର୍କରେ ସଚେତନ ସଭା କରାଯିବା ସହ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ ହୋଇଥିଲା। ସେବା ଉତ୍ସବ ସମିତି ଅଧ୍ୟକ୍ଷ…
Read More