ଭଡ଼ାନେଇ ଡ୍ରାଇଭର ଠାରୁ ଲୁଟି ନେଇଥିଲେ କାର

ନୂଆଗାଁ: ନୂଆଗାଁ ଅଞ୍ଚଳରୁ ଏକ କାର ଚୋରୀ ହୋଇଥିବା ଥାନାରେ ଅଭିଯୋଗ ହେବାର ୨୪ଘଣ୍ଟା ନ ପୁରୁଣୁ ପୋଲିସର ତତ୍ପରତା ଲାଗି ମିଳିଗଳ କାର। ଭଡ଼ାନେଇ ଡ୍ରାଇଭର ଠାରୁ ଦୃବୁତ୍ତମାନେ ଲୁଟି ନେଇଥିଲେ କାର । ଅଭିଯୋଗ ପାଇ ନୂଆଗାଁ ପୁଲିସ କାର୍ଯ୍ୟରେ ତତପରତା ଦେଖାଇ ଅନୁସନ୍ଧାନ ଜାରି କରିଥିଲା । ଘଟଣା ଘଟିବାର ୨୪ଘଣ୍ଟା ଭିତରେ ନୂଆଗାଁ ପୁଲିସ କାରଟିକୁ ଉଦ୍ଧାର କରି ଥାନାକୁ ଆଣିଥିବା ଜଣାପଡିଛି । ସୂଚନାନୁସାରେ, କଟକ ଜିଲ୍ଲା ନରସିଂହପୁର ଥାନା ଅଞ୍ଚଳର ଫଣି ବେହେରାଙ୍କୁ ଜଣେ ଅଜଣା ବ୍ୟକ୍ତି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ ଚାକିରି କରୁଥିବାର ମିଛ ପରିଚୟ ଦେଇ ଗାଡ଼ି ଭଡାକୁ ଆଣି ନୂଆଗାଁରେ ଛାଡିବାକୁ କହିଥିଲା । ଭଡ଼ା ପାଇବା ଆଶାରେ ଫଣି ଉକ୍ତ ଅଜଣା ବ୍ୟକ୍ତିଙ୍କୁ ନରସିଂହପୁର ଅଞ୍ଚଳରୁ ନୂଆଗାଁ ଆଣିଥିଲେ । ସେଠାରୁ ଉକ୍ତ ବ୍ୟକ୍ତି ଜଣକ ଜାକେଡ଼ା ଜିବା ପାଇଁ କହିବା ପରେ ଉକ୍ତ ଡ୍ରାଇଭର ନୂଆଗାଁରୁ ଜାକେଡା ଅଭିମୁଖେ ଗାଡ଼ି ନେଇଥିଲା । ପୂର୍ବ ଯୋଜନା ମୁତାବକ ବ୍ୟକ୍ତି ଜଣକ କନ୍ଧଖାଲମଡା ପୂର୍ବରୁ ଥିବା ଏକ ନିଛାଟିଆ ଜଙ୍ଗଲ ରାସ୍ତାରେ ଗାଡ଼ିକୁ ରଖିବା ପାଇଁ କହିଥିଲେ । ଗାଡ଼ି ରଖିବାର କିଛି ସମୟ ପରେ ଆଉ ଜଣେ ବ୍ୟକ୍ତି ଆସିଥିଲେ । ଉଭୟ ଦୁଇଜଣ ବ୍ୟକ୍ତି ମିଶି ଡ୍ରାଇଭର ଫଣିକୁ ଆକ୍ରମଣ କରି ସୁଇପ୍ଟି ଡିଜେଆର ଗାଡ଼ି ନଂ(ଓଡି୦୨ ଏଏ ୮୭୭୧)କାର ଲୁଟି ନେଇଥିଲେ । ଏନେଇ ଫଣି ନୂଆଗାଁ ଥାନାକୁ ଆସି ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ଏକ ମାମଲା ଋଜୁ କରି ତଦନ୍ତ ଆରମ୍ଭ କରିଥିଲା । ଅଭିଯୋଗ ହେବାର ୨୪ଘଣ୍ଟା ଭିତରେ ନୂଆଗାଁ ପୁଲିସ୍ ତତପରତା ଦେଖାଇ ଅନୁସନ୍ଧାନ ଜାରି ରଖିିଥିଲା । ତଗକାଲି ଘଟଣା ଘଟିଥିବା ସ୍ଥାନରୁ ୩କି.ମି ଦୂରରେ ଥିବା ଏକ କାଜୁ ଜଙ୍ଗଲରେ କାରଟି ଥିବା ନେଇ ପୁଲିସ୍ ଆଜି ଜାଣିବା ପରେ କାରକୁ ଉଦ୍ଧାର କରି ଆଣି ଥାନାକୁ ରଖିଥିବା ବେଳେ ତଦନ୍ତ ଜାର ରହିଛି ବୋଲି ନୂଆଗାଁ ଥାନା ଅଧିକାରୀ ରମେଶ କୁମାର ଦେବତା ସୂଚନା ଦେଇଛନ୍ତି ।

Related posts