ସଦର ଥାନା ପୁଲିସ୍ ଦ୍ଵାରା ବିଦେଶୀ ମଦ ଜବତ, ଜଣେ ଗିରଫ

ନୟାଗଡ଼: ସଦର ଥାନା ପୁଲିସ୍ ଆଜି ସିତାରାମପୁର ରେଲୱେ ଓଭରବ୍ରିଜ୍ ନିକଟରୁ ଜଣେ ବ୍ୟକ୍ତିଙ୍କ ଠାରୁ ଚୋରା ମଦ ଓ ସ୍କୁଟି ଜବତ କରିବା ସହିତ ମଦ ବେପାରୀ କୈଳାସ ସାହୁକୁ ଗିରଫ୍ କରିଛି। ସୂଚନାନୁସାରେ, ନୟାଗଡ଼ ସଦରଥାନା ଅନ୍ତର୍ଗତ ଢେଙ୍କେଣା ପଞ୍ଚାୟତ ଅଧିନରେ ଥିବା ସିତାରାମପୁର ଅଞ୍ଚଳରେ ଚୋରାରେ ମଦ ବ୍ୟବସାୟ ହେଉଥିଲା । ସଦର ଥାନା ପୁଲିସ୍ ବିଶେଷ ସୁତ୍ରରୁ ଖବର ପାଇ ପେଟ୍ରୋଲିଂ କରୁଥିବା ବେଳେ କୈଳାସ ସାହୁ ଏକ ସ୍କୁଟିରେ ମଦ ନେଇ ଯାଉଥିଲା । ପୁଲିସ ଅଟକାଇବାରୁ ଗାଡ଼ି ଛାଡି ଦୌଡି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ କାବୁ କରି ଥାନାକୁ ଆଣିଥିଲା । ସ୍କୁଟିରୁ ୧୬.୧୪୦ମିଲି ଲିଟର ବିଅର, ଇମ୍ପିରାଲବ୍ଲୁ ମଦ ଓ ସ୍କୁଟି ଜବତ କରିଛି ପୁଲିସ୍ । ଥାନାରେ କେସ୍ ନଂ ୭୫/୨୧ରେ ଏକ…

Read More

ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ୨୯ତମ ଶ୍ରାଦ୍ଧ ଦିବସ ପାଳିତ

ନୟାଗଡ଼: ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ୨୯ତମ ଶ୍ରାଦ୍ଧ ଦିବସରେ ଜିଲ୍ଲା କଂଗ୍ରେସ କାର୍ୟ୍ୟାଳୟରେ ପାଳିତ ହୋଇଯାଇଛି । ପ୍ରଦେଶ କଂଗ୍ରେସ ନିର୍ଦ୍ଦେଶ କ୍ରମେ କଂଗ୍ରେସ କର୍ମୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ପ୍ରାୟ ୨୦୦ ରୋଗୀ ଅନ୍ତେବାସୀ, ସମର୍ପଣ ବୃଦ୍ଧାଶ୍ରମ ଅନ୍ତେବାସୀ ଏବଂ ସହରାଞ୍ଚଳ ବାସହୀନ ଅସହାୟ କେନ୍ଦ୍ର ଅନ୍ତେବାସୀଙ୍କ ସୁଖଦୁଃଖରେ ସାମିଲ ହୋଇ ଦୁଗ୍ଧ, ପାଉଁରୁଟି, ସାନିଟାଇଜର, ମାସ୍କ ହାତ ଧୁଆ ସାବୁନ ପ୍ରଦାନ କରିଥିଲେ । ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶଙ୍କ ନେତୃତ୍ୱରେ ଆୟୋଜିତ କାର୍ୟ୍ୟକ୍ରମରେ ବରିଷ୍ଠ ନେତା ହୁସେନ ଖାଁ, ଜିଲ୍ଲା କଂଗ୍ରେସ ଉପସଭାପତି କମଳ ଚରଣ ସାହୁ, ଜିଲ୍ଲା ଯୁବ କଂଗ୍ରେସ କାର୍ୟ୍ୟକାରୀ ସଭାପତି ପ୍ରତୀକ ମହାପାତ୍ର, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଜ୍ୟୋତିରଞ୍ଜନ ଦାଶ, ନୟାଗଡ଼ ବ୍ଲକ କଂଗ୍ରେସ…

Read More

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ

ନୟାଗଡ଼: ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ  ୧୦ ଘଟିକା ସମୟରେ ଗୁଗୁଲ ମିଟ୍ ମାଧ୍ୟମରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ସର୍ବପ୍ରଥମେ ସାଂସଦ କଟକ ଭତୃହରି ମହତାବ, ବିଧାୟକ ରଣପୁର ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ, ବିଧାୟକ ଖଣ୍ଡପଡ଼ା ସୌମ୍ୟ ରଂଜନ ପଟ୍ଟନାୟକ ଏବଂ ମାନ୍ୟବର ବିଧାୟକ ଦଶପଲ୍ଲା ରମେଶ ଚନ୍ଦ୍ର ବେହେରା ଏବଂ ଉପସ୍ଥିତ ସମସ୍ତ ସଦସ୍ୟମାନଙ୍କୁ ବୈଠକକୁ ସ୍ଵାଗତ ଜଣାଇଥିଲେ । ଆଗାମୀ ଦିନରେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ଯଥା ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସାମୁଦ୍ରିକ ଝଡ଼ ହେବାର ଆଶଙ୍କା ଥିବାରୁ ଏହାର ମୁକାବିଲା ପାଇଁ ଜିଲ୍ଲାପାଳ ଡା. ଟୁଡୁ ପୂର୍ବ ପ୍ରସ୍ତୁତି ବୈଠକ ଡକାଇଥିଲେ । ଏହି ବୈଠକରେ ଜିଲ୍ଲାପାଳ…

Read More

ଫଟୋ ଶୁଟ୍

ଲିପ୍ସା ପଣ୍ଡାଙ୍କ- ଫଟୋ ଶୁଟ୍ ବାହାଘର ଅଧାରେ ପଡ଼ି ରହିଚି।ପୁରୋହିତ ଲଗ୍ନ ଗଡ଼ି ଯାଉଚି ବୋଲି ଡକା ପଡୁଚି।ବରଯାତ୍ରୀ ନାଚି ନାଚି ହାଲିଆ ହେଇ ସାରିଲେଣି। ସହର ମୁଣ୍ଡରେ ପ୍ରଶେସନ୍ ପାଇଁ ମିଳିଥିବା ବୋତଲ ପ୍ରଭାବରେ ଢେର୍ ନାଚ ତାମସା କରି ସାରିଛନ୍ତି। ମୁଣ୍ଡରୁ ନିଶା ଉତୁରି ଆସିବା ସଙ୍ଗେ ସଙ୍ଗେ ପେଟରେ ଭୋକର ମାତ୍ରା ବଢ଼ି ଚାଲିଛି।ଭୋଜି ଖାଇଦେଲେ ଘରକୁ ଫେରିବେ ବୋଲି ବ୍ୟସ୍ତ ହେଇ ପଡ଼ିଲେଣି।ଉଭୟ ପକ୍ଷର ବୁଢ଼ା ବୁଢ଼ୀଏ ବର କନ୍ୟା କୁଆଡ଼େ ଗଲେ ବୋଲି ପଚାରି ଚାଲିଛନ୍ତି।ଉତ୍ତର ମିଳୁଚି: ଫଟୋ ଶୁଟ୍ ଚାଲିଚି ।ବୁଝି ପାରୁ ନାହାଁନ୍ତି ସେମାନେ, ଏଇଟା ବାହାଘରର କୋଉ ରୀତି!ଏମିତିଆ କିଛି ସେମାନେ କାଇଁ କେବେ ଶୁଣି ନଥିଲେ ତ! ଘରକୁ ଆସିଥିବା କୁଣିଆ ବୃଦ୍ଧ ଜଣେ ଜିଦ୍ କଲେ ସେଇ ନୂଆ ରୀତିଟି କଣ ସେ…

Read More

ଦୀନବନ୍ଧୁ ହେ, କୃପାସିନ୍ଧୁ ହେ

ଉମେଶ ଚନ୍ଦ୍ର ମହାପାତ୍ରଦୀନବନ୍ଧୁ ହେ, କୃପାସିନ୍ଧୁ ହେଏମିତିକା ବେଶ କାହିଁ ହୋଇଛପାଦନାହିଁ ତବ ଚାଲୁଛ କିପରିହାତ ନାହିଁ ତୁମ ଖାଉଛ କିପରିକାନ ନାହିଁ ତବ ଶୁଣୁଛ କିପରିଚକା ନୟନରେ ଖାଲି ଦେଖୁଛବନ୍ଦ ପାଟିରେ କେମିତି କହୁଛ.. ।।ସୁନା ମୁକୁଟକୁ ଲଗାଇଣ ପ୍ରଭୁରଜା ବେଶ ବୋଲି ତାକୁ କହୁଛସୁନାର ଖଡ଼ୁକୁ ହାତରେ ଲଗାଇହାତ ବୋଲି ତୁମେ ତାକୁ କହୁଛ ।।ତୁଳସୀ ପତରେ ମାଳ କରି ପ୍ରଭୁଭକତ ଜନଙ୍କୁ ଟାଣି ନେଉଛପିନ୍ଧି କରି ରାଧା ମନ ମୋହୁଛ ।।ଗୋଡ଼ବୋଲି ଯୋଡ଼େ କହୁଛପାଖେ ରଖି ତାକୁ ଗୋଡ଼ କହୁଛନିର୍ମାଲ୍ୟ କୈବଲ୍ୟ ପାଶେ ରଖି ପ୍ରଭୁଭକତ ଜନଙ୍କୁ ଟାଣି ନେଉଛ।। ଏମିତିକା ବେଶ ଅତି ମନଲୋଭାକାହିଁକି ଏପରି ତୁମେ ହେଉଛକହେ ଉମାଈଶ ପ୍ରଭୁ ତୁମ ଦାସମର୍ତ୍ତ୍ୟ ମଣ୍ଡଳକୁ ଟାଣି ନେଉଛ ।। ନୟାଗଡ଼, ମୋ – 9437106737

Read More

ଉଚ୍ଚଶିକ୍ଷା ଅନୁଷ୍ଠାନରୁ ଯୁକ୍ତ-୨ ଶିକ୍ଷାନୁଷ୍ଠାନ ଗୁଡିକ ପୃଥକ ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଗୁରୁତ୍ଵାରୋପ

ଭୁବନେଶ୍ବର: ଯୁକ୍ତ-୨ ଶିକ୍ଷାକୁ ଉଚ୍ଚଶିକ୍ଷା ବିଭାଗରୁ ପୃଥକ କରାଯାଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ମିଶ୍ରଣ କରାଯାଇଥିବା ବେଳେ ଯୁକ୍ତ-୨ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଉଚ୍ଚଶିକ୍ଷାରୁ ପୃଥକୀ କରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଗୁରୁତ୍ୱାରୋପ କରିଛନ୍ତି । ଯୁକ୍ତ-୨ ଶିକ୍ଷାନୁଷ୍ଠାନଗୁଡ଼ିକୁ ଉଚ୍ଚଶିକ୍ଷା ଅନୁଷ୍ଠାନରୁ ପୃଥକ କରିବା ପ୍ରକ୍ରିୟାର ଅଗ୍ରଗତି ସଂପର୍କରେ ସମୀକ୍ଷା ନିମନ୍ତେ ଏକ ଉଚ୍ଚସ୍ତରୀୟ ବୈଠକ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ସମେତ…

Read More

ନୟାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀର କରୋନା ସ୍ଥିତି ପରଖିଲେ ମନ୍ତ୍ରୀ ଏବଂ ଜିଲ୍ଲାପାଳ

ନୟାଗଡ: ନୟାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ଗ୍ରାମ ପଂଚାୟତର କୋଭିଡ୍ ସ୍ଥିତି ଉପରେ ସମୀକ୍ଷା କଲେ ଜିଲ୍ଲାପାଳ ଡଃ. ପୋମା ଟୁଡୁ। ଜିଲ୍ଲାପାଳ ଡ଼ଃ ଟୁଡୁ ଏହା ପୂର୍ବରୁ ଜିଲ୍ଲାର ଅନ୍ୟ ୩ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ସମୀକ୍ଷା ବୈଠକ କରିସାରିଛନ୍ତି । ଆଜିର ଏହି ବୈଠକରେ ନୟାଗଡ଼ ବିଧାୟକ ତଥା କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଵିକାଶ ଏବଂ ଉଚ୍ଚଶିକ୍ଷା ଵିଭାଗ ମନ୍ତ୍ରୀ ଡ଼ଃ ଅରୁଣ ସାହୁ ଉପସ୍ଥିତ ଥିଲେ। କୋଭିଡର ଦ୍ୱିତୀୟ ଲହର ସାଙ୍ଘାତିକ ଭାବରେ ବ୍ୟାପି ଚାଲିଥିବା ବେଳେ ଅନେକ ଲୋକଙ୍କ ଜୀବନ ବି ଗଲାଣି । ଏବେ ସହର ଠାରୁ ଗ୍ରାମ ପର୍ଯ୍ୟନ୍ତ ସବୁ ଠାରେ କରୋନା ରୋଗୀ ବାହାରିବାର ଲାଗିଛନ୍ତି । ଏହାର କାରଣ ଲୋକମାନଙ୍କ ଅସାବଧାନତା, ଖାମ ଖିଆଲ ମନୋଭାବ, ମାସ୍କ…

Read More