ନୟାଗଡ଼: ସଦର ଥାନା ପୁଲିସ୍ ଆଜି ସିତାରାମପୁର ରେଲୱେ ଓଭରବ୍ରିଜ୍ ନିକଟରୁ ଜଣେ ବ୍ୟକ୍ତିଙ୍କ ଠାରୁ ଚୋରା ମଦ ଓ ସ୍କୁଟି ଜବତ କରିବା ସହିତ ମଦ ବେପାରୀ କୈଳାସ ସାହୁକୁ ଗିରଫ୍ କରିଛି। ସୂଚନାନୁସାରେ, ନୟାଗଡ଼ ସଦରଥାନା ଅନ୍ତର୍ଗତ ଢେଙ୍କେଣା ପଞ୍ଚାୟତ ଅଧିନରେ ଥିବା ସିତାରାମପୁର ଅଞ୍ଚଳରେ ଚୋରାରେ ମଦ ବ୍ୟବସାୟ ହେଉଥିଲା । ସଦର ଥାନା ପୁଲିସ୍ ବିଶେଷ ସୁତ୍ରରୁ ଖବର ପାଇ ପେଟ୍ରୋଲିଂ କରୁଥିବା ବେଳେ କୈଳାସ ସାହୁ ଏକ ସ୍କୁଟିରେ ମଦ ନେଇ ଯାଉଥିଲା । ପୁଲିସ ଅଟକାଇବାରୁ ଗାଡ଼ି ଛାଡି ଦୌଡି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ କାବୁ କରି ଥାନାକୁ ଆଣିଥିଲା । ସ୍କୁଟିରୁ ୧୬.୧୪୦ମିଲି ଲିଟର ବିଅର, ଇମ୍ପିରାଲବ୍ଲୁ ମଦ ଓ ସ୍କୁଟି ଜବତ କରିଛି ପୁଲିସ୍ । ଥାନାରେ କେସ୍ ନଂ ୭୫/୨୧ରେ ଏକ ମାମଲା ଋଜୁ କରି କୈଳାସ ସାହୁକୁ ଗିରଫ୍ କରାଯାଇଛି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ସଦର ଥାନା ଅଧିକାରୀ ଦୀପକ୍ କୁମାର ଖଣ୍ଡାୟତରାୟ ସୂଚନା ଦେଇଛନ୍ତି । ଉକ୍ତ ଚଢଉରେ ଏସ.ଆଇ ଏସ୍ ବେହେରା, ଏସ.ଆଇ ସୋଫିଆ ମିଶ୍ର, ଏଏସଆଇ ଆର କଅଁର ଓ ଦୁଇ ଜଣ ଗୃହରକ୍ଷୀ ସାମିଲ ଥିଲେ ।
ସଦର ଥାନା ପୁଲିସ୍ ଦ୍ଵାରା ବିଦେଶୀ ମଦ ଜବତ, ଜଣେ ଗିରଫ
