ନୂଆଗାଁ: ନୂଆଗାଁ ତହସିଲ କାର୍ଯ୍ୟାଳୟରେ ନୂତନ ତହସିଲଦାର ଭାବେ ପ୍ରଳୟ ନନ୍ଦ ଶତପଥୀ ଯୋଗ ଦେଇଛନ୍ତି। ଏହା ପୂର୍ବରୁ ପୁରୀ ଜିଲ୍ଲାରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟରତ ଥିଲେ । ସାମ୍ପ୍ରତିକ କରୋନାର ଦ୍ଵିତୀୟ ଲହରୀ ଯୋଗୁଁ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ କରୋନା ନୀତି ନିୟମ ପାଳନ ପୂର୍ବକ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ବ୍ୟବହାର କରିବା ପାଇଁ ଜନସାଧାରଣଙ୍କୁ ନୂତନ ତହସିଲଦାର ପ୍ରଳୟ ନନ୍ଦ ଶତପଥୀ ନିବେଦନ କରିଛନ୍ତି।
Read MoreMonth: May 2021
ବାଲୁଗାଁରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ
ନୟାଗଡ଼: ନୟାଗଡ଼ ଜିଲ୍ଲା ବିଜୁ ଯୁବ ଜନତା ଦଳ ପକ୍ଷରୁ ବାଲୁଗାଁ କଲ୍ୟାଣ ମଣ୍ଡପଠାରେ ଜୋନ ସ୍ତରୀୟ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଆହ୍ୱାନ କ୍ରମେ ବିଜୁ ଯୁବ ଜନତା ଦଳ ସଭାପତି ରମେଶ କୁମାର ସାହୁଙ୍କ ନେତୃତ୍ୱରେ ଏହି ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଆଜିର ରକ୍ତଦାନ ଶିବିରରେ ସ୍ଥାନୀୟ ଅଞ୍ଚଳର ୫୦ଜଣ ଯୁବକ ରକ୍ତଦାନ କରିଥିବା ଜଣାଯାଇଛି। ନୟାଗଡ଼ ରକ୍ତଭଣ୍ଡାର କର୍ମଚାରୀ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିବା ଜଣାଯାଇଛି। ଏହି ଶିବିରରେ ସମାଜସେବୀ ଜନାର୍ଦ୍ଦନ ଦଳବେହେରା, ପୂର୍ଣ୍ଣଚନ୍ଦ୍ର ନାୟକ, ବ୍ଲକ ଉପାଧ୍ୟକ୍ଷ ସୁବାଷ କହଁର, ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ଗୁରୁ ପ୍ରସାଦ ଜେନା, ଜିଲ୍ଲା ପରିଷଦ ସଭ୍ୟା କଳ୍ପନା ଦଳବେହେରା, ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ ପ୍ରମୂଖ…
Read More୧୪ଦିନିଆ ଲକଡାଉନ: ପ୍ରଥମ ଦିନରୁ କଡ଼ାକଡ଼ି କଲା ରଣପୁର ପୋଲିସ
ରଣପୁର: ରାଜ୍ୟରେ କରୋନାର ଦ୍ଵିତୀୟ ଲହରୀର ତୀବ୍ରତା ଅତି ଭୟଙ୍କର ହୋଇଛି। ରାଜ୍ୟରେ ସଂକ୍ରମଣ ସ୍ଥିତି ବୃଦ୍ଧି ପାଉଥିବା ବେଳେ ଆଜି ଠାରୁ ଆରମ୍ଭ ହୋଇଛି ଲକଡାଉନ ପ୍ରଥମ ଦିନ । ଅନ୍ୟାନ୍ୟ ଜିଲ୍ଲାର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ଆଶାତୀତ ସଂକ୍ରମଣ ରୋକିବା ପାଇଁ ଏକ କଡା ପଦକ୍ଷେପ ଗ୍ରହଣ କରାଯାଇଛି । ପୁଣି ରାଜ୍ୟକୁ ଫେରିଛି ଲକଡାଉନ। କରୋନାର ଅତି ଭୟଙ୍କର ରୁପ ଓ ସଂକ୍ରମଣର ଦୃତ ଗତିକୁ ଦୃଷ୍ଟିରେ ରଖି ରାଜ୍ୟରେ ୧୪ ଦିନିଆ ଲକଡାଉନ ଘୋଷଣା କରିଛନ୍ତି । ଯାହା ଆଜି ଠାରୁ ଆରମ୍ଭ ହୋଇଛି। ତେବେ ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳରେ ଏହାର ପ୍ରଭାବ ପ୍ରଥମ ଦିନରୁ ହିଁ ଦେଖିବାକୁ ମିଳିଛି। ଲକଡାଉନର ପ୍ରଥମ ଦିନରେ ସମସ୍ତ ରାସ୍ତାଘାଟ ପଡିଛି ଶୂନଶାନ । ଆଜି…
Read Moreକୋଭିଡ୍ ପରୀକ୍ଷା ପାଇଁ ନୂଆ ନିୟମ ଜାରି କଲେ କେନ୍ଦ୍ର ସରକାର
କରୋନାଭାଇରସ୍ ସଂକ୍ରମଣ ମାମଲା ଦ୍ରୁତ ବେଗରେ ବୃଦ୍ଧିପାଉଥିବା ବେଳେ ‘ଡାଇଗ୍ନୋଷ୍ଟିକ୍ ଲ୍ୟାବ୍’ ଗୁଡ଼ିକ ଉପରୁ ଚାପ ହ୍ରାସ ଲାଗି କେନ୍ଦ୍ର ସରକାର ମଙ୍ଗଳବାର ଦିନ ଦେଶରେ ‘କରୋନାଭାଇସ୍-ଟେଷ୍ଟିଙ୍ଗ୍ ନିୟମ’ ସଂଶୋଧନ କରିଛନ୍ତି। ସୁସ୍ଥ ଥିବା ଆନ୍ତରାଜ୍ୟ ଭ୍ରମଣକାରୀ ଏବଂ ଡାକ୍ତରଖାନାରୁ ବିଦାୟ ନେଇ ଆସୁଥିବା କୋଭିଡ୍ ରୋଗୀମାନଙ୍କର ନମୁନା ପରୀକ୍ଷା କରାଯିବ ନାହିଁ ବୋଲି ଏଥିରେ ଉଲ୍ଲେଖ ଅଛି। ଦ୍ରୁତ ବେଗରେ ସଂକ୍ରମଣ ତେଜୁଥିବା କାରଣରୁ ଦେଶବ୍ୟାପୀ ଥିବା ୨,୫୦୦ରୁ ଊର୍ଦ୍ଧ୍ବ ଲ୍ୟାବ୍ ପ୍ରବଳ ଚାପରେ କାମ କରୁଛନ୍ତି। ରାଜ୍ୟମାନଙ୍କ ପ୍ରତି ଜାରି ଏକ ସର୍କ୍ୟୁଲାର୍ରେ କେନ୍ଦ୍ର ସରକାର କହିଛନ୍ତି ଯେ, ଲ୍ୟାବ୍ମାନଙ୍କ ଉପରୁ ଚାପ ହ୍ରାସ କରିବା ନିମନ୍ତେ ଆନ୍ତରାଜ୍ୟ ଘରୋଇ ଯାତ୍ରାରେ ଗମନାଗମନ କରୁଥିବା ସୁସ୍ଥ ବ୍ୟକ୍ତି ବିଶେଷଙ୍କ ପାଇଁ ଥିବା ‘ଆର୍ଟି-ପିସିଆର୍’ ବ୍ୟବସ୍ଥା ସମ୍ପୂର୍ଣ୍ଣରୂପେ ଉଠାଇ ଦିଆଯାଉ। ସେହିଭଳି, ସୁସ୍ଥ ହେବା ପରେ…
Read Moreନୂଆସାହି ଅଗ୍ନି ବିପନ୍ନଙ୍କୁ ମନ୍ତ୍ରୀଙ୍କ ସହାୟତା
ଓଡ଼ଗାଁ: ଓଡ଼ଗାଁ ବ୍ଲକ ଅନ୍ତର୍ଗତ ପୋଡ଼ାସାହି ଗ୍ରାମର ନୂଆସାହିରେ ଭୟାବହ ଅଗ୍ନିକାଣ୍ଡ ଘଟି ବହୁ କ୍ଷୟକ୍ଷତି ହୋଇଥିବା ବେଳେ ୨୨ଟି ପରିବାରର ବାସଗୃହଠାରୁ ଆରମ୍ଭ କରି ସବୁକିଛି ଜଳିପୋଡ଼ି ଛାରଖାର ହୋଇଯାଇଥିଲା। ଅଗ୍ନି ବିପନ୍ନଙ୍କୁ ସଙ୍ଗେସଙ୍ଗେ ସହାୟତା ଯୋଗାଇ ଦେବାକୁ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ଼ଃ. ଅରୁଣ କୁମାର ସାହୁ ପ୍ରତିଶୃତି ଦେଇଥିଲେ। ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ ବ୍ୟବସ୍ଥା କରାଯାଇଥିବା ସହାୟତା ରାଶିକୁ ଆଜି ମନ୍ତ୍ରୀ ଡ଼ଃ. ସାହୁ ନୂଆସାହି ଗ୍ରାମବାସୀଙ୍କୁ ବଣ୍ଟନ କରିଥିବା ଜଣାଯାଇଛି । ପ୍ରତ୍ୟେକ ପରିବାରକୁ ୯୮ହଜାର ୯ଶହ ଟଙ୍କା ସରକାରୀ ଏବଂ ଏକ ହଜାର ଟଙ୍କା ଲେଖାଏଁ ବ୍ୟକ୍ତିଗତ ସହୟତା ରାଶି ପ୍ରଦାନ କରିଥିବା ଜଣାପଡିଛି।। ଏଥିସହିତ ବାସହୀନ ଲୋକଙ୍କୁ ଶୁଖିଲା ଖାଦ୍ୟ ସହ ଅନ୍ୟାନ ସାମଗ୍ରୀ ବଣ୍ଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଓଡ଼ଗାଁ ତହସିଲଦାର…
Read Moreନୟାଗଡ଼ ଜିଲ୍ଲା ପ୍ରାଣୀ ଚିକିତ୍ସକ ସମୂହ ଇସ୍ତଫା ନେଇ ସରକାରଙ୍କୁ ଚେତାବନୀ
ନୟାଗଡ଼: ସରକାରୀ ଅବହେଳା ପ୍ରତିବାଦରେ ପ୍ରାଣୀ ଚିକିତ୍ସକମାନେ ପ୍ରଥମେ କଳାବ୍ୟାଚ ପରିଧାନ କରିଥିବା ବେଳେ ଏବେ ସମୂହ ଛୁଟିରେ ଯିବାକୁ ଚେତାବନୀ ଦେଇଛନ୍ତି । ଗତ ଅପ୍ରେଲ ୧୯ ତାରିଖଠାରୁ ପ୍ରାଣୀ ଚିକିତ୍ସକମାନେ କଳାବ୍ୟାଚ ପରିଧାନ କରିଥିବା ବେଳେ ଅପ୍ରେଲ ୨୫ ତାରିଖରୁ ଡିଜିଟାଲ ସେବା ବର୍ଜ୍ଜନ ଏବଂ ମେ ୧ ତାରିଖରୁ କମଲ ଛାଡ଼ ଆନ୍ଦୋଳନ କରିଥିବା ଜଣାପଡ଼ିଛି। ତଥାପି ସରକାର ସେମାନଙ୍କ ଦାବିକୁ ଗୁରୁତ୍ୱ ଦେଉନଥିବାରୁ ମେ ୧୫ ତାରିଖରୁ ସମସ୍ତେ ଛୁଟିରେ ରହିବା ଏବଂ ମେ ୨୫ ତାରିଖରୁ ସମୂହ ଇସ୍ତଫା ଦେବାକୁ ଚେତାବନୀ ଦେଇଛନ୍ତି । ଏନେଇ ନୟାଗଡ଼ ପଶୁ ଚିକିତ୍ସାଳୟଠାରେ ସଂଘ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି ।
Read Moreକଲେଜ ଓ ବିଶ୍ୱବିଦ୍ୟାଳୟ ପାଇଁ ଖରାଛୁଟି ଘୋଷଣା
ନୟାଗଡ଼: (ନୟାଗଡ଼ ଦର୍ପଣ, ବ୍ୟୁରୋ) ରାଜ୍ୟର ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ପାଇଁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି ସରକାର। ମେ’ ୫ ତାରିଖ ଅର୍ଥାତ୍ ଆସନ୍ତାକାଲି ଠାରୁ ମେ’ ୩୧ ତାରିଖ ଯାଏ ଗ୍ରୀଷ୍ମଛୁଟି ଘୋଷଣା କରାଯାଇଛି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଆସୁଥିବା ସମସ୍ତ ଶିକ୍ଷାନୁଷ୍ଠାନ ପାଇଁ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ଖରାଛୁଟି ନେଇ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ଚିଠି କରାଯାଇଛି। ତା’ସହିତ ସମସ୍ତ ସରକାରୀ ଓ ବେସରକାରୀ ଡିଗ୍ରୀ କଲେଜର ପ୍ରିନ୍ସପାଲ ମାନଙ୍କୁ ମଧ୍ୟ ଏନେଇ ଚିଠି କରାଯାଇଛି। ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଏହି ଚିଠି ଜାରି କରିଥିବା ବେଳେ ଏଥିରେ ଖରାଛୁଟି ସମୟରେ ଅନ୍ଲାଇନ୍ କ୍ଲାସ୍ ଅବା ପରୀକ୍ଷା କରାଯିବାକୁ ସ୍ପଷ୍ଟ ଭାବେ ବାରଣ କରାଯାଇଛି। ତେବେ ପିଏଚ୍ଡି ଓ ଅନ୍ୟ ରିସର୍ଚ୍ଚ ସ୍କୋଲାରଙ୍କ ପାଇଁ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ସାକ୍ଷାତକାର…
Read Moreମିନିଟ୍ରକ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଗାଡ଼ି ସହ ଡ୍ରାଇଭର ଫେରାର
ରଣପୁର : ନୟାଗଡ ଜିଲ୍ଲା ରଣପୁର ବ୍ଲକ ଲୋଧାଚୁଆ ପଞ୍ଚାୟତ ଅଫିସ ସମ୍ମୁଖରେ ଏକ ମିନି ଟ୍ରକ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ଅନୁସାରେ ଲୋଧାଚୁଆ ପଞ୍ଚାୟତ ଅଧିନସ୍ଥ ବଗଲ ଗ୍ରାମର ହରିହର ପ୍ରଧାନ(୭୦) ସୋମବାର ଅପରାହ୍ନ ସମୟରେ ଲୋଧାଚୁଆ ପଞ୍ଚାୟତକୁ ରାସନ ନେବାକୁ ଆସିଥିଲା ବେଳେ ରାସନ ନେଇ ପଞ୍ଚାୟତ ଅଫିସରୁ ବାହାରି ରାସ୍ତା ପାର ହେଉଥିବା ସମୟରେ ରାଜସୁନାଖଳାରୁ ରଣପୁର ଆଡେ ଆସୁଥିବା ଏକ ବିଦେଶୀ ମଦ ବୋଝେଇ ମିନିଟ୍ରକ ଗାଡ଼ି ନମ୍ବର OD-02-AA-4771 ବୃଦ୍ଧ ହରିହରଙ୍କୁ ସମୁଖ ପଟୁ ଧକ୍କା ଦେଇଥିଲା। ଯାହା ଫଳରେ ହରିହର କିଛି ଦୁର ଛିଟିକି ପଡି ଗୁରୁତର ଆହତ ହୋଇଥିଲେ ତେବେ ସ୍ଥାନୀୟ ଜନସାଧାରଣଙ୍କ ଦ୍ୱାରା ସଙ୍ଗେସଙ୍ଗେ ତାଙ୍କୁ ରଣପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା ଏବଂ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ…
Read Moreନୟାଗଡର ଏକ ମନୋରମ ପର୍ଯ୍ୟଟନ କ୍ଷେତ୍ର ସାତକୋଶିଆ
ନୟାଗଡ଼ ଓ ଅନୁଗୋଳ ଜିଲ୍ଲାର ସିମାନ୍ତ ଅଞ୍ଚଳ ଗଣିଆ ବ୍ଲକର ମହାନଦୀରେ ଥିବା ସାତକୋଶିଆ ଗଣ୍ଡ, ମଗର ଓ ଘଡିଆଳ କୁମ୍ଭୀର ପାଇଁ ପ୍ରସିଦ୍ଧ । ଏତଦ୍ ବ୍ୟତୀତ ସାତକୋଶିଆ ଅଭୟାରଣ୍ୟ ଓ ଗଣ୍ଡ ଅଞ୍ଚଳରେ ଚାତକ, ମାଛରଙ୍କା, ହଂସରାଳି, କଣ୍ଟିଆ, ଭାଲିଆଖାଇ, ଚକୁଆଚକୋଇ ଓ ବ୍ରାହ୍ମଣୀଟକ ଆଦି ରଙ୍ଗବେରଙ୍ଗର ପକ୍ଷୀଙ୍କ କଳରବରେ ଏଠାକାର ସ୍ଥାନ ହୋଇଉଠେ ଚଳଚଞ୍ଚଳ । ସେହିପରି ଗଣ୍ଡରେ ନୌକା ବିହାର ଓ ପାହାଡ଼ ଚଢ଼ିବାର ସୁବିଧାସହ ବିସ୍ତୀର୍ଣ୍ଣ ବାଲୁକାରାଶିରେ ବଣଭୋଜି କରିବାର ମଜା ନିଆରା । ଏଠାରେ ମହାନଦୀ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ନୌକା ବିହାରର ସୁବିଧା ଥିଲେ ମଧ୍ୟ ସବୁବେଳେ ସମ୍ଭବ ନଥିଲା । କିନ୍ତୁ ବର୍ତ୍ତମାନ ସମସ୍ତ ସୁବିଧା କରାଗଲାଣି । ମହାନଦୀ ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ଅନ୍ୟତମ ବାଇଶପଲ୍ଲୀ ସଂରକ୍ଷିତ ଅଭୟାରଣ୍ୟ ଅପରୂପା ପ୍ରାକୃତିକ ଶୋଭାରାଜି, ଘଞ୍ଚବନାନୀ,…
Read Moreଯାହାକୁ ନେଇ ନୟାଗଡ଼ ମାଟି ଆଜି ବିଶ୍ଵ ବିଦିତ: ସେ ହେଲେ ଖଣ୍ଡପଡାର ପଠାଣି ସାମନ୍ତ
ସାମନ୍ତ ଚନ୍ଦ୍ରଶେଖର ବା ପଠାଣି ସାମନ୍ତ ଉତ୍କଳ ଜନନୀଙ୍କର ସର୍ବଶ୍ରେଷ୍ଠ ତଥା ଯୋଗ୍ୟତମ ସନ୍ତାନ ଅଟନ୍ତି । ୧୮୩୫ଖ୍ରୀ.ଅ.ରେ ପୌଷ କୃଷ୍ଣାଷ୍ଟମୀ ଦିନ ଖଣ୍ଡପଡ଼ାଗଡ଼ର ସାମନ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ସେ । ଏହି ପ୍ରସିଦ୍ଧ ଜ୍ୟୋତିର୍ବିଜ୍ଞାନୀଙ୍କ ଦୀର୍ଘ ଦୁଇ ଦଶନ୍ଧିର ଉତ୍ସର୍ଗୀକୃତ ସାଧନାର ସର୍ବଶ୍ରେଷ୍ଠ କୃତି ହେଉଛି ‘ସିଦ୍ଧାନ୍ତଦର୍ପଣ’ ଗ୍ରନ୍ଥ, ଯାହା ମୂଳତଃ ସଂସ୍କୃତ ଭାଷାରେ ଲେଖାଯାଇଛି । ଏହି ଗ୍ରନ୍ଥରେ ସର୍ବମୋଟ୍ ୨୫୦୦ଟି ଶ୍ଳୋକ ରହିଛି ଓ ଏଥିରେ ଜ୍ୟୋତିଷଶାସ୍ତ୍ର, ଭୂଗୋଳ, ଖଗୋଳ, ଭୂପ୍ରମାଣବାଦ, ଭୂସ୍ଥିରତାବାଦ, ଗ୍ରହସ୍ଫୁଟ, ଚନ୍ଦ୍ରସୂର୍ଯ୍ୟଙ୍କ ଗତି, ଅୟନାନ୍ତ, ଆଦି ବହୁ ବିଷୟରେ ଆଲୋଚନା ରହିଛି । ଏହିଗ୍ରନ୍ଥ ପ୍ରକୃତରେ ଜ୍ୟୋତିର୍ବିଜ୍ଞାନ, ଜ୍ୟୋତିଷ ଶାସ୍ତ୍ର, ସଂସ୍କୃତ ସାହିତ୍ୟ ଓ ବ୍ୟାକରଣର ଏକ ଅପୂର୍ବ ସଂଗମ ଅଟେ । ୧୮୯୯ ଖ୍ରୀ.ଅ.ରେ ଏହାର ପ୍ରଥମ ସଂସ୍କରଣ ପ୍ରକାଶ ପାଇଥିଲା । ‘ସିଦ୍ଧାନ୍ତ…
Read More