ଲଡ଼ୁବାବାଙ୍କୁ ଦର୍ଶନ କଲେ କେନ୍ଦ୍ରାପଡ଼ା ବିଧାୟକ ଶଶୀଭୁଷଣ ବେହେରା

ଓଡ଼ଗାଁ,(୨୪/୦୮):- କେନ୍ଦ୍ରାପଡ଼ା ବିଧାୟକ ଶଶୀଭୁଷଣ ବେହେରା ଆଜି ଓଡିଶାର ପ୍ରସିଦ୍ଧ ଶୈବପୀଠ ଶରଣକୁଳର ଲଡ଼ୁବାବା ପୀଠକୁ ଗସ୍ତ କରି ବାବାଙ୍କ ଦର୍ଶନ କରିଛନ୍ତି । ଲଡ଼ୁବାବା ମନ୍ଦିର ଦର୍ଶନ ସାରି, ଶରଣକୁଳ ମନ୍ଦିର କମିଟି ଏବଂ ସ୍ଥାନୀୟ ନେତୃ ମଣ୍ଡଳୀଙ୍କ ସହିତ ବିଭିନ୍ନ ପ୍ରକାର ଆଲୋଚନା କରିଥିଲେ । ମନ୍ଦିରର ଉନ୍ନତି ନିମନ୍ତେ ମନ୍ଦିର ପୋଖରୀ ଭିତରେ ୱାଟର ଡାନ୍ସ., ପାର୍କିଙ୍ଗ ବ୍ୟବସ୍ଥା ପାଇଁ ପର୍ୟ୍ୟଟନ ମନ୍ତ୍ରୀ ସହ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

Read More

ସୁନାଚେନ ଲୁଟେରା ଗିରଫ, ସୁନାଚେନ ଜବତ

ନୟାଗଡ଼(୨୪/୦୮):- ନୟାଗଡ଼ ଟାଉନଥାନା ପୁଲିସ ଆଜି ଜଣେ ସୁନାଚେନ ଲୁଟେରାକୁ ଗିରଫ କରିଛି । ଲୁଟେରା ଜଣଙ୍କ ଶରଣକୁଳ ଥାନା ଗମ୍ଭାରିଡିିହି ଗ୍ରାମର ଦେବାଶିଷ ପ୍ରଧାନ ବୋଲି ସୂଚନା ମିଳିଛି । କିଛିଦିନ ତଳେ ସେ ନୟାଗଡ଼ ସହରରେ ଜଣେ ମହିଳା ବ୍ୟବସାୟୀଙ୍କ ବେକରୁ ଚେନ ଭିଡ଼ି ଚାଲି ଯାଇଥିଲେ । ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଆଜି ଦେବାଶିଷକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ତାଙ୍କ ନିକଟରୁ ଲୁଟ ହୋଇଥିବା ସୁନାଚେନକୁ ଜବତ କରାଯାଇଛି।

Read More

ଦିନକୁ ୩୦ମିନିଟ୍‌ ଚାଲିବା ଦ୍ୱାରା ଶରୀରକୁ ମିଳିଥାଏ ଅନେକ ଫାଇଦା

ଚାଲିବା ହେଉଛି ଏକ ପ୍ରକାର କାର୍ଡିଓଭାସ୍କୁଲାର ଏକ୍ସରସାଇଜ୍‌। ନିୟମିତ ୩୦ରୁ ଘଣ୍ଟେ ଚାଲିବା ଦ୍ୱାରା ବିଭିନ୍ନପ୍ରକାର ଫାଇଦା ମିଳିଥାଏ। ଆସନ୍ତୁ ଜାଣିବା ଚାଲିବାର ଫାଇଦା। ସ୍ୱାସ୍ଥ୍ୟ:- ଆପଣଙ୍କ ଓଜନ ଯେତିକି ଅଛି, ତାକୁ ନିୟନ୍ତ୍ରଣ କରିବାକୁ ହେଲେ ଚାଲିବା ହେଉଛି ଉତ୍ତମ ବ୍ୟାୟାମ। କିନ୍ତୁ, ଓଜନ କମ୍‌ କରିବାକୁ ଚାହୁଁଥିଲେ ଦିନକୁ ୩୦ ମିନିଟ୍‌ ଦ୍ରୁତ ଗତିରେ ଚାଲିବା ଦ୍ୱାରା ଲାଭ ମିଳିଥାଏ। ଚାଲିବା ଦ୍ୱାରା ଷ୍ଟ୍ରେସ୍‌ ଦୂର ହୋଇଥାଏ, ଶରୀରକୁ ଶକ୍ତି ମିଳିଥାଏ ଓ ଥକ୍କା ଅନୁଭବ ହୋଇନଥାଏ। ବିଶେଷଜ୍ଞ ମତରେ, ଯଦି ଆପଣ ଗୋଟେ ଘଣ୍ଟା ଦ୍ରୁତ ଗତିରେ ଚାଲୁଛନ୍ତି, ତେବେ ଦିନ ତମାମ ଆପଣଙ୍କୁ ଅଳସୁଆ ଲାଗିବା ନାହିଁ ଓ ଆପଣ ସତେଜ ଅନୁଭବ କରିବେ। ଅଫିସ୍‌ରେ ୮ରୁ ୧୦ ଘଣ୍ଟା ବସିରହି କାର୍ଯ୍ୟ କରୁଥିଲେ ଓଜନ ବୃଦ୍ଧି ହେବାର ଓ ପେଟ…

Read More

ପୁଅର ଦୋୖରାତ୍ମ୍ୟରେ ଅତିଷ୍ଠ ହୋଇ ନିଜର ଜନ୍ମିତ ପୁଅକୁ ହତ୍ୟା କଲା ମା’

ଦଶପଲ୍ଲା(୨୪/୦୮):- ଦଶପଲ୍ଲା ବିଜ୍ଞାପିତ ଅଂଚଳ ପରିଷଦ ସ୍ଥିତ ନାହାକପଡା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ସେହି ଗ୍ରାମର ସରୋଜିନୀ ବେହେରା ଓ କୁନ୍ଥୁ ବେହେରାଙ୍କ ପୁଅ ବସନ୍ତ ବେହେରା (୪୦)ଙ୍କ ନିର୍ଯ୍ୟାତନାରେ ଅତିଷ୍ଠ ହୋଇ ତାଙ୍କ ମାଆ, ସରୋଜିନୀ ବେହେରା ନିଜ ଜନ୍ମିତ ପୁଅକୁ ହତ୍ୟା କରିଛନ୍ତି। ସୂଚନା ଅନୁସାରେ, ବସନ୍ତ ଜଣେ ଅଭ୍ୟାସ ଗତ ନିଶାଖୋର୍ ବ୍ୟକ୍ତି ହେଇଥିବାରୁ ସେ ପ୍ରତିଦିନ ବୃଦ୍ଧ ବାପା ଓ ମା’ଙ୍କୁ ନିଶାଗ୍ରସ୍ତ ଅବସ୍ଥାରେ ଅକର୍ଥନୀୟ ନିର୍ଯ୍ୟାତନା ଦେଇ ଆସୁଥିଲେ । ଗତକାଲି ବିଳମ୍ଵିତ ରାତିରେ, ନିଶାଗ୍ରସ୍ତ ହୋଇ ସେ ତାଙ୍କ ବାପାଙ୍କ ଉପରେ ସବୁଦିନ ଭଳି ଅତ୍ୟାଚାର ଓ ଜୁଲୁମ୍ କରିବା ଆରମ୍ଭ କରିଦେଇଥିଲେ। ତାଙ୍କ ମା, ସରୋଜିନୀ ଏସବୁ ଦେଖି ସହ୍ୟ କରି ନ ପାରି ନିଶାଗ୍ରସ୍ତ ଏକମାତ୍ର ପୁଅକୁ ସବୁଦିନ ପାଇଁ ଶେଷ…

Read More

ଉଦଘାଟନ ପୂର୍ବରୁ ଲୋକଙ୍କ ବିରୋଧର ସମ୍ମୁଖୀନ ହେଲେ ଦଶପଲ୍ଲା ବିଧାୟକ

ଗଣିଆ(୨୪/୦୮):- ଗଣିଆ ବ୍ଲକ ବଡମୂଳ ଠାରୁ ଶିଖରଗୋଛା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କର ଶୁଭ ଉଦଘାଟନ କାର୍ଯ୍ୟକୁ ନେଇ ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ଏହାକୁ ନେଇ ଆଜି ରାସ୍ତା ଅବରୋଧ କରି ବସିଥିଲେ ଶତାଧିକ ଜନସାଧାରଣ। ଉକ୍ତ ରାସ୍ତାକୁ ଉଦଘାଟନ କରିବାକୁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ବ୍ଲକ ଅଧ୍ୟକ୍ଷ ଶେଷଦେବ ସ୍ୱାଇଁ, କନ୍ଧମାଳ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର, ଜିଲ୍ଲାପରିଷଦ ସଭ୍ୟ ମହେଶ୍ୱର ମହାରଣାଙ୍କ ସମେତ ବିଭାଗୀୟ ଅଧିକାରୀ, ସ୍ଥାନୀୟ ଜନପ୍ରତିନିଧି ଯାଉଥିବା ସମୟରେ ବଡମୂଳ ବନବିଭାଗର ଫାଟକ ନିକଟରେ ରାସ୍ତା ଅବରୋଧ କରି ବସିଥିବା ଜନସାଧାରଣ ସେମାନଙ୍କୁ ଛାଡ଼ିନଥିଲେ। ରାସ୍ତା କାମ ଅଧାପନ୍ତରିଆ ହୋଇଥିବାବେଳେ କିପରି ଉଦଘାଟନ ହେଉଛି ବୋଲି ସେମାନେ ପ୍ରଶ୍ନ କରିଥିଲେ। ବଡମୂଳ ଠାରୁ ଶିଖରଗୋଚ୍ଛା ପର୍ଯ୍ୟନ୍ତ ଏକ କିଲୋମିଟର ରାସ୍ତା ଅସମ୍ପୂର୍ଣ୍ଣ ହୋଇଥିବାରୁ ଯଥାଶୀଘ୍ର ସମ୍ପୂର୍ଣ…

Read More

କଂଗ୍ରେସ ସେବା ଦଳ ଷ୍ଟିଅରିଂ କମିଟି ସଭ୍ୟ ହେଲେ ନୟାଗଡ଼ର ମନୋଜ କୁମାର ସାହୁ

ନୟାଗଡ଼,(୨୩/0୮): ନୟାଗଡ଼ ଅଖିଳ ଭାରତ କଂଗ୍ରେସ ସେବାଦଳ ଷ୍ଟିଅରିଂ କମିଟିର ସଦସ୍ୟ ହେଲେ ନୟାଗଡ଼ ବ୍ଲକ ଇଟାମାଟିର ପୂର୍ବତନ ସରପଞ୍ଚ ତଥା ନୟାଗଡ ନିର୍ବାଚନ ମଣ୍ଡଳୀରୁ ୨୦୧୯ ନିର୍ବାଚନରେ କଂଗ୍ରେସ ଦଳ ପକ୍ଷରୁ ହୋଇଥିବା ବିଧାୟକ ପ୍ରାର୍ଥୀ ମନୋଜ କୁମାର ସାହୁ। ସେବା ଦଳ ମୁଖ୍ୟ ସଙ୍ଗଠକ ଲାଲାଜୀ ଦେଶାଇ ଶ୍ରୀ ସାହୁଙ୍କୁ କମିଟିର ସଦସ୍ୟ ଭାବେ ଅନୁମୋଦନ କରିଛନ୍ତି। ସଦସ୍ୟ ହେବାପରେ ସେ ପ୍ରଦେଶ କଂଗ୍ରେସ ସେବା ଦଳ ମୁଖ୍ୟ ସଙ୍ଗଠକ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଛନ୍ତି। ଆଗାମୀ ଦିନରେ ପ୍ରଦେଶ କଂଗ୍ରେସ ସେବା ଦଳ କିପରି ସାରା ରାଜ୍ୟରେ କ୍ରିୟାଶୀଳ ହେବ ସେ ଦିଗରେ ଅହରହ ଉଦ୍ୟମ ଜାରି ରଖିବି ବୋଲି ଶ୍ରୀଯୁକ୍ତ ମନୋଜ କୁମାର ସାହୁ…

Read More

‘ଫୋକସ୍ ଫାଉଣ୍ଡେସନ୍ ଲୋଗୋ’ ଉନ୍ମୋଚନ

ନୂଆଗାଁ(୨୨/୦୮): ସମାଜସେବା କ୍ଷେତ୍ରରେ ସାମିଲ ହୋଇଥିବା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମଧୁବନ ଫୋକସ୍ ଫାଉଣ୍ଡେସନ୍ ପକ୍ଷରୁ ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି । ଫାଉଣ୍ଡେସନ୍ ସଭାପତି ଦିନେଶ ବିଶ୍ୱାଳଙ୍କ ତତ୍ୱବଧାନରେ ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମକୁ ନିଆରା ଢଙ୍ଗରେ ଉନ୍ମୋଚନ କରାଯାଇଛି । ଫୋକସ୍ ଫାଉଣ୍ଡେସନର ସଦସ୍ୟମାନେ ଲୋଗୋକୁ ଉନ୍ମୋଚନ କରିବା ପାଇଁ ଅତିଥିମାନଙ୍କ ପାଖରେ ପହଞ୍ଚି ଫୋକସ୍ ଫାଉଣ୍ଡେସନର ଲୋଗୋ ଉନ୍ମୋଚନ କରିଥିଲେ । ଏହି ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥିଭାବେ ନୟାଗଡ଼ ସଦର ଥାନା ଅଧିକାରୀ ଦିପକ୍ କୁମାର ଖଣ୍ଡାୟତରାୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡିସିନ୍ ସ୍ପେଶାଲିଷ୍ଟ ଡ଼ ସିଦ୍ଧାର୍ଥ ଦାସ, ଡ଼ ସତ୍ରୁଘ୍ନ ନାୟକ, ଡ଼ ପ୍ରଶନ୍ନ ପ୍ରସାଦ ସାହୁ, ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ସଂଯୋଜକ ଅନୁରାଗ କୁମାର, ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ନୂଆଗାଁ ବ୍ଲକ୍…

Read More

ଅଧପନ୍ତରିଆ ଡ୍ରେନ, ଦୁର୍ଦ୍ଦଶାରେ ସହରବାସୀ, ଜନ ଆନ୍ଦୋଳନ ପାଇଁ ଚେତାବନୀ

ନୟାଗଡ଼,(୨୨ା୮): କଥାରେ ଅଛି ଗାଁ ପରିମଳ ଧୋବା ତୁଠରୁ, ସେହିପରି ସହରର ବିକାଶ ଜଣାପଡ଼େ ରାସ୍ତାଘାଟ ତଥା ଡ୍ରେନ ପରିମଳ ଏବଂ ପରିଚାଳନାରୁ । ଏହାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛି ନୟାଗଡ଼ ଜିଲ୍ଲା ସଦର ମହକୁମାରେ । ନୟାଗଡ଼ ଜିଲ୍ଲା ସଦର ମହକୁମା ତଥା ନୟାଗଡ଼ ମୁନିସିପାଲିଟି ଅଞ୍ଚଳରେ ଅଧିକାଂଶ ସ୍ଥାନରେ ଡ୍ରେନ ନଥିବାରୁ ବିଭିନ୍ନ ଅଞ୍ଚଳରେ ପାଣି ଜମି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବା ସହ ମ୍ୟାଲେରିଆ ଡେଙ୍ଗୁ ଆଦି ବ୍ୟାପିବାର ସମ୍ଭାବନା ସୃଷ୍ଟି ହୋଇଛି । ନୟାଗଡ଼ ମୁନିସିପାଲଟିର ବିଭିନ୍ନ ୱାର୍ଡ଼, ସାହି ବସ୍ତି ଆଦି ଅଞ୍ଚଳରେ ଡ୍ରେନ କାମ ମୁନିସିପାଲଟି ପକ୍ଷରୁ ନିର୍ମାଣ କରାଯାଇ ରକ୍ଷଣାବେକ୍ଷଣ କରାଯିବାର ନିୟମ ରହିଥିବା ବେଳେ ନୟାଗଡ଼ ସହର ମଧ୍ୟ ଦେଇ ଯାଇଥିବା ଷ୍ଟେଟ ହାଇୱେର ଦୁଇ ପାଶ୍ୱର୍ରେ ପୂର୍ତ୍ତ ବିଭାଗ ପକ୍ଷରୁ ଡ୍ରେନ ନିର୍ମାଣ…

Read More

ଉଚ୍ଚଡିଆଁ ମାରି ପାଳନ କଲେ ଗହ୍ମାଡିଆଁ ଉତ୍ସବ

ନୟାଗଡ଼(୨୨ା୮): ନୟାଗଡ଼ ବ୍ଳକ ଅନ୍ତର୍ଗତ କ୍ରିଦାଶପୁର ପଂଚାୟତର କଂଚନବିଲି ବାଲୁଙ୍କେଶ୍ୱର ମନ୍ଦିର ଠାରେ ରକ୍ଷାବନ୍ଧନ ଓ ଗହ୍ମା ପୂର୍ଣ୍ଣମୀ ଅବସରରେ ଗହ୍ମାଡିଆଁ ଉତ୍ସବ କୋଭିିଡ୍ କଟକଣାରେ ପାଳିତ ହୋଇଯାଇଛି । କଂଚନବିଲି ଗ୍ରାମ୍ୟ ସଭାପତି ଆଡଭୋକେଟ ସଂସାରୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ବିଭିନ୍ନ ବୟସର ପିଲାମାନେ ଭାଗନେଇ ଗହ୍ମା ଡେଇଁଥିଲେ । ଗହ୍ମାଡିଆଁ ଉତ୍ସବ ପାରମ୍ପରିକ ଭାବେ ଏହି ଗ୍ରାମରେ ପାଳନ ହୋଇ ଆସୁଥିଲାବେଳେ ଗତବର୍ଷ କୋଭିଡ୍ ପାଇଁ ବନ୍ଦ ରହିଥିଲା । ତେବେ ଏଥର କୋଭିଡ କଟକଣା ଭିତରେ ଗହ୍ମାଡିଆଁ ପର୍ବ ପାଳନ କରାଯାଇଥିଲା । ପିଲାମାନେ ବେଶ୍ ଉତ୍ସୁକତାର ସହ ଗହ୍ମା ଡେଇଁ ବିଭିନ୍ନ ସାମଗ୍ରୀ ନେଉଥିବାବେଳେ ଦର୍ଶକଙ୍କ କରତାଳିରେ ପରିବେଶ ବେଶ୍ ଆନନ୍ଦମୟ ହୋଇ ଉଠୁଥିଲା । ଗ୍ରାମବାସୀଙ୍କ ସହଯୋଗରେ ଏହି ଉତ୍ସବ ପାଳନ କରାଯାଇଥିଲା ।

Read More

ସତ୍ୟସାଇ ସେବା ସମିତି ପକ୍ଷରୁ ଗୋପୂଜନ କାର୍ଯ୍ୟକ୍ରମ

ନୟାଗଡ଼(୨୨ା୦୮): ନୟାଗଡ଼ ସତ୍ୟ ସାଇ ସେବା ସମିତି ଆନୁକୂଲ୍ୟରେ ପୋଷ୍ୟଗ୍ରାମ ନୟାଗଡ଼୍ ବ୍ଳକ ଅନ୍ତର୍ଗତ କଂଚନବିଲି ଠାରେ ଗୋସମ୍ବର୍ଦ୍ଧନା ଉତ୍ସବ ଓ ଅମୃତ କଳସ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶ୍ରାବଣ ମାସର ପୂର୍ଣ୍ଣମୀ ତିଥି ହେଉଛି ଭଗବାନ ବଳଭଦ୍ରଙ୍କ ଜନ୍ମ ଦିନ ଓ ଗହ୍ମା ଶଦ୍ଦ ଗାଇ ଶଦ୍ଦରୁ ଆସିଥିବାରୁ ଏହି ଦିନଟି ଗହ୍ମା ପୂର୍ଣ୍ଣମୀ ଭାବେ ପାଳନ କରାଯାଇଥାଏ ଏବଂ ଗୋପୂଜନ କରାଯାଇଥାଏ । ଯାହାକି ଏହି ପବିତ୍ର ଗହ୍ମା ପୂର୍ଣ୍ଣମୀ ଦିନରେ ସାଇ ସେବା ସମିତି ପକ୍ଷରୁ ଗୋପୂଜନ କରାଯିବା ସହ ଅମୃତ କଳସ ପ୍ରଦାନ କରାଯାଇଥାଏ । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ସାଇ ସେବା ସମିତିର ସଭାପତି ପ୍ରତାପ ଚନ୍ଦ୍ର ପରିଡ଼ା ଓ ଆବାହକ ମୋହନ ଦୋରାଙ୍କ ସମେତ କଂଚନବିଲି ସାଇ ଆଶ୍ରୀତ ଭଉଣୀ ପ୍ରମିଳା ପ୍ରଧାନ, ସ୍ୱର୍ଣ୍ଣଲତା ସାହୁ,…

Read More