ମା’ ଉତ୍କଳ ଭାରତୀ ପାଲାଗାୟିକା ଓ କଳାକାର ପରିଷଦ ପକ୍ଷରୁ ଦାବିପତ୍ର ପ୍ରଦାନ

ନୟାଗଡ଼,(୨୭/୦୮):- ମା’ ଉତ୍କଳ ଭାରତୀ ପାଲାଗାୟିକା ଓ କଳାକାର ପରିଷଦ ପକ୍ଷରୁ ଆଜି ଜିଲ୍ଲା ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । କରୋନା ମହାମାରୀ ସମୟରେ କଳାକାରମାନେ ଦୁଃଖ ଓ କଷ୍ଟରେ କାଳାତିପାତ କରୁଛନ୍ତି। ଯାହାକୁ ନେଇ ଆଜି ପରିଷଦ ପକ୍ଷରୁ ଗାୟିକା ପ୍ରତିମା ରଥ, ବନଜା ବେହେରା, ପ୍ରଭାତି ରଣା ପ୍ରମୁଖ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଦାବିପତ୍ର ପ୍ରଦାନ କରିଛନ୍ତି। କଳାକାର ଭତ୍ତା ବୃଦ୍ଧି, ବଞ୍ଚିତ ହୋଇଥିବା କଲାକାରଙ୍କୁ ଭତ୍ତା ପ୍ରଦାନ, ପାଲା କଳାକାରଙ୍କୁ କରୋନା ସହାୟତା, ପରିଷଦ ପାଇଁ ଭୁବନେଶ୍ୱର କିମ୍ବା କଟକରେ ବିନା ମୁଲ୍ୟରେ ଜମି, ପଞ୍ଚିକୃତ କଳାକାରଙ୍କୁ ପରିଚୟ ପତ୍ର ପ୍ରଦାନ ପଭୃତି ଏକ ୧୦ଦଫା ଦାବିପତ୍ର ପ୍ରଦାନ କରାଯାଇଛି ।

Read More

ଓଡ଼ଗାଁ ବ୍ଳକର କଳା ଓ କ୍ରୀଡ଼ା ଶିକ୍ଷକଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଓଡ଼ଗାଁ,(୨୭/୦୮):- ଓଡ଼ିଶା ସରକାରଙ୍କ ଦ୍ୱାରା ଓଡ଼ିଶାର ସମସ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ୨୦୧୩ ମସିହାରୁ ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ନିଯୁକ୍ତି ଦିଆଯାଇଛି।ଆଜକୁ ଦୀର୍ଘ ୮ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ବିଦ୍ୟାଳୟରେ ମାତ୍ର ଟ୭୦୦୦/- ପାରିଶ୍ରମିକ ପାଇ ନିୟମିତ ଭାବରେ କାର୍ଯ୍ୟ କରିଆସୁଥିଲେ ମଧ୍ୟ ସେମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ଦିଆଯାଇନାହିଁ। କେନ୍ଦ୍ର ସରକାରଙ୍କ ୨୦୧୮-୧୯ ଶିକ୍ଷା ବର୍ଷରେ ପ୍ରୋଜେକ୍ଟ ଆପ୍ରୁଭାଲ୍ ବୋର୍ଡର ସ୍ପଷ୍ଟ ନିର୍ଦ୍ଦେଶନାମାରେ ସେମାନେ ପିରିୟଡ଼ ଅନୁସାରେ ପାଉଥିବା ପ୍ରାପ୍ୟ ପାର୍ଟ ଟାଇମ୍ ପରିବର୍ତ୍ତେ ଏଲିମେଣ୍ଟାରି କଣ୍ଟ୍ରାକଚୁଆଲ କରାଯାଇ ମାସିକ ବେତନ ଦେବାପାଇଁ ଉଲ୍ଲେଖ ଅଛି। କିନ୍ତୁ ତାହା ଏପର୍ଯ୍ୟନ୍ତ ଓଡ଼ିଶା ସରକାର ଲାଗୁ କଲେନାହିଁ ଯାହାକି ଓଡ଼ିଶାରେ ନିଯୁକ୍ତି ପାଇଥିବା ୬୦୦୦ ରୁ ଉର୍ଦ୍ଧ୍ବ କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କ ଭବିଷ୍ୟତ ଅନିଶ୍ଚିତତା ଭିତରେ ଗତିକରୁଛି ଏବଂ ସ୍ୱଳ୍ପ ପାରିଶ୍ରମିକ…

Read More

ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହେଲା ‘ଶ୍ରୀରଘୁନାଥ ଭଜନ’

ଓଡ଼ଗାଁ,(୨୭/୦୮):- ଓଡ଼ଗାଁର ଆରାଧ୍ୟ ଦେବତା ଶ୍ରୀଶ୍ରୀ ରଘୁନାଥଙ୍କ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି ଓଡ଼ଗାଁର କବି ଲୋକନାଥ ମିଶ୍ର( ଭରଦ୍ଵାଜ)ଙ୍କ ରଚିତ ଗୀତ ଶ୍ରୀରଘୁନାଥ ଭଜନଟି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଯାଇଛି। ଉକ୍ତ ଭଜନଟି ଇଣ୍ଡିଆନ ମ୍ୟୁଜିକ କ୍ରିଏସନ ଦ୍ୱାରା ପ୍ରସ୍ତୁତ ହୋଇଥିବାବେଳେ ସଂଗୀତ ପରିଚାଳନା କରିଛନ୍ତି ଅଶୋକ କୁମାର ସାହୁ, ସଂଗୀତ ଓ କଣ୍ଠଦାନ କରିଛନ୍ତି ସରଣକୁଳର ବେତାର ଓ ଦୂରଦର୍ଶନ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ। ଭଜନ ଲୋକାର୍ପଣ ଉତ୍ସବ ରେ କବି ଶରତଚନ୍ଦ୍ର ଷଢଙ୍ଗୀ, କଣ୍ଠଶିଳ୍ପୀ ଯଶୋବନ୍ତ ପଟ୍ଟନାୟକ, କବି ପ୍ରହଲ୍ଲାଦ ବେହେରା, କଣ୍ଠଶିଳ୍ପୀ ରଞ୍ଜନ କୁମାର ଦାଶ, କବୟିତ୍ରୀ ପ୍ରଭାତୀ ପଟ୍ଟନାୟକ, କବି ଅରୁଣ କୁମାର ସାହୁ, ରବିନ୍ଦ୍ର କୁମାର ତ୍ରିପାଠୀ, ପ୍ରମୋଦ କୁମାର ପଣ୍ଡା, ସ୍ୱରୂପ ରଞ୍ଜନ ମିଶ୍ର, କବି ସାରସ କୁମାର ମିଶ୍ର, ମନ୍ଦିର ସୁପରଭାଇଜର ଜିତେନ୍ଦ୍ର…

Read More

ଓଡଗାଁ ଅଞ୍ଚଳରୁ ଧାରାବାହିକ ଭାବେ ଲୁଟ କରୁଥିବା ଲୁଟେରା ଗିରଫ, ୪୫ ହଜାର ଟଙ୍କା ଏବଂ ୨ ବାଇକ ଜବତ

ଓଡ଼ଗାଁ,(୨୬/୦୮):- ଓଡଗାଁ ଅଞ୍ଚଳରୁ ଧାରାବାହିକ ଭାବେ ଲୁଟ କରୁଥିବା ଲୁଟେରା ଏଙ୍କଟେସକୁ ଓଡ଼ଗାଁ ଆଦର୍ଶ ଥାନା ପୁଲିସ ଆଜି ଗିରଫ କରିବା ସହ ତା’ ଠାରୁ ୪୫ ହଜାର ଟଙ୍କା, ୨ ବାଇକ ଓ ଗୋଟିଏ ମୋବାଇଲ ଜବତ କରିଛି । ଗତ ୧୯ ତାରିଖ ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ଏନଏସି କାର୍ୟ୍ୟାଳୟ ନିକଟରୁ ଏକ ଇଲେକ୍ଟ୍ରି ଦୋକାନ ନିକଟରୁ ବାଇକ ଡିକି ଭାଙ୍ଗି ୨ଲକ୍ଷ ୪୦ହଜାର ଟଙ୍କା ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା । ଠିକ ସମାନ୍ତରାଳ ଢଙ୍ଗରେ ଗତ ତିନି ମାସ ତଳେ ଓଡ଼ଗାଁ ଏନଏସି ଅନ୍ତଗର୍ତ ଜାରିଙ୍ଗି ଅଞ୍ଚଳର ଦୁଇ ଜଣ ମହିଳା ବ୍ୟାଙ୍କରୁ ୬୦ ହଜାର ଟଙ୍କା ଉଠାଇ ଚାଲି ଚାଲି ଯାଉଥିବା ସମୟରେ ଲୁଟେରାମାନେ ମହିଳାଙ୍କ ପିଛା କରି ଟଙ୍କା ଝାମ୍ପି ନେବାରେ ସଫଳ ହୋଇଥିଲେ ।…

Read More

ଏ ବର୍ଷ ଯୁକ୍ତ ଦୁଇରେ ଶତକଡ଼ା ୩୦ଭାଗ ସିଲାବସ୍‌ ହ୍ରାସ କରାଯିବ

ଶିକ୍ଷା:- ଗତବର୍ଷ ଭଳି ଏ ବର୍ଷ ଯୁକ୍ତ ଦୁଇରେ ସିଲାବସ୍‌ ୩୦% ହ୍ରାସ କରାଯିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାଉନସିଲ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁସାରେ ମହାମାରୀ କରୋନା ଭଳି ସ୍ଥିତି ବଳବତ୍ତର ରହିଲେ ମୂଲ୍ୟାୟନ ପାଇଁ ବ୍ୟବସ୍ଥା କରାଯିବ। ପ୍ରଥମ ବର୍ଷ ଓ ଦ୍ୱିତୀୟ ବର୍ଷରେ ହେବ ଟର୍ମିନାଲ ପରୀକ୍ଷା। ପ୍ରଥମ ବର୍ଷରେ ୩ଟି ଓ ଦ୍ୱିତୀୟ ବର୍ଷରେ ୩ଟି ଟର୍ମିନାଲ ପରୀକ୍ଷା ହେବ। ପ୍ରତି କ୍ୱାର୍ଟରରେ ୩୦ ନମ୍ବର ବିଶିଷ୍ଟ ଟର୍ମିନାଲ ପରୀକ୍ଷା ହେବ। ୩୦ ନମ୍ବରରୁ ୨୦ ନମ୍ବର ଥିଓରୀ ଓ ୧୦ ନମ୍ବର ପ୍ରାକ୍ଟକାଲ୍‌ ହେବ। ସମସ୍ତ ଟର୍ମିନାଲ ପରୀକ୍ଷା ସଂପୃକ୍ତ କଲେଜ ପରିଚାଳନା କରିବ। ପ୍ରଥମ ବର୍ଷ ଶେଷରେ ଓ ୨ୟ ବର୍ଷ ଶେଷରେ ବାର୍ଷିକ ପରୀକ୍ଷା ହେବ। ମହାମାରୀ ସ୍ଥିତି ନଉପୁଜିଲେ ବାର୍ଷିକ ପରୀକ୍ଷା…

Read More

ସୁଧା ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ସାମ୍ୱାଦିକ ସଙ୍ଘର ରାଜ୍ୟ ସଭାପତି ପ୍ରମୋଦ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା

ନୟାଗଡ଼,(୨୬/୦୮):- ରାଜ୍ୟର ସର୍ଵ ପୁରାତନ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ଭାବେ ନୟାଗଡ଼ର ବରିଷ୍ଠ ସାମ୍ବାଦିକ ତଥା ସୁଧା ସାଂସ୍କୃତିକ ଅନୁଷ୍ଠାନର ଉପଦେଷ୍ଟା ପ୍ରମୋଦ ପଟ୍ଟନାୟକ ନୂତନ ରାଜ୍ୟ ସଭାପତିଭାବେ ନିଯୁକ୍ତ ହୋଇଥିବାରୁ ତାଙ୍କୁ ଅନୁଷ୍ଠାନ ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦିଆଯାଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ନାଟ୍ୟକାର ତଥା ସୁଧା ଅନୁଷ୍ଠାନର ଆବାହକ ଡ. ଆଶୁତୋଷ ମିଶ୍ରଙ୍କ ପୌରହିତ୍ୟରେ ଆୟୋଜିତ ଏହି ସଭାରେ ଶେଖ ଅବଦୁଲ ଖାଲିକ, ଗଣେଶ ମିଶ୍ର, ଆଦିତ୍ୟ ମିଶ୍ର, ରଞ୍ଜନ ରଶ୍ମି ଜେନା, ଅଶୋକ ମଲ୍ଲ, ସରୋଜ ସାହୁ, ଲଷ୍ମୀକାନ୍ତ ରଥ, ବିରୁପାକ୍ଷ ସ୍ୱାଇଁ, ଗୋକୁଳ ଷଡ଼ଙ୍ଗୀ ପ୍ରମୁଖ ଶ୍ରୀ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ବୁଲବୁଲ ମାନସିଂହ, ଆୟୁଷ୍ମାନ ଓ ଦେବରାଜଙ୍କ ସଂଯୋଜନାରେ ଆୟୋଜିତ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସତ୍ୟବ୍ରତ…

Read More

ନୟାଗଡ ଜିଲ୍ଲାରେ କିନ୍ନର ମାନଙ୍କର ଦକ୍ଷତା ବୃଦ୍ଧି ତାଲିମ ଶିବିର

ନୟାଗଡ଼,(୨୬/୦୮):- ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଗଣିଆ ଉନୟନ କମିଟି କାଯ୍ୟଳୟ ଘଡୁଆଳ ତାଲିମ ଗୃହରେ ଗତ ଦୁଇଦିନ ଧରି ଜିଲ୍ଲାର ୨୫ଜଣ କିନ୍ନରଙ୍କୁ ନେଇ “ବ୍ୟକ୍ତିତ୍ୱର ବିକାଶ” ସମ୍ପର୍କୀୟ ତାଲିମ ଅନୁଷ୍ଠିତ ହୋଇଯାଇଛି। ଗଣିଆ ଉନୟନ କମିଟିର ସଭାପତି ଉଷା ପଟ୍ଟନାୟକ ସଭାପତିତ୍ୱ କରିଥିବାବେଳେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାତ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ କିନର ମାନଙ୍କର ସାମଗ୍ରୀକ ବିକାଶ କିପରି ହୋଇପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ। ଗଣିଆ ଉନୟନ କମିଟି ଦ୍ୱାରା ପରିଚାଳିତ ସ୍ୱୀକୃତି ପ୍ରକଳ୍ପ ମାଧ୍ୟମରେ କିନ୍ନରମାନଙ୍କୁ ଚିନ୍ହଟ କରିବା ସେମାନଙ୍କର ଆଧାରକାର୍ଡ ସଂଶୋଧନ କରିବା ସେମାନଙ୍କୁ ସ୍ୱତନ୍ତ ପରିଚୟ ପ୍ରଦାନ କରିବା, କିନର ମାନଙ୍କୁ ନେଇ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିବା, ସରକାରଙ୍କର ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଇବା ବିଶେଷ କରି…

Read More

କଡାକଡି ହେଲା ଟ୍ରାଫିକ୍ ନିୟମ,ନିୟମ ଭାଙ୍ଗିଲେ ରଦ୍ଦ ହେବ ଲାଇସେନ୍ସ

ନୟାଗଡ଼,(୨୫/୦୮):- ସଡ଼କ ସୁରକ୍ଷା ଆଇନ୍‌ ଉଲ୍ଲଙ୍ଘନ କଲେ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ। ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଏନେଇ ଟ୍ରାନ୍ସପୋର୍ଟ କମିଶନର ଚିଠି ଲେଖିଛନ୍ତି। ସୁପ୍ରିମକୋର୍ଟ କମିଟିର ନିର୍ଦ୍ଦେଶକୁ ଲାଗୁ କରିବାକୁ ଚିଠି ଲେଖାଯାଇଛି। ୩ମାସ ଯାଏଁ ଅସ୍ଥାୟୀ ଭାବେ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବ। ପ୍ରଥମ ଥର ଉଲ୍ଲଙ୍ଘନ ହେଲେ ମଧ୍ୟ ୩ମାସ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବ। ଧାର୍ଯ୍ୟ ନିୟମଠାରୁ ଅଧିକ ବେଗରେ ଗାଡ଼ି ଚଳାଇଲେ ଲାଇସେନ୍ସ ରଦ୍ଦ ହେବ। ଓଭରଲୋଡ୍‌ କିମ୍ବା ମଦ୍ୟପାନ କରି ଗାଡ଼ି ଚାଳନା କଲେ ଲାଇସେନ୍ସ ରଦ୍ଦ ହେବ। ଗାଡ଼ି ଚଳାଇବା ବେଳେ ହେଲମେଟ୍‌ ପିନ୍ଧି ନଥିଲେ, ମୋବାଇଲ ବ୍ୟବହାର କରୁଥିଲେ, ରେଡ୍‌ ଲାଇଟ୍‌ ଉଲ୍ଲଙ୍ଘନ, ରଙ୍ଗରୁଟ୍‌ରେ ଡ୍ରାଇଭ କଲେ ଲାଇସେନ୍ସ ରଦ୍ଦ ହେବ। ଆଇନ୍‌ ଉଲ୍ଲଙ୍ଘନ କ୍ଷେତ୍ରରେ ତୁରନ୍ତ କାର୍ଯ୍ୟାଷ୍ଠାନ ପାଇଁ ଚିଠିରେ ନିର୍ଦ୍ଦେଶ…

Read More

ନୟାଗଡ଼ରେ ମେଗା ସ୍ୱୟଂ ସହାୟକ ଗୋଷ୍ଠୀ ସମନ୍ୱୟ ମେଳା ଅନୁଷ୍ଠିତ

ନୟାଗଡ଼,(୨୫/୦୮): ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ନୟାଗଡ଼ ସୃଜନ ସଭାଗୃହରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ସହାୟତାରେ ଏକ ମେଗା ସ୍ୱୟଂ ସହାୟକ ଗୋଷ୍ଠୀ ସମନ୍ୱୟ ମେଳା ଅନୁଷ୍ଠିତ ହୋଇଯାଇଛି । ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ଜରିଆରେ ଜିଲ୍ଲାର ୬୭୨ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀର କାଗଜପତ୍ର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆକୁ ମିଶନଶକ୍ତି ଋଣ ପାଇଁ ପ୍ରେରଣ କରାଯାଇଥିଲା। ତନ୍ମଧ୍ୟରୁ ୫୦୩ଟି ସ୍ୱୟଂ ସହାୟକ ଗୋଷ୍ଠୀର ଲୋନ ବ୍ୟାଙ୍କ ତରଫରୁ ଅନୁମୋଦନ କରାଯାଇଥିଲା। ଯାହାକି ମୋଟ ୧୨.୮୮ କୋଟି ଟଙ୍କା ବୋଲି ସୂଚନା ମିଳିଛି । ଏହି ରାଶି ଏହି ୫୦୩ଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ବ୍ୟାଙ୍କ ତରଫରୁ ଲୋନ ଯୋଗାଇ ଦିଆଯିବ । ଯାହା ଫଳରେ ଓଡିଶା ଜୀବିକା ମିଶନ, ମିଶନ ଶକ୍ତିର ଏସ୍ଏଚ୍ଜି ମାନଙ୍କ ଜୀବିକାରେ ଉନ୍ନର୍ତି ଆସିବ…

Read More

ସମର୍ପଣ(ବୃଦ୍ଧାଶ୍ରମ)ରେ ଭାରତୀୟ ଷ୍ଟେଟ୍ ବ୍ଯାଙ୍କର ଦାନ ଉତ୍ସବ

ନୟାଗଡ଼,(୨୫/୦୮):- ନୟାଗଡ଼ ଲେଖନପୁରଠାରେ ଗଢ଼ି ଉଠିଥିବା ସମର୍ପଣ(ବୃଦ୍ଧାଶ୍ରମ)ରେ ଭାରତୀୟ ଷ୍ଟେଟ୍ ବ୍ଯାଙ୍କର ଦାନ ଉତ୍ସବ ତଥା ସାମାଜିକ ପ୍ରତିବଦ୍ଧତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମର୍ପଣର ସଭାପତି ତଥା ନୟାଗଡ଼ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ଦାନ ଉତ୍ସବରେ ଭାରତୀୟ ଷ୍ଟେଟ୍ ବ୍ଯାଙ୍କର ଓଡ଼ିଶା ମୁଖ୍ଯ ଶ୍ରୀମତୀ ବିଦ୍ଯା କ୍ରିଷ୍ଣନ୍ ମୁଖ୍ଯଅତିଥିଭାବେ ଯୋଗ ଦେଇଥିଲା ବେଳେ ଜେନେରାଲ ମ୍ଯାନେଜର ଅଭୟ କିଶୋର ପାଣ୍ଡେ, ଡିଜିଏମ୍ ଆନନ୍ଦ ବିକ୍ରମ, ସୁନୀଲ କୁମାର ଖେରନାର, ରିଜିଓନାଲ ମ୍ଯାନେଜର ଭୂପଦେବ ପ୍ରଧାନ ଓ ନୟାଗଡ଼ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ସୁବାସ ଚନ୍ଦ୍ର ରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଭାରତୀୟ ଷ୍ଟେଟ୍ ବ୍ଯାଙ୍କର ସାମାଜିକ ପ୍ରତିବଦ୍ଧତା କାର୍ଯ୍ୟକ୍ରମ ଜରିଆରେ ସମର୍ପଣକୁ ଆଜି ଏକ ଫ୍ରିଜ୍ ଦାନ କରିବା ସହିତ ଅନ୍ତେବାସୀମାନଙ୍କୁ ଅତିଥିମାନେ ବସ୍ତ୍ରଦାନ କରିଥିଲେ। ସମର୍ପଣ ପରିସର ପରିଦର୍ଶନ…

Read More