କନ୍ୟାଭୃଣ ହତ୍ୟା ଓ ବାଲ୍ୟବିବାହ ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନର ଜୋରଦାର ପ୍ରୟାସ

ଗଢ଼ାହେବ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ କନ୍ୟା ଭୃଣ ହତ୍ୟା ନିବାରଣ ଓ ବାଲ୍ୟ ବିବାହ ରୋକିବା ପାଇଁ ଟାସ୍କଫୋର୍ସ ଢାଂଚାରେ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠିତ ହେବ । ଏହି ଟିମ ଜିଲ୍ଲାର ବିଭିନ୍ନ ସ୍ଥାନ ଓ ବିଶେଷକରି ଗ୍ରାମାଂଚଳରେ ଝିଅମାନେ ସଅଳ ବିବାହ କରୁଥିବା କଥାକୁ ରୋକିବା ସହ ଝିଅମାନଙ୍କ ଉଚ୍ଚଶିକ୍ଷା ଓ ସ୍ୱାବଲମ୍ବୀ ହେବା ନିମନ୍ତେ ସଚେତନତା ସୃଷ୍ଟି କରିବେ । ଏହା ସହ କନ୍ୟା ଭୃଣହତ୍ୟା ପରି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଅଗ୍ରାଧିକାର ଦିଆଯିବ । ଏ ସଂକ୍ରାନ୍ତରେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦ୍ୱାରା ଆହୁତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ନିଷ୍ପତି ନିଆଯାଇଛି । ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକର ସୂଚନା ଅନୁସାରେ କନ୍ୟା ଭୃଣହତ୍ୟା…

Read More

ପରମ୍ପରା ସାହିତ୍ୟ ପରିଷଦର ସାରସ୍ୱତ ସମାରୋହ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ସ୍ଥିତ ପରମ୍ପରା ସାହିତ୍ୟ ଏବଂ ସଂସ୍କୃତି ପରିଷଦର ୨୬ତମ ସାରସ୍ୱତ ସମାରୋହ ରବିବାରଦିନ ସ୍ଥାନୀୟ କେସି କ୍ଲବ ସଭାଗୃହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ସୁକାନ୍ତି ମହାନ୍ତିଙ୍କ ପୌରହତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବରିଷ୍ଠ କବି ପିନାକୀ ସିଂ, ଉତ୍କଳ ସାହିତ୍ୟ ସମାଜ ସଭାପତି ତରୁଣ କୁମାର ସାହୁ, ନୟାଗଡ଼ ଜିଲ୍ଲା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଅଧ୍ୟାପକ ଅଶୋକ ନାୟକ, କବି ବିରଞ୍ଚି ନାରାୟଣ ତ୍ରିପାଠୀ, ପ୍ରଧାନୀ ବୃନ୍ଦାବନ ମହାପାତ୍ର, ଡ଼ଃ. ପବିତ୍ର ସୁବୁଦ୍ଧି, ଶେଖ ଅବଦୁଲ ଖାଲିକ, ଅଶୋକ ମଲ୍ଲ, ସ୍ମିତା ସ୍ୱାଇଁ ପ୍ରମୁଖ ଯୋଗଦାନ କରିଥିଲେ । ତିନି ପର୍ଯ୍ୟାୟରେ ଅନୁଷ୍ଠିତ ଏହି ସାହିତ୍ୟ କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳରୁ ଆସିଥିବା କବିମାନେ ସ୍ୱରଚିତ କବିତା ପାଠ କରିଥିଲେ । ଏହି ଅବସରରେ ଡ. କଳ୍ପନା…

Read More

ତୋ ଆଖି…

କବିତା- ତୋ ଆଖି ତୋର ସେଇ ନିରୀହ ଅଖିରେ ସାଇତିଛି, ମୋର ସବୁ ସପନ…ଡର ଲାଗେ…କାଳେ ଲାଗିଯିବ କାହା ନଜର..ସେଇଥିପାଇଁ ତ ଭରିଦିଏ ସେଇ ଆଖି ଦୁଇଟିରେ କଜଳର ଗାର…ସ୍ବପ୍ନ ସେତ ଏକ ଉଡନ୍ତା ରାଜହଂସୀ..ଯାର ଭ୍ରମଣର ଆଦି ଅନ୍ତ ନାହିଁ…କେବେ ସେ ମୟୁରୀର ଛନ୍ଦ ବାନ୍ଧି ଛମ୍ ଛମ ନାଚେ..କେବେ ପୁଣି ସେ ବୀଣାର ଝଙ୍କାର ତୋଳି, ଜୀବନରେ ସାତ ସୁର ଭରେ…ଏକାନ୍ତ ନିଜର ସ୍ବପ୍ନ ମାନଙ୍କ ଛାତିରେ ନୀତି ମୁଁ ଆଉଜି ହେଉଥାଏ….ନାଲି, ନେଲି, ସବୁଜ… ରଙ୍ଗୀନ ସ୍ବପ୍ନ ମାନଙ୍କ ବଳୟ ଭିତରେ ଅନୁଭବ କରୁଥାଏ, ସ୍ପନ୍ଦିତ ହେଉଥିବା, ହୃଦୟର ଆହ୍ଵାନ….ଯାହା ପ୍ରେରଣା ଦିଏ, ତୋ ଆଖିରେ ମୋ ସ୍ବପ୍ନକୁ ବାସ୍ତବତାର ରୂପ ଦେବା ପାଇଁ… ଲେଖିକା -ଦେବସ୍ମିତା ପାଣି, ଛାୟା ପଥ ଲେନ୍, ନୟାଗଡ଼ ।

Read More

ବିଶ୍ବ ପୋଲିଓ ଦିବସରେ ରୋଟାରୀ କ୍ଲବ ପକ୍ଷରୁ ବୃକ୍ଷ ରୋପଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ବିଶ୍ବ ପୋଲିଓ ଦିବସ ଉପଲକ୍ଷେ ନୟାଗଡ ରୋଟାରୀ କ୍ଲବ ତରଫରୁ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏକ କାର ରାଲିର ଆୟୋଜନ କରାଯାଇଥିଲା । ଏହି କାର ରାଲି ନୟାଗଡ଼ ଖଣ୍ଡପଡା ରୋଡ଼ ସ୍ଥିତ ରୋଟାରୀ କ୍ଲବରୁ ଆରମ୍ଭ ହୋଇ ଗୋଳଗୋଳା ଗ୍ରାମରେ ଶେଷ ହୋଇଥିଲା । ଏହି ରାଲିରେ ରୋଟାରୀ କ୍ଲବର ସଭାପତି ଧୀରେନ୍ଦ୍ର ପଟ୍ଟନାୟକ ଏବଂ ସଂପାଦକ ମିହିର ରଞ୍ଜନ ନାୟକଙ୍କ ସମେତ ଅନେକ ରୋଟାରିଆନ ମାନେ ଅଂଶ ଗ୍ରହଣ କରିଥିଲେ। ପରିଶେଷରେ ପଥପାର୍ଶ୍ବ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା।

Read More

ମମିତା ମେହେର ହତ୍ୟାର ପ୍ରତିବାଦ କରି ସରକାରଙ୍କ ବିରୋଧରେ ଗର୍ଜିଲା ସିପିଆଇଏମ

ରଣପୁର,(ନୟାଗଡ଼ ଦର୍ପଣ): କଳାହାଣ୍ଡିର ମହାଲିଙ୍ଗ ମହାବିଦ୍ୟାଳୟର ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା କାଣ୍ଡ ବିରୋଧରେ ଆଜି ବାମପନ୍ଥୀ ଦଳମାନଙ୍କର ଡାକରାରେ ରାଜ୍ୟବ୍ୟାପୀ ପ୍ରତିବାଦ ପରିପ୍ରେକ୍ଷୀରେ ରଣପୁର ଠାରେ ସି ପି ଆଇ (ଏମ) ତରଫରୁ ରଣପୁରର ଉପର ବଜ଼ାର ଓ ପଞ୍ଚୁଦୋଳ ପଡ଼ିଆଠାରେ ଦୁଇଟି ସ୍ଥାନରେ ସାଥି ସୁରେଶ ସ୍ବାଇଁଙ୍କ ନେତୃତ୍ୱରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି। ଏଭଳି ଅଭାଵନୀୟ ଘଟଣାରେ ରାଜ୍ୟ ସରକାରଙ୍କ ବିରୋଧରେ ବକ୍ତାମାନେ ପ୍ରବଳ ବର୍ଷିଥିଲେ। ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଦୋଷୀଙ୍କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ କରିବା ସହିତ,ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ତତ୍ତ୍ଵାବଧାନରେ SIT ତଦନ୍ତ ଏବଂ ମୃତ ମମିତା ମେହର ପରିବାରକୁ ଏକ କୋଟି ଟଙ୍କା କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଥିଲେ। ଏହି ପଥପ୍ରାନ୍ତ ପ୍ରତିବାଦସଭାରେ ହରିଶ୍ଚନ୍ଦ୍ର ମିଶ୍ର, ନିତ୍ୟାନନ୍ଦ ପରିଡାଦୁଃଶାସନ ଜେନା, ସବ୍ୟସାଚୀ ସେନାପତି, ସୁଶୀଲ…

Read More

ରୋଟାରୀ କ୍ଲବର ଜିଲ୍ଲା ଗଭର୍ଣ୍ଣରଙ୍କ ନୟାଗଡ଼ ଗ୍ରସ୍ତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ରୋଟାରୀ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଲେ ଜିଲ୍ଲା ଗଭର୍ଣ୍ଣର ଶାନ୍ତନୁ କୁମାର ପାଣି। ରୋଟାରୀ କ୍ଲବ ସଭାପତି ଧିରେନ୍ଦ୍ର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ଗଭର୍ଣ୍ଣରଙ୍କ ସମେତ ଅସିଷ୍ଟାଣ୍ଡ ଗଭର୍ଣ୍ଣର ପ୍ରଦ୍ୟୁମ୍ନ ମଲ୍ଲିକ, ଜିଲ୍ଲା ଗଭର୍ଣ୍ଣରଙ୍କ ପତ୍ନୀ ଝରଣା ପାଣି ଏବଂ ନୟାଗଡ଼ ରୋଟାରୀ ସମ୍ପାଦକ ମିହିରି ରଞ୍ଜନ ନାୟକ ପ୍ରମୁଖ ଯୋଗଦେଇ ଆଲୋଚନା କରିଥିଲେ । ରୋଟାରୀ କ୍ଲବ ଗରୀବ ଓ ନିଷ୍ପେସିତଙ୍କ ପାଇଁ ସଦାସର୍ବଦା କାର୍ଯ୍ୟ କରୁଥିବା ବେଳେ ଆଗାମୀ ଦିନରେ ଆହୁରି ଅନେକ ଜନକଲ୍ୟାଣ କାର୍ଯ୍ୟ କରାଯିବା ଉପରେ ଆଲୋଚନା ହୋଇଛି । ରୋଟାରୀ କ୍ଲବ ଆନୁକୁଲ୍ୟରେ ନୟାଗଡ଼ରେ ଏକ ରୋଗ ନିରୂପଣ କେନ୍ଦ୍ର ସ୍ଥାପନ କରିବା ନେଇ ଜିଲ୍ଲା ଗଭର୍ଣ୍ଣର ଶାନ୍ତନୁ କୁମାର ପାଣି ପ୍ରସ୍ତାବ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସମସ୍ତ…

Read More

ବିଏଲ୍ଓ ମାନଙ୍କ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକ୍ ସମ୍ମିଳନୀ କକ୍ଷରେ ବୁଥ୍ ଲେବଲ୍ ଅଫିସର ଏବଂ ସୁପରଭାଇଜର ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୟାଗଡ଼ ଓ ରଣପୁର ନିର୍ବାଚନ ମଣ୍ଡଳୀର ୩୬ଟି ପଞ୍ଚାୟତର ମୋଟ ୧୬୩ଜଣ ବୁଥ୍ ଲେବଲ୍ ଅଫିସର ଏବଂ ୧୫ଜଣ ସୁପରଭାଇଜର ଯୋଗଦେଇଥିଲେ। ଗ୍ରାମପଞ୍ଚାୟତ ସଂପ୍ରସାରଣ ଅଧିକାରୀ ସୁବାସ ଚନ୍ଦ୍ର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦୁଇ ଦିନ ଧରି ପ୍ରଶିକ୍ଷଣ କାର୍ଯ୍ୟ ସୂଚାରୁରୂପେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବୁଥ୍ ଲେବଲ୍ ସୁପରଭାଇଜର ଭକ୍ତରଞ୍ଜନ ମିଶ୍ର, ଚିତ୍ତରଞ୍ଜନ ମିଶ୍ର, ଶୁଷେନ୍ଦୁ କୁମାର ଷଡ଼ଙ୍ଗୀ, ତ୍ରିଲୋଚନ ସାମନ୍ତରାୟ, ଚିତ୍ତରଞ୍ଜନ ମିଶ୍ର, ରବିନ୍ଦ୍ର କୁମାର ଘଡେ଼ଇ, ସନ୍ତୋଷ କୁମାର ସାହୁ, ଦେବାଶିଷ ଦାଶ, ସସ୍ମିତା ସାହୁ, ବାନାମ୍ବର ସାହୁ, ଗୋଦାବରୀ ବସନ୍ତିଆ, ସନ୍ତୋଷ କର ଉପସ୍ଥିତ ଥିଲେ ‘ଭୋଟର ହେଲ୍ପ ଲାଇନ୍’ ଏବଂ ‘ଗରୁଡ଼ ଆପ୍’…

Read More

ଓଡ଼ଗାଁ ରଘୁନାଥ କ୍ଷେତ୍ରରେ ଓଡିଶା ଡ୍ରାଇଭର ମହାସଂଘର ବୈଠକ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ କଦଳୀବନ୍ଧ କମ୍ୟୁନିଟ ସେଣ୍ଟରଠାରେ ଓଡିଶା ଡ୍ରାଇଭର ମହାସଂଘର ଆହ୍ୱାନକ୍ରମେ ଓଡ଼ଗାଁ ଡ୍ରାଇଭର ମହାସଂଘ ଆନୁକୂଲ୍ୟରେ ବିଭିନ୍ନ କ୍ଷେତ୍ରରେ ନିୟୋଜିତ ଡ୍ରାଇଭରମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏ ନେଇ ଏକ ରାଲି କଦଳିବନ୍ଧଠାରୁ ବାହାରି ରଘୁନାଥ ମନ୍ଦିରଠାରେ ପହଞ୍ଚିଥିଲା । ପରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୁଖ୍ୟ ଅତିଥିଭାବେ ଓଡିଶା ଡ୍ରାଇଭର ମହାସଂଘର ରାଜ୍ୟ ଉପସଭାପତି ସୁମନ ଆଲଟିଆ, ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ସଭାପତି ଅବକାଶ କାଠୁଆ, ଜିଲ୍ଲା ସମ୍ପାଦକ ସନ୍ତୋଷ ସାଥୁଆ, ଜିଲ୍ଲା ଉପସଭାପତି ପାଣୁ ଚରଣ ସ୍ୱାଇଁ, ପୂର୍ବତନ ସରପଞ୍ଚ ଦିବାକର ନାୟକ, ଓଡ଼ଗାଁ ବ୍ଲକ ଉପସଭାପତି ନିଳାଞ୍ଚଳ ପାଢ଼ୀ, ସନ୍ତୋଷ ଦୋରା ଏବଂ ସରୋଜ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ବୈଠକ ପ୍ରାରମ୍ଭରେ ସମସ୍ତ…

Read More

ପୂର୍ବତନ ବିଧାୟକ ବଂଶୀଧର ସାହୁଙ୍କ ତୃତୀୟ ଶ୍ରାଦ୍ଧୋତ୍ସବ ପାଳିତ, ବହୁ ବିଶିଷ୍ଠ ବ୍ୟକ୍ତି ଓ ସଂଗଠନକୁ ସମ୍ବର୍ଦ୍ଧନା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସ୍ୱର୍ଗତ ବଂଶୀଧର ସାହୁଙ୍କ ୩ୟ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଯାଇଛି। ସ୍ବର୍ଗତ ସାହୁ ମୂଲ୍ୟବୋଧ ଭିତ୍ତିକ ରାଜନୀତିରେ ବିଶ୍ୱାସ ରଖୁଥିଲେ । ସେ କେବଳ ଲୋକପ୍ରିୟ ଜନନେତା ନଥିଲେ ଅନ୍ୟପକ୍ଷରେ ଏକାଧାରାରେ ଜଣେ ବିଶିଷ୍ଟ ସାହିତ୍ୟିକ, ଶିକ୍ଷାବିତ୍ ଏବଂ ସମାଜସେବୀ ଥିଲେ ବୋଲି ଆଜି ତାଙ୍କର ତୃତୀୟ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ଅନୁଷ୍ଠିତ ସ୍ମୃତିଚାରଣ ସମାବେଶରେ ଏହି ମତ ପ୍ରକାଶ ପାଇଥିଲା । ଡ଼. ରଙ୍କନିଧି ବେହେରାଙ୍କ ଅଧ୍ୟକ୍ଷତାରେ ଜନ୍ମସ୍ଥାନ ଇଟାମାଟିରେ ଅନୁଷ୍ଠିତ ଏହି ସମାବେଶକୁ ବିଶିଷ୍ଟ ବ୍ୟଙ୍ଗ ସାହିତ୍ୟିକ ରବୀନ୍ଦ୍ର ରାଉତ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ପୂର୍ବତନ ବିଧାୟକ ଡ଼.ଦିଲ୍ଲୀପ ଶ୍ରୀଚନ୍ଦନ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପିସିସି ରାଜ୍ୟ ସମ୍ପାଦକ ହୁସେନ୍…

Read More

ନୟାଗଡ଼ ସହରରୁ ପୁଣି ଜବରଦଖଲ ଉଚ୍ଛେଦ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରରୁ ପୁଣି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ନୟାଗଡ଼ ସହରରେ ରାସ୍ତା ପାର୍ଶ୍ବରେ ଜବରଦଖଲ କରି ବ୍ୟବସାୟ କରୁଥିବା ଦୋକାନ ଉପରେ ଆଜି ପଡ଼ିଛି ଜେସିବି ପାହାର । ପୌର ପରିଷଦ ପକ୍ଷରୁ ଜେସିବି ଲଗାଇ ଦୋକାନ ସାମ୍ନାରୁ ଜବର ଦଖଲ ଜବରଦଖଲ ଉଚ୍ଛେଦ କରାଯାଇଛି । ଏଥିସହିତ ଉଠାଦୋକାନ ଗୁଡ଼ିକ ମଧ୍ୟ ହଟା ଯାଇଛି । ପୌର ପରିଷଦ କାର୍ଯ୍ୟାଳୟ ଠାରୁ ନୟାଗଡ଼ କଲେଜ ରାସ୍ତା ପର୍ଯ୍ୟନ୍ତ ଜବରଦଖଲ ମୁକ୍ତି ଅଭିଯାନ ଆରମ୍ଭ କରାଯାଇଛି । ପୌର ପରିଷଦ କର୍ମଚାରୀ ଓ ପୌର ପରିଷଦର ନିର୍ବାହୀ ଅଧିକାରୀ ସନ୍ତୋଷ ଜେନା ପ୍ରମୁଖ ଉପସ୍ଥିତ ରହି ଜବରଦଖଲ ମୁକ୍ତ କରୁଥିବା ଦେଖିବାକୁ ମିଳିଛି ।

Read More