ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

ନୟାଗଡ଼,(ନୟାଗଡ ଦର୍ପଣ): ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଚଳିତ ବର୍ଷର ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଏକ ସାଧାରଣ ସଭାରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଡା. ପୋମା ଟୁଡୁ କହିଲେ ଯେ, ଦେଶ ସ୍ୱାଧୀନତାର ୭୫ ବର୍ଷ ପାଳନ ବେଳେ ସତ୍ୟନିଷ୍ଠ ଓ ଆତ୍ମନିର୍ଭରତା ପ୍ରସଙ୍ଗ ଗୁରୁତ୍ୱ ବହନ କରେ । ଯେଉଁ ସତ୍ୟ, ଅହିଂସା ବଳରେ ଆମେ ସ୍ୱାଧୀନତା ଲାଭ କଲେ ଓ ପ୍ରଗତି ପଥରେ ଅଗ୍ରସର ହେଉଛେ, ସେହି ସତ୍ୟନିଷ୍ଠ ଓ ଆତ୍ମନିର୍ଭରତା ଆଦର୍ଶ ଆମକୁ ଆହୁରି ଆଗକୁ ଯିବାକୁ ପ୍ରେରଣା ଦେବ । କିନ୍ତୁ ପ୍ରଗତି ସାମନାରେ ଦୁର୍ନୀତି ଏକ ପ୍ରତିରୋଧକ ଅଟେ । ଦୁର୍ନୀତି ଭଳି ପଥରୋଧକକୁ ହଟାଇବା ସହ ମୂଳୋତ୍ପାଟନ କରିପାରିଲେ ରାଜ୍ୟ ତଥା ଦେଶର…

Read More

ଇକିରି ପଞ୍ଚାୟତରେ ବିଜେଡି ପକ୍ଷରୁ ଡିଜିଟାଲ କର୍ମଶାଳା

ନୟାଗଡ଼,(ନୟାଗଡ ଦର୍ପଣ): ନୟାଗଡ଼ ବ୍ଲକ ଇକିରି ପଞ୍ଚାୟତରେ ବିଜୁ ଜନତା ଦଳ ପକ୍ଷରୁ ଡିଜିଟାଲ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଆଗକୁ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ବିଜୁ ଯୁବ ଜନତା ଦଳ ପକ୍ଷରୁ ଯୁବକ ମାନଙ୍କୁ ସୋସିଆଲ ମିଡିଆରେ ସକ୍ରିୟ ରହିବା ପାଇଁ ସଚେତନତା କରାଯାଇଛି । ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ.ଅରୁଣ କୁମାର ସାହୁଙ୍କ ପରାମର୍ଶ କ୍ରମେ ପ୍ରତ୍ୟେକ ପଞ୍ଚାୟତରେ କିପରି ଯୁବକମାନେ ଏଥିରେ ସକ୍ରିୟ ରହିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି । ଇକିରି ଗ୍ରାମପଞ୍ଚାୟତ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ଏହି କର୍ମଶାଳାରେ ନୟାଗଡ଼ ବ୍ଲକ ବିଜୁ ଯୁବ ଜନତା ଦଳର ସଭାପତି ଯୁଧିଷ୍ଠିର ବେହେରା, ବିଜୁ ଯୁବ ସମ୍ପାଦକ ମନୋଜ କୁମାର ନାୟକ ଓ ବ୍ଲକ ଡିଜିଟାଲ ସମ୍ପାଦକ ଆଶୁତୋଷ ଦାସ ଯୋଗ ଦେଇଥିଲେ । ଇକିରି ପଞ୍ଚାୟତର ବିଜୁ…

Read More

ଦୁର୍ଦ୍ଦାନ୍ତ ଅପରାଧୀକୁ ଧରି ଛେଚିଲେ ଏବଂ ପୁଲିସ ଜିମା ଦେଲେ ଗ୍ରାମବାସୀ

ବିକାଶକୁ ଖୋଜିବାର ଅଭିନୟ କରୁଥିଲା ଦଶପଲ୍ଲା ପୋଲିସ ଦଶପଲ୍ଲା/ନୟାଗଡ଼,(ନୟାଗଡ଼ ଦର୍ପଣ): ଦୁର୍ଦ୍ଦାନ୍ତ ଅପରାଧୀ ତଥା ପୋଲିସର ମୋଷ୍ଟ ୱାଣ୍ଟେଡ ଡକାୟତ ବିକାଶ ବେହେରାକୁ ମଧ୍ୟଖଣ୍ଡ ଗ୍ରାମବାସୀ ଧରି ଦଶପଲ୍ଲା ପୁଲିସକୁ ଜିମା ଦେଇଛନ୍ତି । ଦଶପଲ୍ଲା ଥାନା ଅଧିନସ୍ତ ମଧ୍ୟଖଣ୍ଡ ମହାନ୍ତିପଲ୍ଲୀ ଗ୍ରାମର ବିକାଶ ବେହେରାକୁ ଗତକାଲି ପୁଲିସ ଧରିବାରେ ସଫଳ ହୋଇଛି । ବିକାଶ ତା ଅପରାଧିକ କାର୍ଯ୍ୟକ୍ରମ ମଧ୍ୟଖଣ୍ଡରୁ ଆରମ୍ଭ କରି ବିଭିନ୍ନ ଜିଳ୍ଲାରେ ସେ କାୟା ବିସ୍ତାର କରିଥିଲା ଏପରିକି କନ୍ଧମାଳ, ଖୋର୍ଦ୍ଧା, ପୁରୀ, ତମାଣ୍ଡୋ, ଜଙ୍କିଆ ଓ ଅନୁଗୁଳ ଆଦି ଅଞ୍ଚଳରେ ତା ନେଟୱର୍କ କାମ କରୁଥିଲା। ୨୦୧୯ ମସିହା ଅଗଷ୍ଟ ୩୦ ତାରିଖ ଦିନ ମହାନ୍ତିପଲ୍ଲୀ ଗ୍ରାମରେ ପଞ୍ଚାୟତ ତରଫରୁ ଅନୁଷ୍ଠିତ ପଲ୍ଲୀସଭାରେ ଭିଏଲଡବ୍ଲ୍ୟୁ ମୁରଲିଧର ବାରିକ ଉପରକୁ ୨ରାଉଣ୍ଡ ଗୁଳି ଚାଳନା କରି ଫେରାର ହୋଇ ଯାଇଥିଲା ।…

Read More

ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାୟାକଳ୍ପ ପୁରସ୍କାର ବିତରଣୀ ଉତ୍ସବ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୃହ ପରିଷ୍କାର ପରିଚ୍ଛନ୍ନ ସହିତ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଉତ୍ତମ ରୋଗୀ ସେବା ଏବଂ ସ୍ୱଚ୍ଛତା କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବାରୁ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ମିଳିଥିବା କାୟାକଳ୍ପ ପୁରସ୍କାର ୨୦୨୦-୨୧ ଅବସରରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପୁରସ୍କାର ବିତରଣ ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶକ୍ତି ପ୍ରସାଦ ମିଶ୍ର ,କାୟାକଳ୍ପ ମ୍ୟାନେଜର ସନତ୍ ମହାପାତ୍ର, କିଶୋର ଦାସ, ତ୍ରିଶୂଳ ରାଉଳ, ସମ୍ମାନିତ ଅତିଥିଭାବେ ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ, ବ୍ଲକ ଉନ୍ନୟନ ଅଧିକାରୀ ସ୍ୱାତିଲେଖା ଦାସ, ତହସିଲଦାର ବିଜେୟିତା ସାମନ୍ତସିଂହାର , ଏନ୍.ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାତି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଉତ୍ସବରେ ଡା. ମିଶ୍ର ସୁସ୍ଥ ସମାଜ ଗଠନ ପାଇଁ ସ୍ୱଚ୍ଛତା ନିହାତି ଆବଶ୍ୟକ ଓ…

Read More

‘ସେବା’ ଦ୍ଵାରା ଦୃଷ୍ଟିହୀନ ଛାତ୍ରଛାତ୍ରୀମାନଙ୍କୁ ରେଡ଼ିଓ ବଣ୍ଟନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାରେ ଭିନ୍ନକ୍ଷମ ମାନଙ୍କ ଶିକ୍ଷା ପୁନର୍ବାସ ଓ ସଶକ୍ତି କାରଣ ଦିଗରେ କାର୍ଯ୍ୟରତ ସ୍ବେଚ୍ଛାସେବୀ ସଂଗଠନ ସେବା ଦ୍ଵାରା ଦୃଷ୍ଟିହୀନ ଛାତ୍ର ଛାତ୍ରୀ ମାନଙ୍କୁ ରେଡ଼ିଓ ବଣ୍ଟନ କାର୍ଯକ୍ରମ ଅନୁଷ୍ଠିତ ହୋଯାଇଅଛି। ନୟାଗଡ଼ ଜିଲ୍ଲା ର ବିଭିନ୍ନ ବ୍ଲକରେ ଜାତୀୟ ଦୃଷ୍ଟିବାଧିତ ଅନୁଷ୍ଠାନ, ମୁମ୍ବାଇ ଙ୍କ ଆର୍ଥିକ ଓ ବୈଷୟିକ ସହାୟତାରେ ସେବା ଦ୍ଵାରା ପରିଚାଳିତ ଦୃଷ୍ଟି ବାଧିତ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ସମନ୍ଵିତ ଶିକ୍ଷା ଯୋଜନା ଅନ୍ତର୍ଗତ ସମସ୍ତ ୩୦ ଜଣ ଦୃଷ୍ଟି ହୀନ ଛାତ୍ର ଛାତ୍ରୀ ମାନେ ଏହା ଦ୍ଵାରା” ରେଡ଼ିଓ ପାଠଶାଳା” ଓ “ଶିକ୍ଷା ସୁରଭି” କାର୍ଯକ୍ରମ ମାଧ୍ୟମରେ ରେଡ଼ିଓ ଦ୍ଵାରା ଘରେ ଶିକ୍ଷା ଗ୍ରହଣ କରି ପାରିବେ। ଏହି ଅବସରରେ ‘ସେବା’ର ଉପ ସଭାପତି ସଞ୍ଜୟ କୁମାର ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉସ୍ଛବରେ ଜିଲ୍ଲା ସାମାଜିକ ସୁରକ୍ଷା…

Read More

ଇଟାମାଟିରେ ବିଶ୍ୱ ବ୍ୟବସାୟିକ ଚିକିତ୍ସା ଦିବସ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶ୍ୱ ବ୍ୟବସାୟିକ ଚିକିତ୍ସା ଦିବସ ଅବସରରେ ଇଟାମାଟି ଶିକ୍ଷା ଓ ମହାବିଦ୍ୟାଳୟ ପରିସରରେ ଏକ ମାଗଣା ପୁନର୍ବାସ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଇଟାମାଟି ଗ୍ରାମ ପଞ୍ଚାୟତ, ସର୍ବ ଭାରତୀୟ ମାନବିକ ଅଧିକାର ସଂଘ ଏବଂ ପ୍ରିୟଦିନୀ ରିହାବ କେୟାରର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ଶିବିରରେ ଆଜି ଦୁଇଶହରୁ ଅଧିକ ରୋଗୀଙ୍କୁ ପରାମର୍ଶ ଏବଂ ମାଗଣା ଚିକିତ୍ସା କରାଯାଇଥିଲା । ସ୍ଥାନୀୟ ସରପଞ୍ଚ ସୋନାଲିକା ମନ୍ଥନ ପ୍ରିୟଦିନୀ ରିହାବ କେୟାରର ନିର୍ଦ୍ଦେଶକ ଡ. ପ୍ରୀତମ ମହାପାତ୍ର, ସଂପାଦକ ପବିତ୍ର ମୋହନ ସାହୁ ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଅଶୋକ କୁମାର ନାୟକ, ଶରତ କୁମାର ସାହୁ, ଆଶିଷ କୁମାର ଅଗ୍ରୱାଲ, କିଶୋର ନାୟକ, ଶ୍ରବଣ କୁମାର ରାମ, ଭାଗୀରଥି ବାଇ, ସମାଜସେବୀ ଦାମୋଦର ସାହୁ, ‘ଅହିରା’ର…

Read More

ମମିତା ମେହେର ହତ୍ୟାକାଣ୍ଡ ବିରୁଦ୍ଧରେ ଦଶପଲ୍ଲାରେ ସିପିଆଇ(ଏମ୍)ର ଆନ୍ଦୋଳନ

ଦଶପଲ୍ଲା,(ନୟାଗଡ଼, ଦର୍ପଣ): ସିପିଆଇ(ଏମ୍) ଦଶପଲ୍ଲା ଆଞ୍ଚଳିକ କମିଟି ପକ୍ଷରୁ ମମିତା ମେହେର ହତ୍ୟା କାଣ୍ଡ ବିରୁଦ୍ଧରେ ପ୍ରତିବାଦ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଅଛି। ଆଜି ଦିନ ୧୧ଟା ସମୟରେ ସିପିଆଇଏମ କର୍ମୀମାନେ ମମିତା ମେହେର ହତ୍ୟା ପ୍ରତିବାଦ ବ୍ୟାନର ସହ ଲାଲ୍ ପତାକାର ଏକ ଶୋଭାଯାତ୍ରା ମେଲିଆ ତୋଟା ଠାରୁ ବାହାରି ବଜାର ପରିକ୍ରମା କରି ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲା। ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ନାରୀ ନେତ୍ରୀ ଜୟନ୍ତୀ ଦାଶଙ୍କ ସଭାପତିତ୍ବରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇ ଥିଲା। ଏହି ସଭାରେ ପାର୍ଟିର ଜିଲ୍ଲା ସମ୍ପାଦକ ଶରତ ଚନ୍ଦ୍ର ବେହେରା, ଜିଲ୍ଲା କମିଟି ସଭ୍ୟ ଗଣେଶ୍ଵର ନାୟକ ଓ ବିପିନ୍ ବାଜୁ ପ୍ରମୁଖ ବକ୍ତବ୍ୟ ରଖି ସରକାରଙ୍କୁ କଟୁ ସମାଲୋଚନା କରିଥିଲେ। ଏହାପରେ ମମିତା ହତ୍ୟାର ନିରପେକ୍ଷ ତଦନ୍ତ ପାଇଁ ତୁରନ୍ତ ଗୃହ…

Read More

ନୟାଗଡ଼ ଏନଏସି ଉଚ୍ଚ ବିଦ୍ୟାଳୟର ପରିଚାଳନା କମିଟି ଗଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ସ୍ଥିତ ଏନଏସି ଉଚ୍ଚ ବିଦ୍ୟାଳୟର ପରିଚାଳନା କମିଟି ଆଜି ପୂର୍ବାହ୍ନରେ ବିଦ୍ୟାଳୟ ପରିସରରେ ଗଠିତ ହୋଇଯାଇଛି । ଏଥିରେ ସଭାପତି ଭାବେ ଲକ୍ଷ୍ମୀଧର ମହାନ୍ତି ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିବା ବେଳେ ଶିଳ୍ପିରାଣୀ ନାୟକ ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର କରଙ୍କ ସଂଯୋଜନା ତଥା ମୋ’ବିଦ୍ୟାଳୟ ସଭାପତି ଲକ୍ଷ୍ମୀଧର ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଅଭିଭାବକ ବୈଠକରେ ବିଦ୍ୟାଳୟର ଶତାଧିକ ଅଭିଭାବକ ଯୋଗଦାନ କରି କମିଟି ଗଠନ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିଥିଲେ । ପରିଚାଳନା କମିଟି ଗଠନ ସମ୍ପର୍କିତ ସରକାରଙ୍କ ନିର୍ଦ୍ଦେଶନାମା ବିଷୟରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କର ଉପସ୍ଥିତ ଅଭିଭାବକ ମାନଙ୍କୁ ବିସ୍ତୃତଭାବେ ବୁଝାଇଥିଲେ । ପରେ ନିୟମାନୁସାରେ କମିଟିକୁ ୬ଜଣ ପୁରୁଷ ଏବଂ ୬ଜଣ ମହିଳା ସଦସ୍ୟ ମୋଟ ୧୨ଜଣ ଅଭିଭାବକ ନିର୍ବାଚିତ…

Read More

ଶ୍ରୀ ଶ୍ରୀ ରଘୁନାଥ ସାରସ୍ୱତ ସଂସଦର ମାତୄଶକ୍ତି କବିତା ଆସର

ଓଡ଼ଗାଁ,(ନୟାଗଡ଼ ଦର୍ପଣ)- କରୋନା କଟକଣା ଦୄଷ୍ଟିରୁ ନୟାଗଡ଼ ଜିଲ୍ଲାର ପ୍ରତ୍ୟେକ ବ୍ଲକର ସାରସ୍ୱତ ସାଧକସାଧିକା ମାନଙ୍କୁ ନେଇ ଦୀର୍ଘ ଛଅମାସ ଧରି ପ୍ରତି ମାସରେ ଭର୍ଚୁଆଲ୍ କବିତା ଆସର କରିଆସୁଥିବା ଓଡ଼ଗାଁର ଲୋକପ୍ରିୟ ସାହିତ୍ୟ ଅନୁଷ୍ଠାନ ଶ୍ରୀ ଶ୍ରୀ ରଘୁନାଥ ସାରସ୍ୱତ ସଂସଦ ଚଳିତ ମାସରେ ଭାପୁର ଓ ଖଣ୍ଡପଡାର କବି କବୟିତ୍ରୀମାନଙ୍କୁ ନେଇ ପାର୍ବଣ ଅବସରରେ ମାତୄଶକ୍ତି କବିତା ଆସର ନାମରେ ଏହାର ୫ମ କବିତା ଆସର ଅପରାହ୍ନ ୨ ଘଟିକା ସମୟରେ ଆୟୋଜନ କରିଛି।ଉକ୍ତ କବିତା ଆସରରେ ମୁଖ୍ୟ ଅତିଥି ଭାବେ ଉତ୍କଳ ଶିକ୍ଷା ସଂସଦ,କୋଲକାତାର ଉପସଭାପତି ତଥା ପ୍ରତିବେଶୀ ପତ୍ରିକାର ସମ୍ପାଦକ ପୀତାମ୍ବର ବାରିକ ଯୋଗ ଦେଇଥିବା ବେଳେ ସଭାପତି ପଞ୍ଚାନନ ପଣ୍ଡାଙ୍କ ପରିଚାଳନାରେ ଅନୁଷ୍ଠାନର ପ୍ରତିଷ୍ଠାତା ଲୋକନାଥ ମିଶ୍ର(ଭରଦ୍ୱ।ଜ), ଉପସଭାପତି ଶରତଚନ୍ଦ୍ର ଷଡ଼ଙ୍ଗୀ ଓ ମନୋଜ କୁମାର ନାୟକ, ଆବାହକ ପ୍ରହଲ୍ଲାଦ…

Read More

ଜୀବନ ଜ୍ୟୋତି ଙ୍କୁ ପରମ୍ପରା ଯୁବକବି ସମ୍ମାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ପରମ୍ପରା ସାହିତ୍ୟ ଏବଂ ସଂସ୍କୃତି ପରିଷଦର ୨୬ତମ ସାରସ୍ୱତ ସମାରୋହ ନୟାଗଡ଼ ସ୍ଥିତ କେସି କ୍ଲବ ସଭାଗୃହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ସୁକାନ୍ତି ମହାନ୍ତିଙ୍କ ପୌରହତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବରିଷ୍ଠ କବି ପିନାକୀ ସିଂ, ଉତ୍କଳ ସାହିତ୍ୟ ସମାଜ ସଭାପତି ତରୁଣ କୁମାର ସାହୁ, ନୟାଗଡ଼ ଜିଲ୍ଲା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଅଧ୍ୟାପକ ଅଶୋକ ନାୟକ, କବି ବିରଞ୍ଚି ନାରାୟଣ ତ୍ରିପାଠୀ, ପ୍ରଧାନୀ ବୃନ୍ଦାବନ ମହାପାତ୍ର, ଡ଼ଃ. ପବିତ୍ର ସୁବୁଦ୍ଧି, ଶେଖ ଅବଦୁଲ ଖାଲିକ, ଅଶୋକ ମଲ୍ଲ, ସ୍ମିତା ସ୍ୱାଇଁ ପ୍ରମୁଖ ଯୋଗଦାନ କରିଥିଲେ। ଅନୁଷ୍ଠାନର ସଂପାଦକ ନିର୍ମଳ ଚନ୍ଦ୍ର ଶୂରଦେଓ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଉପଢ଼ୌକନ ଏବଂ ମାନପତ୍ର ଦିଆଯାଇ…

Read More