ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହରର ଗୁଣ୍ଡିଚା ମନ୍ଦିର ସମ୍ମୁଖ ଭାଗରେ ଆଜି ଜିଲ୍ଲା ପୌର ଉନ୍ନୟନ ସଂସ୍ଥାର ନୂତନ କାର୍ଯ୍ୟାଳୟ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉକ୍ତ କାର୍ଯ୍ୟାଳୟ ଉଦଘାଟନ କରିଛନ୍ତି । ଉଦଘାଟନୀ ପର୍ବରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଜିଲ୍ଲା ପୌର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁମନ ବେହେରା, ଜିଲ୍ଲାର ସମସ୍ତ ଏନ.ଏ.ସି ଓ ପୌର ପରିଷଦର ନିର୍ବାହୀ ଅଧିକାରୀ ଗଣ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ସହରାଞ୍ଚଳର ବିକାଶ ନିମନ୍ତେ ଏହି କାର୍ଯ୍ୟାଳୟ ଏକ ପ୍ରମୁଖ ଦାୟିତ୍ଵ ନିର୍ବାହ କରିବ ବୋଲି ଜିଲ୍ଲାପାଳ ମହୋଦୟ ମତବ୍ୟକ୍ତ କରିଥିଲେ । ସୂଚନାଯୋଗ୍ୟ…
Read MoreCategory: ନୟାଗଡ଼
ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଉପରେ ଜିଲ୍ଲାସ୍ତରୀୟ ପାଠଚକ୍ର
ରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସରରେ ଜିଲ୍ଲାସ୍ତରୀୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ: “ବିଦ୍ୟାଳୟ ଶିକ୍ଷାର ଆତ୍ମା” ବିଷୟରେ ଚର୍ଚ୍ଚା କରାଯାଇଥିଲା। ଏହି ପାଠଚକ୍ରର ଉଦ୍ଦେଶ୍ୟ ଥିଲା ପ୍ରାଥମିକ ଶିକ୍ଷାର ଗୁଣବତ୍ତା ବୃଦ୍ଧି କରିବା, ଶିଶୁମାନଙ୍କ ଭାଷା ଏବଂ ଗଣିତ ଦକ୍ଷତା ବିକାଶ କରିବା ଏବଂ ସ୍କୁଳ ଶିକ୍ଷାର ଭିତି ସୁଦୃଢ଼ କରିବା। ଏହି ପାଠଚକ୍ରରେ ରାଜସୁନାଖଳା ମହାବିଦ୍ୟାଳୟର ଶିକ୍ଷା ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଡ଼. ଅକ୍ଷୟ କୁମାର ମହାନ୍ତି, ରାୟଗଡା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଶରତ କୁମାର ସେଠ, ପିରାମଲ ଫାଉଣ୍ଡେସନର ସଦସ୍ୟ ଅମନ କୁମାର ମିଶ୍ର, ଜିଲ୍ଲା ଶିକ୍ଷା ବିଜ୍ଞାନରେ ସଂଯୋଜିକା କ୍ରିଷ୍ଣା ମାଝୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ…
Read Moreସୁଶାନ୍ତ ପାତ୍ରଙ୍କ ‘ମା’ ବୈଷ୍ଣୋଦେବୀ’ ଭଜନ ଲୋକାର୍ପିତ
ଶରଣକୁଳ, (ନୟାଗଡ଼ ଦର୍ପଣ): ନୟାଗଡ଼ର ସ୍ବାତିଲଗ୍ନା ପ୍ରଡ଼କ୍ସନ ତରଫରୁ କବି ସୁଶାନ୍ତ ପାତ୍ରଙ୍କ ‘ମା’ ବୈଷ୍ଣୋଦେବୀ’ ଭଜନ ଲୋକାର୍ପିତ ହୋଇଯାଇଛି। ଶ୍ରୀ ପାତ୍ରଙ୍କ ଏହି ଭଜନ ଅତିଥିମାନଙ୍କ କରକମଳରେ ଶରଣକୁଳ ନିକଟରେ ବିଜେ ମା’ ବୈଷ୍ଣୋଦେବୀ ପୀଠ ପରିସରରେ ଲୋକାର୍ପିତ ହୋଇଛି। ଆୟୋଜିତ ଏହି ଭଜନ ଲୋକାର୍ପଣ ଉତ୍ସବରେ ନିଜେ କବି ସୁଶାନ୍ତ ପାତ୍ର, କବି କଲ୍ଲୋଳ ଗୋଦାବରୀ ବସନ୍ତିଆ, କବି କୁସୁମ ନିରାକାର ସ୍ଵାଇଁ, ଅଧ୍ୟାପିକା ନୀଳିମା ନନ୍ଦ, ଦେବେନ୍ଦ୍ର ପ୍ରସାଦ ପରମଗୁରୁ, ଯୋଗଗୁରୁ ବୈକୁଣ୍ଠ ନାଥ ପ୍ରଧାନ, କୁମାର ଚନ୍ଦ୍ର ମହାପାତ୍ର ପ୍ରଭୁତି ଯୋଗ ଦେଇଥିଲେ। ମା’ ବୈଷ୍ଣୋଦେବୀଙ୍କ ଅପାର କରୁଣାରୁ ଗୀତିକାରଙ୍କ ସାରସ୍ବତ ଜୀବନ ଅତି ଉଜ୍ଜ୍ଵଳମୟ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ସୁଦୂର ଜାମ୍ମୁ କାଶ୍ମୀରରୁ ନୟାଗଡ଼ର ଜାମୁକଣକୁ ମାଆଙ୍କର ଆଗମନକୁ ଲକ୍ଷ୍ୟ କରି ଲିଖିତ ଏହି ଭଜନଟିକୁ ଶ୍ରୋତାମାନେ…
Read Moreକିଟ୍ ଘଟଣା ଉପରେ ସି. ପି.ଆଇ.(ଏମ୍)ର ଦାବିପତ୍ର
ନୟାଗଡ଼, (ନୟାଗଡ଼ ଦର୍ପଣ): କିଟରେ ଘଟିଥିବା ବର୍ବରୋଚିତ କାଣ୍ଡକୁ ଦୃଢ଼ ନିନ୍ଦା କରିବା ସହିତ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛି ସି.ପି.ଆଇ.(ଏମ୍) ନୟାଗଡ଼ ଜିଲ୍ଲା କମିଟି। କିଟ୍ ପରିସରରେ ନେପାଳୀ ଛାତ୍ର ମାନଙ୍କ ଉପରେ ଘଟିଥିବା ଅତ୍ୟାଚାର, ଛାତ୍ରୀର ଦୟନୀୟ ମୃତ୍ୟୁ ଉପରେ ହାଇକୋର୍ଟର ବିଚାରପତିଙ୍କ ଦ୍ଵାରା ବିଚାର ବିଭାଗୀୟ ତଦନ୍ତ କରି ଦୋଷୀଙ୍କୁ କଠୋର ଦଣ୍ଡ ବିଧାନ କରିବା, ନେପାଳୀ ଛାତ୍ରମାନଙ୍କ ପ୍ରତି ଆଚରଣର ଏବଂ କିଟ୍ ମ୍ୟାନେଜମେଣ୍ଟର କାର୍ଯ୍ୟକଳାପକୁ ତଦନ୍ତ ପରିସରଭୁକ୍ତ କରିବା, କ୍ୟାମ୍ପସରେ ଶାନ୍ତି ଫେରାଇ ଆଣିବାକୁ ପଦକ୍ଷେପ ନେବା ପ୍ରଭୃତି ଦାବି ସମ୍ବଳିତ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା। ଏହି ପ୍ରତିବାଦରେ ପାର୍ଟିର ବରିଷ୍ଠ ନେତୃତ୍ଵ ବିଶ୍ଵନାଥ ମହାପାତ୍ର, ସରୋଜ ନାୟକ, ପବିତ୍ର ଇନ୍ଦ୍ରଜିତ, ଜ୍ୟୋତିପ୍ରଭା ଜେନା, କୁଳମଣି ପୃଷ୍ଟି, ନିରଞ୍ଜନ ସାହୁ, ଅଧିକାରୀ…
Read Moreଧୂମଧାମରେ ପାଳିତ ହୋଇଯାଇଛି ଲଡ଼ୁକେଶ ମହାଦେବଙ୍କ କଳସ ଯାତ୍ରା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜ଼ିଲ୍ଲା ମାଛିପଡା ପଂଚାୟତର ରଘୁନାଥପୁରରେ ପାଳିତ ହୋଇଯାଇଛି ଲଢୁକେଶ ମହାଦେବଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ। ପ୍ରଥମ ଦିନ ଅଙ୍କୁରାରୋପଣ କାର୍ଯ୍ୟକ୍ରମରେ ଗ୍ରାମର ଶତାଧିକ ପୁରୁଷ ଓ ମହିଳାମାନେ ଗ୍ରାମ ନଈରୁ କଳସ ଯାତ୍ରା କରି ଗ୍ରାମ ପରିକ୍ରମା କରିବାପରେ ମନ୍ଦିରରେ ଆସି ପହଞ୍ଚିଥିଲେ। ପରେ ଯଜ୍ଞକାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପ୍ରଥମେ ଅଙ୍କୁରାରୋପଣ, ସୂର୍ଯ୍ୟପୂଜା, ସମସ୍ତ ଦେବାଦେବୀଙ୍କୁ ବେଦ ଧୂନିରେ ଆମନ୍ତ୍ରଣ କରାଯାଇଥିଲା। ପରେ କଳସ ଯାତ୍ରାରେ ସାମିଲ ଥିବା ସମସ୍ତ ବ୍ରତଧାରୀମାନେ ପଣା ସେବନ କରିବା ସାଙ୍ଗକୁ ପ୍ରସାଦ ସେବନ କରିଥିଲେ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ କବି ସମ୍ମିଳନୀ ହୋଇଥିଲା। ୪ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମ ରହିଥିବା ବେଳେ ମହାଶିବରାତ୍ରିଦିନ ଲଡ଼ୁକେଶ ମହାଦେବଙ୍କର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳନ କରାଯିବବୋଲି ଗ୍ରାମ୍ୟ କମିଟି ପକ୍ଷରୁ ସୂଚନା ଦିଆଯାଇଛି।
Read Moreନୟାଗଡ଼ ଜିଲା ସାମ୍ବାଦିକ ସଂଘର ସାଧାରଣ ଅଧିବେଶନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପାଣିପୋଇଲା ନିକଟସ୍ଥ ବୁଢ଼ୀଝରି ଶାଳବଣିରେ ନୟାଗଡ଼ ଜିଲା ସାମ୍ବାଦିକ ସଂଘର ସାଧାରଣ ଅଧିବେଶନ ରବିବାର ଅନୁଷ୍ଠିତ ହୋଇଛି। ସଭାପତି ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ବରିଷ୍ଠ ଜିଲା ପରିଷଦ ସଭ୍ୟ ତଥା ସାମ୍ବାଦିକ ରାମେଶ୍ବର ଶତପଥୀ, କାର୍ଯ୍ୟକାରୀ ସଭାପତି ପୁରୁଷୋତ୍ତମ ମହାପାତ୍ର, ବରିଷ୍ଠ ସାମ୍ବାଦିକ ଆଦର୍ଶ ପଟ୍ଟନାୟକ, ନିଶିକାନ୍ତ ରଥ, ପ୍ରଭାକର ଶିରୋମଣୀ, ସାମ୍ବାଦିକ ସୁବାସ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ଆଗାମୀ ଏପ୍ରିଲ ମାସରେ ତିନିଦିନ ଧରି ସଂଘ ତାର ୨୫ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ପାଳନ କରିବ ବୋଲି ନିଷ୍ପତି ନିଆଯାଇଛି। ଏହି ଅବସରରେ ଏକ ସ୍ମରଣିକା ଉନ୍ମୋଚନ କରାଯିବା ଲାଗି ମତ ପ୍ରକାଶ ପାଇଥିଲା। ଜୟନ୍ତୀ ପାଳନ ଲାଗି ସଂଘର କର୍ମକର୍ତ୍ତାମାନେ ନିଜର ମତ ଉପସ୍ଥାପନା କରିଥିଲେ। ଏଥିସହ ଏକ କମିଟି ଗଠନ କରାଯାଇ…
Read Moreଜଙ୍ଗଲ ନିଆଁ ରୋକିବା ପାଇଁ ଅରୋମୀରା ଟ୍ରଷ୍ଟ ପ୍ରତିଷ୍ଠାତାଙ୍କ ସଚେତନତା କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ପାଖେଇ ଆସୁଛି ଗ୍ରୀଷ୍ମ ଋତୁ। ଜଙ୍ଗଲ ନିଆଁ ରୋକିବା ପାଇଁ ଅରୋମୀରା ଟ୍ରଷ୍ଟ ପ୍ରତିଷ୍ଠାତା ସୁକାନ୍ତ ଚୌଧୁରୀଙ୍କ ଭିନ୍ନ ପ୍ରୟାସ। ଗ୍ରୀଷ୍ମ ଋତୁରେ ବାୟୁ ମଣ୍ଡଳର ଉଷ୍ମତା ସହିତ ଜଙ୍ଗଲ ନିଆଁ ଜନ ଜୀବନକୁ ଅସ୍ତ ବ୍ୟସ୍ତ କରି ଦେଇଥାଏ। ଏହି ନିଆଁ ଜଙ୍ଗଲ, ପଶୁ ପକ୍ଷୀଙ୍କ ଅକାଳ ମୃତ୍ୟୁ ଆଣିବା ସହିତ ଉପକାରୀ ଉଭିଦମାନଙ୍କୁ ପୋଡ଼ି ଜାଳି ନଷ୍ଟ କରିବା ସହ ଜୈବ ଭାରସାମ୍ୟ ନଷ୍ଟ କରି ଦେଇଥାଏ।ଚଳିତ ବର୍ଷ ଅଧିକ ଉତ୍ତାପ ବୃଦ୍ଧିର ପୂର୍ବାନୁମାନକୁ ଆଖି ଆଗରେ ରଖି ଆଗୁଆ ପଦକ୍ଷେପ ସ୍ୱରୂପ ପୂର୍ବ ବର୍ଷମାନଙ୍କ ପରି ଓଡଗାଁ ବ୍ଲକ୍ କୁରାଳସ୍ଥିତ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅରୋମୀରା ଟ୍ରଷ୍ଟ ତରଫରୁ ସମ୍ପୂର୍ଣ୍ଣ ମାନବ କୃତ ଜଙ୍ଗଲ ନିଆଁକୁ ରୋକିବା ଲାଗି ଗାଁ କୁ ଗାଁ ବୁଲି ଲୋକମାନଙ୍କୁ ସଚେତନ କରୁଛନ୍ତି…
Read Moreନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ “ଘର ହିଁ ବିଦ୍ୟାଳୟ ପ୍ରକଳ୍ପ” କାର୍ଯକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଘର ହିଁ ବିଦ୍ୟାଳୟ ପ୍ରକଳ୍ପ କାର୍ଯକ୍ରମର ଦ୍ୱିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହୋଇଛି । ମୁଖ୍ୟଅତିଥି ରୂପେ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟର ଶିକ୍ଷା ବିଭାଗୀୟ ମୁଖ୍ୟ କୃପାସିନ୍ଧୁ କରନ୍ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ପ୍ରଧାନଚାର୍ଯ୍ୟ ଅମ୍ବିକା ପ୍ରସାଦ ପଟ୍ଟନାୟକ ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହ କାର୍ଯକ୍ରମ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମୁଖ୍ୟ ଅତିଥି ଆଜିର ଆଲୋଚ୍ୟ ବିଷୟ ଶିଶୁଙ୍କ ଶାରୀରିକ ଓ ମାନସିକ ଆବଶ୍ୟକତା ଓ ପରିବାରରେ ଆହାର ଓ ବିହାର ବ୍ୟବସ୍ଥା ବିଷୟରେ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ ।ଅନୁଷ୍ଠାନର ସଭାପତି କେଶବ ଚନ୍ଦ୍ର ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯକ୍ରମଟି ବିଦ୍ୟାଳୟର ସମ୍ପାଦକ ଭାସ୍କର ଚନ୍ଦ୍ର ସାହୁ, ସମସ୍ତ ଗୁରୁଜୀ ଗୁରୂମା ଓ ପରିଚାଳନା ସମିତି ଓ…
Read Moreଜିଲ୍ଳା ଆଇନ୍ସେବା ପ୍ରାଧିକରଣ ତରଫରୁ ପରିବେଶ ସ୍ୱଚ୍ଛତା କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଆଇନ୍ସେବା ପ୍ରାଧିକରଣ ସଚିବ ଅଞ୍ଜଳୀ ମଛଖଣ୍ଡଙ୍କ ନିର୍ଦ୍ଦେଶରେ ଜିଲ୍ଲା ଗ୍ରାମୀଣ ଆଇନ ସଚେତନତା କର୍ମୀମାନଙ୍କୁ ନେଇ ନୟାଗଡ଼ ଖେଳପଡ଼ିଆ ଠାରେ ପରିବେଶର ସୁରକ୍ଷା ପାଇଁ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଖେଳପଡ଼ିଆ ପରିସରରେ ପାଣିବୋତଲ, ଜରି, ଗଛର ଡାଳପତ୍ର ପଡ଼ି ପଡ଼ିଆଟି ଅପରସ୍କାର ହୋଇ ପଡ଼ିଥିଲା। ଏହି ପଡ଼ିଆରେ ଖେଳପ୍ରେମୀମାନେ ପ୍ରତିଦିନ ଖେଳକୁଦ କରିଥାନ୍ତି। ନୟାଗଡ଼ର ସଚେତନ ବୁଦ୍ଧିଜୀବୀମାନେ ମଧ୍ୟ ପ୍ରାତଃ ଭ୍ରମଣ କରି ନିଜର ସ୍ୱାସ୍ଥ୍ୟ ପ୍ରତି ସଜାଗ ହୋଇଥାନ୍ତି। କିନ୍ତୁ ଦୁଃଖର ବିଷୟ ଅସଚେତନତା ଜନସାଧାରଣ ପଡ଼ିଆରେ ଅପରିସ୍କାର କରି ପଡ଼ିଆଟିକୁ ଦୂଷିତ କରିଛନ୍ତି।ଏସବୁକୁ ଦୃଷ୍ଟିରେ ରଖି ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବଙ୍କ ନିର୍ଦ୍ଦେଶ ଜିଲ୍ଲା ଆଇନ ସଚେତନତା କର୍ମୀମାନେ ହାତରେ ଝାଡ଼ୁଧରି ପଡ଼ିଆଟିକୁ ପରିସ୍କାର କରିଛନ୍ତି। ଜିଲ୍ଲା ଆଇନସେବା ପ୍ରାଧିକରଣର ଏପରି କାର୍ଯ୍ୟକୁ…
Read Moreବିଶ୍ଵ ମାତୃଭାଷା ଦିବସ ଅବସରରେ ବହୁଭାଷୀ କବିତା ଓ ସଙ୍ଗୀତ ଆସର ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ଫେବୃଆରୀ ୨୧ ହେଉଛି ବିଶ୍ଵ ମାତୃଭାଷା ଦିବସ। ଏହି ଅବସରରେ ନୟାଗଡ଼ ଜିଲ୍ଲା ଲେଖକ ପରିଷଦ,ମା’ ଫାଉଣ୍ଡେସନ ସାମାଜିକ ଅନୁଷ୍ଠାନ,ପରମ୍ପରା ସାହିତ୍ୟ ସଂସଦ, କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ଓ ସଂସ୍କୃତି ପରିଷଦ, ନାଟ୍ୟଧାରା, ମୈତ୍ରୀ ଯୁବ ସଂସଦ, ଆର୍ଟ ପଏଣ୍ଟ ଓ ସୁଧା ସାଂସ୍କୃତିକ ପରିଷଦର ମିଳିତ ଆୟୋଜନରେ ମୁକ୍ତାକାଶ ବହୁଭାଷୀ କବିତା ଓ ସଙ୍ଗୀତ ଆସର ସ୍ଥାନୀୟ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଲେଖକ ପରିଷଦର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ବରିଷ୍ଠ କବି ଏମ. ଔରଙ୍ଗଜେବ, ବିଶିଷ୍ଟ ସାହିତ୍ୟନୁରାଗୀ ଉପେନ୍ଦ୍ର ତ୍ରିପାଠୀ, କବି ନିର୍ମଳ ଚନ୍ଦ୍ର ଶୂରଦେଓ, ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଦିବସର ମହତ୍ୱ ଉପରେ ଆଲୋକପାତ କରିଥିଲେ। କବି ତଥା ଅଧ୍ୟାପକ…
Read More