ସୁଭଦ୍ରା ଯୋଜନାର ୩ୟ କିସ୍ତି ପ୍ରଦାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ସୁଭଦ୍ରା ଯୋଜନାର ୩ୟ କିସ୍ତି ପ୍ରଦାନ ପାଇଁ ଏକ ବୈଠକ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଲଗ୍ନଜିତ୍ ରାଉତ ପ୍ରମୁଖ ଯୋଗଦେଇଥିଲେ।

ପ୍ରାରମ୍ଭରେ ମୁଖ୍ୟ ଉନ୍ନୟନ ଅଧିକାରୀ ସ୍ୱାଗତ ଭାଷଣ ଦେଇଥିଲେ। ଇଂ. ଦେବାଶିଷ ପଟ୍ଟନାୟକ ସ୍ୱାଗତ ଭାଷଣ ପରେ ସୁଭଦ୍ରା ଯୋଜନା ଉପରେ ତାଙ୍କର ବକ୍ତବ୍ୟ ରଖିଥିଲେ । ଖଣ୍ଡପଡ଼ା ବିଧାୟକ ତାଙ୍କ ଅଭିଭାଷଣରେ କହିବାକୁ ଯାଇ ନୟାଗଡ଼ ଜିଲ୍ଲା ଆଗାମୀ ଲକ୍ଷପତି ଦିଦିର ପ୍ରଥମ ସ୍ଥାନରେ ପହଞ୍ଚି ପାରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ସେହିପରି ନୟାଗଡ଼ ଜିଲ୍ଲାର ଉନ୍ନତି ଓ ସୁରକ୍ଷା ପ୍ରଦାନ ପାଇଁ ପ୍ରତିଶ୍ରୁତିବଦ୍ଧ  ବୋଲି କହିଥିଲେ । ପୂର୍ବରୁ ଏହି ଜିଲ୍ଲା ସମଗ୍ର ଭାରତ ବର୍ଷରେ ଏକନମ୍ବର ଜିଲ୍ଲା ଭାବେ ଲକ୍ଷପତି ଦିଦି ପାଇଁ ପୁରସ୍କୃତ ହୋଇଛି । ଏହି ଜିଲ୍ଲାର ଉନ୍ନତି ପାଇଁ ଆମେ ସମସ୍ତେ ଦାୟିତ୍ୱବାନ ହେବା । ସେହିପରି ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ କହିଲେ ଯେ, ମହିଳାଙ୍କ ନିମନ୍ତେ ଆର୍ଥିକ ସୁରକ୍ଷା ପାଇଁ ସୁଭଦ୍ରା ଯୋଜନା ଆଣିଛନ୍ତି ସରକାର । ଆର୍ଥିକ ଓ ସାମାଜିକ ସୁରକ୍ଷା ଦେବା ପାଇଁ ସରକାର ସବୁବେଳେ ଚେଷ୍ଟିତ । ସୁଭଦ୍ରା ଟଙ୍କାକୁ ମାଆମାନେ  ଅନେକ ଛୋଟ ଛୋଟ ବ୍ୟବସାୟ ଆରମ୍ଭ କରି ଭଲ କାମରେ ଲଗାଉଛନ୍ତି । ଆମ ଜିଲ୍ଲା ପୁରା ଭାରତ ବର୍ଷରେ ଏକ ନମ୍ବରରେ ଅଛି।

ନୟାଗଡ଼ ଜିଲ୍ଲାରେ ଆଜିପର୍ଯ୍ୟନ୍ତ ୨ଲକ୍ଷ ୩୮ହଜାର ହିତାଧିକାରୀ ସୁଭଦ୍ରା ଯୋଜନା ଟଙ୍କା ପାଇଛନ୍ତି। ଆପଣମାନଙ୍କୁ ସଶକ୍ତ କରିବାରେ ଆର୍ଥିକ ସଶକ୍ତିକରଣ ଯୋଜନାମାନ ରହିଛି । ସରକାରଙ୍କର ମୁଦ୍ରା ଯୋଜନା,ପିଏମ ବିଶ୍ୱକର୍ମା ଯୋଜନା ଭଳି ଅନେକ ଯୋଜନା ରହିଛି । ସୁଭଦ୍ରା ଯୋଜନାରେ ନୂଆରେ ପ୍ରବେଶ କରିବାକୁ ବ୍ଲକରେ ସୁଭଦ୍ରା ସେଲ ଖୋଲିଛି । ଏହି କାର୍ଯ୍ୟକ୍ରମରେ ୮ଟି ବ୍ଲକର ହିତାଧିକାରୀ, ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀ, ଜିଲ୍ଲା ସ୍ତରୀୟ ସାମ୍ବାଦିକ ବନ୍ଧୁ ପ୍ରମୁଖ ଉପସ୍ଥିତ ଥିଲେ।

Related posts