ଦଶପଲ୍ଲାରେ DYFIର ଦଶପଲ୍ଲା ବ୍ଲକ ସମ୍ମିଳନୀ ଅନୁଷ୍ଠିତ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେଶନ(DYFI)ର ଦଶପଲ୍ଲା ବ୍ଲକ ସମ୍ମିଳନୀ ଆଜି ସ୍ଥାନୀୟ ଇଲେଭେନ୍ ଷ୍ଟାର କ୍ଳବ୍ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଏହି ସମ୍ମିଳନୀକୁ ସଂଗଠନର ରାଜ୍ୟ ସଭାପତି ସରୋଜ କୁମାର ନାୟକ ଉଦଘାଟନ କଲାପରେ ବ୍ଲକ  ସମ୍ପାଦକ ବିପିନ୍ କୁମାର ବାଜୁ ରିପୋର୍ଟ ଉପସ୍ଥାପନ କରିଥିଲେ। ରିପୋର୍ଟ ଉପରେ ପ୍ରତିନିଧିମାନେ ଆଲୋଚନା କଲାପରେ ତାହା ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଥିଲା। ଅନ୍ୟତମ ଅତିଥି ଜିଲ୍ଲା କୋଷାଧ୍ୟକ୍ଷ ଧିରେନ୍ କୁମାର ପାତ୍ର ଉଦବୋଧନ ଦେବାପରେ ଆଗାମୀ ତିନି ବର୍ଷ ପାଇଁ ଏକ କମିଟି ନିର୍ବାଚିତ କରା ଯାଇଛି। ଏହି କମିଟିର ସଭାପତି ପ୍ରକାଶ ମଣ୍ଡଳ,ସମ୍ପାଦକ ସୁଧାଂଶୁ ଶେଖର ନାୟକ ଓ କୋଷାଧ୍ୟକ୍ଷ ଭାବେ ସୁଶାନ୍ତ ନାୟକ ସମେତ ସାତ ଜଣିଆ କମିଟି ଗଠନ କରାଯାଇଛି। ଶେଷରେ ବିଶିଷ୍ଟ  ବାମପନ୍ଥୀ ନେତା ଆଡଭୋକେଟ ଶରତ…

Read More

ସୌମ୍ୟାଶ୍ରୀଙ୍କ ବିୟୋଗରେ ଉତ୍ସର୍ଗ ଫାଉଣ୍ଡେସନ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଜୀବନ ଯୁଦ୍ଧରେ ହାରିଗଲେ ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଭୋଗରାଇ ବ୍ଲକର ଛାତ୍ରୀ ସୌମ୍ୟାଶ୍ରୀ ବିଶି । ସୋମବାର ବିଳମ୍ବିତ ରାତିରେ ଏମସ କତୃପକ୍ଷ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁଃଖଦ ଖବର ଏବେ ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଥିବା ବେଳେ ଆଜି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଉତ୍ସର୍ଗ ଫାଉଣ୍ଡେସନ ପକ୍ଷରୁ ଟାକରା ମେଡିକାଲ ଠାରୁ ଆରମ୍ଭ କରି ଗୋପାଳପୁର, ରଥିପୁର ଅଞ୍ଚଳ ସହ ଟାକରା ବଜାର ପରିକ୍ରମା କରି ଏହି ଶୋଭାଯାତ୍ରା ଶେଷରେ ଟାକରା ସ୍ଥିତ ବାବା ସିଦ୍ଧେସ୍ୱର ମନ୍ଦିର ନିକଟରେ ପହଞ୍ଚିଥିଲା। ସେଠାରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିବା ବେଳେ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବି ରଖିଥିଲେ ଟ୍ରଷ୍ଟର…

Read More

ନବମ ବାର୍ଷିକ ଜିଲ୍ଲା ବ୍ୟାପି ସେବା ଉତ୍ସବ ଉଦଘାଟିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସେବା ଉତ୍ସବ ସମିତି ଆନୁକୁଲ୍ୟରେ ନବମ ବାର୍ଷିକ ଜିଲ୍ଲା ବ୍ୟାପି ସେବା ମହୋତ୍ସବ ମହାସମାରୋହରେ ଉଦ୍ଘାଟିତ ହୋଇ ଯାଇଛି। ଏହି ଉଦ୍ଘାଟନୀ ଉତ୍ସବ ରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ଦୁଇଶହ ମିଟରର ଲମ୍ବ ବିଶାଳ ଏକ ବିଶାଳ ତ୍ରିରଙ୍ଗା ପତାକା ଶତାଧିକ ଯୁବକ ଯୁବତୀ ଏଥିରେ ସାମିଲ ହୋଇଥିଲେ । ଶହ ଶହ ଯୁବକ ଏହି ଯାତ୍ରା ରେ ଯୋଗ ଦେଇ ଦେଶପ୍ରେମ ରେ ଉଦଭାସିତ ହୋଇଥିଲେ। ପ୍ରବଳ ବର୍ଷା ସତ୍ତ୍ୱେ ଯୁବକ ମାନଙ୍କ ସ୍ଵରରେ ଏବଂ ଦେଶପ୍ରେମ ନାରାରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇଥିଲା। ଦେଶସେବା ପାଇଁ ଏ ସେବା ଉତ୍ସବ ର ନିଆରା ପ୍ରୟାସ ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଥିଲା। ନୟାଗଡ଼ ସେବା ଉତ୍ସବ ସମିତି ର ଅଧ୍ୟକ୍ଷ ଶିବରାମ ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ…

Read More

ବାଲେଶ୍ୱର ଛାତ୍ରୀ ସୈାମ୍ୟାଶ୍ରୀ ମୃତ୍ୟୁ ଘଟଣାକୁ ନେଇ ବିଜୁ ଛାତ୍ର ଜନତା ଦଳର ବିକ୍ଷୋଭ ସହ କ୍ୟାଣ୍ଡେଲ ଶୋଭାଯାତ୍ରା

ନୟାଗଡ଼,(ନୟାଗଡ଼ ଦର୍ପଣ): ବାଲେଶ୍ୱର ଏଫ୍‌ଏମ୍ ବିଶ୍ୱ ବିଦ୍ୟାଳୟରେ ଘଟିଥିବା ଅଘଟଣରେ ଛାତ୍ରୀ ସୈାମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ନୟାଗଡ଼ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବିକ୍ଷୋଭ ପଦର୍ଶନ କରାଯାଇଛି । ବିଜୁ ଛାତ୍ର ଜନତା ଦଳ ଜିଲ୍ଲା ସଭାପତି ନୀଳମାଧବ ପଣ୍ଡାଙ୍କ ଆହ୍ୱାନ କ୍ରମେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସାମ୍ନାରେ ଅନୁଷ୍ଠିତ ବିକ୍ଷୋଭ କାର୍ଯ୍ୟକ୍ରମରେ ଶହ ଶହ ଛାତ୍ରଛାତ୍ରୀ ସାମିଲ ହୋଇ ସରକାରଙ୍କ ବିରୁଦ୍ଧରେ ନାରାବାଜି କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରୁଜଙ୍କ ବ୍ୟାନରରେ ନିଆଁ ଲଗାଇ ଦିଆଯାଇଛି । ରାଜ୍ୟ ସରକାରଙ୍କ ଅବହେଳା ପାଇଁ ଜଣେ ଛାତ୍ରୀଙ୍କ ଜୀବନ ଚାଲି ଯାଇଥିବା ଛାତ୍ରନେତାମାନେ ଅଭିଯୋଗ କରିଛନ୍ତି । ଛାତ୍ର ବିଜେଡ଼ି ନେତା ଅମୁଲ୍ୟ ସାହୁ, ସଞ୍ଜୀବ କୁମାର ମିଶ୍ର, ପ୍ରମୋଦ କୁମାର ସାହୁ ପ୍ରମୂଖ…

Read More

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଶ୍ରାବଣ ମାସର ପ୍ରଥମ ସୋମବାର, ସକାଳୁ ଖେଳିଗଲା ଶୋକର ଛାୟା । ସ୍ତବ୍ଧ ପାଲଟିଗଲା ସାଲୁଣୀ ଗାଁ ଓ ଆଖ ପାଖ ଅଞ୍ଚଳ। ଗୋବର୍ଦ୍ଧନଙ୍କ ପରଲୋକରେ ନିରବି ଗଲେ ବନ୍ଧୁ, ପରିଜନ, ଶିଷ୍ୟ ଓ ଶୁଭେଚ୍ଛୁ। ସାରା ରାଜ୍ୟରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ମୃଦଙ୍ଗର ବାଦସାହା ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରା। ସୂଚନାନୁସାରେ, ନୟାଗଡ ବ୍ଲକ୍ ନାଟୁଗାଁ ପଞ୍ଚାୟତ ଅଧିନରେ ଥିବା ସାଲୁଣୀ ଗ୍ରାମରେ ୧୯୩୯ ମସିହା ଜନ୍ମ ଗ୍ରହଣ କରିଥିବା ଗୋବର୍ଦ୍ଧନ ବେହେରା ପଞ୍ଚମ ପାସ କରି ସାଂସ୍କୃତିକ ଲୋକକଳା ପାଲା ଜଗତରେ ମନ ବଳାଇଥିଲେ। ୧୫ବର୍ଷ ବୟସରୁ ପାଠକୁ ପଛରେ ପକାଇ ପାଲା ଜଗତରେ ମୃଦଙ୍ଗ ଧରିଥିଲେ। ଗାୟକ କେଶରୀ ସ୍ଵର୍ଗତ ଉଦୀୟନାଥ ଶର୍ମାଙ୍କ ସହ ମିଶି ପାଲା ପରିବେଷଣ କରିଆସୁଥିଲେ। ମୃଦଙ୍ଗରେ ସିଦ୍ଧହସ୍ତ ହୋଇ ସାରା ରାଜ୍ୟରେ ବାୟକ…

Read More

ନାରାୟଣ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ଦକ୍ଷତା ଦିବସ ୨୦୨୫ପାଳିତ

ନୟାଗଡ, (ନୟାଗଡ଼ ଦର୍ପଣ): ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ଆନୁକୁଲ୍ୟରେ ଶରଣକୂଳ ସ୍ଥିତ ନାରାୟଣ ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ଵ ଯୁବ ଦକ୍ଷତା ଦିବସ ୨୦୨୫ ପାଳିତ ହୋଇଯାଇଛି। ଏହି ବର୍ଷର ବିଶ୍ଵ ଯୁବ ଦକ୍ଷତା ଦିବସ, କୃତ୍ରିମ ବୁଦ୍ଧିମତା ଏବଂ ଡିଜିଟାଲ ଦକ୍ଷତା ଦ୍ଵାରା ଯୁବ ସଶକ୍ତିକରଣ ଉପରେ ଆଧାରିତ ଥିଲା । ଏହି ଦିବସ ପାଳନ ଅବସରରେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ମନସ୍ୱୀ ସେଠୀ, ରାଷ୍ଟ୍ରୀୟ ବୃତ୍ତି ସେବାର ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ, ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ଗବେଷଣା ଫେଲୋ ରବି କୁମାର, ନାରାୟଣ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଶ୍ମିରଞ୍ଜନ ମିଶ୍ର, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶରଣକୁଳର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁ ଆଦି ଯୋଗଦେଇ ନିଜର ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ…

Read More

ଇଟାମାଟିରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଇଟାମାଟି, (ନୟାଗଡ଼ ଦର୍ପଣ): ଇଟାମାଟି ଯଦୁମଣି ବରିଷ୍ଠ ନାଗରିକ ମଞ୍ଚ ଆନୁକୁଲ୍ୟରେ ବାମନ ଅବକାଶ ଉଚ୍ଚ ବିଦ୍ୟାଳୟ ସହଯୋଗରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଏନ୍.ସି.ସି କ୍ୟାଡେଟ୍ ମାନେ ବିଦ୍ୟାଳୟ ପରିସରରେ ଅର୍ଜ୍ଜୁନ, ପଣସ, ବଉଳ, ଗଙ୍ଗଶିଉଳି ଆଦି ଉପାଦେୟ ଚାରା ରୋପଣ କରିଥିଲେ। ବୃକ୍ଷରୋପଣର ଉପକାରିତା ଓ ଆବଶ୍ୟକତା ବିଷୟରେ ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟ ମାନେ ଏନ୍.ସି.ସି କ୍ୟାଡେଟମାନଙ୍କୁ ଅବଗତ କରାଇବା ସହ ଗଛକୁ ବଂଚାଇ ରଖିବା ଦିଗରେ ଯତ୍ନଶୀଳ ହେବାପାଇଁ ପରାମର୍ଶ ଦେଇଥିଲେ। ବରିଷ୍ଠ ନାଗରିକ ମଞ୍ଚର ସଂପାଦକ ଡ.ରଙ୍ଗନାଥ ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସକ୍ରିୟ ସଦସ୍ୟ ଡା. ରାଜକିଶୋର ବରାଡ, ଦୁର୍ଯ୍ୟୋଧନ ନାୟକ, ରମେଶ ଚନ୍ଦ୍ର ପଟ୍ଟନାୟକ, ମାଗୁଣି ଚରଣ ଖଣ୍ଡା ପ୍ରମୁଖ ସହଯୋଗ କରିଥିଲେ।

Read More

ସମଗ୍ର ରାଜ୍ୟରେ ବିତର୍କର ବିଜେତା ହେଲେ ବିଶ୍ୱବିଜିତା

ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ ବକୃତା ପ୍ରତିଯୋଗିତାରେ ନୟାଗଡ଼ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ବକୃତା ପ୍ରତିଯୋଗିତାରେ ଭାଗନେଇଥିଲେ ନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ସପ୍ତମ ଶ୍ରେଣୀ ଛାତ୍ରୀ ବିଶ୍ୱବିଜିତା ମହାନ୍ତି । ସମସ୍ତ ଜିଲ୍ଲାରୁ ପ୍ରଥମ ସ୍ଥାନ ଅଧିକାର କରି ଆସିଥିବା ପ୍ରତିଯୋଗୀମାନଙ୍କୁ ପଛରେ ପକାଇ ବକୃତା ବିଜେତା ହେଲେ ବିଶ୍ୱବିଜିତା। ପୂର୍ବରୁ ନୟାଗଡ଼ର ପ୍ରତିଭା ଏହି କୁନି ଛାତ୍ରୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣକରି ଉତ୍କଳଜ୍ୟୋତି ସମ୍ମାନର ଅଧିକାରୀ ହୋଇଥିବା ସାଙ୍ଗକୁ ବିଜ୍ଞାନ ମେଳାରେ ପ୍ରଥମ ସ୍ଥାନ ଅଧିକାର କରି ନୟାଗଡ଼ ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି। ତୃତୀୟ ଓ ପଞ୍ଚମ ଶ୍ରେଣୀ ସରକାରୀ ମେଧାବୃତ୍ତି ସହିତ, ଗୀତାଶ୍ଳୋକ ଆବୃତ୍ତି ଓ କୁଇଜ଼ ପ୍ରତିଯୋଗିତାରେ ଭାଗନେଇ ପ୍ରଥମ ସ୍ଥାନ ଅଧିକାର କରି ନୟାଗଡ଼ ଜିଲ୍ଲାର ସୁନାମ ଅକ୍ଷୁର୍ଣ…

Read More

ଉତ୍ସର୍ଗ ଫାଉଣ୍ଡେସନ ଓ ଆମ ଓଡିଶା ପକ୍ଷରୁ ରକ୍ତଦାନ ଶିବିର

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ରକ୍ତଦାନ ମହାପୁଣ୍ୟ ଓ ରକ୍ତଦାନ ଜୀବନ ଦାନ। ଆଜିର ଦିନରେ ସମଗ୍ର ଓଡ଼ିଶାରେ  ରକ୍ତ ହୀନତା ଜନିତ ରୋଗୀ, ମାତୃତ୍ଵ ଲାଭ କରୁଥିବା ମହିଳା, ଜୀବନର ଅପରାହ୍ନରେ ଉପନୀତ ବ୍ୟକ୍ତି, ସିକଲିନ୍ ପୀଡିତ ରୋଗୀ, ଦୁରାରୋଗ୍ୟ ବ୍ୟାଧିରେ ପୀଡିତ ରୋଗୀ  ଓ ଅପ୍ରତ୍ୟାଶିତ ଦୁର୍ଘଟଣାର ଶିକାର ହେଉଥ‌ିବା ବ୍ୟକ୍ତିମାନଙ୍କ ପାଇଁ ରକ୍ତର ଆବଶ୍ୟକତା ଥିବା ବେଳେ ସଠିକ୍ ସମୟରେ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ରହୁଛି । ରକ୍ତ ଭଣ୍ଡାରରେ ରକ୍ତର ଅଭାବ ପୂରଣକୁ ଦୃଷ୍ଟିରେ ରଖି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳର ଅଗ୍ରଣୀ ସେବା ସଂଗଠନ ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ ଓ ଆମ ଓଡିଶା ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି ।  ମଣୀନାଗ ବହୁମୁଖୀ ଜୁନିୟର ମହାବିଦ୍ୟାଳୟ ଟାକରା ପରିସରରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ସମୁଦାୟ ୨୨ୟୁନିଟ…

Read More

ନୟାଗଡ଼ କ୍ଳବ୍ ତରଫରୁ ରାସ୍ତା ପାର୍ଶ୍ୱରେ ଲିମ୍ବ ଓ ମହାଲିମ୍ବ ବୃକ୍ଷ ରୋପଣ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ନିକଟ ଲେଖନପୁର ସ୍ଥିତ ନୟାଗଡ଼ କ୍ଳବ୍ ପରିସରକୁ ଲାଗି ଯାଇଥିବା ରାସ୍ତାର ଦକ୍ଷିଣ ପାର୍ଶ୍ୱରେ କ୍ଳବ୍ ତରଫରୁ ବହୁ ଔଷଧୀୟ ଗୁଣର ଅଧିକାରୀ ଲିମ୍ବ ଓ ମହାଲିମ୍ବ ଗଛ ରୋପଣ କରାଯାଇଛି। ଏହି ଗଛ ଗୁଡିକ ପରିବେଶକୁ ଶୁଦ୍ଧ କରିବା ସହିତ ବହୁ ରୋଗ ଜୀବାଣୁକୁ ନଷ୍ଟ କରିଥାଏ। କାଛୁକୁଣ୍ଡିଆ ଠାରୁ ଆରମ୍ଭ କରି ବିଭିନ୍ନ ଚର୍ମ ରୋଗ ପାଇଁ ଏହି ଗଛର ଉପକାରିତାକୁ ଦୃଷ୍ଟିରେ ରଖି କ୍ଳବ୍ ତରଫରୁ ଏହି ଗଛ ଗୁଡିକୁ ରୋପଣ କରାଯାଉଥିବା ବିଷୟରେ କ୍ଳବ୍ ସଂପାଦକ ଶ୍ରୀଧର ସାହୁ ମତବ୍ୟକ୍ତ କରିଛନ୍ତି। ସଂପାଦକ ଶ୍ରୀଯୁକ୍ତ ସାହୁଙ୍କ ସଂଯୋଜନାରେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ କ୍ଳବ୍ ସଭାପତି ପ୍ରାଧ୍ୟାପକ ଅଶୋକ କୁମାର ନାୟକ, ଉପସଭାପତି ଶରତଚନ୍ଦ୍ର ଆଚାର୍ଯ୍ୟ, ଯୁଗ୍ମ ସଂପାଦକ ପ୍ରକାଶ ଚନ୍ଦ୍ର ଷଡଙ୍ଗୀ, ବରିଷ୍ଠ ସଦସ୍ଯ…

Read More