ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମନରେଗା ବଞ୍ଚାଓ ଧାରଣା

ନୟାଗଡ଼, (ନୟାଗଡ଼ ଦର୍ପଣ): ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ସଭାପତି ମଲ୍ଲୀକାର୍ଜୁନ ଖର୍ଗେଙ୍କ ନିର୍ଦ୍ଦେଶ କ୍ରମେ ଦେଶବ୍ୟାପୀ ମନରେଗା ବଞ୍ଚାଓ ଆନ୍ଦୋଳନ ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି  ରଣଜିତ ଦାଶଙ୍କ ଅଧ୍ଯକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମନରେଗା ବଞ୍ଚାଓ, ଟାଟା ପାୱାର ମନମାନୀ ଓ ଚାଷୀ ଶୋଷଣ ପ୍ରତିବାଦରେ, ଧାରଣା ଓ ବିକ୍ଷୋଭ କରାଯାଇ ଜିଲ୍ଲାପାଳ ମଧୁମିତା ରଥଙ୍କୁ ମନରେଗା ଆଇନର ସୁରକ୍ଷା ପାଇଁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦାଶଙ୍କ ଅଧ୍ଯକ୍ଷତାରେ ଆୟୋଜିତ ବିକ୍ଷୋଭ ସଭାରେ ଡିସିସି ବରିଷ୍ଠ ଉପସଭାପତି ଲକ୍ଷ୍ମୀଧର ତ୍ରିପାଠୀ, ଧ୍ରୁବ ଚରଣ ପରିଡା, ସୁକାନ୍ତ ଶତପଥୀ ବରିଷ୍ଠ ନେତା ସରୋଜ ପରିଡ଼ା, ହୁସେନ ଖାଁ, ମନୋଜ ସାହୁ, ପୂର୍ଣ୍ଣଚନ୍ଦ୍ର ଶlନ୍ତ, ବାଳକୃଷ୍ଣ ଷଡଙ୍ଗୀ, ନୟାଗଡ଼ ବ୍ଲକ କଂଗ୍ରେସ ସଭାପତି ହାସିମ ଖାଁ,ଓଡଗାଁ ବ୍ଲକ ପୂର୍ଣ୍ଣଚନ୍ଦ୍ର ନାୟକ,…

Read More

ଇଫକୋ ପକ୍ଷରୁ ନାନୋ ସାର ଓ ଜଳ ଦ୍ରବଣୀୟ ସାର ପ୍ରୟୋଗ ସମ୍ୱନ୍ଧୀୟ ଫସଲ ଆଲୋଚନା ଚକ୍ର

ନୟାଗଡ଼, (ନୟାଗଡ଼ ଦର୍ପଣ): ଜଳବାୟୁ ପରିବର୍ତନ ସାଙ୍ଗକୁ ଦିନକୁ ଦିନ ନୂଆ ରୋଗ ଶୃଷ୍ଟି କରି ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଉଛି। ଏହି ପରିପ୍ରେକ୍ଷୀରେ ଇଣ୍ଡିଆନ ଫାର୍ମରସ ଫଟିଲାଇଜର କୋ-ଅପରେଟିଭ ଲିମିଟେଡ଼ (ଇ.ଫ୍.କୋ.) ପକ୍ଷରୁ ରଣପୁର ବ୍ଲକର ସାନଗଡ ସ୍ଥିତ ଇଫକୋ ବଜାର ପରିସରରେ ନାନୋ ସାର ଓ ଜଳ ଦ୍ରବଣୀୟ ସାର ସମ୍ୱନ୍ଧିତ ଏକ ବୈଜ୍ଞାନିକ ଫସଲ ଆଲୋଚନା ଚକ୍ର ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ନୟାଗଡ଼ କୃଷି ବିଭାଗର ଜିଲ୍ଲା କୃଷି ଅଧିକାରୀ ପବିତ୍ର ମୋହନ ସାହୁ ଯୋଗଦେଇ କୃଷି ବିଭାଗର ବିଭିନ୍ନ ସ୍କିମ ବିଷୟରେ ଆଲୋକପାତ କରିଥିଲେ। ଚାଷୀ କ୍ଷେତରେ ଦାନାଦାର ସାର ପ୍ରୟୋଗ କରିବା ଦ୍ବାରା ଗଛ କିଛି ସାର ଗ୍ରହଣ କରୁଛି। ଆଉ କିଛି ମାଟିରେ ନଷ୍ଟ ହେଇଯାଉଛି। ଏହାଦ୍ବାରା ମୃତିକା ମଧ୍ଯ ନଷ୍ଟ ହେଉଛି। ତେଣୁ ନାନୋ ଡ଼ି.ଏ.ପି.…

Read More

ନୟାଗଡ ଜିଲ୍ଲା ଦଶପଲ୍ଲାଠାରେ ଦୁଇ ଦିନ ଧରି ଆୟୋଜନ ହେବ ଉତ୍କଳ ସମ୍ମିଳନୀର ୪୯ତମ ଅଧିବେଶନ

ନୟାଗଡ଼, (ନୟାଗଡ଼ ଦର୍ପଣ): ଉତ୍କଳ ସମ୍ମିଳନୀର ୨୧ ଡିସେମ୍ବର ୨୦୨୫ ତାରିଖରେ କେନ୍ଦ୍ରୀୟ କାର୍ଯ୍ୟକାରିଣୀର ସପ୍ତମ ବୈଠକର ନିଷ୍ପତ୍ତିକ୍ରମେ ୪୯ତମ ସାଧାରଣ ଅଧିବେଶନ ଆସନ୍ତା ଫେବୃଆରୀ ମାସ ୭ଓ ୮ ତାରିଖ ଦୁଇ ଦିନ ଧରି ନୟାଗଡ ଜିଲ୍ଲା ଦଶପଲ୍ଲାଠାରେ ଅନୁଷ୍ଠିତ ହେବାକୁଯାଉଛି। ପରିଷଦ ସଭା ଓ ସାଧାରଣ ଅଧିବେଶନ ସାଙ୍ଗକୁ କେନ୍ଦ୍ରୀୟ କମିଟିର ନିର୍ବାଚନ ମଧ୍ଯ ଅନୁଷ୍ଠିତ ହେବ। ପରିଷଦ ସଭାରେ ମୁଖ୍ୟ ଆଲୋଚନାର ବିଷୟ ରହିବ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର ତଥା ପୃଥ‌ିବୀର ୧୦ଗୋଟି ବହୁଳ ବ୍ୟବହାର ଭାଷା ମଧ୍ୟରେ ପ୍ରାଚୀନ ଓଡ଼ିଆ ଭାଷାକୁ ସ୍ଥାନୀତ କରାଯିବାକୁ ପ୍ରସ୍ତାବ ନିଆଯିବ। ଏଥି ସହିତ ସୀମାସମସ୍ୟା, ଓଡ଼ିଶାର ବରପୁତ୍ରମାନଙ୍କର ପୂଜ୍ୟପୂଜା ନିମନ୍ତେ ଏକ ନୀତି ପ୍ରଣୟନ କରାଯିବ। ଉତ୍କଳ ଗୌରବ ମଧୁବାବୁଙ୍କର ସ୍ଵାଭିମାନୀ ଓଡ଼ିଆ ଜାତି ଗଢ଼ିବାର ସ୍ଵପ୍ନକୁ ସାକାର କରିବା ସକାଶେ ଓଡ଼ିଶାର…

Read More

ନିଜକୁ ନିଜେ ଗୁଳି କରିଦେଲେ ଏପିଆର କନଷ୍ଟେବଳ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ର ଏପିଆର କନଷ୍ଟେବଳଙ୍କ ଆତ୍ମହତ୍ୟା । ମୃତକ ହେଲେ ସୁନୀଲ ସେଠୀ । ଗୁରୁବାର ସେ ରିଜର୍ଭ ପୋଲିସ କ୍ୟାମ୍ପସରେ ଜୀବନ ହାରିଥିବା ସୂଚନା ରହିଛି । ଖବର ଅନୁଯାୟୀ, ସୁନୀଲ ସେଠୀଙ୍କ ଘର ନୟାଗଡ଼ ଜିଲ୍ଲା ବାହାଡ଼ାଝୋଲା ବେରୁହାଁବାରୀ ଗାଁରେ । ସେ କନେଷ୍ଟବଳ ଭାବେ ନୟାଗଡ଼ ବାରାକରେ କାର୍ଯ୍ୟରତ ଥିଲେ । ନିଜ ବନ୍ଧୁକରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି କନେଷ୍ଟବଳ ସୁନଲୀ ସେଠୀ । ବର୍ତ୍ତମାନ ଯାଏଁ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ସେପଟେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ସେ ଆତ୍ମହତ୍ୟା ପଛରେ ଛୁଟି ନମିଳିବା ନା ଆଉ କିଛି କାରଣ ଅଛି ତାହା ତଦନ୍ତ ପରେ ସ୍ପଷ୍ଟ ହୋଇପାରିବ। ସୂଚନାଯୋଗ୍ୟ ଗତ ୨୧ତାରିଖରେ…

Read More

ଶିକ୍ଷକ ପ୍ରଶିକ୍ଷଣରେ ଘୋଟାଲା, ଶିକ୍ଷକ ସଂଘର ପ୍ରତିବାଦ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆସନ୍ତା ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାଇ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଷୟ ବଦଳି  ସିଲାବସ ଅନୁସାରେ ନୂତନ ପାଠ୍ୟପୁସ୍ତକ ପ୍ରକାଶିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାର ସମସ୍ତ ଶିକ୍ଷକମାନେ ପର୍ଯ୍ୟାୟ କ୍ରମେ ୫ ଦିନିଆ ଓସିଏଫ ପ୍ରଶିକ୍ଷଣ ନେଉଛନ୍ତି। ତେବେ ଏହି ପ୍ରଶିକ୍ଷଣ ପାଇଁ ଉଦ୍ଦିଷ୍ଟ ଅର୍ଥ ରାଶିକୁ ଶିକ୍ଷା ବିଭାଗର କିଛି କର୍ମଚାରୀମାନଙ୍କ ଦ୍ୱାରା ହଡ଼ପ କରାଯାଉ ଥିବା ଅଭିଯୋଗ ହେଉଛି। ଓସେପା ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ମଧ୍ୟାହ୍ନ ଭୋଜନ ପାଇଁ ୧ଶହ ଟଙ୍କା, ଚାହା ବିସ୍କୁଟ ପାଇଁ ୨୦ଟଙ୍କା, ଖାତା କଲମ ପାଇଁ ୩୦ ଟଙ୍କା, କଣ୍ଟିଜେନ୍ସି ପାଇଁ ୨୦ ଟଙ୍କା, ଟିଏଲଏମ ପାଇଁ ୩୦ ଟଙ୍କା, ପ୍ରଶିକ୍ଷକ ମାନଙ୍କ ପାଇଁ ଦୈନିକ ୩ ଶହ ଟଙ୍କା ଏବଂ ପ୍ରଶିକ୍ଷାର୍ଥୀ ମାନଙ୍କ ପାଇଁ ଦିନକୁ…

Read More

ମଧୁ ବାବୁଙ୍କ ଶ୍ରାଦ୍ଧ ଦିବସ ପାଳିତ

ନୟାଗଡ, (ନୟାଗଡ଼ ଦର୍ପଣ): ସ୍ଥାନୀୟ ନୀଳମାଧବ ହୋଟେଲ ଠାରେ ପୂଜ୍ୟପୂଜା କମିଟି ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇ ଯାଇଛି। ମଧୁ ବାବୁ କିଭଳି ଓଡିଆ ଜାତି ପାଇଁ ସମର୍ପିତ ଥିଲେ ଏପରିକି ଓଡିଆ ଜାତି ପ୍ରାଣ ଥିଲେ ସେ ସମ୍ପର୍କରେ ଉପସ୍ଥିତ ବ୍ୟକ୍ତି ବିଶେଷ ମତବ୍ୟକ୍ତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମଧୁ ବାବୁଙ୍କ ରଚିତ ଓଡିଆ ସ୍ବାର୍ଥ ସୁରକ୍ଷା ସମ୍ପର୍କିତ ପଦାବଳି ଗାନ କରା ଯାଇଥିଲା। ପୂଜ୍ୟପୂଜା କମିଟିର ବରିଷ୍ଠ  ସଦସ୍ୟ ଗୋଦାବରୀ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମର ବରିଷ୍ଠ ସାମ୍ୱାଦିକ ରାମକୃଷ୍ଣ ରଥ, ଧୀରେନ୍ଦ୍ର କୁମାର ପଟ୍ଟନାୟକ ବିପିନ କୁମାର ସାହୁ, ବସନ୍ତ କୁମାର ରାଉତ, ରଘୁନାଥ ବିଶୋଇ, ଗୋପବନ୍ଧୁ ଲେଙ୍କା ଜିତେନ୍ଦ୍ର କୁମାର ସେଠୀ ପ୍ରମୁଖ ଉପସ୍ଥିତ ରହି ମଧୁବାବୁଙ୍କ ଅମ୍ଳାନ ଅମର…

Read More

ମଡେଲ ଡିଗ୍ରୀ କଲେଜରେ ସ୍ବଚ୍ଛତା କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ଭାରତ ସରକାରଙ୍କର “ସ୍ବଚ୍ଛତା ହିଁ ସେବା” କାର୍ଯ୍ୟକ୍ରମର ଅଂଶବିଶେଷ ସ୍ବରୂପ ମଡେଲ ଡିଗ୍ରୀ କଲେଜ ଜାତୀୟ ସେବା ଯୋଜନା ଶାଖା ତରଫରୁ ସ୍ଥାନୀୟ ଲାଠିପଡ଼ା ଗ୍ରାମରେ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟ ପରିସର ସହିତ ଲାଠିପଡ଼ା ଗ୍ରାମର ବଜାର, ମନ୍ଦିର, ଡାକ୍ତରଖାନା, ଉଚ୍ଚବିଦ୍ୟାଳୟ ତଥା କିଛି ସାହିରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାମାନେ ସ୍ବେଚ୍ଛାସେବୀ ଭାବେ ସଫେଇ କାର୍ଯ୍ୟକ୍ରମ କରିଥିଲେ।  ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ସହିତ ଯୁବ ପ୍ରୋଗ୍ରାମ ଅଧିକାରୀ ଦୀପିକା ରାଣୀ ତୁରୁକ୍ ଓ ଡକ୍ଟର ଗିରିଶ ଚନ୍ଦ୍ର ନାୟକ ଉକ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।  ପ୍ରାୟ ୮୦ ଜଣ ଛାତ୍ରଛାତ୍ରୀଙ୍କ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୌରମୋହନ ସାହୁ, ଡକ୍ଟର ସନ୍ତୋଷ କୁମାର ବେହେରା, ଡକ୍ଟର ଜ୍ୟୋତ୍ସ୍ନାରାଣୀ କର, ମଧୁସ୍ମିତା ମହାପାତ୍ର, ଡକ୍ଟର ପ୍ରକାଶ…

Read More

ରୋହିବାଙ୍କ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ଜଳାଭୂମି ଦିବସ ପାଳିତ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଦିନକୁ ଦିନ ସମଗ୍ର ବିଶ୍ୱରେ ମଧୁର ଜଳ ପରିମାଣ ହ୍ରାସ ପାଉଥିବା ଦେଖି ସମଗ୍ର ବିଶ୍ୱ ଆଜି ଚକିତ। ତେଣୁ କେନ୍ଦ୍ର ସରକାରଙ୍କ ନିର୍ଦେଶ କ୍ରମେ ସମଗ୍ର ରାଜ୍ୟର ଶିକ୍ଷା ବିଭାଗ ନିଜ ନିଜ ବିଦ୍ୟାଳୟରେ ଷଷ୍ଠରୁ କଲେଜ ସ୍ତର ପର୍ଯନ୍ତ ପ୍ରତ୍ୟେକ ପିଲାଙ୍କୁ ବିଶ୍ୱ ଜଳାଭୂମି ଦିବସ ପାଳନ କରି ଭୁଗର୍ଭ ଜଳପରିମାଣ ବୃଦ୍ଧି କରିବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଜନ ଜାଗରଣକରାଇବା ପାଇଁ ନିର୍ଦେଶ ଦିଆଯାଇଛି । ଏହାକୁ ଛାତ୍ର ଛାତ୍ରୀଙ୍କ ମାଧ୍ୟମରେ ଲୋକ ସଚେତନତା ପାଇଁ ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ରୋହିବାଙ୍କର ଛାତ୍ର ଛାତ୍ରୀମାନେ ବିଦ୍ୟାଳୟରେ ବିଶ୍ୱଜଳାଭୂମି ଦିବସ ପାଳନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ବାରିକଙ୍କ ନିର୍ଦେଶ କ୍ରମେ ଶିକ୍ଷକ ପ୍ରକୃତିବନ୍ଧୁ ସନ୍ତୋଷ କୁମାର ସାହୁ ଓ…

Read More

ଗାଇଡାନ୍ସ ପବ୍ଲିକ ସ୍କୁଲର ୧୪ତମ ବାର୍ଷିକ ଉତ୍ସବ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହର ବାରମାସୀ ଲେନରେ ଅବସ୍ଥିତ ଗାଇଡ଼ାନ୍ସ ପବ୍ଲିକ୍ ସ୍କୁଲର ୧୪ତମ ବାର୍ଷିକ ଉତ୍ସବ “ମେମୋରିଆ” ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ମହାସମୋରୋହରେ ପାଳିତ ହେଇଯାଇଛି । ପ୍ରଥମ ପର୍ଯ୍ୟାୟ ଉଦଘାଟନ ଉତ୍ସବରେ ପ୍ରସନ୍ନ କୁମାର ବସନ୍ତିଆଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ବିଚାରପତି ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡ ଓ ସମ୍ମାନିତ ଅତିଥିଭାବେ ଅବସର ପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ନିମାଇଁ ଚରଣ ପ୍ରଧାନ ଯୋଗଦେଇଥିଲେ । ବିଦ୍ୟାଳୟର ଚେୟାରମ୍ୟାନ ଅବିନାଶ ସାହୁ ଓ ପ୍ରିନ୍ସିପାଲ ଆଲୋକ କୁମାର କର ମଞ୍ଚାସିନ ଥିଲେ ଏବଂ ଏକାଡେମିକ ଇନ୍ଚାର୍ଜ ସାରଦା ପ୍ରସନ୍ନ ମହାପାତ୍ର ବାର୍ଷିକ ବିବରଣୀ ପଠନ କରିଥିଲେ । ଅନୁଷ୍ଠିତ ଉତ୍ସବ ରେ ପୂର୍ବ ପ୍ରାଥମିକ ଶ୍ରେଣୀ ଗୁଡ଼ିକର ଛାତ୍ରଛାତ୍ରୀମାନଙ୍କୁ ସମସ୍ତ ବାର୍ଷିକ ପ୍ରତିଯୋଗିତା…

Read More

‘ସାମ୍ବାଦିକ ଗୌରବ’ ସମ୍ମାନରେ ସମ୍ମାନୀତ ହେଲେ ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର ପଟ୍ଟନାୟକ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର କୁମାର ପଟ୍ଟନାୟକଙ୍କୁ ଆଜି ମର୍ଯ୍ୟାଦାଜନକ ରାଜ୍ୟସ୍ତରୀୟ”ସାମ୍ବାଦିକ ଗୌରବ” ସମ୍ମାନ ମିଳିଛି। ଆଜି କଟକର ସାରସ୍ବତପୀଠ ଶ୍ରୀରାମ ଚନ୍ଦ୍ର ଭବନରେ “ରାଧାନାଥ ରଥ ଫାଉଣ୍ଡେସନ ଟ୍ରଷ୍ଟ” ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ତଥା “ସମାଜ”ର ପୂର୍ଵତନ ସମ୍ପାଦକ ଡ଼କ୍ଟର ସତ୍ୟ ରାୟ ପୌରାହିତ୍ୟ କରିଥିଲେ। ଏହି ବୌଦ୍ଧିକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଏବଂ ସମ୍ମାନିତ ଅତିଥି ଭାବେ ପ୍ରଖ୍ୟାତ ସାମ୍ବାଦିକ ତଥା ଖଣ୍ଡପଡ଼ାର ପୂର୍ବତନ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ମୁରଲୀଧର ସାମଲ, ଯୁଗ୍ମ-ସମ୍ପାଦକ ଅରବିନ୍ଦ ରାଉତରାୟ ଏବଂ ରଞ୍ଜନ ମହାପାତ୍ର ପ୍ରମୁଖ ଯୋଗଦେଇ ଶ୍ରୀ ପଟ୍ଟନାୟକଙ୍କ ଦୀର୍ଘ ସାମ୍ବାଦିକତା କ୍ଷେତ୍ରରେ ରହିଥିବା ଦକ୍ଷତା, ନିର୍ଭିକତା, ସଚୋଟତା ଓ ସମ୍ବେଦନଶୀଳତା ସମ୍ପର୍କରେ ବର୍ଣ୍ଣନା କରିଥିଲେ।…

Read More