ମେ ୫ରୁ ୧୯ତାରିଖ ବୁଧବାର ଯାଏଁ ସବୁ ଜିଲ୍ଲା ଲକଡାଉନ

ନୟାଗଡ଼: (ବ୍ୟୁରୋ ରିପୋର୍ଟ) ସାରା ରାଜ୍ୟରେ ଚଳିତ ମଇ ମାସ ୦୫ ବୁଧବାର ସକାଳ ଠାରୁ ୧୯ ତାରିଖ ବୁଧବାର ସକାଳ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ୫ଶହ ମିଟର ଦୂରତା ମଧ୍ୟରେ ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି ଯାଇ ପନିପରିବା ଇତ୍ୟାଦି କ୍ରୟ କରି ପାରିବେ। ସ୍ବାସ୍ଥ୍ୟସେବା ତଥା ଅନ୍ୟାନ୍ୟ ଜରୁରୀ ସେବା ପାଇଁ କୌଣସି କଟକଣା ନାହିଁ। ପୂର୍ବପରି ଶନିବାର ଏବଂ ରବିବାର ସଟଡାଉନ ରହିବ ବୋଲି ସୂଚନା।

Read More

ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର କନିଷ୍ଠ କିରାଣୀଙ୍କ ମୃତ୍ୟୁ

ନୟାଗଡ଼,(ଲଷ୍ମୀଧର ସାହୁ):-ନୟାଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର କନିଷ୍ଠ କିରାଣୀ ବନମାଳୀ ସିଂ(୪୬)ଙ୍କ ପାକସ୍ଥଳୀ ଜନିତ ରୋଗରେ ମୃତ୍ୟୁ ଘଟିଛି । ତାଙ୍କର ଦୀର୍ଘଦିନ ଧରି ପାକସ୍ଥଳୀ ଜନିତ ସମସ୍ୟା ରହିଥିଲା । ଦୁଇଦିନ ତଳେ ଅଫିସ କାର୍ଯ୍ୟରେ କଟକ ହାଇକୋର୍ଟ ଯାଇଥିବା ବେଳେ ସେଠାରେ ଅସୁସ୍ଥ ଅନୁଭବ କରିଥିଲେ । ତେବେ ଗତକାଲି ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଥବାବେଳେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ନୟାଗଡ଼ ଦେବୋତ୍ତର କଲୋନୀରେ ରହୁଥିବା ସ୍ୱଗର୍ତ ସିଂଙ୍କୁ ତାଙ୍କ ନିଜ ବାସସ୍ଥାନ ଗୁଣ୍ଠୁଣି ପଞ୍ଚାୟତ ଅନ୍ତର୍ଗତ ଚଣ୍ଡିପ୍ରସାଦ ଗ୍ରାମରେ ଅନ୍ତିମ ସଂସ୍କାର କରାଯାଇଥିବା…

Read More

ବାହାଘର ଭୋଜି ଖାଇ ଜଣେ ମୃତ, ୨୫ଗୁରୁତର

ଓଡ଼ଗାଁ: ଓଡ଼ଗାଁ ବ୍ଲକ ରବିଗାଡ଼ିଆ ପଞ୍ଚାୟତ କୁରୁମବାଙ୍କତରା ଗାଁର ଆଡୁଆ ସାହିରେ ଗତକାଲି ରାତିରେ ବାହାଘର ଭୋଜି ଖାଇ ୨୫ରୁ ଉର୍ଦ୍ଧ୍ବ ଗୁରୁତର ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଅଛି । ମୃତକ ଜଣଙ୍କ ହେଲେ ୫୫ବର୍ଷୀୟା ମାଟିଆଣୀ ବାରିକ। ମୃତକ ରାଧା ବାରିକଙ୍କ ସ୍ତ୍ରୀ ଅଟନ୍ତି। ତତ୍ ସହିତ ଗୁରୁତର ଆକ୍ରାନ୍ତ ହୋଇଥିବା ଲୋକମାନଙ୍କୁ ସ୍ଥାନୀୟ ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯିବା ସହ ଚିକିତ୍ସା ଜାରି ରହିଛି।

Read More

ମୁନିସପାଲଟିର ୩ଜଣ କର୍ମଚାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ନୟାଗଡ଼: ନୟାଗଡ଼ ପୌରପରିଷଦ କାର୍ଯ୍ୟାଳୟର ୩ଜଣ କର୍ମଚାରୀ ଯଥା ପୂର୍ଣ୍ଣଚନ୍ଦ୍ର ପାଣି, ଶରତ ଚନ୍ଦ୍ର ପାଣି ଓ ସନ୍ତୋଷ କୁମାର ଦାଶଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ପୌର କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ କୋଭିଡ୍ ନିୟମ ଅନୁସାରେ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ସମସ୍ତେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ରଖି ୩ଜଣ କର୍ମଚାରୀଙ୍କୁ ଉତ୍ତରୀୟ, ମାନପତ୍ର ସହ ଉପହାର ଦିଆଯାଇ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଉକ୍ତ ଉତ୍ସବରେ ଲକ୍ଷ୍ମୀଧର ମହାପାତ୍ର, କୈଳାସ ଚନ୍ଦ୍ର ଜେନା, ନଳିନୀକାନ୍ତ ମିଶ୍ର, ହଜରତ ଅଲ୍ଲୀ ଖାଁ ପ୍ରମୁଖ ପ୍ରବକ୍ତା ଉପସ୍ଥିତ ରହି ୩ଜଣ କର୍ମଚାରୀଙ୍କ ଅବଦାନକୁ ଭୁୟଶ୍ରୀ ପ୍ରଂଶସା କରିଥିଲେ। ପ୍ରତିଷ୍ଠାନ ବିଭାଗର ଇନଚାର୍ଜ ଗୋପାଳ ଚରଣ ନାୟକ, ଶିଶିର ମହାପାତ୍ର ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ପୌର ଲୋକସଂପର୍କ…

Read More

ବ୍ୟବସାୟୀ ମହାସଂଘର ବଡ଼ ନିଷ୍ପତ୍ତି

ନୟାଗଡ଼:- ୧ ଆଉ ୨ତାରିଖ ସଟଡାଉନ ପରେ ଅର୍ଥାତ ମେ ୩ତାରିଖରୁ ସାରା ରାଜ୍ୟରେ ଦିନ ଦୁଇ ଟାରୁ ସମସ୍ତ ଦୋକାନ ବଜ଼ାର ବନ୍ଦ ରହିବ ବୋଲି ରାଜ୍ୟ ବ୍ୟବସାୟୀ ମହାସଂଘ ଘୋଷଣା କରଛି। କୋଭିଡ-୧୯ ସଂକ୍ରମଣ ବୃଦ୍ଧି ପାଉଥିବାରୁ ବ୍ୟବସାୟୀ ମହାସଂଘ ଏହି ନିଷ୍ପତି ନେଇଛି।ଏହା ଆସନ୍ତା ମେ ୧୫ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସୂଚନା ମିଳିଛି।

Read More

ନୂଆସାହି ଅଗ୍ନି ବିପନ୍ନଙ୍କୁ ସହାୟତା

ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ନୟାଗଡ଼ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ସୋହମ” ତରଫରୁ ଅଗ୍ନି ବିପନ୍ନ ଗ୍ରାମବାସୀଙ୍କୁ ସହାୟତା ପ୍ରଦାନ କରାଯାଇଛି । ସୋହମ ସ୍ବେଚ୍ଛାସେବୀ ସଂଗଠନର ସମ୍ପାଦକ କାମାକ୍ଷା ପ୍ରସାଦ ଦାଶ ତଥା ସମାଜସେବୀ ଦାମସାର୍ ଏହି ସହାୟତା ଅଭିଯାନରେ ସାମିଲଥିଲେ। ସଂଗଠନର ସ୍ବେଚ୍ଛାସେବୀ ନରେନ୍ଦ୍ର କୁମାର ବେହେରା, ଗତିକୃଷ୍ଣ ପ୍ରଧାନ, ପ୍ରସନ୍ନ ବସନ୍ତିଆ, ପ୍ରଦୀପ କୁମାର ସାହୁ, ଶରତ ଚନ୍ଦ୍ର ମହାପାତ୍ର, ପ୍ରଫୁଲ୍ଲ କୁମାର ନାୟକ ପ୍ରମୁଖ ଏହି ବିପନ୍ନ ସହାୟତା ଅଭିଯାନରେ ସାମିଲ ଥିଲେ । ଅଗ୍ନିକାଣ୍ଡ ପ୍ରପୀଡ଼ିତମାନଙ୍କୁ ଶାଢୀ, ଧୋତି ଲୁଙ୍ଗି,ଗାମୁଛା, ଡ୍ରେସ, ବିସ୍କୁଟ, ସାବୁନ ଓ ବ୍ରଶ ,ପେଷ୍ଟ , ମାସ୍କ ଛତୁଆ, ଟ୍ରେ ଆଦି ସାମଗ୍ରୀ ପ୍ରଦାନ କରାଯାଇଥିଲା। ସୂଚନାଯୋଗ୍ୟ ଓଡ଼ଗାଁ ବ୍ଲକ ବାଣ୍ଠପୁର ପଞ୍ଚାୟତ ପୋଡ଼ାସାହି ଗ୍ରାମର ନୂଆସାହିରେ ଗତ ୨୬ତାରିଖ ଦିନ ନିଆଁ ଲାଗି ୨୨ଟି ପରିବାରର ୩୫ବଖରା…

Read More