ଖଣ୍ଡପଡାର ନୂତନ ଏସଡ଼ିପିଓ ଭାବେ ଯୋଗଦେବେ ପ୍ରଭାତ କୁମାର ମଲ୍ଲିକ

ଖଣ୍ଡପଡା: ଖଣ୍ଡପଡାରେ କାର୍ଯ୍ୟରତ ଏସଡ଼ିପିଓଙ୍କ ବଦଳି ପରେ ତାଙ୍କ ସ୍ଥାନରେ ନୂତନ ଏସଡିପିଓ ଭାବେ ଯୋଗ ଦେବାକୁ ଯାଉଛନ୍ତି ପ୍ରଭାତ କୁମାର ମଲ୍ଲିକ। ଶ୍ରୀଯୁକ୍ତ ମଲ୍ଲିକ ପୂର୍ବରୁ କଟକ ଜିଲ୍ଲା ବଡମ୍ବା ଥାନା ଅଧିକାରୀଭାବେ କାର୍ଯ୍ୟରତ ଥିଲେ। ବଡ଼ମ୍ବା ପୂର୍ବରୁ ମାଲକାନଗିରିରେ ନିଜର ବହୁବର୍ଷ ଅଭିଜ୍ଞତା ଭିତରେ ଅନେକ ଜାଗାରେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି। ରାଷ୍ଟ୍ରପତି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ଶ୍ରୀଯୁକ୍ତ ମଲ୍ଲିକ। ଖଣ୍ଡପଡା ଅଞ୍ଚଳରେ ଆଇନ ଶୃଙ୍ଖଳା ଅବ୍ୟାହତ ରହିବ ବୋଲି ସ୍ଥାନୀୟ ଜନସାଧାରଣ ଆଶାବାଦୀ ଅଛନ୍ତି।

Read More

ବ୍ୟବସାୟୀଙ୍କୁ ତାଗିଦ କଲେ ତହସିଲଦାର: ସାମାଜିକ ଦୂରତା ଏବଂ ମାକ୍ସ ଉପରେ ଦେଲେ ଗୁରୁତ୍ୱ

ଓଡ଼ଗାଁ: ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଆଖପାଖ ଅଞ୍ଚଳରେ କରୋନାର ଦ୍ୱିତୀୟ ଲହର ମୁକାବିଲା ପାଇଁ ସ୍ଥାନୀୟ ବ୍ୟବସାୟୀଙ୍କୁ ଆଜି ତାଗିଦ କରିଛନ୍ତି ତହସିଲଦାର ବିଜୟିତା ସାମନ୍ତସିଂହାର ।ଏନେଇ ତହସିଲ କାର୍ଯ୍ୟାଳୟଠାରେ ସ୍ଥାନୀୟ ବ୍ୟବସାୟୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସକାଳ ୮ସୁଦ୍ଧା ସମସ୍ତ ହୋଲସେଲର ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ କରିବା ଓ ଖୁଚୁରା ବ୍ୟବସାୟୀମାନେ ଦିନ୧୨ଟା ସୁଦ୍ଧା ଦୋକାନ ବନ୍ଦକରିବା ପାଇଁ ତହସିଲଦାର ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ନିଜନିଜ ଦୋକାନ ସମ୍ମୁଖରେ ବାଉଁଶତିଆରି ବ୍ୟାରିକେଡ ସମେତ ମାସ୍କ ଏବଂ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେଇଥିଲେ। ଏହି ସବୁ ନିୟମରେ ଯଦି ବ୍ୟତିକ୍ରମ ହେଲେ ଅମାନିଆ ଦୋକାନୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର କହିଛନ୍ତି।ଆଜିର କାର୍ଯ୍ୟକ୍ରମରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ର, ସମସ୍ତ ବ୍ୟବସାୟିକ…

Read More

ବନୀକରଣ ନାମରେ ମାଲାମାଲ୍ ହେଉଛନ୍ତି ବନକର୍ମଚାରୀ

ଦଶପଲ୍ଲା: ଦିନକୁ ଦିନ ଜଙ୍ଗଲ କ୍ଷୟକୁ ନେଇ ରାଜ୍ୟରେ ବାୟୁ ମଣ୍ଡଳ ଦୂଷିତ ସାଙ୍ଗକୁ ତାପମାତ୍ରା ବୃଦ୍ଧି ପାଇ ଚାଲିଛି । ହେଲେ ଏହାକୁ ଦୃଷ୍ଟିରେ ରଖି ନୂତନ ଜଙ୍ଗଲ ସୃଷ୍ଟି କରିବା ପାଇଁ ସରକାର ପ୍ରତିବର୍ଷ ଯେଉଁ ଅନୁପାତରେ ବିଭିନ୍ନ ପଦକ୍ଷେପ ହାତକୁ ନେଉଛନ୍ତି ତାହା ବାସ୍ତବ କ୍ଷେତ୍ରରେ ସମ୍ପୂର୍ଣ୍ଣ ଓଲଟା ଦେଖିବାକୁ ମିଳୁଛି । କିଛି ଅସାଧୁ ବନକର୍ମଚାରୀଙ୍କ ମନମୁଖୀ କାର୍ଯ୍ୟକୁ ନେଇ ସରକାରଙ୍କୁ ଏହି ବଦନାମର ବୋଝ ମୁଣ୍ଡାଇବାକୁ ପଡୁଛି । ଯାହାର ଦୃଷ୍ଟାନ୍ତ ଉଦାହରଣ ଦେଖିବାକୁ ମିଳିଛି ନୟାଗଡ ବନଖଣ୍ଡ ଅଧିନସ୍ଥ ଦଶପଲ୍ଲା ବନାଚଂଳରେ । କୈାଣସି ଉପାନ୍ତ ଅଂଚଳ ନୁହେଁ, ଖୋଦ୍ ସଦର ସେକ୍ସନ ଅଂଚଳର ବିଭିନ୍ନ ସ୍ଥାନରେ ହୋଇଥିବା ବନୀକରଣ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇ ଆସୁଛି କିନ୍ତୁ ଏହାର ରକ୍ଷଣାବେକ୍ଷଣ ବାବଦକୁ ପ୍ରତି ବର୍ଷ…

Read More

ନୟାଗଡ଼ରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠାପାଇଁ ଦାବୀ

କୃଷିମନ୍ତ୍ରୀ ଥିବା ସମୟରେ ଖୋଲି ଦିଅନ୍ତୁ ଏକ କୃଷି ମହାବିଦ୍ୟାଳୟ ନୟାଗଡ଼:- ନୟାଗଡ଼ରେ ଏକ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ସାଧାରଣରେ ଦାବି ହେଉଛି । ଏଠାରେ ଏହି ମହାବିଦ୍ୟାଳୟ ପ୍ରତିଷ୍ଠା ନେଇ ଅନେକ ପ୍ରାସଙ୍ଗିକତା ରହିଛି । ଉଲ୍ଲେଖନୀୟ ଯେ ଏଠାରେ ରାଜ୍ୟର ପ୍ରଥମ ଡାଲି ଗବେଷଣା କେନ୍ଦ୍ର ସହର ମଧ୍ୟରେ ରହିଥିବାବେଳେ ଅନୁରୂପ ଭାବେ ରାଜ୍ୟର ପ୍ରଥମ ଆଖୁ ଗବେଷଣା କେନ୍ଦ୍ର ବାଲୁଗାଁ ପଞ୍ଚାୟତ ପାଣିପୋଇଲାଠାରେ ରହିଛି । ଡାଲି ଗବେଷଣା କେନ୍ଦ୍ରର ପୂର୍ବରୁ ୩୯ଏକର ଜମି ରହିଥିଲା । ଏବେ ସେଥିମଧ୍ୟରୁ ୧୯ଏକର ଡାଲି ଗବେଷଣା କେନ୍ଦ୍ର ଅଧିନରେ ଥିଲାବେଳେ ଅବିଶିଷ୍ଟ ୨୦ଏକର ଜମିରେ କୃଷି, ଉଦ୍ୟାନ ଏବଂ ମୂତ୍ତିକା ସଂରକ୍ଷଣ ବିଭାଗର ବିଭିନ୍ନ ଅଫିସ ଚାଲିଛି । ତେଣୁ ଏଠାରେ ଥିବା ସମୁଦାୟ ୩୯ଏକର ଜମି କୃଷି ମହାବିଦ୍ୟାଳୟ ଖୋଲିବା…

Read More

କର୍କଟ ରୋଗରେ ସ୍ୱାମୀଙ୍କ ମୃତ୍ୟୁ ପରେ ଲଷ୍ମୀପ୍ରିୟାଙ୍କୁ ମିଳିଲା ସହାୟତା

ଗଣିଆ: ଗଣିଆ ଦଶିପୁର ଗ୍ରାମର ଜଣେ ପରିବାର ମୁଖ୍ୟଙ୍କ କର୍କଟରେ ମୃତ୍ୟୁ ପରେ ଛୋଟ ଛୋଟ ଝିଅଙ୍କୁ ନେଇ ମୃତକଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ଅଭାବରେ ଦିନ କାଟୁଥିବା ବେଳେ ମିଳିଲା ସହାୟତାର ହାତ। କର୍କଟରେ ପରିବାର ମୁଖ୍ୟଙ୍କ ମୃତ୍ୟୁ ପରେ ଲଷ୍ମୀପ୍ରିୟା ଅଭାବ ଅନଟନରେ ଚଳୁଥିବା ସମ୍ପର୍କରେ ଏକ ଦୈନିକ ଖବର କାଗଜରେ ଖବର ପ୍ରକାଶିତ ହେବା ପରେ ବିଭିନ୍ନ ସଂଗଠନ, ସାମାଜିକ କର୍ମୀ ଓ ଗ୍ରାମବାସୀ ଉକ୍ତ ପରିବାରକୁ ସହାୟତାର ହାତ ବଢ଼ାଇଛନ୍ତି। ଏହି କ୍ରମରେ ଗଣିଆ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା କନ୍ଧମାଳ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର, ବ୍ଲକ ଅଧକ୍ଷ ଶେଷଦେବ ସ୍ବାଇଁ, ସାମାଜିକ କର୍ମୀ ଅଜୟ କୁମାର ଲେଙ୍କା ଓ ଦଣ୍ଡଧର ଦାସ ପ୍ରମୁଖ ଦଶୀପୁର ଗ୍ରାମରେ ପହଞ୍ଚି ଯୋଗାଡ଼ କରିଥିବା ୨୦ ହଜାର ଟଙ୍କା ଅର୍ଥ ମୃତକଙ୍କ ପତ୍ନୀକୁ…

Read More

ରଣପୁର ଅଞ୍ଚଳରେ ଇଟାଭାଟି ଯୋଗୁଁ ବାୟୁମଣ୍ଡଳ ଦୂଷିତ

ରଣପୁର: ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଚାଲିଥିବା ବେଳେ ସେଥିପାଇଁ ଦେଖାଯାଉଛି ଅମ୍ଳଜାନର ଅଭାବ । ବାୟୁମଣ୍ଡଳ ରେ ଅମ୍ଳଜାନ ଓ ଅଙ୍ଗାରକାମ୍ଳ ସନ୍ତୁଳିତ ହେଉଅଛି। ରଣପୁର ତହସିଲର ରଣପୁର, ବାଉଁଶଗଡ ଓ ରାଜସୁନାଖଳା ରାଜସ୍ୱ ଅଂଚଳରେ ରାସ୍ତାକଡ ମାନଙ୍କରେ ଶହ ଶହ ଇଟାଭାଟି ଦେଖାଯାଉଛି । ଇଟାଭାଟି ଗୁଡିକରୁ ବାହାରୁଥିବା ଧୂଆଁ ଯୋଗୁଁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବଢିବାରେ ଲାଗିଛି । ଯାହାଫଳରେ ଆଖ ପାଖ ଅଂଚଳରେ ଛୋଟ ଶିଶୁଙ୍କ ସମେତ ବୁଢା ବୁଢି ମାନେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଭୋଗ କରୁଛନ୍ତି । ରାଜସ୍ୱ କର୍ମଚାରୀ ମାନେ ଲୋକ ଦେଖାଣିଆ ଇଟାଭାଟି ମାଲିକଙ୍କ ନିକଟକୁ ଆସି କିଛି ଫାଇନ୍ ଆଦାୟ କରିବା ବଦଳରେ ପକେଟ ଗରମ କରି ଚୁପ୍ ଚାପ୍ ଚାଲି ଯାଉଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି।

Read More

ରଣପୁରରେ ମିଳୁନି କୋଭିଡ ଟୀକା

ରଣପୁର: ସାରା ରାଜ୍ୟରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଭୟାଭୟ ରୂପ ନେଇ ଆସୁଥିବା ବେଳେ ସେଥିରୁ ବାଦ୍ ପଡିନି ରଣପୁର ଅଞ୍ଚଳ । କିନ୍ତୁ କରୋନା ସଂକ୍ରମଣରୁ ମଣିଷ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଟିକାକରଣ କରାଯାଉଥିବା ବେଳେ ନୟାଗଡ ଜିଲ୍ଲା ରଣପୁର ଅଞ୍ଚଳରେ ଟିକାକରଣ ବନ୍ଦ ହୋଇ ଯାଇଛି । ଯାହା ଫଳରେ ସାଧାରଣ ଲୋକମାନେ ହନ୍ତସନ୍ତ ହେଉଛନ୍ତି। କରୋନା ଦ୍ୱିତୀୟ ସଂକ୍ରମଣରେ ଏ ଯାବତ୍ ୬୫୦୦ବ୍ୟକ୍ତିଙ୍କୁ କରୋନା ପରୀକ୍ଷଣ କରାଯାଇଅଛି । ସମୁଦାୟ ୩୭୭ଜଣଙ୍କ ଠାରେ କରୋନା ଲକ୍ଷଣ ଦେଖାଯାଇଅଛି ।ସେଥି ମଧ୍ୟରୁ ୨୦୨ଜଣ କରୋନାରେ ଆକ୍ଟିଭ୍ ଥିବା ଜଣାପଡିଛି । ଏ ପର୍ଯ୍ୟନ୍ତ ରଣପୁରକୁ ୧୭୮୮୬ ଟିକା ଆସିଅଛି । ପ୍ରଥମ ଡୋଜ୍ ୧୬୮୩୬ ଜଣ ନେଇଥିବା ବେଳେ ଦ୍ୱିତୀୟ ଡୋଜ୍ ୧୦୫୦ ଜଣ ନେଇଛନ୍ତି। ଯାହାଫଳରେ ୧୫୦୦୦…

Read More

ଲକଡାଉନକୁ କଡ଼ାକଡ଼ି କଲା ଗଣିଆ ପୋଲିସ

ଗଣିଆ: କରୋନାର ଦ୍ୱିତୀୟ ଲହରକୁ ରୋକିବା ପାଇଁ ସରକାରଙ୍କ ଗାଇଡ଼ଲାଇନକୁ ମାନି ଚଳିତ ବର୍ଷର ପ୍ରଥମ ଲକଡାଉନକୁ ଗଣିଆରେ କଡ଼ାକଡ଼ି କରାଯାଇଥିଲା। ଗଣିଆ ପୋଲିସ ଜନସାଧାରଣଙ୍କୁ ମାସ୍କ ପିନ୍ଧିବା ପାଇଁ ସଚେତନ କରିଥିବା ବେଳେ ସାମାଜିକ ଦୂରତା ରଖି ନିଜ ନିଜର ସଉଦା କିଣିବା ପାଇଁ ସକାଳ ୬ଟାରୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଗ୍ରୋସରି, ପରିବା ଦୋକାନ ଖୋଲା ଯାଇଥିଲା। ଅମାନିଆଙ୍କୁ ସାବାଡ଼ କରିବା ପାଇଁ ଗଣିଆ ବଜାର ସମେତ ମୁଖ୍ୟ ମୁଖ୍ୟ ସ୍ଥାନମାନଙ୍କରେ ପୋଲିସ ବନ୍ଧୁ ସଜାଗ ଥିଲେ।    ସୂଚନା ଅନୁସାରେ, ମେ ୫ରୁ ୧୯ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ ରହିବ ଏହି ସମୟରେ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ସବୁ ବନ୍ଦ ରହିବ। କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ସରକାରଙ୍କ ଗାଇଡ଼ଲାଇନ…

Read More

ଖଣ୍ଡପଡା କୋଭିଡ କେୟାର ସେଣ୍ଟର ପକ୍ଷରୁ ୨୪ଘଣ୍ଟିଆ ଫୋନ ନମ୍ବର ଜାରି

ଖଣ୍ଡପଡା: ସାରା ଭାରତରେ କରୋନାର ଦ୍ୱିତୀୟ ଲହର ଭୟାନକ ଭାବେ ମାଡି ଚାଲି ଥିବାବେଳେ ସେଥିରୁ ବାଦ ପଡ଼ିନି ଆମ ରାଜ୍ୟ ପୁଣି ସେଥିରେ ନୟାଗଡ଼ ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ରୋଗୀମାନଙ୍କ ସୁବିଧା ପାଇଁ ଖଣ୍ଡପଡ଼ା କୋଭିଡ କେୟାର ସେଣ୍ଟରରେ ୨୪ ଘଣ୍ଟିଆ ହେଲ୍ପଡେସ୍କ ଖୋଲାଯାଇଛି । ସକାଳ ୯ଘଟିକାରୁ ରାତ୍ର ୯ଘଟିକା ପର୍ଯ୍ୟନ୍ତ ସୁନୀତା ସ୍ୱାଇଁ ଫୋନ ମାଧ୍ୟମରେ ପରାମର୍ଶ ଦେବାକୁ ଥିବା ବେଳେ ରାତ୍ରି ୯ରୁ ସକାଳ ୯ଟା ପର୍ଯ୍ୟନ୍ତ ପ୍ରଦ୍ୟୁମ୍ନ ସ୍ୱାଇଁ ପରାମର୍ଶ ଦେବେ। କୋଭିଡ କେୟାର ସେଣ୍ଟର ପକ୍ଷରୁ ଏକ ଟେଲିଫୋନ ନମ୍ବର- ୯୩୪୮୯୬୧୮୪୮ ଜାରି କରାଯାଇଛି ।

Read More

ନୂଆଗାଁ ତହସିଲରେ ନୂତନ ତହସିଲଦାର ଭାବେ ଯୋଗଦେଲେ ପ୍ରଳୟ ନନ୍ଦ ଶତପଥୀ

ନୂଆଗାଁ: ନୂଆଗାଁ ତହସିଲ କାର୍ଯ୍ୟାଳୟରେ ନୂତନ ତହସିଲଦାର ଭାବେ ପ୍ରଳୟ ନନ୍ଦ ଶତପଥୀ ଯୋଗ ଦେଇଛନ୍ତି। ଏହା ପୂର୍ବରୁ ପୁରୀ ଜିଲ୍ଲାରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟରତ ଥିଲେ । ସାମ୍ପ୍ରତିକ କରୋନାର ଦ୍ଵିତୀୟ ଲହରୀ ଯୋଗୁଁ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ କରୋନା ନୀତି ନିୟମ ପାଳନ ପୂର୍ବକ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ବ୍ୟବହାର କରିବା ପାଇଁ ଜନସାଧାରଣଙ୍କୁ ନୂତନ ତହସିଲଦାର ପ୍ରଳୟ ନନ୍ଦ ଶତପଥୀ ନିବେଦନ କରିଛନ୍ତି।

Read More