ନୟାଗଡ଼ ଗାୟତ୍ରୀ ଶକ୍ତିପୀଠରେ ଶ୍ରାବଣୀ ପର୍ବ ପାଳନ

ନୟାଗଡ଼, (ନୟାଗଡ଼ ଦର୍ପଣ): ଶ୍ରାବଣୀ ପର୍ବରେ ଦ୍ବିଜତ୍ବ ସଙ୍କଳ୍ପର ନବୀକରଣ କରାଯାଏ। ଏଥିପାଇଁ ପରମ୍ପରାଗତ ଢଙ୍ଗରେ ଲୋକେ ଏକତ୍ରିତ ହୋଇ ତୀର୍ଥ ଆବାହନ କରନ୍ତି। ଦଶସ୍ନାନ, ହେମାଦ୍ରୀ ସଂକଳ୍ପ ଏବଂ ତର୍ପଣ ଆଦି କର୍ମ କରି ଶ୍ରାବଣୀ ପର୍ବ ପାଳନ କରନ୍ତି। ଶ୍ରାବଣୀ ପର୍ବରେ ପୁରାତନ ପଇତାକୁ ବଦଳା ଯାଇ ନୂତନ ପଇତା ଧାରଣ କରାଯାଏ। ପ୍ରାୟଶ୍ଚିତ୍ତ ସଂକଳ୍ପ ପଢାଯାଏ, ପୂର୍ବରୁ କରାଯାଇଥିବା ଅବାଞ୍ଛନୀୟତାର ପ୍ରାୟଶ୍ଚିତ୍ତ ବିଧାନ କରାଯାଏ। ଶ୍ରାବଣୀ ପର୍ବ ବ୍ରାହ୍ମଣତ୍ୱର, ଋଷିତ୍ବର ଅଭିବର୍ଦ୍ଧନ ପର୍ବ। ସଦଜ୍ଞାନ ଓ ସତକର୍ମର ଯଦି କେଉଁଠି ଖଣ୍ଡନ ହୋଇଛି ତେବେ ତାହାକୁ ପ୍ରାୟଶ୍ଚିତ୍ତ କରି ଉଚ୍ଚ ଆଦର୍ଶବାଦୀ ଜୀବନକୁ ଅଧିକ ତେଜସ୍ବୀ କରିବା ପାଇଁ ଏହି ପର୍ବରେ ଆତ୍ମସଂକଳ୍ପ ଏବଂ ପରମାତ୍ମ ଅନୁଦାନକୁ ଯୋଗ କରିବାର ବିଧାନ କରାଯାଇଥାଏ। ଏହି ମର୍ମରେ ନୟାଗଡ଼ ଷ୍ଟାଡିୟମ ନିକଟସ୍ଥ ଗାୟତ୍ରୀ ଶକ୍ତିପୀଠରେ…

Read More

ସୁଭଦ୍ରା ଯୋଜନାର ୩ୟ କିସ୍ତି ପ୍ରଦାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ସୁଭଦ୍ରା ଯୋଜନାର ୩ୟ କିସ୍ତି ପ୍ରଦାନ ପାଇଁ ଏକ ବୈଠକ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଲଗ୍ନଜିତ୍ ରାଉତ ପ୍ରମୁଖ ଯୋଗଦେଇଥିଲେ। ପ୍ରାରମ୍ଭରେ ମୁଖ୍ୟ ଉନ୍ନୟନ ଅଧିକାରୀ ସ୍ୱାଗତ ଭାଷଣ ଦେଇଥିଲେ। ଇଂ. ଦେବାଶିଷ ପଟ୍ଟନାୟକ ସ୍ୱାଗତ ଭାଷଣ ପରେ ସୁଭଦ୍ରା ଯୋଜନା ଉପରେ ତାଙ୍କର ବକ୍ତବ୍ୟ ରଖିଥିଲେ । ଖଣ୍ଡପଡ଼ା ବିଧାୟକ ତାଙ୍କ ଅଭିଭାଷଣରେ କହିବାକୁ ଯାଇ ନୟାଗଡ଼ ଜିଲ୍ଲା ଆଗାମୀ ଲକ୍ଷପତି ଦିଦିର ପ୍ରଥମ ସ୍ଥାନରେ ପହଞ୍ଚି ପାରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ସେହିପରି ନୟାଗଡ଼ ଜିଲ୍ଲାର ଉନ୍ନତି ଓ…

Read More

କନ୍ୟା ଶିଶୁମାନଙ୍କ ସୁରକ୍ଷା ଉପରେ ଜିଲ୍ଲା ସ୍ତରୀୟ ସମ୍ମିଳନୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ଉଚ୍ଚ ନ୍ୟାୟାଳୟ କଟକଙ୍କ ନିର୍ଦ୍ଦେଶରେ ଜିଲ୍ଲା ଜଜଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କନ୍ୟା ଶିଶୁମାନଙ୍କ ସୁରକ୍ଷା ଉପରେ କୋର୍ଟର ସମ୍ମିଳନୀ ଗୃହଠାରେ ଶିଶୁ ସୁରକ୍ଷା ଉପରେ କାର୍ଯ୍ୟ କରୁଥିବା ସମସ୍ତ ବିଭାଗର ଶତାଧିକ କର୍ମଚାରୀମାନଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଦୌରା ଜଜ୍ ତଥା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣା ଆନୁଷ୍ଠାନିକଭାବେ ଉଦଘାଟନ କରି ନିଜ ବକ୍ତବ୍ୟରେ କନ୍ୟା ଶିଶୁମାନଙ୍କ ଅଧିକାର ଓ ସୁରକ୍ଷା ଉପରେ ଆଲୋକପାତ କରିଥିଲେ। ପୋକ୍ସୋ ବିଚାରପତି, ମାନସ କୁମାର ପଣ୍ଡା ପୋକ୍ସୋ ଆଇନ ଓ ଶିଶୁ କନ୍ୟାମାନଙ୍କ ସୁରକ୍ଷା ଉପରେ, ପରିବାର ଅଦାଲତ ବିଚାରପତି, ଡକ୍ଟର ଇନ୍ଦୁ ଶର୍ମା ଶିଶୁ ବିବାହ ନିରୋଧ ଆଇନ ଉପରେ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ, ଅଞ୍ଜଳି ମଛଖଣ୍ଡ  ପୋଷୋ ଆଇନ…

Read More

ସ୍ୱଭାବ କବିଙ୍କ ୧୬୩ତମ ଜୟନ୍ତୀ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ୱଭାବ କବି ଗଙ୍ଗାଧର ମେହେର ଥିଲେ ଜଣେ ସଫଳ କାବ୍ୟକାର। ତାଙ୍କର ସୃଷ୍ଟି  ଆଧୁନିକ ଓ ପ୍ରାଚୀନ କାବ୍ୟ କବିତା ମଧ୍ୟରେ ଥିଲା ଏକ ମୁଖ୍ୟ ସେତୁ । ସମାଲୋଚକମାନେ ତାଙ୍କୁ  ଭାଷା ଓ ଭାବ ର ସମନ୍ୱୟ କବି ଭାବେ ଅଭିହିତ କରିଥାନ୍ତି। ପ୍ରାଚ୍ୟ ପରମ୍ପରା ଓ ଆଦର୍ଶରେ ଅନୁଗାମୀ ସ୍ୱଭାବ କବି ଗଙ୍ଗାଧର ମେହେର ଆମ ସଂସ୍କୃତି ଓ ସାହିତ୍ୟକୁ ଆଧାର କରି “ତପସ୍ୱିନୀ”, “ଇନ୍ଦୁମତୀ”, ” କୀଚକ ବଧ” , “ପଣୟବଲ୍ଲରୀ ” ପରି ଉଚ୍ଚକୋଟୀର କାବ୍ୟ କବିତା ରଚନା କରିଥିବା ବେଳେ ଅନେକ ଜାତୀୟ ଚିନ୍ତାଧାରା ଆଧାରିତ ସୃଷ୍ଟି ଯୋଗୁଁ ଓଡ଼ିଆ ସାହିତ୍ୟରେ  ଯୁଗ ସ୍ରଷ୍ଟା ଭାବେ ବିବେଚିତ ।  ୧୮୬୨ ମସିହା ଅଗଷ୍ଟ ୯ ରେ ଜନ୍ମଗ୍ରହଣ କରିଥିବା ଏହି ମହାନ କବିଙ୍କ ୧୬୩ ତମ…

Read More

ଜିଲ୍ଲାସ୍ତରୀୟ ଆନ୍ଦୋଳନ ପାଇଁ ଶିକ୍ଷକ ସଂଘର ଜୋରଦାର ପ୍ରସ୍ତୁତି

ନୟାଗଡ଼,(ନୟାଗଡ଼ ଦର୍ପଣ): ଅନଲାଇନ ଉପସ୍ଥାନକୁ ବିରୋଧ କରି ଚଳିତ ମାସ ୧୩ ତାରିଖରେ ନୟାଗଡ଼ ଜିଲ୍ଲା ମିଳିତ  ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲା ସ୍ତରରେ ଏକ ଜୋରଦାର ଆନ୍ଦୋଳନ କରାଯିବ ବୋଲି ସୂଚନା ମିଳିଛି। ଏ ନେଇ ଜିଲ୍ଲାର ସମସ୍ତ ୮ଟି ବ୍ଲକରେ ବ୍ଲକ ଶିକ୍ଷକ ସଂଘ ଗୁଡ଼ିକ ପକ୍ଷରୁ ପ୍ରସ୍ତୁତି ବୈଠକ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମାଧ୍ୟମିକ ଶିକ୍ଷକ ସଂଘ, ପ୍ରାଥମିକ ଶିକ୍ଷକ ସଂଘ, ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ, ଆଲୋଷ୍ଟା, ଏକ୍ସ କ୍ୟାଡର ଶିକ୍ଷକ ସଂଘ ପ୍ରଭୃତି ଜିଲ୍ଲାସ୍ତରୀୟ ଆନ୍ଦୋଳନରେ ସାମିଲ ହୋଇ ସରକାରଙ୍କ ଅନଲାଇନ ଉପସ୍ଥାନ ନିଷ୍ପତ୍ତିକୁ ଜୋରଦାର ବିରୋଧ କରିବେ ବୋଲି ଜଣା ପଡିଛି। ଆନ୍ଦୋଳନରେ ଭାଗ ନେଉଥିବା ଶିକ୍ଷକ ମାନଙ୍କ କହିବା କଥା ହେଲା ସରକାର ଅନ୍ୟ କୌଣସି ବିଭାଗର କର୍ମଚାରୀ ମାନଙ୍କ ପାଇଁ…

Read More

ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ୱାନ ଷ୍ଟପ କେନ୍ଦ୍ର ଉଦଘାଟିତ

ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ନିକଟରେ ନୂତନ ୱାନ ଷ୍ଟପ କେନ୍ଦ୍ର (ସଖି)ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ଏସ.ଡ଼ି.ପି.ଓ, ଏ.ଡି.ଏମ, ଡ଼ି.ଏସ.ଡବ୍ଲ୍ୟୁ.ଓ ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରଶାସନ, ପୋଲିସ, ଜିଲ୍ଲା ସମାଜ ମଙ୍ଗଳ ଓ ଜିଲ୍ଲା ଶିଶୁ ସୁରକ୍ଷା ଓ ଏନ.ଜି.ଓ ମାନଙ୍କ ମିଳିତ ସହଯୋଗରେ ଏହି କେନ୍ଦ୍ର ଦୀର୍ଘ ପାଞ୍ଚ ବର୍ଷ ହେଲା ହସ୍ପିଟାଲରେ ଚାଲୁଥିଲା । ଆଜିଠାରୁ ଏହାର ନିଜସ୍ବ ଗୃହ ଉଦଘାଟନ ହେବା ସହ ସମସ୍ତ ପରାମର୍ଶ ଓ ଅନ୍ୟାନ୍ୟ ସେବା ଗୁଡିକ ସୁବିଧାରେ ଚାଲିପାରିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ପରିଶେଷରେ ସମ୍ପାଦିକା (ଓ.ଏସ.ସି ) ଧନ୍ୟବାଦ ଅର୍ପଣ କରିଥିଲେ।

Read More

ଗୋଲେଇ ଛକରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ, ବିଜେପି ସରକାର ବିରୁଦ୍ଧରେ ନାରାବାଜି

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ବିଜେପି ସରକାରକୁ ଦାୟୀ କରିଛି ନୟାଗଡ଼ ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଏବଂ ବିଜେଡି ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ବେହେରାଙ୍କ ପରାମର୍ଶ କ୍ରମେ ଆଜି ଦଳ ପକ୍ଷରୁ ଏକ ଶୋଭାଯାତ୍ରା ସହର ପରିକ୍ରମା କରିବା ସହ ସରକାର ବିରୁଦ୍ଧରେ ନାରାବାଜି କରାଯାଇଛି । ରାଜ୍ୟରେ ଛାତ୍ର ଓ ନାରୀ ଅସୁରକ୍ଷିତ । ଦିନକୁ ଦିନ ଛାତ୍ରୀ ଓ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଉଛି । ଯାହାକୁ ନେଇ ନୟାଗଡ଼ ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରରୁ ଏକ ଶୋଭାଯାତ୍ରା ବାହାରି ନୟାଗଡ଼ ଟାଉନଥାନାଠାରେ ନୟାଗଡ଼ ଏସ୍‌ଡିପିଓ ଜ୍ୟୋତିରଞ୍ଜନ ସାମନ୍ତରାୟ ଓ ଥାନା ଅଧିକାରୀ ବିଜୟା ସାହୁଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସେଠାରୁ…

Read More

ଶ୍ରୀରାମ ଫାଉଣ୍ଡେସନ ଓଡିଶା ସହଯୋଗରେ ଛାତ୍ର ପଢିଲେ ପାଠ

ଭାପୁର, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଭାପୁର ବ୍ଲକ ନିମାଣୀ ଗ୍ରାମରେ ଆଇ ଘରେ ବାର ବର୍ଷ ରହି ବିଦ୍ୟାଳୟ ବାରଣ୍ଡା ମାଡି ନଥିବା ପିଲାର ମାର୍ଗଦର୍ଶକ ସାଜିଲା ଶ୍ରୀରାମ ଫାଉଣ୍ଡେସନ ଓଡିଶା। ସୂଚନାଯୋଗ୍ୟ, ବୋଲଗଡ ନିର୍ବାଚନ ମଣ୍ଡଳୀ ସମ୍ପୁର ଗ୍ରାମର ବାଦଲ ନାୟକ(୧୨) ତାଙ୍କ ମା’ଙ୍କ ସହ ଆଉ ଦୁଇ ଜଣ ଭାଇ ଭଉଣୀ ଅଜା ଘର ନିମାଣୀ ଗ୍ରାମରେ ଆଇ କେଳୁଣୀ ନାୟକଙ୍କ ପାଖରେ ରହି ଆସୁଥିଲା। ବିଧବା ଆଇ ଦୁଃଖର ପାହାଡ଼ ମୁଣ୍ଡରେ ଧରି ଚାଲୁଥିବା ବେଳେ ବିକଳାଙ୍ଗ ଝିଅର ଛୁଆମାନଙ୍କର ଭରଣ ପୋଷଣ ମଧ୍ୟ କରୁଥିଲା। ବହୁ ବାର ଗ୍ରାମରେ ଥିବା ବିଦ୍ୟାଳୟରେ ନାତିର ନାମ ଲେଖାଇବା ପାଇଁ  ଘୁରି ବୁଲିଲେ ବି କୌଣସି ସୁଫଳ ମିଳି ନଥିଲା। ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଖୋର୍ଦ୍ଧାରୁ ଆସୁଥିବା ଡାକ୍ତର ଆଶୁତୋଷ ମିଶ୍ର ଏହି…

Read More

ଓଏସଇଏଫଡ଼ି ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ବାଚସ୍ପତି ସୁରମା ପାଢ଼ୀଙ୍କୁ ସାକ୍ଷାତ

ନୟାଗଡ଼, (ନୟାଗଡ଼ ଦର୍ପଣ): ରଣପୁର ବିଧାୟିକା ତଥା ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀଙ୍କୁ ଓଏସଇଏଫଡ଼ି ନୟାଗଡ଼ ଜିଲ୍ଲା ଶାଖାର ସଭାପତି ତୃପ୍ତିମୟୀ ପ୍ରଧାନ, ସମ୍ପାଦିକା ଶୁଭସ୍ମିତା ମିଶ୍ର, ରାଜ୍ୟ କୋଷାଧ୍ୟକ୍ଷ ଅଭିଷେକ ଆଚ଼ାର୍ଯ୍ୟ, କାର୍ଯ୍ୟକାରିଣୀ ସଦସ୍ୟ ହିତେଶ କୁମାର ମହନ୍ତ ପ୍ରମୁଖ ବାଚସ୍ପତିଙ୍କ ବାସଭବନରେ ସାକ୍ଷାତ କରି ଓଡ଼ିଶାର ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନଙ୍କ ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ସଂକ୍ରାନ୍ତରେ ଆଲୋଚ଼ନା କରିବା ସହ ଅଧିକ ପୋଷ୍ଟ ଓ ସ୍ଥାୟୀ ନିଯୁକ୍ତି ନିମନ୍ତେ ବିଶଦ ଆଲୋଚନା କରିଥିଲେ। ସୂଚନାଥାଉକି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏକ ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ, ପ୍ରତ୍ୟେକ କ୍ଲଷ୍ଟରରେ ଜଣେ ଜଣେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ହେବେ, ୨୦୨୫-୨୦୨୭ ଶିକ୍ଷାବର୍ଷ ମଧ୍ୟରେ ୪୧୬୦ ପୋଷ୍ଟ ନିଯୁକ୍ତି ଦିଆଯିବା। କିନ୍ତୁ ସୁପ୍ରିମକୋର୍ଟଙ୍କ ସାରଣୀ ଅନୁସାରେ ଓଡିଶାକୁ ପ୍ରାରମ୍ଭିକ ସ୍ତରରେ…

Read More

ପାଣିପୋଇଲା ଶିଶୁମନ୍ଦିରରେ ବିଜ୍ଞାନମେଳା ଓ କଣ୍ଢେଇମେଳା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ପାଣିପୋଇଲା ଶିଶୁମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ଓ ପୂର୍ବପ୍ରାଥମିକ ବିଭାଗର ଶିଶୁମାନଙ୍କର କଣ୍ଢେଇମେଳା ଅନୁଷ୍ଠିତ ହୋଇଯାଇଅଛି। ଏହି ମେଳାର ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରାଧାମୋହନ ପତି, ସମ୍ମାନୀତ ଅତିଥି ଭାବେ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ କ୍ରିଦାଶପୁରର ବିଜ୍ଞାନ ଶିକ୍ଷକ ଲକ୍ଷ୍ମୀଧର ମହାପାତ୍ର ଯୋଗଦେଇ  ଶିଶୁମାନେ ବିଜ୍ଞାନ ଅନୁସନ୍ଧିଛୁ ହେଲେ ଭବିଷ୍ୟତର ସୁନାଗରିକ ହୋଇପାରିବେ ବୋଲି ଅଭିଭାଷଣ ରଖିଥିଲେ। ବିଦ୍ୟାଳୟର ସମ୍ପାଦକ ମନୋରଞ୍ଜନ ପଣ୍ଡା ଉତ୍ସବ ଓ ପ୍ରତିଯୋଗିତାଦ୍ୱାରା ଶିଶୁଙ୍କ ମନ ପ୍ରଫୁଲ୍ଲିତ ହେବା ସହିତ ପୂର୍ଣ୍ଣାଙ୍ଗ ବିକଶିତ ହେବାରେ ସହାୟକ ବୋଲି ମତବ୍ୟକ୍ତ କରିବା ସହିତ ସମସ୍ତ ପ୍ରତିଭାଗୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓ ଶିଶୁମାନଙ୍କୁ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରାଇବା ପାଇଁ ଶ୍ରମ, ସମୟ ଦେଇ ସହାୟତା କରିଥିବା ସମସ୍ତ ପିତା, ମାତା,…

Read More