ନୟାଗଡ଼,(ନୟାଗଡ଼ ଦର୍ପଣ):- ବ୍ୟକ୍ତି ବିଶେଷଙ୍କ ଜନ୍ମ ଦିବସ ଅପେକ୍ଷା ଶିକ୍ଷାନୁଷ୍ଠାନର ଜନ୍ମଦିବସ କେତେ ଅଧିକ ଗୁରୁତ୍ୱ ବହନ କରେ ଆଜି ମାଳିସାହି ଗତିକେଶ ଉଚ୍ଚବିଦ୍ୟାଳୟର ୫୩ତମ ପ୍ରତିଷ୍ଠା ଦିବସ ଅବସରରେ ଦେଖାଯାଇଛି । ପୁରାତନ ଛାତ୍ର ବିଶ୍ୱନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପ୍ରାରମ୍ଭରେ ବିଦ୍ୟାଳୟର ପ୍ରତିଷ୍ଠାତା କ୍ଷେତ୍ରବାସୀ ମହାପାତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ୧୯୬୯ ମସିହା ଜୁଲାଇ ୭ ତାରିଖରେ ଅଞ୍ଚଳବାସୀଙ୍କ ସହଯୋଗୀତାରେ ଏହି ବିଦ୍ୟାଳୟ ଗଢ଼ି ଉଠିଥିଲା ଏବଂ ଇତିମଧ୍ୟରେ ଏହାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ହୋଇସାରିଛି। ଏହି ବିଦ୍ୟାଳୟ ପାଇଁ ଅବଦାନ ଦେଇ ନଗଦଭାବେ ଦିବଂଗତ ହୋଇଥିବା ଗୁରୁଜୀ ଓ ଶିକ୍ଷା କର୍ମୀ ପୀତବାସ ଆଚାର୍ଯ୍ୟ, ଫକିର ଚରଣ ପରିଡ଼ା, କୃଷ୍ଣଚନ୍ଦ୍ର ଦାଶ, ମୃତ୍ୟୁଞ୍ଜୟ ମହାପାତ୍ର, ବିଚ୍ଛେଦ ମହାପାତ୍ର, ଉଚ୍ଛବ ବସନ୍ତରା ପ୍ରଭୃତିଙ୍କ ସ୍ମୃତିରେ ଶୋକବ୍ୟକ୍ତ କରାଯାଇଥିଲା…
Read MoreCategory: ନୟାଗଡ଼
ପଥର ବୋଝେଇ ଟ୍ରାକ୍ଟର ଜବତ, ଡ୍ରାଇଭର ଫେରାର
ଖଣ୍ଡପଡା,(ନୟାଗଡ଼ ଦର୍ପଣ):- ପ୍ରକୃତିର ସୌନ୍ଦର୍ଯ୍ୟକୁ ନଷ୍ଟ କରି ଚାଲିଛନ୍ତି ଖଣ୍ଡପଡା ଅଞ୍ଚଳର କିଛି ଅସାଧୁ ପଥର ମାଫିଆ। ବେଆଇନ ଭାବେ ଜଙ୍ଗଲକୁ ନଷ୍ଟ କରି ପଥର କଟାଯାଉଥିବାରୁ ଦିନକୁ ଦିନ ଅମ୍ଳଜାନ କମିବାରେ ଲାଗିଛି ବୋଲି ସାଧାରଣରେ ଦେଖା ଦେଇଛି ଅସନ୍ତୋଷ। ବାରମ୍ବାର ଅଭିଯୋଗ ହେଉଥିବା ବେଳେ ମାଫିଆ, ନେତା ଏବଂ ସରକାରୀ କର୍ମଚାରୀଙ୍କ ମଧୁଚନ୍ଦ୍ରିକାରେ ଏଭଳି ଚୋରା କାରବାର ହେଉଥିବା ସ୍ଥାନୀୟ ଅଞ୍ଚଳର ସମାଜସେବୀମାନେ ଅଭିଯୋଗ କରିଛନ୍ତି। ଖଣ୍ଡପଡା ତହସିଲ ଅଞ୍ଚଳରେ ପଥର, ବାଲି ଆଦି ବିପୁଳ ପରିମାଣରେ ଚୋରା ଚାଲାଣ ହେଉଥିବା ନେଇ ସାଧାରଣରେ ଏବେ ଚର୍ଚ୍ଚା ଜୋର ଧରିଛି। ଗତକାଲି ରାତିରେ ଖଣ୍ଡପଡାଥାନା ପୋଲିସ ପାଟ୍ରୋଲିଂ ସମୟରେ ଶାଳଝରିଆ ନିକଟସ୍ଥ ପୋଲ ପାଖରେ ଏକ ପଥର ବୋଝେଇ ଟ୍ରାକ୍ଟରକୁ ଜବତ କରିଛି। ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ଯେ, ଶାସକ ଦଳର ଛତ୍ରଛାୟା…
Read Moreଓଡ଼ଗାଁରେ ରାସ୍ତା ପାର୍ଶ୍ଵରେ ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ଓଡ଼ଗାଁ ଇଣ୍ଡିଆନ ଅଏଲ ପେଟ୍ରୋଲ ଟାଙ୍କି ସାମ୍ନାରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଦେଇ ଆଖୁପଦର ଯାଇଥିବା ରାସ୍ତାର ଉଭୟ ପାର୍ଶ୍ବରେ ବିଭିନ୍ନ ପ୍ରକାରର ଫୁଲ ଫଳ ଜାତୀୟ ବୃକ୍ଷର ଚାରା ରୋପଣ କରାଯାଇଛି । ଓଡ଼ଗାଁ ତାଲୁକ୍ ଲିଗାଲ ସର୍ଭିସ୍ ଓ ନୟାଗଡ଼ ଜିଲ୍ଲା ବନ ବିଭାଗର ମିଳିତ ଆନୁକୁଲ୍ୟରେ ଆଜି ପ୍ରଥମ ଦିନରେ ପ୍ରାୟ ୫୦ ଉର୍ଦ୍ଧ ଚାରା ରୋପଣ କରାଯାଇଛି। ଓଡ଼ଗାଁ ଆଡିସନାଲ ସେସ୍କନ ଜଜ ଶିବାଶିଷ ଗିରି, ସିଭିଲ ଜଜ ଅପୁର୍ବ ରାୟ, ଗ୍ରାମ୍ୟ ନ୍ୟାୟାଳୟ ଅଧିକାରୀ ସୁଧାବାଇ ଅଗ୍ରୱାଲ, ଜିଲ୍ଲା ବନଖଣ୍ଡ ଅଧିକାରୀ ଧନରାଜ ଏଚ ଡି, ରେଞ୍ଜର ଅମ୍ରିତ କୁମାର ସାହୁଙ୍କ ସହ ସମସ୍ତ ବନ କର୍ମଚାରୀ ଓ ଅଦାଲତ କର୍ମଚାରୀ ମାନେ ମିଳିତ ଭାବେ ଚାରା ରୋପଣ କରି ପ୍ରଥମ ଜଳ ପ୍ରଦାନ କରିଥିଲେ। କୃଷ୍ଣଚୂଡ଼ା,…
Read Moreପେଟ୍ରୋଲ ଡିଜେଲର ଅହେତୁକ ଦରବୃଦ୍ଧିରେ ନୟାଗଡ଼ ବ୍ଲକ କଂଗ୍ରେସର ଧାରଣା
ନୟାଗଡ଼,(ନୟାଗଡ଼ ଦର୍ପଣ):- ଅଖିଳ ଭାରତ କଂଗ୍ରେସ କମିଟି ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କ ଆହ୍ୱାନ କ୍ରମେ ପେଟ୍ରୋଲ ଡିଜେଲ ରନ୍ଧନଗ୍ୟାସ, ଖାଇବା ତେଲ ସହ ଅତ୍ୟାବଶ୍ୟକ ଖାଦ୍ୟସାମଗ୍ରୀ ଉପରେ କେନ୍ଦ୍ର ମୋଦି ସରକାରଙ୍କ ଅହେତୁକ ମୂଲ୍ୟବୃଦ୍ଧି ସାଙ୍ଗକୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୯୩୦ଟଙ୍କାକୁ ବୃଦ୍ଧି, ଧାନ କିଣା ସମୟ ସୀମାକୁ ଜୁନ ୩୦ ପରିବର୍ତ୍ତେ ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି, ସରକାର ଯେଉଁ ଚାଷୀଙ୍କ ଠାରୁ ଧାନ କିଣି ପାରି ନାହାଁନ୍ତି ସେମାନଙ୍କୁ ଆର୍ଥିକ କ୍ଷତିପୂରଣ ଏବଂ ରିହାତି ମୂଲ୍ୟରେ ଚାଷୀଙ୍କୁ ସାର କୀଟନାଶକ ଔଷଧ ପ୍ରଦାନ ଦାବି ପ୍ରତିବାଦରେ ଦେଶବ୍ୟାପି କଂଗ୍ରେସ ଦଳ ବିକ୍ଷୋଭ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ନୟାଗଡ ବ୍ଲକ କଂଗ୍ରେସ ପକ୍ଷରୁ ନୟାଗଡ ବ୍ଲକ ସାମ୍ନାରେ ଆଜି ପୂର୍ବାହ୍ନ ୧୦. ୩୦ଘଟିକା ସମୟରେ ଦୁଇ ଘଣ୍ଟିଆ ଧାରଣା ବିକ୍ଷୋଭ ପ୍ରଦର୍ଶନ…
Read Moreକଣ୍ଟିଆମ୍ବା ଗାଁରେ ନିଆଁ ଲାଗି ଦୁଇ ପରିବାରର ୩ବଖରା ଘର ଭସ୍ମୀଭୂତ
ନୂଆଗାଁ,(ନୟାଗଡ଼ ଦର୍ପଣ):- ନୂଆଗାଁ ବ୍ଳକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ବହୁଳ ପାରାଢୀପି ପଂଚାୟତ କଣ୍ଟିଆମ୍ବା ଗାଁ’ରେ ଆଜି ଦିବା ୩ଟା ସମୟରେ ଆକସ୍ମିକ ଭାବେ ନିଆଁ ଲାଗି ବିଚିକା ମଳିକ, ମିନକେତନ ମଳିକଙ୍କ ତିନି ବଖରା ଘରର ସମସ୍ତ ଆସବାବପତ୍ର ସହ ସୁନା, ରୂପା, ଦରକାରୀ କାଗଜପତ୍ର ଜଳିପୋଡ଼ି ପାଉଁଶ ହୋଇଯାଇଛି। ନିଆଁ ଲାଗିବା ଖବର ପାଇ ନୂଆଗାଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଖବର ପାଇ ସ୍ଥାନୀୟ ଅଞ୍ଚଳର ସମାଜସେବୀ ସୁଶାନ୍ତ କୁମାର ନାୟକ, ବିଭୁତି ଭୁଷଣ ପ୍ରଧାନ ଓ ଭଗବାନ ସାହୁ ପହଂଚି ଦୁଇ ପରିବାରଙ୍କ ସମସ୍ୟା ବୁଝିବା ସହିତ ସେମାନଙ୍କୁ ସାହାଯ୍ୟ ସହଯୋଗ କରିଛନ୍ତି। ସେହି ଦୁଇ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ସ୍ଥାନୀୟ ଜନସାଧାରଣ ଅନୁରୋଧ କରିଛନ୍ତି ।
Read Moreରଣପୁରରେ ଓଡ଼ିଶା ଗୋତିମୁକ୍ତି ଅଭିଯାନର ସାଧାରଣ ଅଧିବେଶନ ଅନୁଷ୍ଠିତ
ରଣପୁର,(ନୟାଗଡ଼ ଦର୍ପଣ):- ଓଡିଶା ଗୋତିମୁକ୍ତି ଅଭିଯାନ ରଣପୁର ବ୍ଲକ କମିଟି ଆନୁକୂଲ୍ୟରେ ଆଜି ଏକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ରଘୁ ଦିବାକର ଭବନ ରଣପୁର ପରିସରରେ ଆୟୋଜିତ ଏହି ବୈଠକରେ ଓଡିଶା ଗୋତିମୁକ୍ତି ଅଭିଯାନ ରଣପୁର ବ୍ଲକ କମିଟି ଅଧ୍ୟକ୍ଷ ଗୋବର୍ଦ୍ଧନ ସେଠୀ ଅଧ୍ୟକ୍ଷତା କରିଥିବା ବେଳେ ଗୋତିମୁକ୍ତି ଅଭିଯାନର ରାଜ୍ୟ ସଭାପତି ସୁରେଶ ସ୍ୱାଇଁ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସ୍ୱାଇଁ ତାଙ୍କ ବକ୍ତବ୍ୟରେ ଜାତି ଦୃଷ୍ଟିରୁ ପୁରୁଷାନୁକ୍ରମେ ଵର୍ତନ ପ୍ରତି ବଦଳରେ ଉଚ୍ଚ ଜାତିର ସେବା କରି ଆସୁଥିବା ରଜକ ଏବଂ ବାରିକ ଜାତିର ଗୋତି ଶ୍ରମିକମାନଙ୍କୁ ଗୋତି ଶ୍ରମିକ ଉଚ୍ଛେଦ ଆଇନ- ୧୯୭୬ ବଳରେ ଥଇଥାନ କରିବା ସହ ସମସ୍ତଙ୍କୁ ସହାୟତା ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ। ପ୍ରକାଶ…
Read More“ଅନନ୍ୟା ଫାଉଣ୍ଡେସନ” ତରଫରୁ ଦଶପଲ୍ଲାରେ ମାସ୍କ ବଣ୍ଟନ
ଦଶପଲ୍ଲା,(ନୟାଗଡ଼ ଦର୍ପଣ):- ଅନନ୍ୟା ଫାଉଣ୍ଡେସନ୍ ପକ୍ଷରୁ ଆଜି ଦଶପଲ୍ଲା ଅଞ୍ଚଳରେ ୭୦୦ରୁ ଉର୍ଦ୍ଧ୍ବ ମାସ୍କ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମ ଆରମ୍ଭରେ କରୋନା ଯୋଦ୍ଧା ତଥା ଦଶପଲ୍ଲା ଥାନାର ପୋଲିସ ଭାଈ ଭଉଣୀଙ୍କୁ ମାସ୍କ୍ ବଣ୍ଟନ କରାଯାଇଥିଲା। ପରେପରେ ଦଶପଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାଇ ମାସ୍କ ବଣ୍ଟନ ଓ କରୋନା ସଚେତନତା କରାଯାଇଥିଲା। ସୂଚନାଯୋଗ୍ୟ, ଅନନ୍ୟା ଫାଉଣ୍ଡେସନ ତରଫରୁ ଆଜି ପର୍ଯ୍ୟନ୍ତ ୫୦୦୦ରୁ ଉର୍ଦ୍ଧ୍ବ ମାସ୍କ ବଣ୍ଟନ କରାସରିଛି। ତାହା ପୁଣି ସର୍ଜିକାଲ୍ ନୁହେଁ, ହାତ ତିଆରି କପଡ଼ା ମାସ୍କ। ଯାହାକୁ ଅନନ୍ୟା ଫାଉଣ୍ଡେସନର ମହିଳା ଗୋଷ୍ଠୀ ସିଲେଇ ଜାରି ରଖିଛନ୍ତି। ଆଗକୁ ଏଭଳି ଜନହିତକାରୀ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଅନନ୍ୟା ଫାଉଣ୍ଡେସନ୍ ପକ୍ଷରୁ ସୂଚନା ମିଳିଛି।
Read Moreଦଶପଲ୍ଲା ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ
ଗଣିଆ,(ନୟାଗଡ଼ ଦର୍ପଣ):- ଗଣିଆ ବ୍ଲକ ଛାମୁଣ୍ଡିଆ ଗ୍ରାମପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମ ହୋଇଯାଇଛି। ଏହି କାଯ୍ୟକ୍ରମରେ ଦଶପଲ୍ଲା ବିଧାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମେ ବୃତଙ୍ଗ ନଦୀର ଦକ୍ଷିଣପାର୍ଶ୍ଵ ବନ୍ଧର ସୁରକ୍ଷା ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ ପରେ ଡଙ୍କାରିସାହି ମହାନଦୀ ଦକ୍ଷିଣ ପାର୍ଶ୍ଵ ବନ୍ଧର ସୁରକ୍ଷା ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ପରେ ଧୋବାବୁରେଇ ଠାରୁ ରାଇଗାଡ଼ିଆ ପଯ୍ୟନ୍ତ ବୃତଙ୍ଗ ନଦୀର ବାମ ପାର୍ଶ୍ଵ ବନ୍ଧର ସୁରକ୍ଷାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ପରେ ଛାମୁଣ୍ଡିଆ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ଉଦଘାଟିତ କରିଥିଲେ। ପରେ କୁମ୍ଭୀରଖଣି ଠାରେ କ୍ଲବ ଘରର ଭିତ୍ତିପ୍ରସ୍ତର ସ୍ଥାପନ ଓ ଛାମୁଣ୍ଡିଆ ଠାରେ କ୍ଲବ ଘରର ଭିତ୍ତିଭୂମି ସ୍ଥାପନ କରିଥିଲେ । ଏହି ମାରାଥନ ଶିଳାନ୍ୟାସ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ…
Read More୪୮୦ ବୋତଲ କଫ ସିରଫ ଜବତ, ଜଣେ ଗିରଫ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ପୁଲିସ୍ ଜନୈକ କଫ ସିରଫ୍ ବ୍ୟବସାୟୀକୁ ଗିରଫ କରିବା ବହୁ ପରିମାଣର କଫ ସିରଫ ଜବତ କରିଛି। ଗିରଫ ଅଭିଯୁକ୍ତ ହେଲେ ଶରଣକୁଳ ଥାନା ଗୋଡ଼ିପଡ଼ା ଛୋଟ ତେଲିସାହିର ଲକ୍ଷ୍ମୀଧର ପାତ୍ର। ଗତକାଲି ସେ କଫ ସିରଫ ନେଇ ଓଡ଼ଗାଁ ଅଭିମୁଖେ ଯାଉଥିବା ବେଳେ ତାଙ୍କୁ ପେଟାପଲ୍ଲି ଛକ ନିକଟରୁ ପୁଲିସ ଧରିଥିଲା। ତାଙ୍କ ପାଖରୁ ୪୮୦ ବୋତଲ କଫ ସିରଫ ଜବତ କରାଯାଇଥିବା ବେଳେ ଓଡ଼ଗାଁ ଥାନାରେ ୭୧/୨୧ରେ ଏକ ମାମଲା ରୁଜୁ ହେବା ସହ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି।
Read Moreଜିଲ୍ଲା ପ୍ୟାକ୍ସ ଡାଟାଏଣ୍ଟ୍ରି ଅପରେଟରଙ୍କ ପ୍ରଥମ ସାଙ୍ଗଠନିକ ବୈଠକ ଅନୁଷ୍ଠିତ
ନୟାଗଡ,(ନୟାଗଡ ଦର୍ପଣ): ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ. ଅଧିନସ୍ତ ୯ଗୋଟି ଶାଖାରେ ୧୪୨ ପ୍ୟାକ୍ସରେ କାର୍ଯ୍ୟରତ ଡାଟାଏଣ୍ଟ୍ରି ଅପରେଟର ମାନଙ୍କର ପ୍ରଥମ ବୈଠକ ଭୈରବୀ ପୀଠ ନିକଟରେ ଅନୁଷ୍ଠିତ ହୋଇଯାଇଛି । କୃପାସିନ୍ଦୁ ଭଟ୍ଟଙ୍କ ସଭାପତିତ୍ୱରେ ବୈଠକରେ ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ ସହ ସମ୍ପାଦକ ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ ଯୋଗଦେଇ ସଂଗଠନର ଆବଶ୍ୟକତା ଏବଂ କାର୍ଯ୍ୟକ୍ଷେତ୍ରରେ ସରକାରୀ ନିୟମ ଅନୁଯାୟୀ କାର୍ଯ୍ୟକରିବା ଓ ଉଚିତ ପାରିଶ୍ରମିକ ପାଇବାରେ ସଂଗଠନରେ ସହାୟକ ହେବ ବୋଲି ଶ୍ରୀ ପଟ୍ଟନାୟକ ଉପସ୍ଥିତ ଡାଟାଏଣ୍ଟ୍ରି ଅପରେଟରମାନଙ୍କୁ ପରାମର୍ଶ ଦେଇଥିଲେ । ନୟାଗଡ଼ ଜିଲ୍ଲାର ୮ଟି ବ୍ଲକରେ କାର୍ଯ୍ୟରତ ଡାଟାଏଣ୍ଟ୍ରି ଅପରେଟରମାନେ ବୈଠକରେ ଯୋଗ ଦେଇ ନୟାଗଡ଼ ଜିଲ୍ଲା ଫ୍ୟାକ୍ସ ଡାଟାଏଣ୍ଟ୍ରି ଅପରେଟର ୟୁନିୟନ ଗଠନ କରିବା ପାଇଁ ସର୍ବ ସମ୍ମତ୍ତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।…
Read More