ରାମେଶ୍ୱର ପୋଖରୀରେ ବିଷ, ଉପରେ ଭାସିଲେ ମଲା ମାଛ

ନୟାଗଡ଼,(୧୮/୦୮):- ନୟାଗଡ଼ ସହରସ୍ଥିତ ରାମେଶ୍ୱର ପୋଖରୀରେ କେହି ଦୁବୁର୍ତ୍ତ ବିଷ ପକାଇ ଦେଇଥିବା ଅଭିଯୋଗ ହୋଇଛି । ଏହି ପୋଖରୀକୁ ମା’ ସନ୍ତୋଷୀ ସ୍ୱୟଂ ସହାୟିକା ଗୋଷ୍ଠୀ ୨୦ ହଜାର ଟଙ୍କାରେ ନିଲାମ ନେଇ ୧୫ହଜାର ଟଙ୍କାର ଜାଅଁଳ ଛାଡ଼ିଥିଲେ । ମାଛ ଚାଷ କରି କିଛି ଲାଭ କରିବାକୁ ଚିନ୍ତା କରିଥିବା ସ୍ୱୟଂ ସହାୟକ ଗୋଷ୍ଠୀ ଆଜି ହତାଶ ହୋଇପଡ଼ିଛି । ବିଷ ଦ୍ୱାରା ସମସ୍ତ ମାଛ ମାରି ଉପରେ ଭାସୁଥିବା ଦେଖାଯାଇଛି । ମହିଳାମାନେ ପୋଖରୀ ରକ୍ଷଣାବେକ୍ଷଣ କରିବା ସହ ପରିଷ୍କାର ଦାୟିତ୍ୱ ନେଇଥିଲେ । ପୋଖରୀ ପାଖରେ ମଳତ୍ୟାଗ ପାଇଁ ବାରଣ କରିବାରୁ ରାଗ ରଖି କେହି ଏଭଳି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି ।

Related posts