ସରଣକୁଳ,(ନୟାଗଡ଼ ଦର୍ପଣ):- ଦିନକୁ ଦିନ ନୟାଗଡ଼ ଜିଲ୍ଲାରେ ଚୋରା ଗଞ୍ଜେଇ ବ୍ୟବସାୟୀଙ୍କ ପାଦୃଭାବ ବଢିବାରେ ଲାଗିଥିବା ବେଳେ ପୁଲିସ୍ ପକ୍ଷରୁ ଯେତେ ପ୍ରକାରର ଚଢଉ କରାଯଉଥିଲେ ମଧ୍ୟ ଚୋରା ଗଞ୍ଜେଇ ଚାଲାଣ ଉପରେ ରୋକ ଲଗେଇ ପାରୁନି ଜିଲ୍ଲା ପୋଲିସ। ସେହି କ୍ରମରେ ଗତକାଲି ବିଳମ୍ବିତ ରାତିରେ ଶରଣକୁଳ ଦୋସମା ଛକ ନିକଟରେ ଜଣେ ବ୍ୟକ୍ତି ଗଞ୍ଜେଇ ଚାଲାଣ କରୁଥିବା ନେଇ ଶରଣକୁଳ ପୁଲିସ୍ କୌଣସି ସୁତ୍ରରୁ ଖବର ପାଇ ଚଢଉ କରିଥିଲା। ତେବେ ଚଢଉ ସମୟରେ ଦୋସମା ଗାଁର ରାଜେଶ ବେହେରା(୨୬)ଙ୍କ ଠାରୁ ୨୦କେଜି ୬ଶହ ଗ୍ରାମ ଗଞ୍ଜେଇ ଓ ଗୋଟିଏ ଦେଶୀ ବନ୍ଧୁକ ଜବତ କରି ଥାନାକୁ ଆଣି ପଚରାଉଚରା କରିବା ପରେ ଥାନାରେ କେସ୍ ନଂ-୯୪/୨୦୨୧ରେ ମାମଲା ରୁଜୁ ସହିତ ରାଜେଶକୁ ଗିରଫ୍ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ନେଇ ସରଣକୁଳ…
Read MoreCategory: ନୟାଗଡ଼
ଗାଁ କଲ୍ୟାଣ ସମିତି ପକ୍ଷରୁ ଘର ଘର ବୁଲି ଲୋକମାନଙ୍କୁ କଲେ ସଚେତନ
ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ରାଜ୍ୟରେ ମହାମାରୀ କରୋନା କାୟା ବିସ୍ତାର କରିଚାଲିଥିବା ବେଳେ ଗ୍ରାମାଞ୍ଚଳରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଉଛି । ଏହି ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଓଡ଼ଗାଁ ବ୍ଲକ କୁରାଳ ପଞ୍ଚାୟତର ଲିଙ୍ଗରାଜ ପ୍ରସାଦ ଓ କୋମଣ୍ଡ ପଞ୍ଚାୟତର ପଥରା, ନୋତରପଲ୍ଲି ଏବଂ ନବରତ୍ନପୁର ଗାଁ’କଲ୍ୟାଣ ସମିତି ତରଫରୁ ଆଜି ଘରକୁ ଘର ବୁଲି ଲୋକମାନଙ୍କୁ କରୋନା ସଚେତନତା କରିବା ସହିତ ପ୍ରତ୍ୟେକଙ୍କୁ ସାବୁନ ଓ ମାକ୍ସ ବଣ୍ଟନ କରାଯାଇଛି । ତା’ସହିତ କରୋନା ତୃତୀୟ ଲହରକୁ ମୁକାବିଲା କରିବା ପାଇଁ ସମସ୍ତେ ସାମାଜିକ ଦୁରତା ରକ୍ଷା କରିବା, ନିୟମିତ ମାକ୍ସ ପିନ୍ଧିବା ସହିତ ବାରମ୍ବାର ହାତ ଧୋଇବା ପାଇଁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ଅବଗତ କରାଯାଇଛି । ଏହି ସଚେତନତା କାର୍ଯ୍ୟରେ…
Read Moreଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ ସେବା ଉତ୍ସବରେ ବସ୍ତ୍ରଦାନ ଓ ରାସନ ବଣ୍ଟନ
ଗଣିଆ,(ନୟାଗଡ଼ ଦର୍ପଣ):- ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଦୀର୍ଘ ୧୦ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାବ୍ୟାପି ସେବା ଉତ୍ସବ-୨୦୨୧ ଆଜି ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି। ସେବା ଉତ୍ସବର କର୍ମକର୍ତ୍ତାମାନେ ଏହି ଅବସରରେ ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ ଗରିବ ଓ ଅସହାୟଲୋକଙ୍କୁ ବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନ କରିଥିଲେ। ନୟାଗଡ଼ ସେବା ଉତ୍ସବ ସମିତି ଅଧ୍ୟକ୍ଷ ଶିବରାମ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ସଦାଶିବ ମିଶ୍ର, ସମାଜସେବୀ ଦାମୋଦର ସାହୁ, କରଡ଼ାପଡା ସରପଞ୍ଚ ବେଣୁଧର ଦାଶ, ଗଣିଆ ପୂର୍ବତନ ସରପଞ୍ଚ ଫକୀର ମୋହନ ଡାକୁଆ, ସମାଜସେବୀ ଅଜୟ କୁମାର ଲେଙ୍କା, ଜ୍ୟୋତିରଞ୍ଜନ ମହାପାତ୍ର, ପରମେଶ୍ୱର ସାହୁ, ସୌମ୍ୟରଞ୍ଜନ ଦାଶ, ସହଦେଵ ଜେନା ପ୍ରମୁଖ ସାମିଲ ହୋଇଥିଲେ। ଅନ୍ୟପକ୍ଷେ ଗତ ୧୫ଜୁଲାଇରୁ ନୟାଗଡ଼ ବ୍ଲକରୁ ଆରମ୍ଭ…
Read Moreଏସିଆ ଏବଂ ଇଣ୍ଡିଆ ବୁକଅଫ ରେକର୍ଡ ପାଇଁ ସ୍ପ୍ରିଙ୍ଗଗାର୍ଲ ପ୍ରିୟା ପ୍ରିୟଦର୍ଶିନଙ୍କ ପରେ କୁନି ବଳରାମ ଶୁଭ୍ରାଂଶୁ
ରାଜସୁନାଖଳା,(ନୟାଗଡ଼ ଦର୍ପଣ):-ବିଗତ ଦିନରେ ଯୋଗର ବହୁ ଜଟିଳ ମୁଦ୍ରାକୁ ଅତି ନିଖୁଣ ଭାବରେ ପ୍ରଦର୍ଶନ କରି ରାଜସୁନାଖଳାର ୩ବର୍ଷିଆ ବିସ୍ମୟ ବାଳିକା ପ୍ରିୟଦର୍ଶିନୀ ଏସିଆ ଏବଂ ଇଣ୍ଡିଆ ବୁକ ଅଫ ରେକର୍ଡ ସ୍ଥାନପାଇ ସାମାଜିକ ଗଣମାଧ୍ୟମରେ ସ୍ପ୍ରିଙ୍ଗ ଗାର୍ଲ ଭାବରେ ପରିଚିତ ହୋଇ ସାରିଥିବାବେଳେ ଏବେ ତିନି ଇଞ୍ଚର ତିନୋଟି ରଥ ନିର୍ମାଣ କରି ଏସିଆ ବୁକ ଅଫ ରେକର୍ଡ ଏବଂ ଇଣ୍ଡିଆ ବୁକ ଅଫ ରେକର୍ଡ ପାଇଁ ମନୋନୀତ ହୋଇଛନ୍ତି କୁନି ବଳରାମ ଭାବେ ପରିଚିତ ପ୍ରଭୁ ଜଗନ୍ନାଥଙ୍କ କୁନିଭକ୍ତ ଶୁଭ୍ରାଂଶୁ ନାୟକ। ତେବେ ଉଭୟେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳାର ହୋଇଥିବାବେଳେ ଉଭୟଙ୍କ ଏହି ବିରଳ କୃତିତ୍ୱ ପାଇଁ ସମଗ୍ର ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ବେଶ ପ୍ରଶଂସା ସାଉଁଟିଛନ୍ତି। ତେବେ କରୋନା ମହାମାରୀ ପାଇଁ ପୁରୀ ବ୍ୟତୀତ ରାଜ୍ୟର ସବୁସ୍ଥାନରେ ରଥଯାତ୍ରା ବନ୍ଦ…
Read Moreସରପଞ୍ଚଙ୍କ ନେତୃତ୍ୱରେ ମାସ୍କ, ସାନିଟାଇଜର, ସାବୁନ ସହିତ କୋଭିଡ୍ ସଚେତନତା
ନୟାଗଡ଼,(ନୟାଗଡ଼ ଦର୍ପଣ):- ନୟାଗଡ଼ ବିଡ଼ିଓ ମନୋଜ ପାତ୍ରଙ୍କ ପରାମର୍ଶ କ୍ରମେ ଗମ୍ଭାରିଡ଼ିହି ପଞ୍ଚାୟତର ସରପଞ୍ଚ ଦିବାକର ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସଚେତନତା କାର୍ୟ୍ୟକ୍ରମରେ ବଡ଼ ପଣ୍ଡୁସର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ସ୍ବାସ୍ଥ୍ୟ କର୍ମୀ ଉର୍ମିଳା ବେହେରାଙ୍କ ସମେତ ପଞ୍ଚାୟତରେ ଥିବା ସମସ୍ତ ୬ଟି ଗାଁ’ର ଆଶା କର୍ମୀ, ଅଙ୍ଗନଓ୍ବାଡି କର୍ମୀ, ସହାୟିକା, ସ୍ବାସ୍ଥ୍ୟକର୍ମୀ, ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ଏବଂ ୱାର୍ଡ ସଭ୍ୟମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ପଞ୍ଚାୟତରେ ଥିବା ସମସ୍ତ ଲୋକଙ୍କୁ ମାସ୍କ, ସାନିଟାଇଜର, ସାବୁନ ବଣ୍ଟା ଯିବା ସହ ମହାମାରି କୋରନା ସମୟରେ କିପରି ନିଜେ ସଚେତନ ରହିବା ସହ ପରିବାର ଅନ୍ୟ ସଦସ୍ୟ ସଚେତନ ରହିବେ ଏବଂ ବିଶେଷ କରି ପ୍ରତେକ ବ୍ୟକ୍ତି କୋଭିଡ୍ ଟୀକାନେବେ ସେ ନେଇ ସେଚେତନ କରାଯାଇଥିଲା। କୋରନା ମହାମାରୀ ଆକ୍ରାନ୍ତ ସଂଖ୍ୟା ନୟାଗଡ଼…
Read More୨୫ଜୁଲାଇରୁ ୯ ଅଗଷ୍ଟ ପର୍ଯ୍ୟନ୍ତ ଦୀର୍ଘ ୧୫ଦିନ ବ୍ୟାପି ଦେଶ ବଞ୍ଚାଅ ଅଭିଯାନ
ରଣପୁର,(ନୟାଗଡ଼ ଦର୍ପଣ):- ବିଭିନ୍ନ ବାମଦଲ ତଥା ସିଆଇଟିୟୁ, ଓଡିଶା କୃଷକ ସଭା ଓ କ୍ଷେତ ମଜଦୁର ୟୁନିଅନ ତରଫରୁ ୨୫ଜୁଲାଇରୁ ୯ ଅଗଷ୍ଟ ପର୍ଯ୍ୟନ୍ତ ଦୀର୍ଘ ୧୫ଦିନ ବ୍ୟାପି ଦେଶ ବଞ୍ଚାଅ ଅଭିଯାନ ଉପଲକ୍ଷେ ଆଜି ଏକ ଜିଲ୍ଲାସ୍ତରୀୟ ବୈଠକ ରଘୁ ଦିବାକର ଭବନ ରଣପୁରଠାରେ ଅନୁଷ୍ଠିତ ହୋଇଯାଇଛି। ସୂଚନା ଅନୁସାରେ, ବିଶ୍ୱନାଥ ମହାପାତ୍ର, ଗୋଲକ ମୁଦୁଲି ଓ ନିତ୍ୟାନନ୍ଦ ପରିଡ଼ାଙ୍କ ନେତୃତ୍ୱରେ ଅନୁଷ୍ଠିତ ସଭାରେ କୃଷକ ସଭାର ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ଶ୍ରମିକ ନେତା ଦୁଷ୍ମନ୍ତ ଦାସ ପ୍ରମୂଖ ଯୋଗ ଦେଇଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ବିରୋଧୀ ଶ୍ରମିକ କୋର୍ଡ, କଳା କୃଷି ଆଇନର ବିପଦ ତଥା କୋଭିଡ ସହାୟତା ଯୋଗାଇବାର ଅବହେଳା ସମ୍ପର୍କ ସୂଚନା ଦେବା ସହ ଗଣତନ୍ତ୍ର ଓ ସମ୍ବିଧାନ ପ୍ରତି ବିପଦ ସୃଷ୍ଟି ହେବା ବିରୁଦ୍ଧରେ…
Read Moreନୂଆଗାଁ ପୁଲିସ ଦ୍ୱାରା ଦେଶୀ ମଦ ଜବତ, ଜଣେ ଗିରଫ
ନୂଆଗାଁ,(ନୟାଗଡ଼ ଦର୍ପଣ):- ନୂଆଗାଁ ପୁଲିସ୍ ପାଟ୍ରୋଲିଂ କରୁଥିବା ବେଳେ ବାଲଣ୍ଡା ଅଞ୍ଚଳରୁ ବକଳବନ୍ଧ ଗ୍ରାମର ରାଜକିଶୋର ସ୍ୱାଇଁ(୪୫) ଏକ ମଟର ସାଇକେଲ ନଂ (ଓଡି ୨୫ଏ ୨୮୦୧)ରେ ଚୋରା ଦେଶୀ ମଦ ନେଇ ଯାଉଥିବା ବିଶେଷ ସୁତ୍ରରୁ ଖବର ପାଇବା ପରେ ବାଲଣ୍ଡାରେ ଠାରେ ଛକି ରହିଥିବା ପୁଲିସ୍ ରାଜକିଶୋର ବାଲଣ୍ଡା ଛକ ଠାରୁ କାବୁ କରିଛି । ମଦ ବ୍ୟବସାୟୀ ରାଜକିଶୋରଙ୍କ ଠାରୁ ପୁଲିସ୍ ୨୦ ଲିଟର ଦେଶୀ ମଦ ଓ ମଟର ସାଇକେଲ ଜବତ କରି ଥାନାକୁ ଆଣି ପଚରାଉଚରା କରିବା ପରେ ଥାନାରେ କେସ୍ ନଂ-୯୬/୨୦୨୧ରେ ମାମଲା ରୁଜୁ କରି ରାଜକିଶୋର ସ୍ୱାଇଁଙ୍କୁ ଗିରଫ୍ କରିଥିବା ବେଳେ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବା ନେଇ ନୂଆଗାଁ ଥାନା ଅଧିକାରୀ ରମେଶ କୁମାର ଦେବତା ସୂଚନା ଦେଇଛନ୍ତି।
Read Moreଇଟାମାଟି ଜଗନ୍ନାଥ ମନ୍ଦିର ପରିସରରେ ସାରସ୍ୱତ ବୈଠକ ଅନୁଷ୍ଠିତ
ଇଟାମାଟି,(ନୟାଗଡ଼ ଦର୍ପଣ):- ଇଟାମାଟିଠାରେ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ପରିସରରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ସୋନାଲିକା ମନ୍ଥନଙ୍କ ପୌରୋହିତ୍ୟରେ କୋଭିଡି ନିୟମ ପାଳନ ପୂର୍ବକ ଏବଂ ସାରସ୍ୱତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଇଟାମାଟି ମଠ ମନ୍ଦିରର ଗ୍ରାମ ଏବଂ ଏହା ନୟାଗଡର ସଂସ୍କୃତିକ ରାଜଧାନୀ ଆଧ୍ୟାତ୍ମିକ ଚିନ୍ତା ଓ ଚେତନା ସମାଜକୁ ଅକ୍ଷୟ ମୁଖରୁ ରକ୍ଷା କରିବ ବୋଲି ଏ ସମାଜରେ ଯୋଗଦେଇ ଅତିଥିମାନେ ମତପ୍ରକାଶ କରିଥିଲେ। ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ଅଶୋକ କୁମାର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ବୈଠକରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଡ଼ଃ ପ୍ରମୋଦ ନାୟକ ମୁଖ୍ୟଅତିଥି, ନାଟ୍ୟକାର ଶରତଚନ୍ଦ୍ର ଆଚାର୍ଯ୍ୟ ସମ୍ମାନୀତ ଅତିଥିଭାବେ ଯୋଗଦେଇ ଇଟାମାଟିର ମା’ ନାରାୟଣୀ ଏବଂ ଶ୍ରୀ ଜଗନ୍ନାଥ ମନ୍ଦିରର ଟ୍ରଷ୍ଟି ଯଥାକ୍ରମେ ଅଧିକାରୀ ପୃଷ୍ଟି ଏବଂ ଜଗନ୍ନାଥ ପାତ୍ର ସମ୍ବର୍ଦ୍ଧିତ ହୋଇଥିଲେ।…
Read Moreବାଇକ ଡ଼ିକି ଭାଙ୍ଗି ୩ ଲକ୍ଷ ଲୁଟ : ଲୁଟର ଲାଇଭ ଭିଡ଼ିଓ କଏଦ ହେଲା ସିସିଟିଭିରେ
ଗଣିଆ,(ନୟାଗଡ଼ ଦର୍ପଣ):- ବ୍ୟାଙ୍କ ସମ୍ମୁଖରୁ ବାଇକ ଡ଼ିକି ଭାଙ୍ଗି ୩ଲକ୍ଷ ଟଙ୍କା ଲୁଟ । ଲୁଟର ଲାଇଭ ଭିଡ଼ିଓ କଏଦ ହେଲା ବ୍ୟାଙ୍କ ସିସିଟିଭି କ୍ୟାମେରାରେ। ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଗଣିଆ ଇଣ୍ଡିଆନ ବ୍ୟାଙ୍କ ସମ୍ମୁଖରେ। ଗଣିଆ ଥାନା ଅଧୀନ ବେଲପାଟଣା ଗ୍ରାମର ଟିକିନି ମହାପାତ୍ର ନିଜ ଦୋକାନରୁ ୩ଲକ୍ଷ ଟଙ୍କା ଧରି ଘରକୁ ଫେରୁଥିଲେ। ଇଣ୍ଡିଆନ ବ୍ୟାଙ୍କ ସମ୍ମୁଖରେ ବାଇକ ରଖି ବ୍ୟାଙ୍କକୁ କିଛି କାମରେ ଆସିଥିଲେ। ପରେ କାମ ସାରି ବାଇକ ପାଖକୁ ଆସିଲା ବେଳକୁ ତାଙ୍କ ଡ଼ିକିରେ ଥିବା ୩ଲକ୍ଷ ଟଙ୍କା ଲୁଟ ହୋଇସାରିଛି। ଲୁଟ କରିଥିବା ଦୁବୁର୍ତ୍ତ ଜଣକ କିଏ ସେ ନେଇ ଗଣିଆ ପୋଲିସ ତଦନ୍ତ କରୁଛି। ବ୍ୟାଙ୍କ ସିସିଟିଭିରେ ଲୁଟର ଲାଇଭ ଭିଡ଼ିଓ କଏଦ ହୋଇଛି। ୨ଟି ବାଇକରେ ୪ଜଣ ଦୁବୁର୍ତ୍ତ ଆସିଥିବା ବେଳେ ଧଳା…
Read Moreସଫଳ ଆମ୍ବ ଚାଷୀ ପୁରସ୍କାର ପାଇଲେ ଦିବ୍ୟାଙ୍ଗ ଶଙ୍କର ଜାନୀ
ନୟାଗଡ଼/ଗଣିଆ,(ନୟାଗଡ଼ ଦର୍ପଣ):- ଉକୃଷ୍ଟମାନର ଆମ୍ବ ଚାଷ କରି ଆତ୍ମନିର୍ଭରଶୀଳ ହେବା ସହ ଜଣେ ସଫଳ ଆମ୍ବ ଚାଷୀ ଭାବେ ଆଦିବାସୀ ଅଧ୍ୟୁଷିତ ବଡ଼ଶିଲିଙ୍ଗା ଗ୍ରାମପଞ୍ଚାୟତ ପୁରୁଣାପାଣି ଗ୍ରାମର ଦିବ୍ୟାଙ୍ଗ ଶଙ୍କର ଜାନୀ ଉକୃଷ୍ଟ ଅବଦାନ ପୁରସ୍କାର ପାଇଛନ୍ତି । ରାଷ୍ଟ୍ରୀୟ କୃଷି ଏବଂ ଗ୍ରାମ୍ୟ ବିକାଶ ବ୍ୟାଙ୍କ(ନାବାର୍ଡ଼)ର ୪୦ତମ ପ୍ରତିଷ୍ଠା ଦିବସରେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହ ପରିସରରେ ଶଙ୍କରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଭିଡିଓ କନଫରେନସିଂ ମାଧ୍ୟମରେ ରାଜ୍ୟପାଳ ପ୍ରଫେସର ଡଃ.ଗଣେଶୀ ଲାଲ ଶଙ୍କରଙ୍କୁ ଏହି ପୁରସ୍କାର ପ୍ରଦାନ କରିବା ସହ ଶଙ୍କର ଦିବ୍ୟାଙ୍ଗ ହୋଇ ବି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥିବାରୁ ରାଜ୍ୟପାଳ ବେଶ୍ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ନାବାର୍ଡ଼ ଡିଜିଏମ୍ ଜୟନ୍ତ ସାହୁ ଓ ଜିୟୁସିର ସମ୍ପାଦକ ଆନନ୍ଦ ଚନ୍ଦ୍ର ବେହେରା ଉପସ୍ଥିତ…
Read More