ଦଶପଲ୍ଲା(୨୪/୦୮):- ଦଶପଲ୍ଲା ବିଜ୍ଞାପିତ ଅଂଚଳ ପରିଷଦ ସ୍ଥିତ ନାହାକପଡା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ସେହି ଗ୍ରାମର ସରୋଜିନୀ ବେହେରା ଓ କୁନ୍ଥୁ ବେହେରାଙ୍କ ପୁଅ ବସନ୍ତ ବେହେରା (୪୦)ଙ୍କ ନିର୍ଯ୍ୟାତନାରେ ଅତିଷ୍ଠ ହୋଇ ତାଙ୍କ ମାଆ, ସରୋଜିନୀ ବେହେରା ନିଜ ଜନ୍ମିତ ପୁଅକୁ ହତ୍ୟା କରିଛନ୍ତି। ସୂଚନା ଅନୁସାରେ, ବସନ୍ତ ଜଣେ ଅଭ୍ୟାସ ଗତ ନିଶାଖୋର୍ ବ୍ୟକ୍ତି ହେଇଥିବାରୁ ସେ ପ୍ରତିଦିନ ବୃଦ୍ଧ ବାପା ଓ ମା’ଙ୍କୁ ନିଶାଗ୍ରସ୍ତ ଅବସ୍ଥାରେ ଅକର୍ଥନୀୟ ନିର୍ଯ୍ୟାତନା ଦେଇ ଆସୁଥିଲେ । ଗତକାଲି ବିଳମ୍ଵିତ ରାତିରେ, ନିଶାଗ୍ରସ୍ତ ହୋଇ ସେ ତାଙ୍କ ବାପାଙ୍କ ଉପରେ ସବୁଦିନ ଭଳି ଅତ୍ୟାଚାର ଓ ଜୁଲୁମ୍ କରିବା ଆରମ୍ଭ କରିଦେଇଥିଲେ। ତାଙ୍କ ମା, ସରୋଜିନୀ ଏସବୁ ଦେଖି ସହ୍ୟ କରି ନ ପାରି ନିଶାଗ୍ରସ୍ତ ଏକମାତ୍ର ପୁଅକୁ ସବୁଦିନ ପାଇଁ ଶେଷ…
Read MoreCategory: ନୟାଗଡ଼
ଉଦଘାଟନ ପୂର୍ବରୁ ଲୋକଙ୍କ ବିରୋଧର ସମ୍ମୁଖୀନ ହେଲେ ଦଶପଲ୍ଲା ବିଧାୟକ
ଗଣିଆ(୨୪/୦୮):- ଗଣିଆ ବ୍ଲକ ବଡମୂଳ ଠାରୁ ଶିଖରଗୋଛା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କର ଶୁଭ ଉଦଘାଟନ କାର୍ଯ୍ୟକୁ ନେଇ ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ଏହାକୁ ନେଇ ଆଜି ରାସ୍ତା ଅବରୋଧ କରି ବସିଥିଲେ ଶତାଧିକ ଜନସାଧାରଣ। ଉକ୍ତ ରାସ୍ତାକୁ ଉଦଘାଟନ କରିବାକୁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ବ୍ଲକ ଅଧ୍ୟକ୍ଷ ଶେଷଦେବ ସ୍ୱାଇଁ, କନ୍ଧମାଳ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର, ଜିଲ୍ଲାପରିଷଦ ସଭ୍ୟ ମହେଶ୍ୱର ମହାରଣାଙ୍କ ସମେତ ବିଭାଗୀୟ ଅଧିକାରୀ, ସ୍ଥାନୀୟ ଜନପ୍ରତିନିଧି ଯାଉଥିବା ସମୟରେ ବଡମୂଳ ବନବିଭାଗର ଫାଟକ ନିକଟରେ ରାସ୍ତା ଅବରୋଧ କରି ବସିଥିବା ଜନସାଧାରଣ ସେମାନଙ୍କୁ ଛାଡ଼ିନଥିଲେ। ରାସ୍ତା କାମ ଅଧାପନ୍ତରିଆ ହୋଇଥିବାବେଳେ କିପରି ଉଦଘାଟନ ହେଉଛି ବୋଲି ସେମାନେ ପ୍ରଶ୍ନ କରିଥିଲେ। ବଡମୂଳ ଠାରୁ ଶିଖରଗୋଚ୍ଛା ପର୍ଯ୍ୟନ୍ତ ଏକ କିଲୋମିଟର ରାସ୍ତା ଅସମ୍ପୂର୍ଣ୍ଣ ହୋଇଥିବାରୁ ଯଥାଶୀଘ୍ର ସମ୍ପୂର୍ଣ…
Read Moreକଂଗ୍ରେସ ସେବା ଦଳ ଷ୍ଟିଅରିଂ କମିଟି ସଭ୍ୟ ହେଲେ ନୟାଗଡ଼ର ମନୋଜ କୁମାର ସାହୁ
ନୟାଗଡ଼,(୨୩/0୮): ନୟାଗଡ଼ ଅଖିଳ ଭାରତ କଂଗ୍ରେସ ସେବାଦଳ ଷ୍ଟିଅରିଂ କମିଟିର ସଦସ୍ୟ ହେଲେ ନୟାଗଡ଼ ବ୍ଲକ ଇଟାମାଟିର ପୂର୍ବତନ ସରପଞ୍ଚ ତଥା ନୟାଗଡ ନିର୍ବାଚନ ମଣ୍ଡଳୀରୁ ୨୦୧୯ ନିର୍ବାଚନରେ କଂଗ୍ରେସ ଦଳ ପକ୍ଷରୁ ହୋଇଥିବା ବିଧାୟକ ପ୍ରାର୍ଥୀ ମନୋଜ କୁମାର ସାହୁ। ସେବା ଦଳ ମୁଖ୍ୟ ସଙ୍ଗଠକ ଲାଲାଜୀ ଦେଶାଇ ଶ୍ରୀ ସାହୁଙ୍କୁ କମିଟିର ସଦସ୍ୟ ଭାବେ ଅନୁମୋଦନ କରିଛନ୍ତି। ସଦସ୍ୟ ହେବାପରେ ସେ ପ୍ରଦେଶ କଂଗ୍ରେସ ସେବା ଦଳ ମୁଖ୍ୟ ସଙ୍ଗଠକ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଛନ୍ତି। ଆଗାମୀ ଦିନରେ ପ୍ରଦେଶ କଂଗ୍ରେସ ସେବା ଦଳ କିପରି ସାରା ରାଜ୍ୟରେ କ୍ରିୟାଶୀଳ ହେବ ସେ ଦିଗରେ ଅହରହ ଉଦ୍ୟମ ଜାରି ରଖିବି ବୋଲି ଶ୍ରୀଯୁକ୍ତ ମନୋଜ କୁମାର ସାହୁ…
Read More‘ଫୋକସ୍ ଫାଉଣ୍ଡେସନ୍ ଲୋଗୋ’ ଉନ୍ମୋଚନ
ନୂଆଗାଁ(୨୨/୦୮): ସମାଜସେବା କ୍ଷେତ୍ରରେ ସାମିଲ ହୋଇଥିବା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମଧୁବନ ଫୋକସ୍ ଫାଉଣ୍ଡେସନ୍ ପକ୍ଷରୁ ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି । ଫାଉଣ୍ଡେସନ୍ ସଭାପତି ଦିନେଶ ବିଶ୍ୱାଳଙ୍କ ତତ୍ୱବଧାନରେ ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମକୁ ନିଆରା ଢଙ୍ଗରେ ଉନ୍ମୋଚନ କରାଯାଇଛି । ଫୋକସ୍ ଫାଉଣ୍ଡେସନର ସଦସ୍ୟମାନେ ଲୋଗୋକୁ ଉନ୍ମୋଚନ କରିବା ପାଇଁ ଅତିଥିମାନଙ୍କ ପାଖରେ ପହଞ୍ଚି ଫୋକସ୍ ଫାଉଣ୍ଡେସନର ଲୋଗୋ ଉନ୍ମୋଚନ କରିଥିଲେ । ଏହି ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥିଭାବେ ନୟାଗଡ଼ ସଦର ଥାନା ଅଧିକାରୀ ଦିପକ୍ କୁମାର ଖଣ୍ଡାୟତରାୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡିସିନ୍ ସ୍ପେଶାଲିଷ୍ଟ ଡ଼ ସିଦ୍ଧାର୍ଥ ଦାସ, ଡ଼ ସତ୍ରୁଘ୍ନ ନାୟକ, ଡ଼ ପ୍ରଶନ୍ନ ପ୍ରସାଦ ସାହୁ, ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ସଂଯୋଜକ ଅନୁରାଗ କୁମାର, ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ନୂଆଗାଁ ବ୍ଲକ୍…
Read Moreଅଧପନ୍ତରିଆ ଡ୍ରେନ, ଦୁର୍ଦ୍ଦଶାରେ ସହରବାସୀ, ଜନ ଆନ୍ଦୋଳନ ପାଇଁ ଚେତାବନୀ
ନୟାଗଡ଼,(୨୨ା୮): କଥାରେ ଅଛି ଗାଁ ପରିମଳ ଧୋବା ତୁଠରୁ, ସେହିପରି ସହରର ବିକାଶ ଜଣାପଡ଼େ ରାସ୍ତାଘାଟ ତଥା ଡ୍ରେନ ପରିମଳ ଏବଂ ପରିଚାଳନାରୁ । ଏହାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛି ନୟାଗଡ଼ ଜିଲ୍ଲା ସଦର ମହକୁମାରେ । ନୟାଗଡ଼ ଜିଲ୍ଲା ସଦର ମହକୁମା ତଥା ନୟାଗଡ଼ ମୁନିସିପାଲିଟି ଅଞ୍ଚଳରେ ଅଧିକାଂଶ ସ୍ଥାନରେ ଡ୍ରେନ ନଥିବାରୁ ବିଭିନ୍ନ ଅଞ୍ଚଳରେ ପାଣି ଜମି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବା ସହ ମ୍ୟାଲେରିଆ ଡେଙ୍ଗୁ ଆଦି ବ୍ୟାପିବାର ସମ୍ଭାବନା ସୃଷ୍ଟି ହୋଇଛି । ନୟାଗଡ଼ ମୁନିସିପାଲଟିର ବିଭିନ୍ନ ୱାର୍ଡ଼, ସାହି ବସ୍ତି ଆଦି ଅଞ୍ଚଳରେ ଡ୍ରେନ କାମ ମୁନିସିପାଲଟି ପକ୍ଷରୁ ନିର୍ମାଣ କରାଯାଇ ରକ୍ଷଣାବେକ୍ଷଣ କରାଯିବାର ନିୟମ ରହିଥିବା ବେଳେ ନୟାଗଡ଼ ସହର ମଧ୍ୟ ଦେଇ ଯାଇଥିବା ଷ୍ଟେଟ ହାଇୱେର ଦୁଇ ପାଶ୍ୱର୍ରେ ପୂର୍ତ୍ତ ବିଭାଗ ପକ୍ଷରୁ ଡ୍ରେନ ନିର୍ମାଣ…
Read Moreଉଚ୍ଚଡିଆଁ ମାରି ପାଳନ କଲେ ଗହ୍ମାଡିଆଁ ଉତ୍ସବ
ନୟାଗଡ଼(୨୨ା୮): ନୟାଗଡ଼ ବ୍ଳକ ଅନ୍ତର୍ଗତ କ୍ରିଦାଶପୁର ପଂଚାୟତର କଂଚନବିଲି ବାଲୁଙ୍କେଶ୍ୱର ମନ୍ଦିର ଠାରେ ରକ୍ଷାବନ୍ଧନ ଓ ଗହ୍ମା ପୂର୍ଣ୍ଣମୀ ଅବସରରେ ଗହ୍ମାଡିଆଁ ଉତ୍ସବ କୋଭିିଡ୍ କଟକଣାରେ ପାଳିତ ହୋଇଯାଇଛି । କଂଚନବିଲି ଗ୍ରାମ୍ୟ ସଭାପତି ଆଡଭୋକେଟ ସଂସାରୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ବିଭିନ୍ନ ବୟସର ପିଲାମାନେ ଭାଗନେଇ ଗହ୍ମା ଡେଇଁଥିଲେ । ଗହ୍ମାଡିଆଁ ଉତ୍ସବ ପାରମ୍ପରିକ ଭାବେ ଏହି ଗ୍ରାମରେ ପାଳନ ହୋଇ ଆସୁଥିଲାବେଳେ ଗତବର୍ଷ କୋଭିଡ୍ ପାଇଁ ବନ୍ଦ ରହିଥିଲା । ତେବେ ଏଥର କୋଭିଡ କଟକଣା ଭିତରେ ଗହ୍ମାଡିଆଁ ପର୍ବ ପାଳନ କରାଯାଇଥିଲା । ପିଲାମାନେ ବେଶ୍ ଉତ୍ସୁକତାର ସହ ଗହ୍ମା ଡେଇଁ ବିଭିନ୍ନ ସାମଗ୍ରୀ ନେଉଥିବାବେଳେ ଦର୍ଶକଙ୍କ କରତାଳିରେ ପରିବେଶ ବେଶ୍ ଆନନ୍ଦମୟ ହୋଇ ଉଠୁଥିଲା । ଗ୍ରାମବାସୀଙ୍କ ସହଯୋଗରେ ଏହି ଉତ୍ସବ ପାଳନ କରାଯାଇଥିଲା ।
Read Moreସତ୍ୟସାଇ ସେବା ସମିତି ପକ୍ଷରୁ ଗୋପୂଜନ କାର୍ଯ୍ୟକ୍ରମ
ନୟାଗଡ଼(୨୨ା୦୮): ନୟାଗଡ଼ ସତ୍ୟ ସାଇ ସେବା ସମିତି ଆନୁକୂଲ୍ୟରେ ପୋଷ୍ୟଗ୍ରାମ ନୟାଗଡ଼୍ ବ୍ଳକ ଅନ୍ତର୍ଗତ କଂଚନବିଲି ଠାରେ ଗୋସମ୍ବର୍ଦ୍ଧନା ଉତ୍ସବ ଓ ଅମୃତ କଳସ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶ୍ରାବଣ ମାସର ପୂର୍ଣ୍ଣମୀ ତିଥି ହେଉଛି ଭଗବାନ ବଳଭଦ୍ରଙ୍କ ଜନ୍ମ ଦିନ ଓ ଗହ୍ମା ଶଦ୍ଦ ଗାଇ ଶଦ୍ଦରୁ ଆସିଥିବାରୁ ଏହି ଦିନଟି ଗହ୍ମା ପୂର୍ଣ୍ଣମୀ ଭାବେ ପାଳନ କରାଯାଇଥାଏ ଏବଂ ଗୋପୂଜନ କରାଯାଇଥାଏ । ଯାହାକି ଏହି ପବିତ୍ର ଗହ୍ମା ପୂର୍ଣ୍ଣମୀ ଦିନରେ ସାଇ ସେବା ସମିତି ପକ୍ଷରୁ ଗୋପୂଜନ କରାଯିବା ସହ ଅମୃତ କଳସ ପ୍ରଦାନ କରାଯାଇଥାଏ । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ସାଇ ସେବା ସମିତିର ସଭାପତି ପ୍ରତାପ ଚନ୍ଦ୍ର ପରିଡ଼ା ଓ ଆବାହକ ମୋହନ ଦୋରାଙ୍କ ସମେତ କଂଚନବିଲି ସାଇ ଆଶ୍ରୀତ ଭଉଣୀ ପ୍ରମିଳା ପ୍ରଧାନ, ସ୍ୱର୍ଣ୍ଣଲତା ସାହୁ,…
Read Moreକୁରାଳରେ ପରିବେଶ ସାଥି ସୁକାନ୍ତ ଚୌଧୁରୀଙ୍କ ଦ୍ଵାରା ନିଆରା ଢଙ୍ଗରେ ରାକ୍ଷୀ ପୂର୍ଣ୍ଣିମା
ଓଡ଼ଗାଁ,(୨୨/୦୮):- ପବିତ୍ର ରକ୍ଷା ବନ୍ଧନ ଓଡ଼ିଶାର ଏକ ପ୍ରଧାନ କୃଷି ଭିତ୍ତିକ ଗଣ ପର୍ବ। ଏହି ଦିନକୁ କିଏ ରାକ୍ଷୀ ପୂର୍ଣ୍ଣିମା ତ କିଏ ଗହ୍ମା ପୂର୍ଣ୍ଣିମା କହିଥାନ୍ତି। ପ୍ରଭୁ ବଳଦେବଙ୍କର ଆଜି ମଧ୍ୟ ଜନ୍ମଦିନ। ଦିନ ଥିଲା ଓଡ଼ିଶାର ପୁରପଲ୍ଲୀରେ ଏହି ପର୍ବଟି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ବହୁତ୍ ଧୁମ୍ ଧାମରେ ପାଳିତ ହେଉଥିଲା। ଆଜି ତାହା କେବଳ ରକ୍ଷାବନ୍ଧନ ମଧ୍ୟରେ ସୀମିତ ରହିଯାଇଛି। ଏ କ୍ଷେତ୍ରରେ ଓଡ଼ଗାଁ ବ୍ଳକ କୁରାଳ ଗ୍ରାମର ପରିବେଶ ସାଥି ତଥା ସାମାଜିକ କର୍ମୀ ସୁକାନ୍ତ ଚୌଧୁରୀ ଅତୀତ ପରମ୍ପରାକୁ ଲୋକଲୋଚନକୁ ଆଣିବା ସହିତ କିଛି ଭିନ୍ନ ପ୍ରକାର କାର୍ଯ୍ୟକରି ଉଦାହରଣ ସୃଷ୍ଟି କରିଛନ୍ତି। ବୁଲି ବୁଲି ଆବାଳ ବୃଦ୍ଧ ବନିତାଙ୍କୁ ରାକ୍ଷୀ ବାନ୍ଧିବା ସହିତ ଡାକବାଜି ଯନ୍ତ୍ର ବ୍ୟବହାର କରି ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହିତ ମନୁଷ୍ୟ,…
Read Moreବଟ ବୃକ୍ଷରେ ରାକ୍ଷୀ ବାନ୍ଧିଲେ ଗ୍ରାମବାସୀ
ଦଶପଲ୍ଲା(୨୨/୦୮): ସାରା ରାଜ୍ୟରେ ଆଜି ରକ୍ଷାବନ୍ଧନ ତଥା ଗହ୍ମା ପୂର୍ଣ୍ଣିମା ଉତ୍ସବ ଆନନ୍ଦଉଲ୍ଲାସରେ ପାଳିତ ହୋଇଛି । ଏହି ଉତ୍ସବରେ ଭଉଣୀମାନେ ଭାଇ ହାତରେ ରାକ୍ଷୀ ବାନ୍ଧି ଭାଇଙ୍କ ଶୁଭ ମନାସିଥିବା ବେଳେ ଏକ ନିଆରା ପରମ୍ପରା ଦଶପଲ୍ଲାରେ ଦେଖିବାକୁ ମିଳୁଛି । ଦୀର୍ଘ ବର୍ଷ ହେଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ବୁଗୁଡା ଓ ବୁଗୁଡା କଲୋନୀ ଗ୍ରାମବାସୀ ଏହି ନିଆରା ପରମ୍ପରା ସହ ବାନ୍ଧି ହୋଇ ଯାଇଛନ୍ତି । ବୃକ୍ଷ ମାନବ ସମାଜ ପାଇଁ ସବୁଠାରୁ ଦରକାରୀ ହୋଇଥିବାରୁ ଗ୍ରାମର ବୟସ୍କ ବ୍ୟକ୍ତିମାନେ ରକ୍ଷାବନ୍ଧନ ତିଥିରେ ଗଛରେ ରାକ୍ଷୀ ବାନ୍ଧିଥାନ୍ତି । ବୁଗୁଡା ଓ ବୁଗୁଡା କଲୋନୀ ଗ୍ରାମରେ ୧୯୮୮ମସିହା ଠାରୁ ଏଭଳି ପରମ୍ପରା ଚାଲି ଆସିଛି । ଅପରାହ୍ନରେ ପ୍ରଥମେ ଗ୍ରାମର ବୟସ୍କ ବ୍ୟକ୍ତିମାନେ ନୂଆ ଲୁଗା ପିନ୍ଧି ଗଛରେ ରାକ୍ଷୀ ବାନ୍ଧି ସାରିବା…
Read Moreଟାଟା ପାୱାର ବିରୁଦ୍ଧରେ ତେଜୁଛି ଆନ୍ଦୋଳନ
ରଣପୁର,(୨୨/୦୮): ରାଜ୍ୟରେ ଟାଟା ପାୱାର ବିଦ୍ୟୁତ୍ ବିତରଣ ଦାୟିତ୍ୱ ନେବା ପରେ ବିଭିନ୍ନ ସ୍ଥାନରେ ଜନଅସନ୍ତୋଷ ସୃଷ୍ଟି ହୋଇଛି । ବିଦ୍ୟୁତ୍ କାଟଠାରୁ ଆରମ୍ଭ କରି ମନଇଚ୍ଛା ଶୁଳ୍କ ବୃଦ୍ଧି ଜନସାଧାରଣଙ୍କ ମଧ୍ୟରେ ଆନ୍ଦୋଳନର ମଞ୍ଜି ପୋତୁଛି । ଆଜି ରଣପୁର ବ୍ଲକ କନ୍ଧନୟାଗଡ଼ ବାସୀ ଟାଟାପାୱାର ବିରୁଦ୍ଧରେ ମେଳି ବାନ୍ଧିଥିବା ଜଣାଯାଇଛି । ଉକ୍ତ ଅଞ୍ଚଳରେ ଟାଟାପାୱାର ବିଦ୍ୟୁତ୍ ବିଲ୍ କଲେସ୍କନ ଦାୟିତ୍ୱ ସ୍ୱୟଂ ସହାୟକ ଗୋଷ୍ଠୀକୁ ଦେଇଛି । ସ୍ୱୟଂ ସହାୟକ ଗୋଷ୍ଠୀ ଉକ୍ତ ଅଞ୍ଚଳରେ ଲୋକଙ୍କଠାରୁ ଜୋର ଦବରଦସ୍ତ ବିଦ୍ୟୁତ୍ ବିଲ ଆଦାୟ ପାଇଁ ଚେଷ୍ଟା କରୁଛି । ଏପରିକି ଲୋକଙ୍କ ମିଟର ବଦଳାଇ ନୂଆ ମିଟର ଲଗାଇବାକୁ ବାଧ୍ୟ କରୁଛି । ଟାଟାପାୱାର ଲଗାଉଥିବା ମିଟରରେ ଅଧିକ ୟୁନିଟ ଉଠୁଥିବା ଏବଂ ଏହାକୁ ଟାଟା ନିଜସ୍ୱ ଲାଭ ପାଇଁ ନିର୍ମାଣ କରିଥିବା…
Read More