ଦଶପଲ୍ଲାରେ ଓଡିଶା କୃଷକ ସଭା ପକ୍ଷରୁ ଚାଷୀ ଆନ୍ଦୋଳନ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଅଦିନିଆ ବର୍ଷା ଯୋଗୁଁ ନଷ୍ଟ ହୋଇଥିବା ଫସଲର କ୍ଷତି ପୂରଣ ଦାବିରେ ଆଜି ଦଶପଲ୍ଲାରେ ଓଡିଶା କୃଷକ ସଭା ପକ୍ଷରୁ ଏକ ଚାଷୀ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି। ଶହ ଶହ ଚାଷୀ ହାତରେ ପାଣିରେ ପଚି ନଷ୍ଟ ହୋଇଥିବା ଓ ଗଛରେ ରହି ପାଚିଲା ଧାନ ଗଜା ହୋଇଯାଇଥିବା ଏବଂ ନଷ୍ଟ ରବି ଫସଲ, ନଷ୍ଟ ହୋଇ ଯାଇଥିବା ପରିବା ସବୁ ଧରି ମେଳିଆ ତୋଟା ଠାରୁ ଏକ ଶୋଭଯାତ୍ରାରେ ବାହାରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କୃଷକ ସଭାର ବ୍ଲକ୍ ସଭାପତି ବ୍ରଜବନ୍ଧୁ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ବରିଷ୍ଠ ନେତା ଶରତ ଚନ୍ଦ୍ର ବେହେରା, କୃଷକ ସଭାର ବ୍ଲକ୍ କମିଟି ସମ୍ପାଦକ ଗଣେଶ୍ୱର ନାୟକ ଓ ଯୁବନେତା ବିପିନ୍ ବାଜୁ ପ୍ରମୁଖ…

Read More

କଟାକ୍ଷ କିଶୋରଙ୍କୁ ମରଣତ୍ତୋର ପଦ୍ମଶ୍ରୀ ଉପାଧି ଦିଆଯାଉ

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶିଷ୍ଠ କାର୍ଟୁନିଷ୍ଟ ତଥା ବ୍ୟଙ୍ଗକାର କିଶୋର ରଥଙ୍କ ସ୍ମୃତି ଉଦେଶ୍ୟରେ ନୟାଗଡ଼ ତ୍ରିନାଥ ଛକ ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ଏକ ସାର୍ବଜନୀନ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ସେବା ଉତ୍ସବ ସମିତି ଆନୁକୁଲ୍ୟରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ କାର୍ଟୁନିଷ୍ଟ କିଶୋର ରଥଙ୍କ ଉଦେଶ୍ୟରେ ଦୁଇ ମିନିଟ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା। ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଆବାହକତ୍ବରେ ଆୟୋଜିତ ସ୍ମୃତି ସଭାରେ ବିଶିଷ୍ଟ ସମାଜସେବି ଦାମୋଦର ସାହୁ, ବିଶିଷ୍ଠ କଥାକାର ତଥା ଶ୍ରମିକ ନେତା ବିଶ୍ୱନାଥ ମହାପାତ୍ର, ନୟାଗଡ଼ର ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନା, ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ, ବିଜେପି ନେତା ସନ୍ତୋଷ ପ୍ରଧାନ, ସାହିତ୍ୟିକ ଚନ୍ଦ୍ରବିଜୟୀ ମିଶ୍ର, ସାମ୍ବାଦିକ ରାମକୃଷ୍ଣ ରଥ, ଯୁବ ସମାଜସେବୀ ଆଶୁତୋଷ ଦାସ, ସେବା ଉତ୍ସବ…

Read More

ଶିଶୁ ସାହିତ୍ୟିକା ପ୍ରଭାସିନୀ ବରାଡଙ୍କ କବିତା ସଂକଳନ ‘ସେନେହର କଳିକା’ ଓ ‘ପିଲେ ତୁମରି ପାଇଁ’ ଉନ୍ମୋଚିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସ୍ଥାନୀୟ ରୋଟାରୀ ଭବନଠାରେ ଆୟୋଜିତ ‘ପୁସ୍ତକ ଉନ୍ମୋଚନ ଉତ୍ସବ’ ରେ ଲେଖିକା ପ୍ରଭାସିନୀ ବରାଡଙ୍କ ଶିଶୁ ଓ କିଶୋର କବିତା ସଂକଳନ ‘ସେନେହର କଳିକା’ ଓ ପିଲେ ତୁମରି ପାଇଁ ଉନ୍ମୋଚିତ ହୋଇଯାଇଛି। ବରିଷ୍ଠ ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଡ. ବିଜୟ କୁମାର ଚୌଧୁରୀ, ସମ୍ମାନୀତ ଅତିଥି ଭାବେ ଓଡିଶାର ଅଗ୍ରଣୀ ପ୍ରକାଶନୀ ସଂସ୍ଥା ପକ୍ଷୀଘର ର ସମ୍ପାଦକ ବନୋଜ ତ୍ରିପାଠୀ, ବରିଷ୍ଠ କଥାକାର ଡ. ଅଜୟ କୁମାର ସ୍ବାଇଁ, ଗାଳ୍ପିକ ଶ୍ରୀ ତପନ କୁମାର ମହାପାତ୍ର ଓ ସମୀକ୍ଷକ ଭାବେ ଅଧ୍ଯାପକ ଡ. ଆଶୁତୋଷ ମିଶ୍ର ଓ ବରିଷ୍ଠ କବି ତଥା ଆଇନଜୀବୀ ଚନ୍ଦ୍ର ବିଜୟୀ ମିଶ୍ର ଯୋଗଦେଇଥିଲେ। ସନ୍ତୋଷ କୁମାର ବରାଡଙ୍କ ଆବାହକତ୍ବରେ ଆୟୋଜିତ ଏହି…

Read More

ପବିତ୍ର ରାସପୂର୍ଣ୍ଣିମାରେ “ଜ୍ଞାନଘର” ଲୋକାର୍ପିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ରାସପୂର୍ଣ୍ଣିମା ଅବସରରେ ନୟାଗଡ଼ ସହର ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବିଶିଷ୍ଟ ଅତିଥିଙ୍କ ଦ୍ଵାରା ପୁସ୍ତକ “ଜ୍ଞାନଘର” ଲୋକାର୍ପିତ ହୋଇଯାଇଛି। ଓଡ଼ଗାଁ ବ୍ଳକ ରୋହିବାଙ୍କ ଗ୍ରାମର ଶିକ୍ଷକ ଦମ୍ପତି ରାଧାଗୋବିନ୍ଦ ନାୟକ ଓ ଦମୟନ୍ତୀ ପାତ୍ରଙ୍କ ଦ୍ୱାରା ମହାପୁରୁଷଙ୍କ ମହତବାଣୀ ଉପରେ ଆଧାରିତ ୧୪୫ପୃଷ୍ଠା ସମ୍ବଳିତ ଜ୍ଞାନ ଗର୍ଭକ ପୁସ୍ତକ “ଜ୍ଞାନଘର”ଟି ଛାତ୍ରଛାତ୍ରୀ, ଅଭିଭାବକଙ୍କ ମହଲରେ ନିଶ୍ଚୟ ଆଦୃତି ଲାଭ କରିବ। ଏହି ସାରସ୍ୱତ କାର୍ଯ୍ୟକ୍ରମରେ “ଦର୍ପଣ ପବ୍ଲିକେଶନ” ତଥା “ନୟାଗଡ଼ ଦର୍ପଣ”ର ମୁଖ୍ୟ ଗୀତିକଳ୍ପ ହରିଶ ପ୍ରଧାନ ସ୍ୱାଗତ ଅଭିଭାଷଣ ରଖିଥିବାବେଳେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ସଂଯୋଜନା କରିଥିଲେ। ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଦାମୋଦର ସାହୁ, ନାଟ୍ୟକାର ବିଶ୍ଵନାଥ ମହାପାତ୍ର, ସିଆରସିସି ଲଳିତ ମୋହନ ମିଶ୍ର, କବି ଗୋଦାବରୀଶ ମିଶ୍ର, ଉମେଶ…

Read More

କାହ୍ନାକୁ ୭ହଜାର ଟଙ୍କା ସହାୟତା ରାଶି ପ୍ରଦାନ କଲା ଅନନ୍ୟା ଫାଉଣ୍ଡେସନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଜାମୁସାହିର ଦୁର୍ଘଟଣାଗ୍ରସ୍ଥ ୮ବର୍ଷର ପୁଅ କାହ୍ନା ମହାନ୍ତିର ଚିକିତ୍ସା ପାଇଁ ଅନନ୍ୟା ଫାଉଣ୍ଡେସନ୍ ତରଫରୁ ସାତ ହଜାର ଟଙ୍କାର ଆର୍ଥିକ ସହାୟତା କରାଯାଇଛି। ଗତ କାଲି ଅନନ୍ୟା ଫାଉଣ୍ଡେସନର ଏକ ଦଳ ଜାମୁସାହି ଯାଇ ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଏହି ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି। ସୂଚନା ଥାଉକି କାହ୍ନା ଗତ କିଛି ଦିନ ତଳେ ହାଇୱା ଧକ୍କାରେ ଗୁରୁତର ହୋଇଥିଲା। କାହ୍ନା ବର୍ତ୍ତମାନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛି। ଶେଷ ସୂଚନା ଅନୁଯାୟୀ କାହ୍ନାର ଗୋଟିଏ ଗୋଡ଼ କଟା ହୋଇଥିବା ବେଳେ ଓ ଗୋଟିଏ ହାତର ଆସ୍ତ୍ରୋପଚାର କରାଯାଇଛି। ହାତକୁ ପୁଣି ଥରେ ଅସ୍ତ୍ରୋପଚାର କରାଯାଇପାରେ ବୋଲି ଡ଼ାକ୍ତରୀ ଦଳ ସୂଚନା ଦେଇଛନ୍ତି। କାହ୍ନାର ବାପା ଜଣେ ଦିନ…

Read More

ନୟାଗଡ ଚାଇଲଡଲାଇନ ତରଫରୁ ବନ୍ଧୁତା ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଚାଇଲଡଲାଇନ ତରଫରୁ ବନ୍ଧୁତା ସପ୍ତାହ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଆଜି ଇଟାମାଟି ଥାନାରେ ଉକ୍ତ ବନ୍ଧୁତା ପୂର୍ଣ୍ଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବା ସହିତ ଜିଲ୍ଲା ଏସ୍ପି ଅଫିସ ଠାରେ ଏହି କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଏସ୍ପି ସିଦ୍ଧାର୍ଥ କଟାରିଆ ପିଲାମାନଙ୍କୁ ସୁରକ୍ଷା ଡୋରି ପିନ୍ଧାଇଛନ୍ତି ଓ ସରକାରୀ ଅଧିକାରୀଙ୍କ ହାତରେ ସୁରକ୍ଷା ବନ୍ଧନ ବାନ୍ଧିଥିଲେ। ଏହି ବନ୍ଧୁତା ସପ୍ତାହ ମାଧ୍ୟମରେ ଚାଇଲଡ ଲାଇନ ଅଧିକ ଶିଶୁ ଓ ଲୋକଙ୍କୁ ଯୋଡିବାର ଉଦ୍ୟମ ରଖିଛି । ଚାଇଲଡ ଲାଇନ ସହ ଶିଶୁ ବା ଲୋକ ଯୋଡିହେଲେ କୌଣସି ସ୍ଥାନରେ ଶିଶୁ ପ୍ରତି ହେଉଥିବା ଅତ୍ୟାଚାର ବିଷୟରେ ଚାଇଲଡ ଲାଇନକୁ ଅବଗତ କରାଇ ପାରିବେ। ଫଳରେ ତୁରନ୍ତ ଶିଶୁକୁ ଉଦ୍ଧାର କରିବା ସହ ଉପଯୁକ୍ତ ପଦେକ୍ଷେପ ଗ୍ରହଣ କରାଯାଇ ପାରିବ।…

Read More

ନୂଆଗାଁ ପୁଲିସ ଦ୍ୱାରା ଦେଶୀ ମଦ ଜବତ, ଜଣେ ଗିରଫ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ଥାନା ଅଞ୍ଚଳ ସୋରଡ଼ା ଗ୍ରାମର ଦେବରାଜ ନାୟକ (୬୦) ବର୍ଷ ୨୪ ଲିଟର ମଦ ନେଇ ବାଇକରେ ଯାଉଥିବା ବେଳେ ନୂଆଗାଁ ପୁଲିସ ଗିରଫ କରିଛି । ସୂଚନା ଅନୁଯାୟୀ ସୋରଡ଼ା ଗ୍ରାମର ଦେବରାଜ ନାୟକ ଟିଭିଏସ୍ ଏକ୍ସଏଲ୍ ଗାଡ଼ି ନମ୍ବର (ଓଡି ୨୫ ଏଫ୍ ୯୮୮୭)ରେ ମଦ ନେଇ ଗ୍ରାମକୁ ଯାଉଥିବା ବେଳେ ନୂଆଗାଁ ପୋଲିସ୍ ଚଢ଼ାଉ କରି ୨୪ ଲିଟର ଦେଶୀମଦ ଓ ବାଇକ୍ ଜବତ କରିଛି । ଏ ନେଇ ନୂଆଗାଁ ଥାନା ପକ୍ଷରୁ ୧୪୯/୨୧ରେ ମାମଲା ରୁଜୁ କରିବା ସହ ଦେବରାଜ ନାୟକକୁ ଗିରଫ କରି କୋଟ ଚାଲଣ କରିଥିବା ଥାନା ଅଧିକାରୀ ବସନ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।

Read More

ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଉନ୍ନୟନ କମିଟିର ବୈଠକ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ପ୍ରାଙ୍ଗଣରେ ଥିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ରର ସଦଭାବନା ଗୃହରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଉନ୍ନୟନ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନୟାଗଡ ଜିଲ୍ଲାପାଳ ଡ଼. ପୋମା ଟୁଡୁ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ଦଶପଲ୍ଲା ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ, ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ, ନୂଆଗାଁ ବ୍ଲକ୍ ବିଡ଼ିଓ ପ୍ରମୋଦ କୁମାର ନାୟକ, ଦଶପଲ୍ଲା ବ୍ଲକ୍ ବିଡ଼ିଓ ବିଶ୍ବରଂଜନ ବିଶ୍ୱାସ, ଗଣିଆ ବ୍ଲକ୍ ବିଡ଼ିଓ ସିରିଆଲ ଶୁଭ୍ର ପଟେଲ୍, ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ବ୍ଲକ୍ ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଏହି ବୈଠକରେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ପାନୀୟ…

Read More

ସମର୍ପଣରେ ବ୍ରହ୍ମ ଗୋପିକା ସେବା ମିଶନ ତରଫରୁ ବସ୍ତ୍ର ବଣ୍ଟନ

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଭିନ୍ନ ସେବା ଅନୁଷ୍ଠାନ ଓ ନୟାଗଡ଼ର ବହୁ ବଦାନ୍ଯ ବ୍ଯକ୍ତି ମାନଙ୍କ ସାହାଯ୍ୟ ସହଯୋଗରେ ଗଢିଉଠିଥିବା ବୃଦ୍ଧାଶ୍ରମ (ସମର୍ପଣ) ହେଉଛି ଅସହାୟ ମାନଙ୍କର ସହାୟ। ଗରିବ, ଦୁଃସ୍ଥ, ନିଷ୍ପେଷିତ, ଅବହେଳିତ ବୃଦ୍ଧବୃଦ୍ଧା ମାନଙ୍କ ପାଇଁ ଏହା ଏକ ତପୋବନ। ପବିତ୍ର କାର୍ତ୍ତିକ ମାସ ପଞ୍ଚୁକରେ ବ୍ରଜ ଗୋପିକା ସେବା ମିଶନ, ନୟାଗଡ଼ ଶାଖା ତରଫରୁ ଆଜି ସମର୍ପଣ ଗୃହରେ ବିଶ୍ବ ୫ମ ମୂଳ ଜଗଦଗୁରୁ ୧୦୦୮ ସ୍ବାମୀ ଶ୍ରୀ କୃପାଳୁଜୀ ମହାରାଜାଙ୍କ ୮ମ ତମ ମହାପ୍ରୟାଣ ଦିବସ ପାଳନ ହୋଇଯାଇଛି। ଏହି ଉପଲକ୍ଷେ ଭଜନ କୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଅନ୍ତେବାସୀ ମାନଙ୍କୁ ବସ୍ତ୍ର ଦାନକରାଯିବା ସହିତ ପ୍ରସାଦ ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମର୍ପଣ ପରିଚାଳନା କମିଟିର କାର୍ଯ୍ୟକାରୀ ସଭାପତି ପ୍ରମୋଦ ପଟ୍ଟନାୟକ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉମାକାନ୍ତ ମଲ୍ଲିକ ଉପସ୍ଥିତି…

Read More

ଖଣିଜ ସମ୍ପଦ ଲୁଟି ଚାଲିଛନ୍ତି ଖଣି ମାଫିଆ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡଗାଁ ତହସିଲ ଅନ୍ତର୍ଗତ ପୁଆଁଣିଆ ଟାଙ୍ଗରା ପାହାଡ଼ ଲିଜଧାରୀ ଅଦ୍ୟାବଧି ନିର୍ଦ୍ଧାରିତ ଲିଜଠାରୁ ପ୍ରାୟ ୧୦୦ଗୁଣା ପଥର ଦୁଇଲକ୍ଷ ଘନ ମିଟର ଉତ୍ତୋଳନ କରି ସାରିଥିବା ବେସରକାରୀ ଭାବେ ଆକଳନ କରାଯାଇଛି l ଲିଜଧାରୀ ସନ୍ତୋଷ କୁମାର ପାତ୍ରଙ୍କୁ ଟାଙ୍ଗରା ପାହାଡ଼ରୁ ବାର୍ଷିକ ୧୯୮୦ କ୍ୟୁବିକ (ଘନ) ମିଟର କଳାମୁଗୁନି ପଥର ଉତ୍ତୋଳନ ପାଇଁ ଓଡଗାଁ ତହସିଲଦାର ୨୦୧୮ ମସିହାରୁ ପାଞ୍ଚବର୍ଷିଆ ୨୦୨୩ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଲିଜ ଦିଆଯାଇଥିଲା l କିନ୍ତୁ ଲିଜଧାରୀ ବର୍ଷକୁ ୧୯୮୦ କ୍ୟୁବିକ ମିଟର ପଥର ଉତ୍ତୋଳନ କରିବା ପରିବର୍ତ୍ତେ ପ୍ରତ୍ୟେକ ମାସରେ ପ୍ରାୟ ୫୦୦୦ କ୍ୟୁବିକ ମିଟର ପଥର ଉତ୍ତୋଳନ କରି ଚାଲିଛନ୍ତି l ନିର୍ଦ୍ଧାରିତ ଲିଜ ଠାରୁ ଅଦ୍ୟାବଧି ପ୍ରାୟ ୧୦୦ ଗୁଣା ଖଣି ଉତ୍ତୋଳନ କରାଯାଇ ପୁଆଁଣିଆ ମୌଜାରୁ ପ୍ରାକୃତିକ ସମ୍ପଦ ଦିନଦାହାଡ଼େ ଲୁଟ…

Read More