ଭୁବନେଶ୍ବର,(ନୟାଗଡ଼ ଦର୍ପଣ): ଓଡିଶାର ନୂଆ ଡିଜିପି ଭାବେ ମୁଖ୍ୟମନ୍ତ୍ରୀ ଜଣଙ୍କୁ ନିଯୁକ୍ତ କରିଛନ୍ତି। ସେ ହେଉଛନ୍ତି ୧୯୮୭ ବ୍ୟାଚର ଆଇପିଏସ ଅଫିସର ସୁନୀଲ କୁମାର ବଂଶଲ। ସେ ବର୍ତ୍ତମାନ ଆଇବିର ନିର୍ଦ୍ଦେଶକ ଅଛନ୍ତି। ବିଧବଧ ଭାବେ ତାଙ୍କ ନାମକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଫଳରେ ସେ ନୂଆ ବର୍ଷରେ ନୂଆ ଡିଜିପି ଦ୍ବାୟିତ୍ବ ଗ୍ରହଣ କରିବେ। ଚଳିତ ଡିସେମ୍ବରରେ ଶେଷରେ ଡିଜିପି ଅଭୟଙ୍କ କାର୍ଯ୍ୟକାଳ ଶେଷ ହେଉଛି। ସେଥିପାଇଁ କେନ୍ଦ୍ର ସରକାରଙ୍କୁ ରାଜ୍ୟ ତରଫରୁ 14 ଜଣିଆ ନାମ ପଠାଯାଇଥିଲା। ଏଥିରେ କେନ୍ଦ୍ର ସରକାର ତିନିଜଣଙ୍କ ନାମ ମନୋନିତ କରି ପଠାଇଥିଲେ। ସେହି ଅନୁସାରେ ମୁଖ୍ୟମନ୍ତ୍ରୀ ସୁନୀଲ ବଂଶଲ ନାମକୁ ନୂଆ ଡିଜିପି ଭାବେ ଘୋଷଣା କରିଛନ୍ତି।
Read MoreCategory: ନୟାଗଡ଼
ନୟାଗଡ଼ ଏସ୍ପି ଅଫିସ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଆ ଝିଅ ମମିତା ମେହେର ହତ୍ୟାକାଣ୍ଡରେ ସମ୍ପୃକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ ଦବୀରେ ଆନ୍ଦୋଳନରତ ଛାତ୍ର କଂଗ୍ରେସ କର୍ମୀଙ୍କୁ ଅମାନୁଷିକ ଆକ୍ରମଣ, କଂଗ୍ରେସ ଭବନ ଭିତରେ ପୋଲିସ ଜୋର ଜବରଦସ୍ତ ପଶି କଂଗ୍ରେସ କର୍ମୀଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ପ୍ରଦେଶ କଂଗ୍ରେସ ଆହ୍ୱାନ କ୍ରମେ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶଙ୍କ ନେତୃତ୍ୱରେ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ଚାରିଘଣ୍ଟା ଧରି ଘେରାଓ କରାଯାଇଥିଲା। ଏହି ବିକ୍ଷୋଭ ସଭାରେ ଓଡିଶା ପୋଲିସ ଶାଳୀନତା କର୍ତ୍ତବ୍ୟବୋଧତାର ସବୁ ସୀମା ଲଂଘନ କରି ବିଜେଡ଼ି ସରକାରର ବୋଲକରା ସାଜି ଗୁଣ୍ଡାରାଜ କାର୍ଯ୍ୟକୁ ତୀବ୍ର ନିନ୍ଦା କରାଯାଇ ପୋଲିସ କମିଶନରଙ୍କ ନିଲମ୍ବନ ଦାବୀ ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ଉପରେ ଗୁରୁତ୍ୱ ଆରୋପ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଭାରୀ ତଥା ପୂର୍ବତନ ବିଧାୟକ ରବି…
Read Moreଛାତ୍ରଙ୍କ ଉତ୍ତରରେ ଖୁସି ହୋଇ ପ୍ରଦାନ କଲେ ବିଜୁ ପଟ୍ଟନାୟକଙ୍କ ଜୀବନୀ ପୁସ୍ତକ
ନୟାଗଡ଼,(ନୟାଗଡ଼ ଦର୍ପଣ): 5T ଆଧାରରେ ରୂପାନ୍ତରିତ ହୋଇଥିବା ବିଦ୍ୟାଳୟ ଗୁଡ଼ିକର ସମୀକ୍ଷା କରିବାକୁ ଯାଇ 5T ସଚିବ ଭି. କେ ପାଣ୍ଡିଆନଙ୍କ ଦ୍ୱାରା ଗତକାଲି ଭର୍ଚୁଆଲ ମୋଡ଼ରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳ ଏବଂ ରୂପାନ୍ତରିତ ହୋଇଥିବା ବିଦ୍ୟାଳୟର କିଛି ଛାତ୍ରଛାତ୍ରୀଙ୍କୁ ନେଇ ଏକ ବାର୍ତ୍ତାଳାପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଳକ ଗୋପାଳପୁର ଉଚ୍ଚ ବିଦ୍ୟାଳୟର ଛାତ୍ର ଶୁଭ୍ରଶାଶ୍ୱତ ମାଝୀଙ୍କୁ 5T ସଚିବ ପଚାରିଥିଲେ ତୁମେ ଭବିଷ୍ୟତରେ କ’ଣ ହେବ? ଉତ୍ତରରେ ଛାତ୍ର ଜଣଙ୍କ ପାଇଲଟ ହେବି ବୋଲି କହିଥିଲେ। ସଚିବ ପୁଣି ପ୍ରଶ୍ନ କରିଥିଲେ ଦେଶରେ ଜଣେ ଭଲ ପାଇଲଟଙ୍କ ନାମ କୁହ? ଉତ୍ତରରେ ଝଡ଼ର ଇଗଲ ବିଜୁ ପଟ୍ଟନାୟକଙ୍କ ନାମ କହିଥିଲେ। ବାସ ଏତିକିରେ ତା’ପରଦିନ ଅର୍ଥାତ ଆଜି ବିଜୁ ପଟ୍ଟନାୟକଙ୍କ ଉପରେ ଆଧାରିତ ପୁସ୍ତକ “The…
Read Moreଛେଳି ଚୋରୀକରି ଦୁଇ ଯୁବକ ଗିରଫ
ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ଥାନା ପୁଲିସ ଦ୍ୱାରା ଛେଳି ଚୋରି କରି ଦୁଇଜଣ ଯୁବକ ଗିରଫ ହୋଇଛନ୍ତି । ଦୁଇଜଣ ଯାକ ଲୁଟେରା ହେଲେ ନୟାଗଡ଼ ବ୍ଳକ ନୂଆ ଜୟପୁରର ସନ୍ତୋଷ କୁମାର ସେଠୀ ଓ ଭାଟସାହି ଗ୍ରାମର ପୁର୍ଣ୍ଣଚନ୍ଦ୍ର ବରାଡ଼ । ଗତ ୧୦ ତାରିଖ ଦିନ ନୁଆଗାଁ ଥାନା ଅଭୟପୁର ଗ୍ରାମର ତପନ ବେହେରା ଛେଳି ଗୋଠ ନେଇ ଯାଉଥିବା ବେଳେ ଗୋଟିଏ ଛେଳି ଗୋଠରୁ ରହିଯାଇଥିଲା । ଏହାର ସୁଯୋଗ ନେଇ ସନ୍ତୋଷ ଓ ପୁର୍ଣ୍ଣଚନ୍ଦ୍ର ୟାମା ଫେଜର ଗାଡ଼ିରେ ଛେଳିଟିକୁ ଉଠାଇ ନେଇଥିଲେ । ଏହି ସମୟରେ ସ୍ଥାନୀୟ ଲୋକ ଦେଖିବା ସହ ଗାଡ଼ିଟିର ନମ୍ବର ଜାଣିଥିଲେ। ଏ ନେଇ ତପନ ବେହେରା ନୁଆଗାଁ ଥାନାରେ ଏତେଲା ଦେଇଥିଲେ । ନୁଆଗାଁ ପୁଲିସ ପକ୍ଷରୁ ୧୬୦/୨୦୨୧ରେ ଏକ ମାମଲା ରୁଜ କରି…
Read More“ସୋହମ” ପରିସରରେ ଶୋକସଭା ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): “ସୋହମ” ସଂଗଠନ କାର୍ଯ୍ୟାଳୟ ଠାରେ ଭାରତର ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ତଥା ନୟାଗଡ଼ ମାଟିର ସୁଯୋଗ୍ୟ ସନ୍ତାନ ଓ ବୈଜ୍ଞାନିକ ପଦ୍ମଭୂଷଣ ଡଃ. ତ୍ରିଲୋଚନ ପ୍ରଧାନ, ପଦ୍ମଶ୍ରୀ ନନ୍ଦ ସାର୍ ଓ ଭାରତର ସେନାମୁଖ୍ୟ ଜେନେରାଲ ବିପିନ ରାୱତଙ୍କ ସମେତ ଅନ୍ୟ ୧୨ ଜଣ ସହିଦଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ବିଦ୍ୟାଧର ଆଚାର୍ଯ୍ୟଙ୍କ ସଭାପତିତ୍ବରେ ଏକ ଶୋକସଭା ଅନୁଷ୍ଠିତ ହୋଯାଇଛି । ପ୍ରଥମେ ସମସ୍ତ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏଥିରେ ଶ୍ରୀଯୁକ୍ତ ଆଚାର୍ଯ୍ୟ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନ ଓ ପଦ୍ମଶ୍ରୀ ନନ୍ଦ ସାରଙ୍କ ଶିକ୍ଷା ପ୍ରତି ଅବଦାନ ଓ ସହିଦ ମାନଙ୍କ ବୀର ଗାଥାର ସ୍ମୃତି ଚାରଣ କରିଥିଲେ । ତତ୍ପରେ ସଂଗଠନ ର ସଂପାଦକ ଶ୍ରୀ କାମାକ୍ଷା ପ୍ରସାଦ ଦାଶ ବୈଜ୍ଞାନିକ…
Read Moreବୀରଯବାନଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା
ନୟାଗଡ଼,(ନୟାଗଡ଼ ଦର୍ପଣ):- ବିମାନ ଦୁର୍ଘଟଣାରେ ସହିଦ ବୀର ଯବାନ ମାନଙ୍କ ଉଦେଶ୍ୟରେ ନୟାଗଡ଼ ସେବା ଉତ୍ସବ ସମିତି ଓ ୟୁଥ ଫର ଆକ୍ସନ ମିଳିତ ଆନୁକୂଲ୍ୟରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ନୟାଗଡ଼ ତ୍ରିନାଥ ଛକ ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ଠାରେ ଅନୁଷ୍ଠିତ ହୋଇଯାଇଛି l ନୟାଗଡ଼ ସେବା ଉତ୍ସବ ସମିତି ଆନୁକୁଲ୍ୟରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ ସିଡିଏସ ବିପିନ ରାୱତଙ୍କ ସମେତ ଅନ୍ୟ 12ଜଣ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା l ଏହି ଅବସରରେ ପଦ୍ମଶ୍ରୀ ନନ୍ଦ ପୃଷ୍ଟି, ନୟାଗଡ଼ର ବରପୁତ୍ର ବୈଜ୍ଞାନିକ ତ୍ରିଲୋଚନ ପ୍ରଧାନ ଓ ସେବା ଉତ୍ସବ ସମିତିର ସ୍ବେଛାସେବୀ କାହ୍ନାଙ୍କ ସ୍ମୃତି ଉଦେଶ୍ୟରେ ଦୁଇ ମିନିଟ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା l ଦେଶ ଓ ଜାତି ପାଇଁ ଏହି ସବୁ ବ୍ୟକ୍ତିତ୍ୱ ମାନେ ଆମ ପାଇଁ ଅଜସ୍ର ପ୍ରେରଣାର…
Read Moreକୋର୍ଟ ପରିସରରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜାତୀୟ ଆଇନ ସେବା ପ୍ରାଧିକରଣ ଓ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ନୟାଗଡ଼ ଜିଲ୍ଲା ଅଦାଲତ ସମେତ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଲୋକ ଅଦାଲତରେ ୧୧୮୭ ଗୋଟି ଦେୱାନି ଓ ଫୌଜଦାରୀ ମାମଲା ଆଗତ ହୋଇ ତନ୍ମଧ୍ୟରୁ ୧୩୩ ଗୋଟି ମାମଲା ଫଇସଲା ହୋଇଛି । ଏଥି ନିମନ୍ତେ ୩୬ଲକ୍ଷ ୯୬ହଜାର ୯୪୮ଟଙ୍କା ହିତାଧିକାରୀ ମାନଙ୍କୁ ପ୍ରଦାନ ଲାଗି ସ୍ଥିରିକୃତ ହୋଇଅଛି । ସେହିପରି ୧୬୪୮ ଗୋଟି ବ୍ୟାଙ୍କ ଋଣ ଅନାଦେୟ ମାମଲାର ଆଗତ ହୋଇ ୧୬୬ ଗୋଟି ମାମଲାର ଫଇସଲା ହୋଇ ୫୨ଲକ୍ଷ ୪୧ହଜାର ୨୮ଟଙ୍କା ବ୍ୟାଙ୍କ ଋଣ ରାଶି ସେଟଲମେଣ୍ଟ (ରାଜିନାମା) ସ୍ୱାକ୍ଷରିତ ହୋଇଛି। ଉକ୍ତ ଲୋକ ଅଦାଲତରେ ଜିଲ୍ଲା ଜଜ୍ ରୁପଶ୍ରୀ…
Read Moreବିଜେଡ଼ିରେ ଯୋଗଦେଲେ ଭୁବନେଶ୍ୱର ଆଇନ ମହାବିଦ୍ୟାଳୟର ପୂର୍ବତନ ସଭାପତି ଚିନ୍ମୟ ପ୍ରଧାନ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦିନକୁ ଦିନ ବିଜୁ ଜନତା ଦଳ ସାରା ରାଜ୍ୟରେ ସକ୍ରିୟ ହେବାକୁ ଲାଗିଛି। ଓଡିଶାର ବିଭିନ୍ନ ଜିଲ୍ଲାରେ ପ୍ରମୁଖ ବିରୋଧୀ ଦଳର ନେତୃତ୍ୱ ନେଉଥିବା ନେତାମାନେ ଏବେ ବିଜେଡିରେ ଯୋଗ ଦେଉଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ମଳ ଆଦର୍ଶ, ସ୍ୱଚ୍ଛ ଶାସନ ଓ ଲୋକାଭିମୁଖୀ କାର୍ଯ୍ୟରେ ଅନୁପ୍ରାଣୀତ ହୋଇ ପ୍ରତ୍ୟେକ ଦିନ ହଜାର ହଜାର ବିରୋଧୀ ଶିବିର ଛାଡି ବିଜେଡିରେ ସାମିଲ ହେଉଛନ୍ତି। ଏ ପରିପ୍ରେକ୍ଷୀରେ ଭୁବନେଶ୍ୱର ଆଇନ ମହାବିଦ୍ୟାଳୟର ପୂର୍ବତନ ସଭାପତି ଚିନ୍ମୟ ପ୍ରଧାନଙ୍କ ସହ ଭୁବନେଶ୍ୱର ଏବଂ ଦଶପଲ୍ଲାର ବହୁ ଯୁବ ସଂଗଠକ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ରାଜ୍ୟ ସାଙ୍ଗଠନିକ ସଂପାଦକ ତଥା ବିଧାୟକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ…
Read Moreବୋମା ଆଣିଥିଲା ମାରିବାକୁ ହେଲେ ଫୁଟିଗଲା ନିଜ ହାତରେ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ଥାନା ରଙ୍ଗଣୀପାଟଣା ହରିଜନ ସାହିରେ ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ବୋମା ମାରିବାକୁ ଆଣିଥିବା ବ୍ୟକ୍ତି ଅସାବଧାନତା ଯୋଗୁଁ ତଳେପଡି ନିଜ ହାତରେ ବୋମାଟି ଫୁଟି ଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଓଡ଼ଗାଁ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲେ ମଧ୍ୟ ସେଠାରୁ ତାକୁ ପୁଲିସ ଉଠାଇ ନେଇଛି। ଅନ୍ୟ ଜଣେ ସହଯୋଗୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି। ପନ୍ତିଖାରୀ ଶାସନର ଶ୍ବେତପଦ୍ମା ସାହୁ ଓରଫ ଫକୁ(୨୭) ଏବଂ ତାର ଅନ୍ୟ ଜଣେ ସହଯୋଗୀ ମାନସ ସାହୁ ଗତକାଲି ରାତି ୧୧ଟା ସମୟରେ ଦୁହେଁ ରଙ୍ଗଣିପାଟଣାରେ କିଛି କୌଣସି କାଣ୍ତ ଘଟାଇବାକୁ ଆସୁଥିବା ସମୟରେ ଅସାବଧାନତା ହୋଇ ଶ୍ବେତପଦ୍ମା ତଳେପଡି ଯାଇଥିଲେ। ସେ ହାତରେ ଧରିଥିବା ଦୁଇଟି ବୋମାରୁ ଗୋଟିଏ ବୋମା ତଳେ ମାଡ଼ହୋଇ ଫୁଟି ଯାଇଥିଲା। ବୋମା ମାଡ଼ରେ ତାଙ୍କର…
Read Moreଅଭିଭାବକ, ଶିକ୍ଷକ ବୈଠକ ଓ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓଡ଼ଗାଁରେ ଆଜି ଛାତ୍ର ଅଭିଭାବକ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ଦିନ ପରେ କରୋନା ପ୍ରଭାବରେ ବିଦ୍ୟାଳୟ ବନ୍ଦ ଥିଲା। ଗତ ୨୨ତାରିଖ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ପ୍ରାରମ୍ଭିକ ଆକଳନ କରାଯାଇଥିଲା। ସେମାନେ କେତେ ଦକ୍ଷତା ହାସଲ କରିଛନ୍ତି ସେ ବିଷୟରେ ସଭିଙ୍କୁ ଅବଗତ କରାଯାଇଥିଲା।ବିଦ୍ୟାଳୟକୁ ଛାତ୍ର ଛାତ୍ରୀମାନେ ନିୟମିତ ଆସିବା, ଛାତ୍ରଛାତ୍ରୀଙ୍କ ଶିକ୍ଷା ସମ୍ବନ୍ଧୀୟ ସମସ୍ୟା ଉପରେ ପ୍ରଧାନ ଶିକ୍ଷୟତ୍ରୀ ପ୍ରଭାତୀ ପଟ୍ଟନାୟକ, ସୌଦାମିନୀ ମହାପାତ୍ର ବିଷଦ ଭାବରେ ଆଲୋଚନା କରିଥିଲେ। ପରେ ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ରାକେଶ କୁମାର ସାହୁଙ୍କ ସହିତ ସ୍ୱାସ୍ଥ୍ୟ କର୍ମୀ ମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ମାସ୍କ ଓ ସାନିଟାଇଜର ବ୍ୟବହାର,…
Read More