କେନ୍ଦ୍ରାଚଳ ରାଜସ୍ବ ଆୟୁକ୍ତଙ୍କ ନୟାଗଡ଼ ଜିଲ୍ଲା ଗସ୍ତ

ନୟାଗଡ଼,(ନୟାଗଡ଼ ଦର୍ପଣ): କେନ୍ଦ୍ରାଚଳ ରାଜସ୍ବ ଆୟୁକ୍ତ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ଦଳେଇ ଭା.ପ୍ର. ସେ. ନୟାଗଡ଼ ଗସ୍ତରେ ଆସି ପୂର୍ବାହ୍ନ ୯ଘଟିକା ସମୟରେ ନୟାଗଡ଼ ଜିଲ୍ଲାପାଳଙ୍କ ସହ କଂଟିଲୋ ନୀଳମାଧବ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ ତଦାରଖରେ ଯାଇଥିଲେ । ଅପରାହ୍ନ ୩ଘଟିକା ସମୟରେ ଜିଲ୍ଲା ପରିଷଦର ସୃଜନ ସଭାଗୃହରେ ଏକ ସମୀକ୍ଷା ବୈଠକରେ ଯୋଗଦାନ କରିଥିଲେ । ଏହି ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଜାତୀୟ ରାଜପଥ, ଗ୍ରାମ୍ୟ ଉନ୍ନୟନ, ରାସ୍ତା ଓ ଗୃହ ନିର୍ମାଣ, କ୍ଷୁଦ୍ର ଜଳସେଚନ, ଜଳସେଚନ, ଜନସ୍ୱାସ୍ଥ୍ୟ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ, କୃଷି, ପ୍ରାଣୀ ସଂପଦ, ମତ୍ସ୍ୟ, ଉଦ୍ୟାନ ବିଭାଗ, ମୃର୍ତ୍ତିକା ସଂରକ୍ଷଣ, ଶ୍ରମ ବିଭାଗ, ନଗର ଉନ୍ନୟନ ଇତ୍ୟାଦି ବିଭାଗର ରାଜ୍ୟ ଓ କେନ୍ଦ୍ରୀୟ ଯୋଜନା ମାଧ୍ୟମରେ ଚାଲୁଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା…

Read More

ଜିଲ୍ଲାପାଳଙ୍କ ନାଁ’ରେ ସୋସିଆଲ ମେଡିଆରେ ଫେକଆଇଡ଼ି

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ନାଁ ଏବଂ ଫଟୋକୁ ବ୍ୟବହାର କରି କେହିଜଣେ ଦୁର୍ବୁତ୍ତ ହ୍ଵାଟ୍ସଆପରେ ଠକେଇ କରିବାର ଅପଚେଷ୍ଟା ଚଲେଇଛି। ବିଶେଷ କରି ସେହି ଫେକ ନମ୍ବରରୁ ଦୁର୍ବୁତ୍ତ ଜଣଙ୍କ ନୟାଗଡ଼ର ସାମ୍ବାଦିକଙ୍କୁ ଟାର୍ଗେଟ କରୁଥିବା ଜଣାପଡିଛି। ଏମିତି ଠକେଇ ଉଦ୍ୟମ ହେଉଥିବା ଖବର ପାଇ ଜିଲ୍ଲାପାଳ ଖୁବଶୀଘ୍ର ଏତଲା ଦାୟର କରିବାର ସୂଚନାମିଳିଛି। ହ୍ଵାଟ୍ସଆପରେ ଯଦି କାହା ପାଖକୁ ଏମିତି ମେସେଜ ଆସେ ଏଥିରେ କେହି ନ ଫସିବା ପାଇଁ ଅନୁରୋଧ କରାଯାଇଛି।

Read More

ମଧ୍ୟଖଣ୍ଡ ନୋଡାଲ ଉଚ୍ଚବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ ଉଦଘାଟିତ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ମଧ୍ୟଖଣ୍ଡ ନୋଡାଲ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହ ଆଜି ବିଦ୍ୟାଳୟ ପରିସରରେ ଉଦଘାଟିତ ହୋଇଯାଇଛି। ସକାଳୁ ସକାଳୁ ସ୍କୁଲର ଛାତ୍ର ଏବଂ ପୁରାତନ ଛାତ୍ରମାନଙ୍କର ଏକ ସାଇକେଲ ଶୋଭାଯାତ୍ରା ଘୋଲାହାଣ୍ଡି, ମଧ୍ୟଖଣ୍ଡ ଓ ଡିହଗାଁ ତିନୋଟି ପଞ୍ଚାୟତ ପରିକ୍ରମା କରିଥିଲା। ଏହାକୁ ତିନି ପଞ୍ଚାୟତର ସରପଞ୍ଚ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହାପରେ ହୀରକ ଜୟନ୍ତୀ ପତାକାକୁ ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ବଳିଆରସିଂହ ଉତ୍ତୋଲାନ୍ କରିଥିଲେ। ବିଦ୍ୟାଳୟର ପ୍ରତିଷ୍ଠାତା ସ୍ବର୍ଗତ ରାମଚନ୍ଦ୍ର ପଣ୍ଡାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କଲାପରେ ଉଦ୍ଘାଟନୀ ସଭା ପୁରାତନ ଛାତ୍ର ସଂସଦର ସଭାପତି ଶ୍ରୀଯୁକ୍ତ ଶିଶିର କୁମାର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଦଶପଲ୍ଲା ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥିଭାବେ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁନନ୍ଦା ସାହୁ…

Read More

ଦଶ ପଇସାର ରଜା ଦାସିଆ ଅଜାଙ୍କ ୧୧୫ ତମ ଜୟନ୍ତୀ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି

ନୟାଗଡ଼,(ନୟାଗଡ଼ ଦର୍ପଣ): ବାଞ୍ଛାନିଧି ପାଠାଗାର, ଶ୍ରୀ ଅରବିନ୍ଦ ସଂଗ୍ରହାଳୟ, ଯଦୁମଣି ସାହିତ୍ୟ ସଂସଦର ସ୍ରଷ୍ଟା ଓଡ଼ିଶା ପାଠାଗାର ଓ ସଂଗ୍ରହାଳୟ ଆନ୍ଦୋଳନର ପ୍ରବାଦ ପୁରୁଷ ପୁଜ୍ୟ ଦାଶରଥି ପଟ୍ଟନାୟକ ତଥା ଦଶ ପଇସାର ରଜା ଦାସିଆ ଅଜାଙ୍କ ୧୧୫ ତମ ଜୟନ୍ତୀ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି। ଖୁଣ୍ଟା ବାଡି ତାଡି ନିଜେ ମୁଣ୍ଡରେ ବୋହି ବୋହି କିଆରିକୁ ସମତଳ କରିଥିବାରୁ ‘ଖୁଣ୍ଟାତଡା ରଜା’ ଭାବେ ମଧ୍ୟ ସେ ବେଶ୍ ପରିଚିତ। ଗୋଟେ ପୁରୁଣା ଟିଣ ଟ୍ରଙ୍କରୁ ଆରମ୍ଭ କରିଥିଲେ ବାଞ୍ଛାନିଧି ପାଠାଗାର,ଆଜି ସେଇ ପାଠାଗାର ଦେଶ ବିଦେଶରେ  ପ୍ରଶିଦ୍ଧି ପାଇପାରିଛି। ବିରଳ ବ୍ୟକ୍ତିତ୍ବ ଥିଲେ ଆମ ଗର୍ବ ଓ ଗୌରବ ଦାସିଆ ଅଜା। ଆଜି ଲଗାତର ବର୍ଷା ସତ୍ତ୍ୱେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ସହ ନୟାଗଡ଼ର ସାହିତ୍ୟିକ, ବୁଦ୍ଧିଜୀବୀମାନେ ନୟାଗଡ଼ କଚେରୀ ବଜାର ଠାରେ ଥିବା ଦାସିଆ ଅଜାଙ୍କ…

Read More

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ଵ ଜନସଂଖ୍ୟା ଦିବସ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମକରନ୍ଦ ବେଉରାଙ୍କ ଅଧ୍ୟକ୍ଷତାରେ ବିଶ୍ଵ ଜନସଂଖ୍ୟା ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଅଛି । ଅଭିନବ ପନ୍ଥା ଅନୁସରଣ କରି ପରିବାର ନିୟନ୍ତ୍ରଣ କରିବା ପାଇଁ ଡା. ବେଉରା ପରାମର୍ଶ ଦେଇଥିଲେ । ଏହିଅବସରରେ ତା.୨୭.୦୬.୨୦୨୨ରିଖ ଠାରୁ ତା.୧୦.୦୭.୨୦୨୨ରିଖ ପର୍ଯ୍ୟନ୍ତ ପରିବାର ନିୟନ୍ତ୍ରଣ ସଚେତନତା ପକ୍ଷ ଏବଂ ତା.୧୧.୦୭.୨୦୨୨ରିଖ ଠାରୁ ତା.୨୪.୦୭.୨୦୨୨ରିଖ ପର୍ଯ୍ୟନ୍ତ ସ୍ଥିରତା ପକ୍ଷ ପାଳନ କରାଯିବାକୁ ଅଛି । ଏହି ଅବସରରେ ପରିବାର ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ଆସିଥିବା ୧୨୫ଜଣ ମହିଳାଙ୍କର ଲାପ୍ରୋସ୍କୋପି ଅପରେସନ ଦ୍ୱାରା ପରିବାର ନିୟନ୍ତ୍ରଣ କରାଯାଇଛି । ଏଥି ସହିତ ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ପରିବାର ନିୟନ୍ତ୍ରଣ ଉପରେ ଭଲ କାମ କରିଥିବା ନିମ୍ନଲିଖିତ ବ୍ୟକ୍ତି ବିଶେଷଙ୍କୁ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦ୍ବାରା ପୁରସ୍କୃତ…

Read More

ଭାପୁରରେ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀ ଶିବିର

ଭାପୁର,(ନୟାଗଡ଼ଦର୍ପଣ): ତା. ୧୧.୦୭.୨୦୨୨- ଭାପୁର ପଂଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ ଡା. ପୋମା ଟୁଡ଼ୁଙ୍କ ଅଧ୍ୟକ୍ଷତାରେ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ଡା. ଟୁଡୁ ଲୋକମାନଙ୍କର ବିଭିନ୍ନ ଅଭିଯୋଗ ଶୁଣାଣି କରିଥିଲେ । ଆଜି ସମୁଦାୟ ୧୩୭ଗୋଟି ଅଭିଯୋଗ ପଂଜିକୃତ ହୋଇଥିଲା । ସେଥିମଧ୍ୟରୁ ବ୍ୟକ୍ତିଗତ ଭାବେ ୧୨୩ଗୋଟି ଅଭିଯୋଗ, ସାମୁହିକ ଗ୍ରାମ ବିବାଦ ୦୨ଗୋଟିର ଶୁଣାଣି କରାଯାଇ ସମୁଦାୟ ୫୫ଗୋଟି କେସର ତତ୍‌କାଳ ସମାଧାନ କରାଯାଇଥିଲା। ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ୧୦ଜଣ ଦରଖାସ୍ତକାରୀଙ୍କୁ ମୋଟ ଟ.୮୫୦୦୦/- ଏବଂ ଜିଲ୍ଲା ରେଡକ୍ରସରୁ ୦୨ ଜଣ ଦରଖାସ୍ତକାରୀଙ୍କୁ ଟ.୪୦୦୦୦/- ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଥିଲା । ଅବଶିଷ୍ଟ କେସ ଗୁଡ଼ିକୁ ସାମାଧାନ ନିମନ୍ତେ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଜନଶୁଣାଣି ଶିବିରରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ…

Read More

5T ବିଦ୍ୟାଳୟରେ ବୃକ୍ଷ ରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଦିନକୁ ଦିନ ଦୃତ ଜନସଂଖ୍ୟା ବୃଦ୍ଧି, ଜୀବନ ଶୈଳୀର ପରିବର୍ତ୍ତନ, ଅଜ୍ଞତା ତଥା ବିପଥଗାମୀ ମନୁଷ୍ୟର କାର୍ଯ୍ୟକଳାପ ହେତୁ ବିଶ୍ୱତାପନ, ଜଳବାୟୁ ପରିବର୍ତ୍ତନ ଭଳି ପରିବେଶ ପ୍ରଦୂଷଣ ଜନିତ ସମସ୍ୟାମାନ ଜୀବଜଗତ ପାଇଁ ଆହ୍ବାନ ରୂପେ ଠିଆ ହୋଇଛି। ପ୍ରତିକାର ସ୍ବରୂପ ଜନସଚେତନତା ବୃଦ୍ଧି ସହ ଜଙ୍ଗଲ ପାହାଡର ସୁରକ୍ଷା ଏବଂ ବ୍ୟାପକ ବୃକ୍ଷ ରୋପଣ ଏକାନ୍ତ ଜରୁରୀ ହୋଇପଡ଼ିଛି। ଏ ବିଚାରକୁ ଆଖି ଆଗରେ ରଖି ଆଜି ରୋହିବାଙ୍କ ସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ଇକୋ କ୍ଲବ ଏବଂ ଜୁନିଅର ରେଡକ୍ରସ୍ ସହଯୋଗ କ୍ରମେ ପ୍ରଧାନ ଶିକ୍ଷୟିତ୍ରୀ ସଂଧ୍ୟା ରାଣୀ ଦାସଙ୍କ ପୌରହିତ୍ୟରେ ବୃକ୍ଷ ରୋପଣ ଓ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ଅତିଥି ରୂପେ ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଆଶିଷ କୁମାର କହଁର, ଅରୋମୀରା…

Read More

ନୟାଗଡ଼ରୁ ଉଠିଯିବ ନ୍ୟାସନାଲ ଇନସୁରାନ୍ସ କମ୍ପାନୀର ନୟାଗଡ଼ ଶାଖା

ନୟାଗଡ଼,(ନୟାଗଡ଼ ଦର୍ପଣ): ନ୍ୟାସନାଲ ଇନସୁରାନ୍ସ କମ୍ପାନୀର ନୟାଗଡ଼ ଶାଖା ଅଫିସକୁ ଭୁବନେଶ୍ୱର ଉଠାଇ ନେବାର ନିଷ୍ପତ୍ତି ଅତ୍ୟନ୍ତ ମନୋମୁଖୀ, ଜନବିରୋଧୀ ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସି.ଆଇ.ଟି.ୟୁ.ର ଜିଲ୍ଲା ସଭାପତି ବିଶ୍ବନାଥ ମହାପାତ୍ର ଏବମ୍ ସମ୍ପାଦକ ପବିତ୍ର ଇନ୍ଦ୍ରଜିତ୍ ପ୍ରକାଶ କରିଛନ୍ତି।ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟର ଜୁନ୍୩୦ତାରିଖ ପ୍ରେସ୍ ବିଜ୍ଞପ୍ତି ନୟାଗଡ଼ ଜନସାଧାରଣ ଓ ହଜାର ହଜାର ବୀମାଧାରୀ ଉପଭୋକ୍ତା ମାନଙ୍କ ମଧ୍ୟରେ ଗଭୀର କ୍ଷୋଭ ସୃଷ୍ଟି କରିଛି।୧୯୮୭ମସିହାରୁ କ୍ଷୁଦ୍ର ଜମା ପଲିସି,ଗାଡ଼ି ମଟର ବୀମା, ସ୍ବାସ୍ଥ୍ୟ ବୀମା ଓ ଅନ୍ୟାନ୍ୟ ବୀମା କ୍ଷେତ୍ରରେ ସେବା ଯୋଗାଇ ଆସୁଥିବା ତଥା ନୟାଗଡ଼ର ଲକ୍ଷ ଲକ୍ଷ ଲୋକଙ୍କ କାମରେ ଆସୁଥିବା ଏହି ଶାଖାକୁ ଭୁବନେଶ୍ୱର ଉଠାଇବାର ଅପଚେଷ୍ଟା କରାଗଲେ ଏହା ବିରୋଧରେ ପ୍ରତିରୋଧମୂଳକ ଆନ୍ଦୋଳନ ସଙ୍ଗଠିତ କରାଯିବ ଓ ବିରୋଧ କରାଯିବ। କର୍ତ୍ତୃପକ୍ଷମାନେ ଜାଣି ଶୁଣି ବିଭିନ୍ନ ବଡପରିମାଣର ବୀମାକୁ…

Read More

ଓଡ଼ଗାଁରେ ଅନୁଷ୍ଠିତ ହେଲା ଜିଲ୍ଲାବ୍ୟାପି ସେବା ଉତ୍ସବ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଦୀର୍ଘ 15ଦିନ ଧରି ଅନୁଷ୍ଠିତ ହେଉଥିବା ଜିଲ୍ଲାବ୍ୟାପି ସେବା ଉତ୍ସବ -2022 ଆଜି ଓଡ଼ଗାଁ ବ୍ଲକର ବିଭିର୍ଣ୍ଣ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଓଡ଼ଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଗରିବ ଓ ଅସହାୟଲୋକଙ୍କୁ ବସ୍ତ୍ର, ଶୁଖିଲା ଖାଦ୍ୟ ଓ ରାସନ ସାମଗ୍ରୀ ବଣ୍ଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ର, ସେବା ସମିତି ସମ୍ପାଦକ ତ୍ରିନାଥ ସାହୁ,ସମାଜସେବୀ ଦାମୋଦର ସାହୁ, ଅମିତ କୁମାର, ସୁନୀଲ କୁମାର ନାୟକ,ପରମେଶ୍ୱର ସାହୁ,ଗୁଲସନ କୁମାର ଦାସ, ମଳୟରଂଜନ ସାହୁ, ସଂଜୟ କୁମାର ପରିଡା, ବିଶ୍ୱରଂଜନ ସାହୁ, ସମ୍ବିତ କୁମାର ସାହୁ,ମନୋଜ କୁମାର ନାୟକ,ସୋମ୍ୟ ସ୍ୱୟଂପ୍ରଭା, ରାଜଲକ୍ଷ୍ମୀ ମହାନ୍ତି,ତପନ ସାମନ୍ତରାୟ, ପ୍ରମୁଖ ସାମିଲ ହୋଇଥିଲେ lଏହି ଉତ୍ସବ ମାଧ୍ୟମରେ ସାରା ନୟାଗଡ଼ରେ ସେବା…

Read More

ଭାରତ ବିକାଶ ପରିଷଦ ନୟାଗଡ ଶାଖା ତରଫରୁ ବୃକ୍ଷ ରୋପଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ପରିବେଶ ସୁରକ୍ଷା ନିମନ୍ତେ ଭାରତ ବିକାଶ ପରିଷଦ ନୟାଗଡ ଶାଖା ତରଫରୁ ନୟାଗଡ ରେଳବାଇ କଲୋନୀ ଠାରେ ବୃକ୍ଷ ରୋପଣ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ର ଜଣାଶୁଣା ପରିବେଶବିତ ଗଛ ସାର (ଅନ୍ତର୍ଯ୍ୟାମୀ ସାହୁ ) ଯୋଗଦାନ କରି ବୃକ୍ଷ ରୋପଣ କରିବା ସଙ୍ଗେ ସଙ୍ଗେ ଭାରତ ବିକାଶ ପରିଷଦ ର ଏହି କାର୍ଯ୍ୟକ୍ରମ କୁ ପ୍ରଶଂସା କରି ଆଗାମୀ ଦିନରେ ବହୁତ ପ୍ରକାର ବିଲୁପ୍ତ ପ୍ରାୟ ଗଛ ଯଥା : ପଳାସ, ମୁକ୍ତାମଜା, ଫାସୀ, ଅସନ, ଧଉରା ଇତ୍ୟାଦି ସହ ତାଳ ଓ ଖଜୁରୀ ଗଛ ଲଗାଇବାକୁ ପରାମର୍ଶ ଦେଇଥିଲେ l ପରିଷଦ ର ଅଧ୍ୟକ୍ଷ ହରେକୃଷ୍ଣ ସାହୁ ଙ୍କ ଆବାହକତ୍ୱ ରେ ଉକ୍ତ କାର୍ଯ୍ୟକ୍ରମ ରେ ସମାଜ ସେବୀ ଦାମୋଦର ସାହୁ, ପ୍ରଦୀପ କୁମାର ସାହୁ, ପ୍ରଫୁଲ୍ଲ…

Read More