୧ରୁ ଚାଲିବ ସ୍ଥଗିତ ଟ୍ରେନ, ସବୁ ଟ୍ରେନର ସମୟ ସାମାନ୍ୟ ପରିବର୍ତ୍ତନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଗତ ଅଗଷ୍ଟ ୧୬ରୁ ସ୍ଥଗିତ ରହିଥିବା ନୂଆଗାଁ- ଭୁବନେଶ୍ୱର ପାସେଞ୍ଜର ଟ୍ରେନ ଅକ୍ଟୋବର ୧ରୁ ପୁନର୍ବାର ଚାଲିବ। ସେହିପରି ୧ ତାରିଖରୁ ନୟାଗଡ଼-ଭୁବନେଶ୍ୱର ସେବା ଏକ୍ସପ୍ରେସ ଟ୍ରେନର ସମୟରେ ପରିବର୍ତ୍ତନ କରାଯାଇଛି। ପୂର୍ବତଟ ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ନୟାଗଡ଼ ରୁ ଭୁବନେଶ୍ୱର ଯାଉଥିବା ଟ୍ରେନ ନଂ-୧୮୪୨୪ ସେବା ଏକ୍ସପ୍ରେସ ସକାଳ ୬.୩୦ ପରିବର୍ତ୍ତେ ୬.୪୫ରେ ନୟାଗଡ଼ ଷ୍ଟେସନରୁ ଭୁବନେଶ୍ୱର ଅଭିମୁଖେ ଚାଲିବ। ସେହିପରି ସନ୍ଧ୍ୟା ୬.୪୦ ପରିବର୍ତ୍ତେ ୬.୩୦ରେ ଭୁବନେଶ୍ୱରରୁ ନୟାଗଡ଼ ଅଭିମୁଖେ ସେବା ଏକ୍ସପ୍ରେସ ବାହାରି ୮.୪୫ରେ ପହଞ୍ଚିବ। ନୂଆଗାଁରୁ ପୁରୀ ଯାଉଥିବା ଟ୍ରେନ ନଂ- ୦୮୪୨୪ ସକାଳ୬.୪୫ରେ ବାହାରି ନୟାଗଡ଼ରେ ୭.୦୮ରେ ପହଞ୍ଚି ୭.୧୦ରେ ଛାଡିବ। ଭୁବନେଶ୍ୱରରୁ ନୂଆଗାଁ ଆସୁଥିବା ଟ୍ରେନ ନଂ-୦୮୪୨୯ ସକାଳ ୯.୪୦ ରେ ଭୁବନେଶ୍ୱରରୁ ବାହାରି ନୟାଗଡ଼ ରେ ୧୧.୪୭ ରେ ପହଁଚି ୧୧.୪୮ରେ ନୂଆଗାଁ ଯିବ। ନୂଆଗାଁରୁ ଏହି ଟ୍ରେନ ଅପରାହ୍ନ ୪.୧୫ରେ ବାହାରି ନୟାଗଡ଼ରେ ୪.୩୦ ପହଞ୍ଚି ୪.୩୧ରେ ଭୁବନେଶ୍ୱର ଯାତ୍ରା କରିବ। ସେହିପରି ପୁରୀରୁ ଟ୍ରେନ ନଂ-୦୮୪୨୩ ସନ୍ଧ୍ୟା ୬.୦୦ରେ ନୂଆଗାଁ ଅଭିମୁଖେ ବାହାରି ନୟାଗଡ଼ ରେ ରାତ୍ର ୮.୫୪ରେ ପହଞ୍ଚି ୮.୫୫ରେ ନୂଆଗାଁ ଯାତ୍ରା କରିବ।

Related posts