ସ୍ୱାଧୀନତା ସଂଗ୍ରାମୀଙ୍କୁ ଭୁଲିଗଲା ପ୍ରଶାସନ, ଦଶପଲ୍ଲା ପ୍ରେସ କ୍ଳବ କଲା ସମ୍ବର୍ଦ୍ଧିତ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦେଶ ସ୍ବାଧୀନତାର ୭୫ବର୍ଷପୂର୍ତ୍ତି ଉପଲକ୍ଷେ ଆଜାଦି କା ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଯେଉଁ ବୀରମାନଙ୍କ ପାଇଁ ଏହି ସ୍ୱାଧୀନତାର ସୌଭାଗ୍ୟ ଆମକୁ ମିଳିଚି ସେମାନଙ୍କୁ ଭୁଲିଗଲା ପ୍ରଶାସନ। ଦଶପଲ୍ଲା ଏନ୍‌ଏସି ଅନ୍ତର୍ଗତ ଜଗଦେବ ପାଟଣାରେ ୧୯୩୦ମସିହାରେ ଜନ୍ମ ଲାଭ କରିଥିବା ସ୍ବାଧୀନତା ସଂଗ୍ରାମୀ ଲକ୍ଷ୍ମଣ ସାହୁ ମାତ୍ର ୧୭ବର୍ଷ ବୟସରେ ସ୍ବାଧୀନତା ସଂଗ୍ରାମରେ ଯୋଗଦେଇ ରାଜତନ୍ତ୍ର ଆକ୍ରୋଶର ଶିକାର ହୋଇ ଜେଲ ଯାଇଥିଲେ। ବହୁବାର ଗୋରାଙ୍କର ଲାଠି ମାଡ଼ ଖାଇବା ସହ ରାଜଦ୍ରୋହର ଆଖ୍ୟା ବହନ କରି କାରାବରଣ କରିଥିଲେ। ପରେ ଦେଶ ସ୍ବାଧୀନ ହେବା ପରେ ତାଙ୍କୁ ସ୍ବାଧୀନତା ସଂଗ୍ରାମୀର ମୁକୁଟ ମିଳିଲା । ଶ୍ରୀଯୁକ୍ତ ସାହୁ ଏବେ ୯୨ବର୍ଷ ବୟସରେ ପାଦ ଦେଲେଣି। ସରକାର ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ବାସ୍ତବରେ…

Read More

ନୟାଗଡ଼ ସଦର ମହକୁମାରେ ଜିଲ୍ଲାସ୍ତରୀୟ ଜନଶୁଣାଣୀ ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ଡା. ଟୁଡୁ ଲୋକମାନଙ୍କରବିଭିନ୍ନ ଅଭିଯୋଗ ଶୁଣିଥିଲେ । ଆଜି ସମୁଦାୟ ୨୮ଗୋଟି ଅଭିଯୋଗ ପଂଜିକୃତ ହୋଇଥିଲା । ସେଥିମଧ୍ୟରୁ ବ୍ୟକ୍ତିଗତ ଭାବେ ୧୪ଗୋଟି ଅଭିଯୋଗ, ଗୋଟିଏ ସାମୁହିକ ଗ୍ରାମ ବିବାଦର ଶୁଣାଣି କରାଯାଇ ସମୁଦାୟ ୧୭ଗୋଟି କେସର ତତ୍କାଳ ସମାଧାନ କରାଯାଇଥିଲା । ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ୦୬ଜଣ ଦରଖାସ୍ତକାରୀଙ୍କୁ ଟ.୫୯୦୦୦/-( ଅଣଷଠି ହଜାର ଟଙ୍କା) ଆର୍ଥିକ ଅନୁଦାନ ଏବଂ ଜିଲ୍ଲା ରେଡ୍‌କ୍ରସ ସଂସ୍ଥାରୁ ୦୭ଜଣ ଦରଖାସ୍ତକାରୀଙ୍କୁ ଟ.୪୯୦୦୦/- (ଅଣଚାଷ ହଜାର ଟଙ୍କା) ଆର୍ଥିକ ଅନୁଦାନ ଅନୁମୋଦନ କରାଯାଇଥିଲା । ଅବଶିଷ୍ଟ କେସଗୁଡ଼ିକୁ ସାମାଧାନ ନିମନ୍ତେ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଜନଶୁଣାଣି ଶିବିରରେ ଅତିରିକ୍ତ ଆରକ୍ଷୀ…

Read More

ନୟାଗଡ଼ ଜିଲ୍ଲାରେ ବନ୍ୟା ପାଇଁ ୩୦ଟି ସ୍କୁଲକୁ ଛୁଟି ଘୋଷଣା

ନୟାଗଡ଼,(ନୟାଗଡ଼ ଦର୍ପଣ): ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ୩୦ଟି ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ଭାପୁର ବ୍ଲକର ୧୨ଟି ସ୍କୁଲ, ଗଣିଆ ବ୍ଲକର ୯ଟି ସ୍କୁଲ ଓ ଖଣ୍ଡପଡ଼ା ବ୍ଲକର ୯ଟି ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ଭାପୁର ବ୍ଲକର ଫତେଗଡ଼, କରବର, ସାଶନ, ପଦ୍ମାବତୀ, କେନ୍ଦୁପଲ୍ଲୀ ପଞ୍ଚାୟତର ସ୍କୁଲ ଗୁଡିକ ଛୁଟି କରାଯାଇଛି । ସେହିପରି ଗଣିଆ ବ୍ଳକର କିଶୋର ପ୍ରସାଦ, ବେଲପଡ଼ା, ରାସଙ୍ଗ, ଛାମୁଣ୍ଡିଆ ପଞ୍ଚାୟତ ଗୁଡ଼ିକର ସ୍କୁଲ ଗୁଡ଼ିକୁ ଛୁଟି କରାଯାଇଛି। ସେହିପରି ଭାବେ ଖଣ୍ଡପଡ଼ା ବ୍ଲକର ବେଣାଗାଡ଼ିଆ, ସିଧାମୁଳା, କଣ୍ଟିଲୋ, କୁମ୍ଭାରପଡ଼ା ଓ ଶିଖରପୁର ପଞ୍ଚାୟତର ସ୍କୁଲ ଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଅକ୍ରୁର ବାରିକ ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ।

Read More

କଣ୍ଟ୍ରାକ୍ଟରଙ୍କ ମନମାନି ଦୁଇବର୍ଷ ଧରି ନିର୍ମାଣ ହୋଇନି ପୋଲ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକ ବାଣ୍ଠପୁର ଠାରୁ ବଡ଼ପୁଟ ଛକ ପର୍ଯ୍ୟନ୍ତ କୋଟି କୋଟି ଟଙ୍କା ବେୟରେ ନିର୍ମାଣ ହୋଇଛି ପିଚୁ ରାସ୍ତା। କିନ୍ତୁ ଦୁଃଖ ଓ ପରିତାପର ବିଷୟ ବାଣ୍ଠପୁର ପଞ୍ଚାୟତର ଧବଳେଇ ଗ୍ରାମ ନିକଟସ୍ଥ କେନାଲ ଉପରେ ନିର୍ମାଣ ହୋଇଛି ଏକ ପୋଲ। ଦୀର୍ଘ ଦୁଇବର୍ଷ ହେଲା ଏହି ପୋଲ ନିର୍ମାଣ ହୋଇ ରାସ୍ତା ସଂଯୋଗ ପାଇଁ ମାଟି ପଡିନଥିବାରୁ କେନାଲ ଉପରେ ଡାଇଭର୍ଶନ ରାସ୍ତାରେ ବିପଦ ସଂକୁଳ ଅବସ୍ଥାରେ ଗାଡିମୋଟର ଯାତାୟତ କରୁଛି। ଏଥିଯୋଗୁଁ ଦୁଇ ବର୍ଷ ଭିତରେ ଅନେକ ଥର ଛୋଟବଡ଼ ଦୁର୍ଘଟଣାମାନ ଘଟିଛି। ଗତ କିଛିଦିନ ପୂର୍ବେ ଏହି ଡାଇଭର୍ଶନରେ ଏକ କାର କେନାଲ ମଧ୍ୟକୁ ଖସି ପଡ଼ିଥିବା ବେଳେ ଆଜି ସକାଳେ ଏକ ୧୬ଚକିଆ ଆନ୍ଧ୍ର ଟ୍ରକ କେନାଲ ମଧ୍ୟକୁ ଖସିଯାଇଛି। ଏଥିରେ ବସିଥିବା ୧୦ଜଣ ଶ୍ରମିକ ଶ୍ରେଣୀର…

Read More

ଦଶପଲ୍ଲା ନେତାଜୀ ପଡିଆ ଠାରେ ବ୍ଳକସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ୧୯୪୭ ମସିହା ଅଗଷ୍ଟ ମାସ ୧୫ତାରିଖ ସମଗ୍ର ଦେଶ ବାସୀ ପାଇଁ ଏକ ସ୍ମରଣୀୟ ଦିବସ ହୋଇଥିବାବେଳେ । ପ୍ରତିବର୍ଷ ବହୁ ନିଡ଼ାମ୍ବର ଭାବରେ ଏହି ଦିନଟିକୁ ସମଗ୍ର ଦେଶବାସୀ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ତ୍ରିରଙ୍ଗା ପତାକାକୁ ସମ୍ମାନ ଦେଇ ସ୍ବାଧିନତା ଦିବସ ରୂପେ ପାଳନ କରିଥାନ୍ତି। ଆଜି ମଧ୍ୟ ଦଶପଲ୍ଲା ଅଞ୍ଚଳର ବିଭିନ୍ନ ସ୍ଥାନରେ ଜାତୀୟ ପତାକାକୁ ସମ୍ମାନ ଦେବା ସହ ଦେଶ ସ୍ବାଧୀନ ପାଇଁ ବଳିଦାନ ଦେଇଥିବା ସ୍ବାଧିନତା ସଂଗ୍ରାମୀଙ୍କୁ ମନେପାଇବା ସହ ଜାତୀୟ ସଙ୍ଗୀତ ଗାନ କରିଥିଲେ। ଏବଂ ଦଶପଲ୍ଲାର ନେତାଜୀ ପଡିଆ ଠାରେ ସ୍ବାଧିନତା ଦିବସ ପାଳନ ଉପଲକ୍ଷେ ମୁଖ୍ୟ ଅତିଥିରୂପେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ରୂପେ N.A.C ଅଧ୍ୟକ୍ଷା ପୁନମ୍ ପ୍ରିୟଦର୍ଶିନୀଙ୍କ ସମେତ ସମସ୍ତ କାଉନସିଲର ଯୋଗଦେଇଥିଲେ…

Read More

ସାଇ ଟ୍ରଷ୍ଟ ପକ୍ଷରୁ ‘ସ୍ବେଛାକୃତ ରକ୍ତଦାନ ଶିବିର’ରୁ ୧୦୦ୟୁନିଟ ରକ୍ତ ସଂଗ୍ରହ

ରାଜସୁନାଖଳା,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ବିନୋଦପଡା ସ୍ଥିତ ସାଇ ଟ୍ରଷ୍ଟ ଓଡିଶା ମୁଖ୍ୟ କାର୍ଯ୍ୟାଳୟ ପ୍ରାଙ୍ଗଣରେ ୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଏକ ‘ସ୍ବେଛାକୃତ ରକ୍ତଦାନ ଶିବିର’ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ରକ୍ତଦାନ ଶିବିରକୁ ସାଇ ଟ୍ରଷ୍ଟର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଦୀପକ କୁମାର ବରାଡ଼ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏହି ଅବସରରେ ଆୟୋଜିତ ସ୍ବେଛାକୃତ ରକ୍ତଦାନ ଶିବିରରେ ରାଜସୁନାଖଳା ଅଞ୍ଚଳର ବହୁ ଯୁବକ ଓ ସାଇପ୍ରେମୀ ଯୋଗଦେବା ସହ ରକ୍ତଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ପ୍ରଫେସର ଦୁର୍ଗାପ୍ରସାଦ ଦାଶଶର୍ମା, ଦିଲ୍ଲୀପ ବେହେରା ପ୍ରମୁଖ ଯୋଗଦେଇଥିବା ବେଳେ ୧୦୦ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ସାଇ ଟ୍ରଷ୍ଟ ପକ୍ଷରୁ ସୂଚନା ମିଳିଛି। ଏହି ସମସ୍ତ କାର୍ଯ୍ୟକୁ ନୟାଗଡ ମନେଜିଙ୍ଗ ଟ୍ରଷ୍ଟି ସୌମ୍ୟରଞ୍ଜନ ପ୍ରଧାନ ଓ ସମ୍ପାଦକ…

Read More

“ମୋ ମାଟି ମୋ ମା” ଭିଡିଓ ଉନ୍ମୋଚିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ୭୬ତମ ସ୍ବାଧୀନତା ଦିବସ ଉପଲକ୍ଷ୍ୟେ ନୟାଗଡର ଅନ୍ୟତମ ଅଗ୍ରଣୀ ସଙ୍ଗୀତ ଅନୁଷ୍ଠାନ “ଶ୍ରୀ ସୃଜନ” (କଳା-ସାହିତ୍ୟ-ସଂସ୍କୃତିର ଭାବମୟ ଉତ୍ତରଣ)ପକ୍ଷରୁ ‘ସେବା ଅନୁଷ୍ଠାନ’ ନୟାଗଡରେ ଏକ ହୃଦୟ ଛୁଆଁ ଦେଶାତ୍ମବୋଧକ ସଙ୍ଗୀତ, ଶ୍ରୀ ସୃଜନର ସଭାପତି ଡ. ବିଜୟ କୁମାର ଚୌଧୁରୀ,କମ୍ରେଡ୍ ବିଶ୍ବନାଥ ମହାପାତ୍ରଙ୍କ ଉପସ୍ଥିତିରେ ଉନ୍ମୋଚିତ ହୋଇଯାଇଛି।ସଙ୍ଗୀତର ରଚୟିତା ଶିକ୍ଷୟିତ୍ରୀ କାଦମ୍ବିନୀ ମହାପାତ୍ର, ସ୍ବର ସଂଯୋଜନା ଓ କଣ୍ଠଦାନ କରିଛନ୍ତି ଶ୍ରୀ ସୃଜନର ସଂପାଦିକା ଅଧ୍ୟାପିକା, କଣ୍ଠଶିଳ୍ପୀ,ସଙ୍ଗୀତ ନିର୍ଦ୍ଦେଶିକା ଜୟଶ୍ରୀ ଦେବୀ।ଉନ୍ମୋଚନ ସମୟରେ ସଞ୍ଜୟ ସାହୁ,ପ୍ରଦୀପ ସାହୁ,ଲକ୍ଷ୍ମୀଧର ମହାପାତ୍ର, ଅଶୋକ ମଲ୍ଲ, ଦିଲ୍ଲୀପ ସାହୁ, କିଶୋର ମହାପାତ୍ର, ଚିତ୍ତରଞ୍ଜନ ନାୟକ, ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀଙ୍କ ସହ ଶ୍ରୀ ସୃଜନ ଅନୁଷ୍ଠାନର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିବା ସହିତ ସହଯୋଗୀ ଅନୁଷ୍ଠାନ ଚମତ୍କାର, ନାଟ୍ୟଧାରାର ସଭ୍ୟ ସଭ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ…

Read More

କନ୍ଧନୟାଗଡ ସ୍ଥିତ କଳିଙ୍ଗ ଭାରତୀ ବିଦ୍ୟା ନିକେତନରେ ୭୬ତମ ସ୍ବାଧୀନତା ଦିବସ ପାଳିତ

ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ବ୍ଲକ କନ୍ଧନୟାଗଡ ସ୍ଥିତ କଳିଙ୍ଗ ଭାରତୀ ବିଦ୍ୟା ନିକେତନ ରେ ୭୬ ତମ ସ୍ବାଧୀନତା ଦିବସ ପାଳିତ ହୋଇଛି । ଦୀର୍ଘ ତିନି ଦିନ ହେଲା ୭୫ତମ ଅମୃତ ମହୋତ୍ସବ ବିଦ୍ୟାଳୟରେ ପାଳନକରାଯାଇଥିଲା । ପିଲାଙ୍କ ମଧ୍ୟରେ ଚିତ୍ର, ନୃତ୍ୟ, ବକ୍ତୃତା ପ୍ରତିଯୋଗିତାକରାଯାଇଥିଲା । ଉକ୍ତ ଉତ୍ସବ ରେ ନବୋଦୟ ବିଦ୍ୟାଳୟର ଓଡ଼ିଆ ଅଧ୍ୟାପକଅରୁଣ କୁମାର ଦାସ ପତାକା ଉତୋଳନ କରି ପିଲାମାନଙ୍କୁ ଅଭିବାଦନଜଣାଇଥିଲେ । ଅମୃତ ଉତ୍ସବ ନିମନ୍ତେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେଭାରତୀୟ ସଂସ୍କୃତି, ପରମ୍ପରା, ଉତ୍ସବ, କାଉଡ଼ିଆ, ବୀର ସ୍ବାଧୀନତା ସଂଗ୍ରାମୀମାନଙ୍କର ବେଶ ହୋଇ ଗ୍ରାମ ପରିକ୍ରମା କରିଥିଲେ । କନ୍ଧନୟାଗଡ ପଞ୍ଚାୟତ ସ୍ଥିତ ରଘୁ ଦିବକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମଲ୍ୟ ଗାନ୍ଧୀ ମଣ୍ଡପ ରେ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।…

Read More

ବାଲୁଗାଁ ବିଜେପି ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜାଦିକା ଅମୃତ ମହୋତ୍ସବ ଅବସରରେ ବାଲୁଗାଁ ବିଜେପି ପକ୍ଷରୁ ବାଲୁଗାଁ ପଞ୍ଚାୟତରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା I ଏହି ଅବସରରେ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ହରଘର ତ୍ରିରଙ୍ଗା ଅଭିଯାନ ନେଇ ବିଶାଳ ବାଇକ ଶୋଭାଯାତ୍ରା ମାଧ୍ୟମରେ ଜନସଚେତନତା ସୃଷ୍ଟି କରାଯାଇଥିଲା I ବାଲୁଗାଁ ବିଜେପି ନେତା ସଞ୍ଜୟ କୁମାର ନାୟକ ଓ ଅଜୟ କୁମାର ନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ବିଶାଳ ବାଇକ ଶୋଭାଯାତ୍ରାରେ ଜିଲ୍ଲା ବିଜେପି ସଭାପତି ଲାଲାମନୋଜ ରାୟ,ବିଜେପି ନେତା ସନ୍ତୋଷ କୁମାର ପ୍ରଧାନଙ୍କ ସମେତ ଶତାଧିକ ବଜେପି କାର୍ଯ୍ୟକର୍ତା ଯୋଗଦେଇଥିଲେ l

Read More

କୋରଡ଼ା ପଞ୍ଚାୟତରେ ବିଶାଳ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା

ନୂଆଗାଁ,(ନୟାଗଡ଼ ଦର୍ପଣ): ୭୬ତମ ସ୍ୱାଧୀନତା ଦିବସ ଅବସରରେ କୋରଡ଼ା ପଞ୍ଚାୟତରେ ଏକ ବିଶାଳ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି I ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅଧୀନ କୋରଡ଼ା ପଞ୍ଚାୟତରେ ଶତାଧିକ ସ୍ଥାନୀୟ ଲୋକେ ଏହି ବାଇକ ଶୋଭାଯାତ୍ରାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି I ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ର ଓ ସମାଜସେବୀ ଗୋଲଖ ବିହାରୀ ଗୋଛାୟତଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ବାଇକ ଶୋଭାଯାତ୍ରାରେ ଶତାଧିକ ସ୍ଥାନୀୟ ବାସିନ୍ଦା ବାଇକ ଶୋଭାଯାତ୍ରାରେ ସାମିଲ ହୋଇ ଭାରତ ମାତାର ଜୟଗାନ କରି ଗ୍ରାମ ପରିକ୍ରମା କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ଆଜିର ଏହି ଶୋଭାଯାତ୍ରାରେ ପାଞ୍ଚଶାଖା କୃଷକ କ୍ଲବର ଭଗବାନ ସାହୁ,ପ୍ରଫୁଲ କୁମାର ବାରିକି, ଅନନ୍ତ ସାହୁ,ହରେକୃଷ୍ଣ ସାହୁ, ଅନ୍ତର୍ଯ୍ୟାମୀ ସୁବୁଦ୍ଧି,ସମୀର ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ l

Read More