“ସେବା ସ୍ଵଧାର ଗୃହ”ରେ ଆଜାଦି କା ଅମୃତ ମହୋତ୍ସବ ପାଳନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ଅଗ୍ରଣି ସ୍ବେଚ୍ଛାସେବୀ ଅନୁଷ୍ଠାନ ସେବା ଠାରେ “ସେବା ସ୍ଵଧାର ଗୃହ” ତରଫରୁ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଇଛି। ଏହା ଚଳିତ ମାସ 13 ତାରିଖ ଠାରୁ 15ତାରିଖ ପର୍ଯ୍ୟନ୍ତ ପାଳିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ସେବାର ସାଧାରଣ ସମ୍ପାଦକ ଶ୍ରୀ ଅମରେନ୍ଦ୍ର କୁମାର ଦାସ ପରିଜା, ସେବାର ଉପ ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ସୁବୁଦ୍ଧି,ସେବା ସ୍ଵଧାର ଗୃହ ର ତତ୍ତ୍ୱାବଧାରିକା କୁମାରୀ ବନିତା ମଲ୍ଲିକ, ସ୍ଵଧାର ଗୃହର ପରାମର୍ଶଦାତ୍ରୀ ଶ୍ରୀମତି ସରିତା ଆଚାର୍ଯ୍ୟ ଙ୍କ ପ୍ରତକ୍ଷ ତତ୍ବାବଧନରେ ସମ୍ପାଦିତ ହୋଇଥିଲା। ସ୍ୱାଧୀନତା ର 75 ବର୍ଷ ଆନୁକୁଲ୍ୟରେ ସେବା ସ୍ଵଧାର ଗୃହ ତରଫରୁ ଅନ୍ତେବାସୀ ମାନଙ୍କୁ ନେଇ ଝୋଟି, ଚିତ୍ରାଙ୍କନ, ବକୃତା ଓ ସାଧାରଣ ଜ୍ଞାନ କୁଇଜ୍ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା। କୃତୀ ପ୍ରତିଯୋଗୀ ମାନଙ୍କୁ…

Read More

ଆଜାଦି କା ଅମୄତ ମହୋତ୍ସବ ପାଳନ ଓ କବିତା ପାଠୋତ୍ସବ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆଜି ଅପରାହ୍ନ ୩ ଘଟିକାରୁ ଘ୫:୩୦ ପର୍ଯ୍ୟନ୍ତ ଓଡ଼ଗାଁ ବ୍ଲକ ସମ୍ମିଳନୀ କକ୍ଷରେ ଆଜାଦି କା ଅମୄତ ମହୋତ୍ସବ ପାଳନ ଅବସରରେ ଏକ ଦେଶାତ୍ମବୋଧକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଉତ୍ସବରେ କବି ତଥା ସମାଜସେବୀ ଦିବାକର ନାୟକ ମୁଖ୍ୟଅତିଥି,କବି ଲୋକନାଥ ମିଶ୍ର (ଭରଦ୍ୱ।ଜ) ସମ୍ମାନିତ ଅତିଥି,କବି ଦୀନବନ୍ଧୁ ମହାପାତ୍ର ମୁଖ୍ୟ ବକ୍ତା ଓ କବି ପ୍ରଫୁଲ୍ଲ ମାଝି ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ।ଏ ଅବସରରେ ଓଡ଼ଗାଁ ସାମ୍ବାଦିକ ସଂଘ ସଭାପତି ଅଶୋକ କୁମାର ମହାପାତ୍ର, ସୁନିଲ ପଟ୍ଟନାୟକ, ନାରାୟଣ ପାଣିଗ୍ରାହୀ, ରାମକୃଷ୍ଣ ପରିଡ଼ା, ଗଣେଶ୍ୱର ସାହୁ,ଫକୀର ମୋହନ ମହାରଣା ଆଦି ସ୍ଥାନୀୟ ସାମ୍ବାଦିକଗଣ ମଧ୍ୟ ସାମିଲ ହୋଇଥିଲେ।ସାମୁହିକ ଜାତୀୟ ସଂଗୀତ ଗାନ କରାଯାଇ…

Read More

ସମର୍ପଣ (ବୃଦ୍ଧାଶ୍ରମ)ରେ ସ୍ବାଧୀନତା ଦିବସ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ବାଧୀନତାର ଅମ୍ରୃତ ମହୋତ୍ସବ ତଥା ୭୬ ତମ ସ୍ବାଧିନତା ଦିବସ ସମର୍ପଣ ପରିସରରେ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ନୟାଗଡ ଷ୍ଟେଟ ବ୍ଯାଙ୍କ ( କ୍ରୁଷି ଉନ୍ନୟନ) ଶାଖାର ମୂଖ୍ଯ ପରିଚାଳକ ଶ୍ରୀଯୁକ୍ତ ଶିବରାମ ପାଣିଗ୍ରାହୀ ମୁଖ୍ଯ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହିତ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆଜି ପ୍ରତ୍ଯେକ ଆଦିବାସୀ ଅଧୁଷିତ ଅଞ୍ଚଳରେ ମଧ୍ଯ ଅତି ସୁନ୍ଦର ଭାବେ ଦେଖିବାକୁ ମିଳିଛି ବୋଲି ଉଦବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମର୍ପଣ ପରିଚାଳନା କମିଟିର କାର୍ଯ୍ୟକାରୀ ସଭାପତି ଅରୁଣ କୁମାର ମହାନ୍ତି, ସଂପାଦକ ଦାମୋଦର ସାହୁ, କୋଷାଧ୍ୟକ୍ଷ ଶ୍ରୀଧର ସାହୁ, କାର୍ଯ୍ଯନିର୍ବାହୀ ସଦସ୍ଯ ପ୍ରସନ୍ନ କୁମାର ବସନ୍ତିଆ ଉପସ୍ଥିତ ଥିଲାବେଳେ ସଦସ୍ଯ ଶ୍ରୀକାନ୍ତ କୁମାର ପଟ୍ଟନାୟକ, ମଦନମୋହନ ମହାପାତ୍ର, ରାଧେଶ୍ଯାମ ମୋହୋତା, ରବିନ୍ଦ୍ର କୁମାର ସାହୁ, ମିହିର…

Read More

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ରେ ୭୬ ତମ ସ୍ବାଧୀନତା ଦିବସ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ସମଗ୍ର ଦେଶରେ ମହା ସମାରୋହରେ ସ୍ବାଧୀନତାର ଅମ୍ରୃତ ମହୋତ୍ସବ ପାଳନ ହେଉଥିବା ବେଳେ ଆଜି ନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ୧୭୦ ଫୁଟର ତ୍ରିରଙ୍ଗା ପ୍ରଦର୍ଶିତ ହେବା ସହିତ ୭୬ ତମ ସ୍ବାଧିନତା ଦିବସ ପାଳିତ ହୋଇ ଯାଇଛି। ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ବ୍ଳକ ଚେୟାରମ୍ୟାନ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ସାହୁ ଯୋଗଦେଇ ପତାକା ଉତ୍ତୋଳନ କରିବା ସହିତ ମହାପୁରୁଷଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଉଦବୋଧନ ଦେଇଥିଲେ। ଦୁଇ ବର୍ଷ ପରେ ସ୍ବାଧୀନତା ଦିବସ ପାଳନ ହେଉଥିବାରୁ ଛାତ୍ରଛାତ୍ରୀ ମାନଙ୍କ ମଧ୍ଯରେ ଅନେକ ଉତ୍ସାହ ଉଦ୍ଦୀପନା ସ୍ରୁଷ୍ଟି ହୋଇଥିଲା। ବିଦ୍ଯାଳୟର ଯୁଗ୍ମ ସଂପାଦକ ସନ୍ତୋଷ କୁମାର ନାୟକ ସମେତ ସମସ୍ତ ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟା ଉପସ୍ଥିତ ଥିଲେ।…

Read More

ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକଅଦାଲତ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଲୋକ ଅଦାଲତରେ ଜିଲ୍ଲାର ବିଚାର ବିଭାଗୀୟ ସମସ୍ତ ଅଦାଲତଙ୍କ ପକ୍ଷରୁ ୪୮୩୩ଗୋଟି ମାମଲା ଆଗତ କରାଯାଇ ୩୯୯୬ଗୋଟି ମାମଲାର ଫଇସଲା ହୋଇ ଟ.୨,୧୧,୭୪,୪୭୫/- (ଦୁଇ କୋଟି ଏଗାର ଲକ୍ଷ ଚଉସ୍ତରୀ ହଜାର ଚାରିଶହ ପଞ୍ଚସ୍ତୋରୀ ଟଙ୍କା) ଆଦାୟ ପାଇଁ ଧାର୍ଯ୍ୟ ହୋଇଅଛି । ଜିଲ୍ଲାସ୍ତରୀୟ ଲୋକ ଅଦାଲତରେ ନୟାଗଡ଼ ଜିଲ୍ଲା ଜଜ୍ ଶ୍ରୀମତୀ ରୂପଶ୍ରୀ ଚୌଧୁରୀଙ୍କ କୋର୍ଟ ପକ୍ଷରୁ ୬୦ଗୋଟି ଗାଡ଼ିମଟର ଦୁର୍ଘଟଣା ଜନିତ ମାମଲା ଆଗତ ହୋଇ ୧୭ଗୋଟି ମାମଲା ଫଇସଲା ହୋଇ ରେକର୍ଡ ସଂଖ୍ୟକ କ୍ଷତିପୂରଣ ଜମାରାଶି ଟ.୧,୧୬,୫୪, ୦୦୦/ -( ଏକ କୋଟି ଷୋହଳ ଲକ୍ଷ ଚଉବନ ହଜାର ଟଙ୍କା) ବୀମାରାଶି ଦେବାକୁ ବୀମା କଂପାନୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ…

Read More

ଭୋଟର ପଂଜୀକରଣ ନିମନ୍ତେ ସଚେତନତା ରଥ

ନୟାଗଡ଼,(ନୟାଗଡ଼ ଦର୍ପଣ): ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଧିକାରୀ ତଥା ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ ଓ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧ୍ୟାକାରୀ ଶ୍ରୀ ସୁରେନ୍ଦ୍ର କୁମାର ସାହୁ ଭୋଟର ତାଲିକା ସଂଶୋଧନ, ନୂତନ ଭୋଟର ପଂଜୀକରଣ ଏବଂ ଆଧାର ସଂଯୋଗୀକରଣର ଜନସଚେତନତା ପାଇଁ ଏକ ସଚେତନତା ରଥ ପତାକା ହଲାଇ ଶୁଭାରମ୍ଭ କରିଥିଲେ । ଏହି ରଥ ଦୀର୍ଘ ଆଠ ଦିନ ବ୍ୟାପି ଜିଲ୍ଲାର ସମସ୍ତ ବ୍ଲକ ଏବଂ ସହରାଂଚଳ ପରିକ୍ରମା କରି ଭୋଟର ତ୍ରୁଟି ସଂଶୋଧନ ସହ ନିର୍ବାଚନ ମଣ୍ଡଳୀ ମଧ୍ୟରେ କିମ୍ବା ବାହାରକୁ ବାସସ୍ଥାନ ସ୍ଥାନାନ୍ତରଣ, ଭୋଟର ପରିଚୟ ପତ୍ର ବଦଳ, ଦିବ୍ୟାଙ୍ଗ ଭୋଟରଙ୍କ ଚିହ୍ନଟ, ମତଦାନ କେନ୍ଦ୍ରର ନିର୍ଦ୍ଧାରଣ ଓ ପରିବର୍ତନ, ଭୋଟର ତାଲିକାର ଅସଙ୍ଗତି ଦୂରୀକରଣ, ଭୋଟରମାନଙ୍କର ଉନ୍ନତମାନର ଫଟୋ ସଂଗ୍ରହ ଓ ଆଧାର ସଂଯୋଗୀକରଣ ଇତ୍ୟାଦି ଉପରେଜନସଚେତନତା ସୃଷ୍ଟି କରାଯିବ…

Read More

“ପ୍ରବଳ ବର୍ଷାସତ୍ୱେ ଦେଶପ୍ରେମରେ ଭିଜିଲେ ଛାତ୍ରଛାତ୍ରୀ “

ସ୍ୱାଧୀନତାର ୭୫ବର୍ଷ ଉପଲକ୍ଷେ ନୂଆଗାଁରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ନୂଆଗାଁ,(ନୟାଗଡ଼ ଦର୍ପଣ): ପ୍ରବଳ ବର୍ଷା ସତ୍ୱେ ଦେଶପ୍ରେମରେ ଭିଜିଲେ ଛାତ୍ରଛାତ୍ରୀ l ଦେଶପ୍ରେମ ସଂଗୀତ ସାଙ୍ଗକୁ ଦେଢ଼ଶହ ମିଟରର ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେଲେ ଶତାଧିକ ଲୋକେ l ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଆଜି ନୟାଗଡ଼ ନୂଆଗାଁ ବ୍ଲକ ସଦରମହକୁମା ଠାରେ ଦେଶ ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଏହି ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ଏଭଳି ଦୃଶ୍ୟରେ ଦେଶପ୍ରେମର ଏକ ଭାବବିହ୍ଵଳ ପରିବେଶ ସୃଷ୍ଟି ହୋଇଥିଲା l । ଏହି କାର୍ଯ୍ୟକ୍ରମରେ ୧୫୦ ମିଟର ବିଶିଷ୍ଟ ଏକ ତ୍ରିରଙ୍ଗାକୁ ସ୍କୁଲ ଏବଂ କଲେଜର ଛାତ୍ରଛାତ୍ରୀମାନେ ଶୋଭାଯାତ୍ରାରେ ଧରି ନୂଆଗାଁ କଲେଜ ଠାରୁ କାଚପଲ୍ଲୀ, ଉଠାଣିସାହି, ଗଦାଧରପୁର, ନୂଆସାହି ଏବଂ ନୂଆଗାଁ ଗ୍ରାମ ପରିକ୍ରମା କରିବା ସହ ଶହିଦ୍‌ କଷ୍ଟି ଡାକୁଆଙ୍କର…

Read More

ଭାପୁରରେ ସ୍ୱାଧୀନତାର ଗୌରବ ପଦଯାତ୍ରା

ଭାପୁର,(ନୟାଗଡ଼ ଦର୍ପଣ): ଭାରତବର୍ଷକୁ ଇଂରେଜ ଶାସନରୁ ମୁକ୍ତ କରି ସ୍ୱାଧୀନ ଭାରତର ନୂତନ ପରିଚୟ ପାଇଁ ଜାତୀୟ କଂଗ୍ରେସର ତ୍ୟାଗ ବଳିଦାନର ୭୫ ବର୍ଷ ପରିପ୍ରେକ୍ଷୀରେ ଆଜି ଭାପୁର ଠାରେ ପ୍ରତିକୂଳ ପାଣିପାଗ ସତ୍ୱେ ତହସିଲ କାର୍ଯ୍ୟାଳୟ ଠାରୁ ରାମଧୁନ ଜାତୀୟତାର ଗୀତ ଗାଈ ସ୍ୱାଧୀନତାର ଗୌରବ ପଦଯାତ୍ରା ଖଇରଗାଡ଼ିଆ ଦମକଳ କେନ୍ଦ୍ର ଯାଏଁ ଆସିଥିଲା। ଭାପୁର ବ୍ଲକ କଂଗ୍ରେସ ସଭାପତି ବାଙ୍କାବିହାରୀ ଧଳଏବଂ ଖଣ୍ଡପଡା ବ୍ଲକ କଂଗ୍ରେସ ସଭାପତି ଦେବବ୍ରତ ବେହେରାଙ୍କ ନେତୃତ୍ୱରେ ଆୟୋଜିତ ପଦଯାତ୍ରା କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ, ଖଣ୍ଡପଡା ଦଳୀୟ ବିଧାନସଭା ପ୍ରାର୍ଥୀ ବସନ୍ତ ମହାରଣା, ଆଇଏନଟିୟୁସି ଜିଲ୍ଲା କାର୍ଯ୍ୟକର୍ତା ପୂର୍ଣଚନ୍ଦ୍ର ପ୍ରଧାନ, ଯୁବ କଂଗ୍ରେସ ସଭାପତି ଦିଲ୍ଲୀପ ଖୁଣ୍ଟିଆ, ଦଳୀୟ ନେତା ପୂର୍ଣ୍ଣଚନ୍ଦ୍ର ସାନ୍ତ, ପ୍ରକାଶ ଖୁଣ୍ଟିଆ ପ୍ରମୁଖ ବହୁ ଦଳୀୟ କର୍ମୀମହିଳା କଂଗ୍ରେସ କାର୍ଯ୍ୟକର୍ତା,…

Read More

ନୟାଗଡ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ବିପର୍ଜ୍ୟସ୍ତ, ଗଣଶିକ୍ଷା ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ଜିଲ୍ଲା କଂଗ୍ରେସ

ଜିଲ୍ଲା ଶିକ୍ଷା ଅଧିକାରୀ ଅସଦ ଉପାୟରେ ଲୁଟିଲେଣି ୬୦ଲକ୍ଷରୁ ଉର୍ଦ୍ଧ୍ବ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ସମ୍ପୁର୍ଣ୍ଣ ବିପର୍ଜ୍ୟସ୍ତ। ଜିଲ୍ଲାର ଉପାନ୍ତ ଅଞ୍ଚଳ ଦଶପଲ୍ଲା, ଗଣିଆ, ରଣପୁର, ଭାପୁର, ଓଡଗାଁ ଅଞ୍ଚଳର ବିଭିନ୍ନ ଉଚ୍ଚ ବିଦ୍ୟାଳୟମାନଙ୍କରେ ଶିକ୍ଷକ ଅଭାବକୁ ପୂରଣ କରାଯାଇ ପାରୁନଥିବା ବେଳେ ପୁଣି ସେଠାରୁ ୫୦ହଜାର ଟଙ୍କା ଆଦାୟ କରାଯାଇ ଶିକ୍ଷକମାନଙ୍କୁ ନୟାଗଡ ସହରର ଆଖପାଖ ଅଞ୍ଚଳର ବିଭିନ୍ନ ଉଚ୍ଚ ବିଦ୍ୟାଳୟକୁ ଡେପୁଟେସନରେ ଅଣାଯାଉଛି ବୋଲି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ। ଏହି ମର୍ମରେ ଗଣଶିକ୍ଷା ମନ୍ତ୍ରୀଙ୍କୁ ଲିଖିତ ଚିଠିରେ ଦର୍ଶାଯାଇଛି, ଆବଶ୍ୟକ ଶିକ୍ଷକ ପଦବୀ ନଥିବା ନୟାଗଡ ସହରର ୧୦ କିଲୋମିଟର ପରିଧି ମଧ୍ୟରେ ଥିବା ଉଚ୍ଚ ବିଦ୍ୟାଳୟରେ ଅଧିକ ଶିକ୍ଷକ ନିଯୁକ୍ତି ଦିଆଯାଉଛି । ଜିଲ୍ଲାର ଅଶିଟି ଘରୋଇ…

Read More

ଗଛକୁ ରାକ୍ଷୀ ବାନ୍ଧି ପାଳିତ ହେଲା ରକ୍ଷାବନ୍ଧନ ଉତ୍ସବ

ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ରକ୍ଷାବନ୍ଧନ ଉତ୍ସବକୁ ନିଆରା ଢ଼ଂଗରେ ପାଳନ କରିଛନ୍ତି ନୟାଗଡ଼ର ପ୍ରମୁଖ ସ୍ଵେଚ୍ଛାସେବୀ ସଂଗଠନ ‘ମା ଫାଉଣ୍ଡେସନ’ ଓ ‘ଆମେ ତେଜସ୍ଵିନୀ’ ଅନୁଷ୍ଠାନ। ରକ୍ଷାବନ୍ଧନ ପର୍ବ ହେଉଛି ପ୍ରେମ, ସ୍ନେହ, ସଂପର୍କର ପ୍ରତୀକ। ରକ୍ଷା କରିବାର ସଂକଳ୍ପର ଦିନ ମଧ୍ୟ ଏହି ପର୍ବ। ସାଂପ୍ରତିକ ସମୟରେ ପରିବେଶର ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଥିବା ବେଳେ ବୃକ୍ଷ ରୋପଣ ସହ ଏହାର ଯତ୍ନ ନେବା ଆମମାନଙ୍କର ପ୍ରମୁଖ କର୍ତ୍ତବ୍ୟ ଅଟେ। ଏହାକୁ ଦୃଷ୍ଟିରେ ରଖି ସଚେତନତା ସୃଷ୍ଟି କରିବା ଉପଲକ୍ଷେ ମା ଫାଉଣ୍ଡେସନର ସଂପାଦକ ରଂଜନ ରଶ୍ମୀ ଜେନା ତଥା ଆମ ତେଜସ୍ଵିନୀର ଆବାହିକା ସ୍ଵୈ।ଦାମିନୀ ସ୍ବାଇଁଙ୍କ ସଂଯୋଜନାରେ ସ୍ଥାନିତ ନାରାୟଣ ପାର୍କ ପରିସରରେ ଏହି ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ପୈ।ର ପରିଷଦର ଅଧ୍ୟକ୍ଷା ନିରୁପମା ଖଟେଇ, ସମ୍ମାନିତ ଅତିଥି…

Read More