ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ସନ୍ଧ୍ୟାରେ ଅନନ୍ୟା ଫାଉଣ୍ଡେସନ୍ ତରଫରୁ ଇତଃସ୍ଥତଃ ଭାବେ ବୁଲୁଥିବା ଜଣେ ଆଠ ବର୍ଷର ବାଳକକୁ ଉଦ୍ଧାର କରି ଶିଶୁ ସୁରକ୍ଷା ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ଇଟାମାଟି ଅଞ୍ଚଳର ସେ ବାଳକଟିର ଘର ହୋଇଥିବା ଜଣାପଡ଼ିଛି। ସେ ବାଳକର ମାଆ ବର୍ଷେ ହେଲା ମୃତ୍ୟୁ ବରଣ କରିଛନ୍ତି। ବାପା ନିଷ୍ଠୁର ଭାବେ ଅତ୍ୟାଚାର କରିବାରୁ ସେ ପନ୍ଦର ଦିନରୁ ଉର୍ଦ୍ଧ୍ବ ସମୟ ହେବ ଏଣେତେଣେ ବୁଲୁଛି। ଆଜି ସନ୍ଧ୍ୟାରେ ଅନନ୍ୟା ଫାଉଣ୍ଡେସନର ସଦସ୍ୟ ପ୍ରକାଶଙ୍କ ଦୃଷ୍ଟି ଗୋଚର ହେବା ପରେ ସେ ଆଶୁତୋଷ, ସନ୍ତୋଷ, ସୁରେଶଙ୍କ ଉପସ୍ଥିତିରେ ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଫୋନ କରିଥିଲେ। ପରେ ତପସ୍ୟା ଶିଶୁ ଗୃହର ଅଧିକାରୀ ମାନେ ବାଳକଟିକୁ ଉଦ୍ଧାର କରିଥିଲେ।
ଅନନ୍ୟା ଫାଉଣ୍ଡେସନର ସଦସ୍ୟଙ୍କ ଦ୍ୱାରା ବାଳକ ଉଦ୍ଧାର
