କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକଲା ବିଜେପି

ମୁନିସିପାଲିଟି ଅଫିସ୍‌ରେ ବିଜେଡି ବୈଠକ ପ୍ରସଙ୍ଗ

ନୟାଗଡ଼,(ନୟାଗଡ଼ ଦର୍ପଣ): ଡ୍ରେନେଜ୍ ଉନ୍ନତୀକରଣ ପାଇଁ ମୁଖ୍ୟମନ୍ତ୍ରୀ ଅନୁଦାନ ପ୍ରଦାନ କରିବା ପରେ ଏହାକୁ ନେଇ ବିଜୁ ଜନତା ଦଳ ମହଲରେ ଉତ୍ସାହ ପ୍ରକାଶ ପାଇଛି । ଏନେଇ ଗତକାଲି ବିଜେଡି ପକ୍ଷରୁ ନୟାଗଡ଼ ମୁନିସିପାଲିଟି ସଭାକକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଜିଲ୍ଲା ବିଜେଡି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ବେହେରା, ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଏହି ସଭାର ଆୟୋଜନ କରିଥିଲେ। ଦଳୀୟ କାର୍ଯ୍ୟକ୍ରମ କିଭଳି ସରକାରୀ କାର୍ଯ୍ୟାଳୟରେ କରାଗଲା ବୋଲି ନୟାଗଡ଼ ବିଜେପି ପ୍ରଶ୍ନ ଉଠାଇଛି। ଏନେଇ ୪୮ଘଣ୍ଟା ମଧ୍ୟରେ ମୁନିସିପାଲିଟି କାର୍ଯ୍ୟନିର୍ବାହୀ ଜିଲ୍ଲାପାଳଙ୍କୁ ଫେରାଦ ହେଲା ନୟାଗଡ଼ ବିଜେପି ଅଧିକାରୀ ସ୍ଵାତୀ ମିଶ୍ରଙ୍କୁ ବରଖାସ୍ତ କରିବାକୁ ବିଜେପି ଦାବି କରିଛି। ନଚେତ୍ ମୁନିସିପାଲିଟି କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି ବିଜେପି ଚେତାବନୀ ଦେଇଛି । ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ସନ୍ତୋଷ ପ୍ରଧାନ, ସଞ୍ଜୟ କୁମାର ନାୟକ, ସଦାଶିବ ପ୍ରଧାନ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଏନେଇ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ଘଟଣାର ତଦନ୍ତ କରାଯିବ ବୋଲି ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି।

Related posts