କଣ୍ଟ୍ରାକ୍ଟରଙ୍କ ମନମାନି ଦୁଇବର୍ଷ ଧରି ନିର୍ମାଣ ହୋଇନି ପୋଲ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକ ବାଣ୍ଠପୁର ଠାରୁ ବଡ଼ପୁଟ ଛକ ପର୍ଯ୍ୟନ୍ତ କୋଟି କୋଟି ଟଙ୍କା ବେୟରେ ନିର୍ମାଣ ହୋଇଛି ପିଚୁ ରାସ୍ତା। କିନ୍ତୁ ଦୁଃଖ ଓ ପରିତାପର ବିଷୟ ବାଣ୍ଠପୁର ପଞ୍ଚାୟତର ଧବଳେଇ ଗ୍ରାମ ନିକଟସ୍ଥ କେନାଲ ଉପରେ ନିର୍ମାଣ ହୋଇଛି ଏକ ପୋଲ। ଦୀର୍ଘ ଦୁଇବର୍ଷ ହେଲା ଏହି ପୋଲ ନିର୍ମାଣ ହୋଇ ରାସ୍ତା ସଂଯୋଗ ପାଇଁ ମାଟି ପଡିନଥିବାରୁ କେନାଲ ଉପରେ ଡାଇଭର୍ଶନ ରାସ୍ତାରେ ବିପଦ ସଂକୁଳ ଅବସ୍ଥାରେ ଗାଡିମୋଟର ଯାତାୟତ କରୁଛି। ଏଥିଯୋଗୁଁ ଦୁଇ ବର୍ଷ ଭିତରେ ଅନେକ ଥର ଛୋଟବଡ଼ ଦୁର୍ଘଟଣାମାନ ଘଟିଛି। ଗତ କିଛିଦିନ ପୂର୍ବେ ଏହି ଡାଇଭର୍ଶନରେ ଏକ କାର କେନାଲ ମଧ୍ୟକୁ ଖସି ପଡ଼ିଥିବା ବେଳେ ଆଜି ସକାଳେ ଏକ ୧୬ଚକିଆ ଆନ୍ଧ୍ର ଟ୍ରକ କେନାଲ ମଧ୍ୟକୁ ଖସିଯାଇଛି। ଏଥିରେ ବସିଥିବା ୧୦ଜଣ ଶ୍ରମିକ ଶ୍ରେଣୀର…

Read More

ଦଶପଲ୍ଲା ନେତାଜୀ ପଡିଆ ଠାରେ ବ୍ଳକସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ୧୯୪୭ ମସିହା ଅଗଷ୍ଟ ମାସ ୧୫ତାରିଖ ସମଗ୍ର ଦେଶ ବାସୀ ପାଇଁ ଏକ ସ୍ମରଣୀୟ ଦିବସ ହୋଇଥିବାବେଳେ । ପ୍ରତିବର୍ଷ ବହୁ ନିଡ଼ାମ୍ବର ଭାବରେ ଏହି ଦିନଟିକୁ ସମଗ୍ର ଦେଶବାସୀ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ତ୍ରିରଙ୍ଗା ପତାକାକୁ ସମ୍ମାନ ଦେଇ ସ୍ବାଧିନତା ଦିବସ ରୂପେ ପାଳନ କରିଥାନ୍ତି। ଆଜି ମଧ୍ୟ ଦଶପଲ୍ଲା ଅଞ୍ଚଳର ବିଭିନ୍ନ ସ୍ଥାନରେ ଜାତୀୟ ପତାକାକୁ ସମ୍ମାନ ଦେବା ସହ ଦେଶ ସ୍ବାଧୀନ ପାଇଁ ବଳିଦାନ ଦେଇଥିବା ସ୍ବାଧିନତା ସଂଗ୍ରାମୀଙ୍କୁ ମନେପାଇବା ସହ ଜାତୀୟ ସଙ୍ଗୀତ ଗାନ କରିଥିଲେ। ଏବଂ ଦଶପଲ୍ଲାର ନେତାଜୀ ପଡିଆ ଠାରେ ସ୍ବାଧିନତା ଦିବସ ପାଳନ ଉପଲକ୍ଷେ ମୁଖ୍ୟ ଅତିଥିରୂପେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ରୂପେ N.A.C ଅଧ୍ୟକ୍ଷା ପୁନମ୍ ପ୍ରିୟଦର୍ଶିନୀଙ୍କ ସମେତ ସମସ୍ତ କାଉନସିଲର ଯୋଗଦେଇଥିଲେ…

Read More

ସାଇ ଟ୍ରଷ୍ଟ ପକ୍ଷରୁ ‘ସ୍ବେଛାକୃତ ରକ୍ତଦାନ ଶିବିର’ରୁ ୧୦୦ୟୁନିଟ ରକ୍ତ ସଂଗ୍ରହ

ରାଜସୁନାଖଳା,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ବିନୋଦପଡା ସ୍ଥିତ ସାଇ ଟ୍ରଷ୍ଟ ଓଡିଶା ମୁଖ୍ୟ କାର୍ଯ୍ୟାଳୟ ପ୍ରାଙ୍ଗଣରେ ୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଏକ ‘ସ୍ବେଛାକୃତ ରକ୍ତଦାନ ଶିବିର’ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ରକ୍ତଦାନ ଶିବିରକୁ ସାଇ ଟ୍ରଷ୍ଟର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଦୀପକ କୁମାର ବରାଡ଼ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏହି ଅବସରରେ ଆୟୋଜିତ ସ୍ବେଛାକୃତ ରକ୍ତଦାନ ଶିବିରରେ ରାଜସୁନାଖଳା ଅଞ୍ଚଳର ବହୁ ଯୁବକ ଓ ସାଇପ୍ରେମୀ ଯୋଗଦେବା ସହ ରକ୍ତଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ପ୍ରଫେସର ଦୁର୍ଗାପ୍ରସାଦ ଦାଶଶର୍ମା, ଦିଲ୍ଲୀପ ବେହେରା ପ୍ରମୁଖ ଯୋଗଦେଇଥିବା ବେଳେ ୧୦୦ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ସାଇ ଟ୍ରଷ୍ଟ ପକ୍ଷରୁ ସୂଚନା ମିଳିଛି। ଏହି ସମସ୍ତ କାର୍ଯ୍ୟକୁ ନୟାଗଡ ମନେଜିଙ୍ଗ ଟ୍ରଷ୍ଟି ସୌମ୍ୟରଞ୍ଜନ ପ୍ରଧାନ ଓ ସମ୍ପାଦକ…

Read More

“ମୋ ମାଟି ମୋ ମା” ଭିଡିଓ ଉନ୍ମୋଚିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ୭୬ତମ ସ୍ବାଧୀନତା ଦିବସ ଉପଲକ୍ଷ୍ୟେ ନୟାଗଡର ଅନ୍ୟତମ ଅଗ୍ରଣୀ ସଙ୍ଗୀତ ଅନୁଷ୍ଠାନ “ଶ୍ରୀ ସୃଜନ” (କଳା-ସାହିତ୍ୟ-ସଂସ୍କୃତିର ଭାବମୟ ଉତ୍ତରଣ)ପକ୍ଷରୁ ‘ସେବା ଅନୁଷ୍ଠାନ’ ନୟାଗଡରେ ଏକ ହୃଦୟ ଛୁଆଁ ଦେଶାତ୍ମବୋଧକ ସଙ୍ଗୀତ, ଶ୍ରୀ ସୃଜନର ସଭାପତି ଡ. ବିଜୟ କୁମାର ଚୌଧୁରୀ,କମ୍ରେଡ୍ ବିଶ୍ବନାଥ ମହାପାତ୍ରଙ୍କ ଉପସ୍ଥିତିରେ ଉନ୍ମୋଚିତ ହୋଇଯାଇଛି।ସଙ୍ଗୀତର ରଚୟିତା ଶିକ୍ଷୟିତ୍ରୀ କାଦମ୍ବିନୀ ମହାପାତ୍ର, ସ୍ବର ସଂଯୋଜନା ଓ କଣ୍ଠଦାନ କରିଛନ୍ତି ଶ୍ରୀ ସୃଜନର ସଂପାଦିକା ଅଧ୍ୟାପିକା, କଣ୍ଠଶିଳ୍ପୀ,ସଙ୍ଗୀତ ନିର୍ଦ୍ଦେଶିକା ଜୟଶ୍ରୀ ଦେବୀ।ଉନ୍ମୋଚନ ସମୟରେ ସଞ୍ଜୟ ସାହୁ,ପ୍ରଦୀପ ସାହୁ,ଲକ୍ଷ୍ମୀଧର ମହାପାତ୍ର, ଅଶୋକ ମଲ୍ଲ, ଦିଲ୍ଲୀପ ସାହୁ, କିଶୋର ମହାପାତ୍ର, ଚିତ୍ତରଞ୍ଜନ ନାୟକ, ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀଙ୍କ ସହ ଶ୍ରୀ ସୃଜନ ଅନୁଷ୍ଠାନର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିବା ସହିତ ସହଯୋଗୀ ଅନୁଷ୍ଠାନ ଚମତ୍କାର, ନାଟ୍ୟଧାରାର ସଭ୍ୟ ସଭ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ…

Read More

କନ୍ଧନୟାଗଡ ସ୍ଥିତ କଳିଙ୍ଗ ଭାରତୀ ବିଦ୍ୟା ନିକେତନରେ ୭୬ତମ ସ୍ବାଧୀନତା ଦିବସ ପାଳିତ

ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ବ୍ଲକ କନ୍ଧନୟାଗଡ ସ୍ଥିତ କଳିଙ୍ଗ ଭାରତୀ ବିଦ୍ୟା ନିକେତନ ରେ ୭୬ ତମ ସ୍ବାଧୀନତା ଦିବସ ପାଳିତ ହୋଇଛି । ଦୀର୍ଘ ତିନି ଦିନ ହେଲା ୭୫ତମ ଅମୃତ ମହୋତ୍ସବ ବିଦ୍ୟାଳୟରେ ପାଳନକରାଯାଇଥିଲା । ପିଲାଙ୍କ ମଧ୍ୟରେ ଚିତ୍ର, ନୃତ୍ୟ, ବକ୍ତୃତା ପ୍ରତିଯୋଗିତାକରାଯାଇଥିଲା । ଉକ୍ତ ଉତ୍ସବ ରେ ନବୋଦୟ ବିଦ୍ୟାଳୟର ଓଡ଼ିଆ ଅଧ୍ୟାପକଅରୁଣ କୁମାର ଦାସ ପତାକା ଉତୋଳନ କରି ପିଲାମାନଙ୍କୁ ଅଭିବାଦନଜଣାଇଥିଲେ । ଅମୃତ ଉତ୍ସବ ନିମନ୍ତେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେଭାରତୀୟ ସଂସ୍କୃତି, ପରମ୍ପରା, ଉତ୍ସବ, କାଉଡ଼ିଆ, ବୀର ସ୍ବାଧୀନତା ସଂଗ୍ରାମୀମାନଙ୍କର ବେଶ ହୋଇ ଗ୍ରାମ ପରିକ୍ରମା କରିଥିଲେ । କନ୍ଧନୟାଗଡ ପଞ୍ଚାୟତ ସ୍ଥିତ ରଘୁ ଦିବକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମଲ୍ୟ ଗାନ୍ଧୀ ମଣ୍ଡପ ରେ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।…

Read More

ବାଲୁଗାଁ ବିଜେପି ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜାଦିକା ଅମୃତ ମହୋତ୍ସବ ଅବସରରେ ବାଲୁଗାଁ ବିଜେପି ପକ୍ଷରୁ ବାଲୁଗାଁ ପଞ୍ଚାୟତରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା I ଏହି ଅବସରରେ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ହରଘର ତ୍ରିରଙ୍ଗା ଅଭିଯାନ ନେଇ ବିଶାଳ ବାଇକ ଶୋଭାଯାତ୍ରା ମାଧ୍ୟମରେ ଜନସଚେତନତା ସୃଷ୍ଟି କରାଯାଇଥିଲା I ବାଲୁଗାଁ ବିଜେପି ନେତା ସଞ୍ଜୟ କୁମାର ନାୟକ ଓ ଅଜୟ କୁମାର ନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ବିଶାଳ ବାଇକ ଶୋଭାଯାତ୍ରାରେ ଜିଲ୍ଲା ବିଜେପି ସଭାପତି ଲାଲାମନୋଜ ରାୟ,ବିଜେପି ନେତା ସନ୍ତୋଷ କୁମାର ପ୍ରଧାନଙ୍କ ସମେତ ଶତାଧିକ ବଜେପି କାର୍ଯ୍ୟକର୍ତା ଯୋଗଦେଇଥିଲେ l

Read More

କୋରଡ଼ା ପଞ୍ଚାୟତରେ ବିଶାଳ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା

ନୂଆଗାଁ,(ନୟାଗଡ଼ ଦର୍ପଣ): ୭୬ତମ ସ୍ୱାଧୀନତା ଦିବସ ଅବସରରେ କୋରଡ଼ା ପଞ୍ଚାୟତରେ ଏକ ବିଶାଳ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି I ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅଧୀନ କୋରଡ଼ା ପଞ୍ଚାୟତରେ ଶତାଧିକ ସ୍ଥାନୀୟ ଲୋକେ ଏହି ବାଇକ ଶୋଭାଯାତ୍ରାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି I ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ର ଓ ସମାଜସେବୀ ଗୋଲଖ ବିହାରୀ ଗୋଛାୟତଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ବାଇକ ଶୋଭାଯାତ୍ରାରେ ଶତାଧିକ ସ୍ଥାନୀୟ ବାସିନ୍ଦା ବାଇକ ଶୋଭାଯାତ୍ରାରେ ସାମିଲ ହୋଇ ଭାରତ ମାତାର ଜୟଗାନ କରି ଗ୍ରାମ ପରିକ୍ରମା କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ଆଜିର ଏହି ଶୋଭାଯାତ୍ରାରେ ପାଞ୍ଚଶାଖା କୃଷକ କ୍ଲବର ଭଗବାନ ସାହୁ,ପ୍ରଫୁଲ କୁମାର ବାରିକି, ଅନନ୍ତ ସାହୁ,ହରେକୃଷ୍ଣ ସାହୁ, ଅନ୍ତର୍ଯ୍ୟାମୀ ସୁବୁଦ୍ଧି,ସମୀର ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ l

Read More

‘ରେଡକ୍ରସ ସ୍ଵେଚ୍ଛାସେବୀ ଅନୁଷ୍ଠାନ’ ଏବଂ ‘ସତ୍ୟମ କମ୍ପ୍ୟୁଟର’ର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ): ୭୬ତମ ସ୍ବାଧୀନତା ଦିବସ ଅବସରରେ ନୟାଗଡ଼ ରେଡକ୍ରସ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଏବଂ ସତ୍ୟମ କମ୍ପ୍ୟୁଟର ର ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ସତ୍ୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରୁ ୧୬ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ନୟାଗଡ଼ ରେଡକ୍ରସ ସ୍ଵେଚ୍ଛାସେବୀ ଅନୁଷ୍ଠାନର ପରାମର୍ଶଦାତା ବିଭୁତି ଭୁଷଣ ପଟ୍ଟନାୟକ ଏବଂ ସତ୍ୟମର ନିର୍ଦେଶକ ଧିରେନ୍ଦ୍ର କୁମାର ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଚାଲିଥିବା ଏ‌ହି ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଶ୍ରୀ ସନ୍ତୋଷ ଷଡ଼ଙ୍ଗୀ, ପବିତ୍ର ସାହୁ, ସୁଶାନ୍ତ ପାଇକରାୟ, ପ୍ରଦୀପ ବରାଡ ଏବଂ କାଜଲ ଡାକୁଆ ।

Read More

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସ୍ବରଚିତ ଦେଶାତ୍ମାବୋଧକ କବିତା ପାଠ ଉତ୍ସବ ନୟାଗଡ଼ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜିଲ୍ଲା ସାହିତ୍ୟ ଏକାଡେମୀ ସଦସ୍ୟ ଅଶୋକ କୁମାର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ଅତିଥି ଭାବେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ପୌରାଞ୍ଚଳର ଅଧ୍ୟକ୍ଷା ନିରୁପମା ଖଟେଇ, ପ୍ରାକ୍ତନ ଅଧ୍ୟକ୍ଷ ତଥା ସାହିତିକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବରିଷ୍ଠ ସାହିତିକା ବସିରନ ବିବି, ସାହିତ୍ୟିକ ଶେଖ ଅବଦୁଲ ଖାଲିକ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। ଅତିଥିମାନେ ଆଜିର ଦିବସ ଉପରେ ବହୁ ସାରଗର୍ଭକ ଅଭିଭାଷଣ ରଖିଥିଲେ। ନୟାଗଡ଼ର ୨୦ରୁ ଉର୍ଦ୍ଧ୍ଵ ସୁସାହିତ୍ୟିକ ସ୍ବରଚିତ ଦେଶାତ୍ମବୋଧକ କବିତା ପାଠ କରିଥିଲେ।…

Read More

ନୟାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ୭୬ତମ ସ୍ବାଧୀନତା ଦିବସ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜାଦୀର ଅମୃତ ମହୋତ୍ସବ ଅବସରରେସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ନୟାଗଡ଼ ପ୍ରାଙ୍ଗଣରେ ୭୬ତମ ସ୍ବାଧୀନତାଦିବସ ପାଳିତ ହୋଇଯାଇଅଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେହରେକୃଷ୍ଣ ମୁଦୁଲି, ଜିଲ୍ଲା ପ୍ରମୁଖ ପତାକା ଉତ୍ତୋଳନ କରିଥିଲେ । ସମ୍ମାନିତଅତିଥିଭାବେ ନବରଙ୍ଗପୁର ଜିଲ୍ଲା ବିକ୍ରମପୁର ଉଚ୍ଚ ବିଦ୍ୟାଳୟର ରାଜ୍ୟପାଳପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଭଗବାନ ସାହୁ ଉପସ୍ଥିତ ରହି ଭାରତରସ୍ବାଧୀନତା ସଂଗ୍ରାମରେ ଯେଉଁ ମହାପୁରୁଷମାନେ ନିଜ ଜୀବନକୁ ବାଜି ଲଗାଇଭାରତକୁ ସ୍ବାଧୀନତା ଦେଇଥିଲେ ସେମାନଙ୍କ ନାମ ନେଇ ଛାତ୍ରଛାତ୍ରୀ ମାନଙ୍କମଧ୍ୟରେ ଜାତୀୟତା ବାଦର ବିକାଶ ପାଇଁ ଆହ୍ବାନ ଦେଇ ଶହୀଦ ଉଦାମସିଂହଙ୍କ ବୀରତ୍ବର କାହାଣୀ ଶୁଣାଇଥିଲେ । ଉକ୍ତ ଉତ୍ସବରେ ବିଦ୍ୟାଳୟର ପ୍ରାୟ ୮୦୦ ରୁ ଉଦ୍ଧାର୍ ଛାତ୍ରଛାତ୍ରୀ, ଅଭିଭାବକ, ପରିଚାଳନା ସମିତି ସଦସ୍ୟ ଓ ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ…

Read More