ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ପ୍ରବାଦ ପୁରୁଷ ତଥା ପାଠାଗାର ଆନ୍ଦୋଳନର ସ୍ରଷ୍ଟା, ପ୍ରତିଷ୍ଠିତ ସଂଗ୍ରାହକ ଦାଶରଥି ପଟ୍ଟନାୟକ ଦାସିଆ ଅଜାଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ନୟାଗଡ କଚେରୀ ବଜାର ଠାରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାପନାର ପାଞ୍ଚବର୍ଷ ପୁରିବ। ଜିଲ୍ଲାର ଜିଲ୍ଲାପାଳ ହେଉଛନ୍ତି ଦାଶରଥି ପଟ୍ଟନାୟକ ଲାଇବ୍ରେରୀ ଟ୍ରଷ୍ଟର ଅଧ୍ୟକ୍ଷ, ମାତ୍ର ଜିଲ୍ଲାପାଳଙ୍କ ଦାୟିତ୍ୱହୀନତା ପାଇଁ ଦାସିଆ ଅଜାଙ୍କ ପ୍ରତିମୂର୍ତ୍ତି ରଙ୍ଗ ଛାଡ଼ି ବିକୃତ ହୋଇଗଲାଣି,ମଞ୍ଚ ରୁ ପଥର ଖସି ଗଲାଣି, କେତେବେଳେ ଭୁଶୁଡିବ। ସମ୍ଭାବନାକୁ ଅସ୍ବୀକାର କରାଯାଇ ନପାରେ। ଜିଲ୍ଲପାଳ ଏହି ରାସ୍ତା ଦେଇ ତାଙ୍କ କାର୍ଯ୍ୟାଳୟକୁ ଆସୁଛନ୍ତି ଯାଉଛନ୍ତି, କିନ୍ତୁ ମାଡାମଙ୍କ ଦୃଷ୍ଟି ପଡୁନି। ଆସନ୍ତା ୧୨ ସେପ୍ଟେମ୍ବର ହେଉଛି ଦାସିଆ ଅଜାଙ୍କ ପୁଣ୍ୟ ଜନ୍ମତିଥି, ଅନ୍ତତଃ ପକ୍ଷେ ଏହି ଯୋଗଜନ୍ମା ପୁରୁଷଙ୍କ ଜନ୍ମତିଥି ପୂର୍ବରୁ ଏହି ପ୍ରତିମୂର୍ତ୍ତିରେ ରଙ୍ଗ…
Read MoreCategory: ନୟାଗଡ଼
ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ସ୍ଥାପନା ପାଇଁ ଅନୁମତି ଦିଆଯାଉ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପ୍ରତିମୂର୍ତ୍ତି କମିଟି ଆବାହକ ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ ନୟାଗଡ଼ର ଦୁଇଟି ମହାବିଦ୍ୟାଳୟ ଯଥା ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷାଙ୍କୁ ମହାବିଦ୍ୟାଳୟ ପରିସରରେ ପ୍ରତିଷ୍ଠାତାମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନା ନିମନ୍ତେ ଚିଠି ମାଧ୍ୟମରେ ଜଣାଇଛନ୍ତି। ସୂଚନାଯୋଗ୍ୟ, ଦୀର୍ଘ ୬୫ ବର୍ଷ ତଳେ ବଣ ପାହାଡ଼ ଘେରା ଅନୁନ୍ନତ ନୟାଗଡ଼ରେ ଉଚ୍ଚଶିକ୍ଷାର ପ୍ରଚାର ଏବଂ ପ୍ରସାର ପାଇଁ ଦୀପ ପ୍ରଜ୍ଜ୍ୱଳନ ସଦୃଶ ନୟାଗଡ଼ କଲେଜ ନିର୍ମାଣ ପାଇଁ ଯେଉଁ କେତେଜଣ ବୁଦ୍ଧିଜୀବୀ ସ୍ଵପ୍ନ ଦେଖିଥିଲେ ସେମାନଙ୍କ ମଧ୍ୟରୁ ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ସମ୍ପାଦକ ସ୍ଵର୍ଗତଃ ଅକ୍ରୁର ମହାପାତ୍ର ଏବଂ ଅଧ୍ୟକ୍ଷ ସ୍ଵର୍ଗତଃ ଗୋପାଳ ଚନ୍ଦ୍ର ପଟ୍ଟନାୟକ ଅନ୍ୟତମ। ନୟାଗଡ଼ କଲେଜ ତା’ର ରୌପ୍ୟ ଜୟନ୍ତୀ, ସୁବର୍ଣ୍ଣ ଜୟନ୍ତୀ ପାଳନ କରି ସରରିଥିବା ବେଳେ ବର୍ତ୍ତମାନ…
Read More“ଶ୍ରୀ ସୃଜନ” ପଞ୍ଜିକରଣ ପ୍ରମାଣ ପତ୍ର ଓ ଗୁରୁ ବନ୍ଦନା ସଙ୍ଗୀତ” ଭିଡିଓ ଉନ୍ମୋଚିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡର ଅନ୍ୟତମ ଅଗ୍ରଣୀ ସଙ୍ଗୀତ ଅନୁଷ୍ଠାନ “ଶ୍ରୀ ସୃଜନ”, ନୟାଗଡ(କଳା-ସାହିତ୍ୟ-ସଂସ୍କୃତିର ଭାବମୟ ଉତ୍ତରଣ)ପକ୍ଷରୁ ନୟାଗଡ ପୁରୁଣା ସହରସ୍ଥ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ‘ଶ୍ରୀ ସୃଜନ’ ସଙ୍ଗୀତ ଅନୁଷ୍ଠାନର ଛାତ୍ର / ଛାତ୍ରୀ ମାନଙ୍କ ଦ୍ବାରା ଏକ ମନ ଛୁଆଁ ସଙ୍ଗୀତ ଆସର ହେବା ସହିତ “ଶ୍ରୀ ସୃଜନ” ପଞ୍ଜିକୃତ ହେବାର ପ୍ରମାଣପତ୍ର ଓ ଗୁରୁ ବନ୍ଦନା ଭିଡିଓ ଶ୍ରୀ ସୃଜନର ସଭାପତି ଡ. ବିଜୟ କୁମାର ଚୌଧୁରୀ,ଉପ ସଭାପତି ନିରୁପମା ପଟ୍ଟନାୟକ, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସୁର ଗନ୍ଧର୍ବ ନବକିଶୋର ମିଶ୍ର, କମ୍ରେଡ୍ ବିଶ୍ବନାଥ ମହାପାତ୍ରଙ୍କ ଉପସ୍ଥିତିରେ ଉନ୍ମୋଚିତ ହୋଇଯାଇଛି। ଗୀତିକାର ଶିକ୍ଷୟିତ୍ରୀ କାଦମ୍ବିନୀ ମହାପାତ୍ର, ଶ୍ରୀ ସୃଜନର ସଂପାଦିକା ଅଧ୍ୟାପିକା, କଣ୍ଠଶିଳ୍ପୀ, ସଙ୍ଗୀତ ନିର୍ଦ୍ଦେଶିକା ଜୟଶ୍ରୀ ଦେବୀ, କଣ୍ଠ ଦାନ କରିଛନ୍ତି ଅନୁଷ୍ଠାନର ଛାତ୍ର ସାଇଅମ୍ରିତ୍। ଉନ୍ମୋଚନ ସମୟରେ ଅନୁଷ୍ଠାନର କୋଷାଧ୍ୟକ୍ଷ…
Read Moreଶ୍ରମ ଅଧିକାରୀ ସଜାଡ଼ି ପାରିଲେନି ଶ୍ରମ କାର୍ଯ୍ୟାଳୟ, କାର୍ଯ୍ୟରୁ ନିଲମ୍ବନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ କାର୍ଯ୍ୟରୁନିଲମ୍ବିତ କଲେ ରାଜ୍ୟ ଶ୍ରମ ଆୟୁକ୍ତ ଡ଼ଃ. ଏନ୍ ତିରୁମାଲା ନାୟକ । ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀ ପାରିମିତା ମିଶ୍ର କାର୍ଯ୍ୟରେ ଅବହେଳା କରୁଥିବା ନେଇବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଅଧିକାରିଣୀ ନିଜ କାର୍ଯ୍ୟ ଶୈଳୀରେ ସୁଧାର ଆଣିନଥିଲେ । ଯାହାଫଳରେ ରାଜ୍ୟ ଶ୍ରମ ଆୟୁକ୍ତ ଡ଼ ଏନ୍ ତିରୁମାଲା ନାୟକ ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀ ପାରିମିତା ମିଶ୍ରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିବା ନେଇ ସୂଚନା ଦେଇଛନ୍ତି । କୋଭିଡ୍ ପରିଚାଳନାରେ ଅବହେଳା କରି ଦୁଇ ବର୍ଷ ତଳେ ପାରିମିତା ମିଶ୍ର ନିଲମ୍ବିତ ହୋଇଥିଲେ। ବିଭିନ୍ନ ସମୟରେ କାର୍ଯ୍ୟରେ ଅବହେଳା କରୁଥିବା ନେଇ ଜିଲ୍ଲାର ବିଭିନ୍ନ ଶ୍ରମିକ ସଂଗଠନ ଅଭିଯୋଗ କରିଥିଲେ । ଏନେଇ ଦୁଇ ଦିନ ତଳେ ଟୁଇଟରରେ ଅଭିଯୋଗ ଦେଖି ତତକ୍ଷଣାତ୍…
Read Moreନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ସଫଳତା, ଶୁଭମିତା ରାଜ୍ୟରେ ତୃତୀୟ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ଛାତ୍ରୀ ଶୁଭମିତା ନାୟକ କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୨ରେ ଉଦ୍ଭିଦ ବିଜ୍ଞାନରେ ସମଗ୍ର ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରି ନିଜ ବିଭାଗ ତଥା ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଗୌରବାନ୍ୱିତ କରିଛନ୍ତି। ଭବିଷ୍ୟତରେ ଶୁଭମିତା ଉଦ୍ଭିଦ ବିଜ୍ଞାନରେ ଗବେଷଣା କରି ଜଣେ ଭଲ ଅଧ୍ୟାପିକା ହେବାକୁ ଲକ୍ଷ୍ୟ ରଖିଛନ୍ତି। ଶୁଭମିତାଙ୍କ ଏହି ସଫଳତା ପାଇଁ ଉଦ୍ଭିଦ ବିଜ୍ଞାନ ବିଭାଗରେ ଖୁସିର ଲହରୀ ଖେଳିଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନ ଶୁଭମିତାଙ୍କ ସହ ଉଦ୍ଭିଦ ବିଜ୍ଞାନ ବିଭାଗର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
Read Moreମଶାରୀ ଟାଣି ସୋଇଥିବା ବେଳେ ଚିତି ସାପ କାମୁଡ଼ାରେ ଜଣେ ମୃତ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ଆଦର୍ଶ ଥାନା ଅଧିନ ବାହାଡାଝୋଲା ଫାଣ୍ଡି ଅନ୍ତର୍ଗତ ବେରୁଆଁବାରୀ ପଞ୍ଚାୟତର ମାଣ୍ଟୁଖମଣରେ ସାପକାମୁଡ଼ାରେ ଜନୈକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକ ଜଣଙ୍କ ଗଣପତି ଜାନି(୫୦) ଅଟନ୍ତି। ଖବର ଅନୁଯାୟୀ ରବିବାର ବିଳମ୍ବିତ ରାତିରେ ସେ ନିଜ ଘର ବାରଣ୍ଡାରେ ମଶାରୀ ଟାଣି ଶୋଇଥିବାବେଳେ ଏକ ଚିତିସାପ ତାଙ୍କୁ କାମୁଡି ଦେଇଥିଲା। ଗଣପତି ଚିତ୍କାରକରି ଡାକ ପକାଇବା ପରେ ତାର ମାମୁଁପୁଅ ଭାଇ ନାରାୟଣ ପ୍ରଧାନଙ୍କ ସମେତ ସ୍ଥାନୀୟ ଲୋକମାନେ ଜମାହୋଇଥିଲେ। ସଙ୍ଗେ ସଙ୍ଗେ ଅଟୋରିକ୍ସା ଯୋଗେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗଣପତିର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏ ସଂକ୍ରାନ୍ତରେ ଓଡ଼ଗାଁ ଆଦର୍ଶଥାନା ପକ୍ଷରୁ ୧୭/୨୦୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁକରାଯାଇଥିବା ଜଣାପଡିଛି।
Read Moreଓଡ଼ଗାଁ ବ୍ଲକର ୩୦୦ରୁ ଉର୍ଦ୍ଧ୍ବ ଅବସରପ୍ରାପ୍ତ ଗୁରୁଙ୍କୁ ନେଇ ଗୁରୁ ପୂଜନ କାର୍ଯ୍ୟକ୍ରମ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ କଲ୍ୟାଣ ମଣ୍ଡପ ଠାରେ ବ୍ଳକ ଗୁରୁ ଦିବସ ଅବସରରେ ବ୍ଳକ ଶିକ୍ଷା ସମୂହ ଦ୍ୱାରା ଆୟୋଜିତ ଗୁରୁ ପୂଜନ ଉତ୍ସବରେ ୩୦୦ରୁ ଉର୍ଦ୍ଧ୍ବ ଅବସରପ୍ରାପ୍ତ ପୂଜ୍ୟ ଗୁରୁ ଗୁରୁମାଙ୍କୁ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ସମ୍ବର୍ଦ୍ଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରଘୁନାଥ ସମବାୟ ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ଅଧିବାସ ପଣ୍ଡା, ପୂର୍ବତନ ପ୍ରଧାନଶିକ୍ଷକ ଗୌରଚନ୍ଦ୍ର ସାହୁ, ବ୍ଲକ ଉପାଧ୍ୟକ୍ଷା ମୀରା ନାୟକ, ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ, ଝିଲି ପ୍ରଧାନ, ପୂର୍ବତନ ସରପଞ୍ଚ ଦିବାକର ନାୟକ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ । ପ୍ରଥମେ ଗୁରୁ ଦିବସ ଉପଲକ୍ଷେ ପ୍ରତ୍ୟେକ ଗୁରୁଙ୍କୁ ଲୋକ ପ୍ରତିନିଧିମାନଙ୍କ ଦ୍ୱାରା ଫୁଲ ଚନ୍ଦନ ପ୍ରଦାନ ପୂର୍ବକ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବିଧାୟକ ଡ଼ ସାହୁ ନିଜ ବକ୍ତବ୍ୟରେ ପୁରାତନ ଶିକ୍ଷା ବ୍ୟବସ୍ଥା…
Read More୨୨ବର୍ଷର ପ୍ରଚାର ସର୍ବସ୍ବ ବିଜେଡ଼ି ସରକାରଙ୍କୁ ବିଜେପି ଯୁବ ମୋର୍ଚ୍ଚାର ୨୨ଟି ପ୍ରଶ୍ନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଦୀର୍ଘ ୨୨ବର୍ଷର ଶାସନରେ ବିଜେଡ଼ି ସରକାରଙ୍କ ମୁଖିଆଙ୍କୁ ୨୨ଟି ପ୍ରଶ୍ନ ପଚାରିଛି ଯୁବ ମୋର୍ଚ୍ଚା। ଏ ପ୍ରଶ୍ନ ଜଣଙ୍କର ନୁହେଁ ଏହି ପ୍ରଶ୍ନ ହେଉଛି ପ୍ରତ୍ୟେକ ଯୁବବର୍ଗଙ୍କ ପ୍ରଶ୍ନ । ନିଜର ବର୍ତ୍ତମାନ ଓ ଭବିଷ୍ୟତକୁ ନେଇ ଚିନ୍ତିତ ଥିବା ଯୁବବର୍ଗ ଏହି ପ୍ରଶ୍ନ ଗୁଡିକର ଉତ୍ତର ଚାହାନ୍ତି। ଓଡିଶାରେ ୨୨ବର୍ଷ ଧରି ଜଣେ ମୁଖ୍ୟମନ୍ତ୍ରୀ ଶାସନ ଦାୟିତ୍ବରେ ଅଛନ୍ତି । ବିଜେଡ଼ି ନିଜକୁ ୧ନମ୍ବର ସରକାର କହି ଡ଼ିଣ୍ଡିମ ପିଟୁଛି । ଦୁଇ ଦଶନ୍ଧିର ଶାସନ ଏବଂ ରାଜନୈତିକ ସ୍ଥିରତା ସତ୍ତ୍ବେ ଓଡିଶାର ଅଭିବୃଦ୍ଧି କଚ୍ଛପ ଗତିରେ ଚାଲିଥିବା ବେଳେ ଅପରାଧର ପେଣ୍ଠସ୍ଥଳି ଭାବେ ପରିଣତ ହେବାରେ ଲାଗିଛି । ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାରେ ସୁଦୀର୍ଘ ବେଳାଭୂମି, ପ୍ରଚୁର ଖଣିଜ ପଦାର୍ଥ, ପରିଶ୍ରମୀ ମାନବ…
Read Moreନୟାଗଡ଼ରେ ଗୁରୁ ଦିବସରେ ଗୁରୁ ପୂଜନ
ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ଗୁରୁଦିବସ ଅବସରରେ ନୟାଗଡ଼ ବ୍ଲକର ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସ୍ଥାନୀୟ ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ଼ଃ. ଅରୁଣ କୁମାର ସାହୁ ଯୋଗଦେଇ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ହିଁ ସମାଜର ଦିଗଦର୍ଶକ ଓ ସେମାନଙ୍କୁ ଅବହେଳା କରିବା ଉଚ୍ଚିତ ନୁହେଁ ବୋଲି ପ୍ରକାଶ କରିଥିଲେ । ଆଜିର ଶିକ୍ଷା ବ୍ୟବସ୍ଥା, ସାମାଜିକ ବ୍ୟବସ୍ଥା ଓ ଅର୍ଥନୈତିକ ବ୍ୟବସ୍ଥା ଉପରେ ବିଭିନ୍ନ ଅଭିଭାଷଣ ରଖିଥିଲେ । ଏଥିସହିତ ମୂଲ୍ୟବୋଧ ଶିକ୍ଷା ଉପରେ ସଚେତନ କରାଇବା ପାଇଁ ଡ଼ଃ. ସାହୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ସମ୍ମାନିତ ଅତିଥ୍ ଭାବେ ନୟାଗଡ଼ ଜିଲ୍ଲାପାଳ ଡା. ପୋମା ଟୁଡୁ ଯୋଗଦେଇ ସରକାରଙ୍କର ବିଭିନ୍ନ ଉନ୍ନତି ମୂଳକ ଶିକ୍ଷା ବ୍ୟବସ୍ଥା…
Read Moreନୟାଗଡ଼ ସଦର ମହକୁମାରେ ଜିଲ୍ଲାସ୍ତରୀୟ ଜନଶୁଣାଣୀ ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପଂଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ଡା. ଟୁଡ଼ୁ ଲୋକମାନଙ୍କର ବିଭିନ୍ନ ଅଭିଯୋଗ ଶୁଣିଥିଲେ । ଆଜି ସମୁଦାୟ ୧୫୧ଗୋଟି ଅଭିଯୋଗ ପଂଜିକୃତ ହୋଇଥିଲା । ସେଥିମଧ୍ୟରୁ ବ୍ୟକ୍ତିଗତ ଭାବେ ୧୩୭ଗୋଟି ଅଭିଯୋଗ, ସାମୁହିକ ଗ୍ରାମ ବିବାଦ ୦୨ଗୋଟିର ଶୁଣାଣି କରାଯାଇ ସମୁଦାୟ ୫୧ଗୋଟି କେସର ତତ୍କାଳ ସମାଧାନ କରାଯାଇଥିଲା। ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ୦୬ଜଣ ଦରଖାସ୍ତକାରୀଙ୍କୁ ଟ.୬୫୦୦୦/-( ପଅଁଷଠି ହଜାର ଟଙ୍କା) ଆର୍ଥିକ ଅନୁଦାନ ଏବଂ ଜିଲ୍ଲା ରେଡ୍କ୍ରସ ସଂସ୍ଥାରୁ ୦୬ଜଣ ଦରଖାସ୍ତକାରୀଙ୍କୁ ଟ.୫୭୦୦୦/- (ସତାବନ ହଜାର ଟଙ୍କା) ଆର୍ଥିକ ଅନୁଦାନ ଅନୁମୋଦନ କରାଯାଇଥିଲା । ଅବଶିଷ୍ଟ କେସଗୁଡ଼ିକୁ ସାମାଧାନ ନିମନ୍ତେ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା ।ଏହି ଜନଶୁଣାଣି ଶିବିରରେ ଆରକ୍ଷୀ…
Read More