ନୟାଗଡ଼,(ନୟାଗଡ଼ ଦର୍ପଣ): ଦିନକୁ ଦିନ ବିଶ୍ୱତାପନ ବୃଦ୍ଧି ପାଇବା ସହ ଗ୍ରୀଷ୍ମ ଦିନେ ଜଳାଶୟ ଶୁଷ୍କ ହେବାକୁ ଲାଗିଲାଣି। ଏଭଳି ପରିସ୍ଥିତିରେ ପକ୍ଷୀମାନଙ୍କ ଜଳ ପାନ ପାଇଁ ବିଶେଷ ଅସୁବିଧାକୁ ଦେଖି ‘ଅନନ୍ୟା ଫାଉଣ୍ଡେସନ୍’ ପକ୍ଷରୁ ଆଜି ପ୍ରତାପପ୍ରସାଦ-ଦର୍ପନାରାରୟପୁର ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ବରେ ଜଳ ପାତ୍ରର ବ୍ୟବସ୍ଥା କରା ଯାଇଅଛି। ଆଗକୁ ଏଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସୂଚନା ମିଳିଛି। ଖୁବଶୀଘ୍ର ଅନୁଷ୍ଠାନ ତରଫରୁ ପଶୁ ମାନଙ୍କ ପାଇଁ ସିମେଣ୍ଟ ଜଳକୁଣ୍ଡର ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମ ଦ୍ଵାରା ପ୍ଲାଷ୍ଟିକ ବୋତଲ ପୁନଃ ବ୍ୟବହାର କରାଯାଉଛି। ଏଭଳି କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।
ଅନନ୍ୟା ଫାଉଣ୍ଡେସନ୍ ପକ୍ଷରୁ ପକ୍ଷୀଙ୍କ ପାଇଁ ଜଳପାନ ବ୍ୟବସ୍ଥା
