ନୟାଗଡ଼ରେ ଗଢ଼ି ଉଠିଥିବା ‘ସିଭିଲ ସୋସାଇଟ’ର ବାର୍ଷିକ ଉତ୍ସବ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହର ମଧ୍ୟରେ ଥିବା ନୀଳମାଧବ
କଲ୍ୟାଣ ମଣ୍ଡପ ଠାରେ ସିଭିଲ ସୋସାଇଟର ବାର୍ଷିକ ଉତ୍ସବ ଅନୁଷ୍ଠିତ
ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ.ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ, ନୟାଗଡ଼ ପୌରାଞ୍ଚଳ ଅଧ୍ୟକ୍ଷା ନିରୁପମା ଖଟେଇ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ
କିଶୋର ଚନ୍ଦ୍ର ସାହୁ, ସିଭିଲ ସୋସାଇଟର ସଭାପତି ଗୋଦାବରୀ ସାହୁ ଓ
ସଂପାଦକ ଧନେଶ୍ବର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ। ସମାଜସେବୀ ଭଗବତୀ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ଉତ୍ସବରେ
ସଭାପତି ଗୋଦାବରୀ ସାହୁ ସିଭିଲ ସୋସାଇଟର ମୁଖ୍ୟ ଉଦ୍ଦେଶ୍ୟ ଉପରେ
ଆଲୋକପାତ କରିଥିଲେ । ନୟାଗଡ଼ ସିଭିଲ ସୋସାଇଟ ନୟାଗଡ଼ ଜନ ସାଧାରଣଙ୍କ ସେବାରେ ଉତ୍ସର୍ଗିକୃତ ବୋଲି ପ୍ରକାଶ କରିଥିଲେ । ନୟାଗଡ଼ରେ ଏକ ମେଡିକାଲ କଲେଜ ସ୍ଥାପନ, ଆଇନ ମହାବିଦ୍ୟାଳୟ ସ୍ଥାପନ, ସଂଗ୍ରହାଳୟ, ବିଜ୍ଞାନ ସମାଜ, ସ୍ମୃତି ବନ ନିର୍ମାଣ, ଟାଉନ ବସ ଚଳାଚଳ ଓ ସର୍ବୋପରି ନୟାଗଡ଼ର ସର୍ବାଙ୍ଗିନ ବିକାଶ ପାଇଁ ସରକାରଙ୍କ ସମସ୍ତ ଯୋଜନାରେ ସହଯୋଗ କରିବା ପାଇଁ ଏହି ଅନୁଷ୍ଠାନ ଅଙ୍ଗୀକାର ବୋଧ ବୋଲି ପ୍ରକାଶ କରିଥିଲେ ।

ଏହି ଅବସରରେ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁଙ୍କୁ “ନ୍ୟାସନାଲ ବିଲ୍ମର ଆୱାର୍ଡ” ଦେଇ ସମ୍ମାନିତ କରାଯାଇଥିଲା। ସେହିଭଳି ଜିଲ୍ଲାରେ ବେଶ ଜଣାଶୁଣା ସୁରେଶ ଚନ୍ଦ୍ର ହୋତାଙ୍କୁ “କୃଷି ଓ ପରିବେଶବିତ” ସମ୍ମାନ, କେଦାର ସାହୁଙ୍କୁ “ସାଧବ ପୁଅ”, ବିଭୁତି ଭୁଷଣ ପଟ୍ଟନାୟକଙ୍କୁ “ଅନ୍ନଦାତା ସମ୍ମାନ”, ସଂଯୁକ୍ତା କୁମାରୀ ଦାସଙ୍କୁ “ସରୋଜିନୀ ନାଇଡୁ” ସମ୍ମାନ, ଅଶ୍ବିନୀ କୁମାର ଜେନାଙ୍କୁ “ଜୀବନ ଦାତା” ଏବଂ ପ୍ରତିମା କୁମାରୀ ଦେଇଙ୍କୁ “ଜୀବନ
ବିନ୍ଦୁ” ସମ୍ମାନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସିଭିଲ ସୋସାଇଟର ବରିଷ୍ଠ ଉପଦେଷ୍ଟା ଶ୍ରୀକାନ୍ତ ଖଟେଇ ଓ ନିରଞ୍ଜନ ମିଶ୍ରଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଯୋଗଦେଇଥିବା ସମସ୍ତ ଅତିଥିମାନେ ସିଭିଲ ସୋସାଇଟର କାର୍ଯ୍ୟକୁ ପ୍ରଶଂସା କରିଥିଲେ । ସିଭିଲ ସୋସାଇଟ ପକ୍ଷରୁ ମହିଳା ସାଙ୍ଗଠନିକ ଦାୟିତ୍ଵ ନୀଳିମା ନନ୍ଦଙ୍କୁ ଦାୟିତ୍ଵ ପ୍ରଦାନ କରିଥିବା ବେଳେ ବିପର୍ଯୟ ପରିଚାଳନା ପାଇଁ ଶରତ କୁମାର ସାହୁଙ୍କ ଦାୟିତ୍ବ ପ୍ରଦାନ କରାଯାଇଛି । ପରିଶେଷରେ ସିଭିଲ ସୋସାଇଟର ଉପଦେଷ୍ଟା ଶ୍ରୀକାନ୍ତ ଖଟେଇ ଧନ୍ୟବାଦ ଅର୍ପଣ କରିଥିଲେ ।

Related posts