ନୟାଗଡ଼,(ନୟାଗଡ଼ ଦର୍ପଣ): ମା ଭୈରବୀ କବାଡ଼ି କ୍ଳବ୍ ତରଫରୁ ଅଷ୍ଟମ ରାଜ୍ୟସ୍ତରୀୟ ଦିବା ରାତ୍ର କବାଡି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇ ଯାଇଛି। ଏଥିରେ ରାଜ୍ୟର ବହୁ ନାମିଦାମୀ ଉଭୟ ପୁରୁଷ ଓ ମହିଳା ଦଳ ଯୋଗ ଦେଇଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ପନ୍ଦର ନମ୍ୱର୍ ଜୋନର ଜିଲ୍ଲା ପରିଷଦ ସରୋଜ ରଣସିଂ, osfdc ର ରାଜ୍ୟ ନିର୍ଦ୍ଦେଶକ ଦୁର୍ଯ୍ୟୋଧନ ବେହେରା, ଯୁବ ନେତା ଅର୍ଜ୍ଜୁନ ପଣ୍ଡା, ଅମୂଲ୍ୟ ସାହୁ,ରବି ଜେନା, ସତ୍ୟ ପଟ୍ଟନାୟକ, ବାଲୁଗାଁ ଯୁବ ସରପଞ୍ଚ ମନୋଜ ନାୟକ, ଈକିରି ସରପଂଚ ରଞ୍ଜିତା ଦାସ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ। ଆଜିର ଟୁର୍ଣ୍ଣାମେଣ୍ଟ ଆସ୍କା, କିଶୋର କ୍ଲବ୍ ଭୁବନେଶ୍ୱର, ଯାଜପୁର, କଟକ ଭିତରେ ଅନୁଷ୍ଠିତ ହୋଇଥିଲା। ଆସନ୍ତା କାଲି ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବାକୁ ଅଛି। ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଅରୁଣ ସାହୁ ଓ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଅତିଥି ଭାବେ ଯୋଗ ଦେବେ ବୋଲି ସୂଚନା ମିଳିଛି। ସ୍ଥାନୀୟ କ୍ରୀଡ଼ା ପ୍ରେମୀ ଉକ୍ତ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ମା ଭୈରବୀ କ୍ଳବର ସମସ୍ତ ସଦସ୍ୟ ସହଯୋଗ କରିଥିବା ବେଳେ ସ୍ଥାନୀୟ ଯୁବ ସରପଞ୍ଚ ଦେବାଶିଷ, ସମାଜସେବୀ ନୀଳମଣି ସ୍ୱାଇଁ ପରିଚାଳନା କରିଥିଲେ। ସମାଜସେବୀ ପୂର୍ଣ୍ଣ ଚନ୍ଦ୍ର ନାୟକ, ସମାଜସେବୀ ବସନ୍ତ ପଲେଇ ସହଯୋଗ କରିଥିଲେ।
ମା ଭୈରବୀ କବାଡ଼ି କ୍ଳବ୍ ପକ୍ଷରୁ ଦିବା ରାତ୍ର କବାଡି ଟୁର୍ଣ୍ଣାମେଣ୍ଟ
