ଦଶପଲ୍ଲା,(ନୟାଗଡ଼ ଦର୍ପଣ): ବାଣିଗୋଛା କଲେଜରୁ ବାଇକ ଚୋରୀ, ଲୋକଙ୍କ ପାଟି ଶୁଣି, ଚୋରମାନେ ଆସିଥିବା OD 27 B2440 ପଲସର ମୋଟର ସାଇକେଲ ଛାଡି ଚମ୍ପଟ୍ ମାରିଛନ୍ତି । ଆଜି ଭୋର ସାଢେ ୪ଟା ସମୟରେ ବାଣୀଗୋଛା କଲେଜର ସାଇଟ ଗେଟ ଭାଂଗି ଦୁର୍ବୁତ୍ତମାନେ କଲେଜ ପ୍ରିନ୍ସପାଲଙ୍କ OD O2 8857 ଆପାଚୀ ଗାଡି ଧରି ଚମ୍ପଟ ମାରିଛନ୍ତି। କିନ୍ତୁ ଠିକ ସେହି ସମୟରେ ଲୋକମାନେ ଉଠିପଡିବାରୁ ଚୋରମାନେ, ଆଣିଥିବା ନିଜ ଗାଡି ଛାଡି ପଳେଇ ଯାଇଛନ୍ତି । ପ୍ରକାଶ ଥାଉକି, ବାଣୀଗୋଛା ବଜାରରୁ, ୧ମାସ ପୁର୍ବରୁ ଏକ ବାଇକ ଚୋରୀ ହୋଇଛି ଏବଂ ଗତବର୍ଷ ଏକ ଟ୍ରାକ୍ଟର ଚୋରୀ ହେଇଥିଲା ଏବଂ ୩ମାସ ପୁର୍ବରୁ ଏକ ମାକ୍ସପିକ୍ ଅପ୍ ଚୋରି ହୋଇଥିଲା।
Read MoreCategory: ନୟାଗଡ଼
ହତ୍ୟା କଲା ସ୍ୱାମୀ ଡେମୋ ଦେଖାଇଲା ସ୍ତ୍ରୀ
କଟକରେ ପ୍ରେମ, ନୟାଗଡ଼ରେ ହତ୍ୟା ନୂଆଗାଁ(ନୟାଗଡ଼ ଦର୍ପଣ): ପରିଶେଷରେ କଳ୍ପନା ଜଳ୍ପନାର ଅନ୍ତ ଘଟିଛି।ଶୈଳେନ୍ଦ୍ର ହତ୍ୟାକାଣ୍ଡର ହୋଇଛି ପର୍ଦାଫାସ। ନୟାଗଡ ଜିଲ୍ଲା ନୂଆଗାଁ ଥାନା ମହିପୁର ନିକଟସ୍ଥ ପାଟୁଳିସାହି ଗ୍ରାମରେ ସୈଳେନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ନେଇ ନୂଆଗାଁ ପୁଲିସ ୨୦୨/୨୨ରେ ଏକ ମାମଲା ରୁଜୁ କରି ମୁଖ୍ୟ ଅଭିଯୁକ୍ତ ଦିପୁ ସାହୁ ଓ ସୁନିତା ସାହୁକୁ ଗିରଫ କରିଛି। ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ପାଟକୁରାର ସୈଳେନ୍ଦ୍ର ଜେନା (୪୦)କଟକ ଲାଲବାଗ ଥାନା ଅର୍ନ୍ତଗତ ସତୀ ଚଉରା ମହାନ୍ତି ପଡ଼ା ଲେନରେ ଘରଭଡ଼ା ନେଇ ରହୁଥିଲେ। କଟକ ଝାଞ୍ଜିରମଙ୍ଗଲାରେ ନୂଆଗାଁ ବ୍ଲକ୍ ମହିପୁର ପାଟୁଳି ସାହି ଗ୍ରାମର ଦିପୁ ଓ ତାର ସ୍ତ୍ରୀ ସୁନିତା ସାହୁ ରହି ଦହିବରା ବ୍ୟବସାୟ କରୁଥିଲେ। ସେଠାରେ ସୈଳେନ୍ଦ୍ରଙ୍କ ସହ ଦିପୁର ବନ୍ଧୁତା ହେବା ପରେ ଦିପୁ ଘରକୁ ସୈଳେନ୍ଦ୍ରର ଯିବା ଆସିବା…
Read Moreମରଣ ଜନ୍ତା ପାଲଟିଛି ଉପର ମଣିନାଗ ରାସ୍ତା, ପାଣିରେ ପଡ଼ିଲା ୪କୋଟି ଟଙ୍କା
ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ପାହାଡ଼ ଶିଖରରେ ଥିବା ମଣିନାଗ ପୀଠର ରାସ୍ତାଟି ନିର୍ମାଣର ଅଳ୍ପ କିଛି ବର୍ଷ ମଧ୍ୟରେ ସମ୍ପୂର୍ଣ ନଷ୍ଟ ହୋଇ ଗଲାଣି। ଏହି ରାସ୍ତା ଦେଇ ଯିବାଆସିବା କରିବା ପାଇଁ ପର୍ଯ୍ୟଟକ ସୁରକ୍ଷିତ ମନେ କରୁ ନାହାନ୍ତି। ତଳ ମଣିନାଗ ପୀଠରୁ ଉପର ମଣିନାଗ ପୀଠକୁ ଯିବା ପାଇଁ ତିଆରି ହୋଇଥିଲା ଏହି ୫କିମି ଲମ୍ବର ଘାଟି ରାସ୍ତା। ଏଥିପାଇଁ 4 କୋଟି ଟଙ୍କା ବ୍ୟୟ ହୋଇଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମିତ ଏହି ରାସ୍ତାର ଅର୍ଥ ପାଣିରେ ପଡ଼ିଥିବା ଚର୍ଚ୍ଚା ହେଉଛି। ପ୍ରଥମେ ନିର୍ମାଣ କାର୍ଯ୍ୟ ସରିବାର କିଛି ମାସ ପରେ ବ୍ୟବହାର ପୂର୍ବରୁ ରାସ୍ତା ଦୁଇ ଫାଳ ହୋଇ ଧସି ଆସିଥିଲା। ବର୍ଷା ଦିନେ ଏହି ରାସ୍ତା ଦୁଇ କଡ଼ରୁ ପାହାଡ଼ ଧସି ଥାଏ। ତଳୁ ଉପର ପର୍ଯ୍ୟନ୍ତ ମୋଟ…
Read Moreଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଜିଲ୍ଲା ବିଜୁ ଶ୍ରମିକ ସାମ୍ମୁଖ୍ୟର ସମ୍ପାଦକଙ୍କ ଆମରଣ ଅନଶନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଆଗରେ ଗତ ଅକ୍ଟୋବର ୨୭ତାରିଖ ଦିନ ବିଜୁ ଶ୍ରମିକ ସାମ୍ମୁଖ୍ୟ ନେତୃତ୍ବରେ କାବ୍ୟରତ ନିର୍ମାଣ ଶ୍ରମିକ ମହାସଂଘ ଓ ନିର୍ମାଣ ଶ୍ରମିକ ଫେଡେରେସନ୍ ପକ୍ଷରୁ ଶହ ଶହ ଶ୍ରମିକ ଧାରଣା ଦେଇଥିଲେ । ଶ୍ରମ ବିଭାଗର ଅପାରଗତା ଏବଂ ସ୍ଥାଣୁତାକୁ ନେଇ ଧାରଣା ଦିଆଯାଇଥିବା ବେଳେ ପଡ଼ି ରହିଥିବା ସହାୟତା ରାଶିକୁ ନିର୍ଦ୍ଦିଷ୍ଟ ସମୟ ଭିତରେ ପ୍ରଦାନ କରିବା, ଅନଲାଇନ ଆବେଦନ କାରୀଙ୍କୁ ତୁରନ୍ତ ପରିଚୟ ପତ୍ର ପ୍ରଦାନ, ଅଣସଂଗଠିତ ଶ୍ରମିକମାନଙ୍କୁ ପରିଚୟ ପତ୍ର ଦେବାରେ ପାତରଅନ୍ତର ବନ୍ଦ କରାଯାଉ, ମୃତ୍ୟୁ ସହାୟତା ଏକ ମାସ ମଧ୍ୟରେ ପ୍ରଦାନ କରାଯାଉ, କାବ୍ୟରେ ଅବହେଳା କରୁଥିବା କର୍ମଚାରୀ ବିରୁଦ୍ଧରେ ଦୃଢ଼କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରଯାଇଥିଲା । ଦୀର୍ଘସମୟ ଧରିଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରାଉ କରାଯିବା ପରେ ପ୍ରଭାଗୀୟ…
Read Moreଦଶପଲ୍ଲା ବୃନ୍ଦାବନ ସୁବୁଦ୍ଧି ମହାବିଦ୍ୟାଳୟରେ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ
ଦଶପଲ୍ଲା,(ନୟାଗଡ଼ ଦର୍ପଣ):- ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବୃନ୍ଦାବନ ସୁବୁଦ୍ଧି ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷ ଇତିହାସ ବିଭାଗର ଛାତ୍ରଛାତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟରେ ମହାଆଡ଼ମ୍ବରରେ ପ୍ରବେଶ ଉତ୍ସବ ପାଳିତ ହୋଇଥିଲା। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଥିବାବେଳେ ସମ୍ନାନୀତ ଅତିଥି ଭାବେ ଅଧ୍ୟାପକ ନିହାର ରଞ୍ଜନ ପଣ୍ଡାଙ୍କ ସମତେ ଇତିହାସ ବିଭାଗର ଅଧ୍ୟାପକ ଦିଲ୍ଲୀପ କୁମାର ବାରିକ ଓ ଦିବ୍ୟଜ୍ୟୋତି ପ୍ରଧାନ ଏବଂ ଅଧ୍ୟାପିକା ଆଇସା ପର୍ବିନ୍ ଉପସ୍ଥିତ ଥିଲା। ଇତ୍ୟବସରରେ +୩ ଦ୍ଵିତୀୟ ଓ ତୃତୀୟ ବର୍ଷ ଇତିହାସ ବିଭାଗର ଛାତ୍ରଛାତ୍ରୀମାନେ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ଙ୍କୁ ସ୍ଵାଗତ କରିଥିଲେ। ପାରସ୍ପରିକ ସହଯୋଗ ମନୋବୃତି ରଖି କାର୍ଯ କରିବା ନିମନ୍ତେ ମତପ୍ରକାଶ ପାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ…
Read Moreବିପୁଳ ପରିମାଣର କଫ୍ ସିରପ୍ ଜବତ, ଜଣେ ଗିରଫ
ଦଶପଲ୍ଲା,ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଦଶପଲ୍ଲା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ବେଳେ, ଜଣେ ବ୍ୟବସାୟୀଙ୍କ ଠାରୁ ୧୬୦ ବୋତଲ କଫ ସିରପ ଜବତ କରିବା ସହିତ ତାଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ବ୍ୟବସାୟୀ ଜଣଙ୍କ ହେଲେ ଦଶପଲ୍ଲା ଏସ୍ଏସି ଅନ୍ତର୍ଗତ ମହୁଲିଆ ଗ୍ରାମର ଲକ୍ଷ୍ମୀଧର ପ୍ରଧାନ(୩୬)। ସୂଚନାରୁ ପ୍ରକାଶ ଲକ୍ଷ୍ମୀଧର ବେଆଇନ୍ ଭାବେ କଫ ସିରପ ବ୍ୟବସାୟ କରିଆସୁଥିଲେ । ଯାହାକୁ ନେଇ କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲେ ଜିଲ୍ଲା ଅବକାରୀ ବିଭାଗ। ଅବକାରୀ ବିଭାଗର ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ବତନ୍ତ୍ର ଟିମ ମହୁଲିଆ ଗ୍ରାମରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ଲକ୍ଷ୍ମୀଧର ପ୍ରଧାନଙ୍କ ଠାରୁ ୧୬୦ ବୋତଲ କଫ ସିରପ ଜବତ କରିବା ସହିତ ତାଙ୍କୁ ଅଟକ ରଖ୍ ପଚରା ଉଚୁରା…
Read Moreଭାପୁର ବ୍ଲକ୍ରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର
ଭାପୁର,(ନୟାଗଡ଼ ଦର୍ପଣ): ଭାପୁର ପଂଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ଶ୍ରୀ ସାହୁ ଲୋକମାନଙ୍କର ବିଭିନ୍ନ ଅଭିଯୋଗ ଶୁଣିଥିଲେ । ସମୁଦାୟ ୧୧୦ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ସେଥିମଧ୍ୟରୁ ବ୍ୟକ୍ତିଗତ ଭାବେ ୮୫ଟି ଅଭିଯୋଗ, ସାମୁହିକ ଗ୍ରାମ ବିବାଦ ୦୫ଗୋଟିର ଶୁଣାଣି କରାଯାଇ ସମୁଦାୟ ୫୮ଗୋଟି କେସର ତତ୍କାଳ ସମାଧାନ କରାଯାଇଥିଲା । ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ୨୦ଜଣ ଦରଖାସ୍ତକାରୀଙ୍କୁ ଆର୍ଥିକ ସହାୟତା ମଂଜୁର କରାଯାଇଥିଲା । ଅବଶିଷ୍ଟ କେସଗୁଡ଼ିକୁ ସାମାଧାନ ନିମନ୍ତେ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଜନଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ଉମାକାନ୍ତ ମଲ୍ଲିକ, ମୁଖ୍ୟ ଉନ୍ନୟନ ଅଧିକାରୀ- ତଥା-କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ…
Read Moreସ୍ଵର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କଲା ଜନଶକ୍ତି ଉଚ୍ଚ ବିଦ୍ୟାଳୟ
ମହାସମାରୋହରେ ଉଦଯାପିତ ହେଲା ସୁବର୍ଣ୍ଣ ଜୟନ୍ତୀ ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଳକ ଅନ୍ତର୍ଗତ ସ୍ଥାନୀୟ ଚାହାଳି ସ୍ଥିତ ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟର ତିନିଦିନ ଧରି ଚାଲିଥିଲା ସୁବର୍ଣ୍ଣ ଜୟନ୍ତୀ ଆଜି ମହାସମାରୋହରେ ଉଦଯାପିତ ହୋଇଯାଇଛି।ଆଜିର କାର୍ଯ୍ୟକ୍ରମର କାର୍ଯ୍ୟକ୍ରମରେ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଧାନ ଚନ୍ଦ୍ର ରାୟ ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଦ୍ୟାଳୟର ଉନ୍ନତି ପାଇଁ ପୁରାତନ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟସହ ଯୋଡିବା ଗୁଣାତ୍ମକ ଶିକ୍ଷାର ବଳିଷ୍ଠ ମାଧ୍ୟମ ବୋଲି କହିଥିଲେ । ସମ୍ମାନୀତ ଅତିଥିଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ନିଜ ସ୍କୁଲ ଜୀବନ ଓ ରାଜ୍ୟ ସରକାରଙ୍କ ଶିକ୍ଷା ଉପରେ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ, ଅନ୍ୟତମ ସମ୍ମାନୀତ ଅତିଥି ନୂଆଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ପ୍ରମୋଦ କୁମାର ନାୟକ ତାଙ୍କ ବକ୍ତବ୍ଯରେ କହିଥିଲେ ଯେ ୫ଟି ଆନୁକୁଲ୍ୟରେ…
Read Moreଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ବିଜ୍ଞାନ ମେଳା
ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ଥାନୀୟ ହାଉସିଂ ବୋର୍ଡ କଲୋନୀ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ସଂଯୋଜନା ରେ ବାର୍ଷିକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି।କୁନି କୁନି ବୈଜ୍ଞାନିକମାନଙ୍କ ଦ୍ବାରା ଏହି ବିଜ୍ଞାନ ମେଳାରେ ମୋଟ ୧୫୧ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ସକାଳ ୧୦ଟାରେ କାର୍ଯ୍ୟକ୍ରମ ଉଦଘାଟନ ହୋଇଥିଲା ବେଳେ ଅପରାହ୍ନ ୨ଟାରେ ଶରଣକୁଳ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ଯକ୍ଷ ତଥା ନୟାଗଡ଼ ଜିଲ୍ଲା ସଂସ୍କୃତ ବିକାଶ ପରିଷଦର ଅଧ୍ଯକ୍ଷ ବିଜୟ କୁମାର ରଥଙ୍କ ଅଧ୍ଯକ୍ଷତାରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବ ରେ ମୁଖ୍ଯ ଅତିଥି ଭାବେ ଓଡିଶାର ପ୍ରଥମ ମହିଳା ଆର୍କିଟେକଚର ଇଂ. ଗୀତା ପଟ୍ଟନାୟକ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଦୈନନ୍ଦିନ ଜୀବନ ରେ ବିଜ୍ଞାନର ବ୍ଯବହାର ବିଷୟରେ ଆଲୋଚନା କରିବା ସହିତ ପ୍ରତ୍ଯେକ…
Read Moreଫାଇନାଲରେ ପ୍ରବେଶ କଲେ ଶ୍ରେଷ୍ଠ ଦଶଜଣ ଯୁବ କଣ୍ଠଶିଳ୍ପୀ
ଭଏସ୍ ଅଫ ନୟାଗଡ଼ ସିଜିନ୍ ୩ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ଯୁବ କଣ୍ଠଶିଳ୍ପୀମାନଙ୍କ ପ୍ରତିଭାର ବିକାଶ ପାଇଁ ନୟାଗଡ଼ କ୍ଳବ ଦ୍ଵାରା ଆୟୋଜିତ ଭଏସ୍ ଅଫ୍ ନୟାଗଡର ସେମିଫାଇନାଲରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଚୟନ ହୋଇଥିବା ତିରିଶ ଜଣ ଯୁବ କଣ୍ଠଶିଳ୍ପୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏହି ସଂଗୀତ ପ୍ରତିଯୋଗିତାର ସେମିଫାଇନାଲ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଏବଂ ନୟାଗଡ଼ ପୈ।ରପରିଷଦର ଅଧ୍ୟକ୍ଷା ନିରୁପମା ଖଟେଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନୟାଗଡ଼ କ୍ଳବର ଏହି ଉଦ୍ୟମକୁ ଭୂୟସୀ ପ୍ରଶଂସା କରିବା ସହ ଏହି କାର୍ଯ୍ୟକ୍ରମଟି ନୟାଗଡ଼ ଜିଲ୍ଲାର ପ୍ରତିଭା ସମ୍ପନ୍ନ ଯୁବ କଣ୍ଠଶିଳ୍ପୀଙ୍କ ପାଇଁ ଏକ ସୁଯୋଗ ବୋଲି ମତବ୍ୟକ୍ତ କରିଥିଲେ। ଭଏସ ଅଫ୍ ନୟାଗଡର ସଂଯୋଜକ ଧୀରେନ୍ଦ୍ର ପଟ୍ଟନାୟକ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ…
Read More