ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ‘ଘର ହିଁ ବିଦ୍ୟାଳୟ ପ୍ରକଳ୍ପ’ର ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମତୀ ସ୍ବର୍ଣ୍ଣଲତା ସାହୁ ଦୀପ ପ୍ରଜ୍ବଳନ କରିଥିଲେ। ଶ୍ରୀମତୀ ଭାଗ୍ୟଲତା ସାହୁ (ଶିଶୁବାଟିକା ପ୍ରମୁଖା) ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଅମ୍ବିକା ପ୍ରସାଦ ପଟ୍ଟନାୟକ ଶିଶୁର ସମଗ୍ର ବିକାଶରେ ପିତାମାତାଙ୍କ ଭୂମିକା ବିଷୟରେ ମାର୍ଗଦର୍ଶନ କରିଥିଲେ। ଜୀବନ କହିଲେ ଶିକ୍ଷା, ଶିକ୍ଷା କହିଲେ ଜୀବନକୁ ବୁଝାଏ । ଶିକ୍ଷା, ଚରିତ୍ର, ସଂସ୍କୃତିର ମିଳନରେ ଶିଶୁର ବିକାଶ ହୋଇଥାଏ। ସମାଜରେ ପ୍ରତ୍ୟେକ ବ୍ୟକ୍ତି ହିଁ ଶିଶୁର ପ୍ରଶିକ୍ଷକ। ପରିବେଶରୁ ହିଁ ଶିକ୍ଷା ମିଳିଥାଏ । ଧନ୍ୟବାଦ ଅର୍ପଣ ପରିଚାଳନା ସମିତିର ସଦସ୍ୟା ଜ୍ୟୋତ୍ସ୍ନାମୟୀ ନାୟକ କରିଥିଲେ। ବିଶେଷ ସୂଚନା ଓ ବନ୍ଦେ ମାତରମ୍ ପୂର୍ବକ କାର୍ଯ୍ୟକ୍ରମ ଶେଷ ହୋଇଥିଲା । ଶତାଧିକ ଅଭିଭାବକ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।
Related posts
-
ବରିଷ୍ଠ କଂଗ୍ରେସ ନେତା,ଦୃଢ ସଙ୍ଗଠକଙ୍କ ପରଲୋକ
ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ନିର୍ବାଚନ ମଣ୍ଡଳୀର ଚାନ୍ଦପୁର ଜୋନ୍ (୨୪ନଂ)ର ମୟୁରଝାଲିଆ ପଞ୍ଚାୟତର ତୃଣମୂଳ ସ୍ତରର ଜଣେ ଜଣାଶୁଣା ବିଶିଷ୍ଟ ପ୍ରଭାବଶାଳୀ... -
ବସ ଓ ବାଇକ ଧକ୍କା, ୨ ମୃତ
ରଣପୁର,(ନୟାଗଡ଼ ଦର୍ପଣ): ବସ ଓ ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ସଂଗ୍ରହରୁ ଜଣାପଡିଛି... -
ଖଣ୍ଡପଡ଼ାରେ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତା
ଖଣ୍ଡପଡ଼ା,(ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ସାମନ୍ତ ଚନ୍ଦ୍ରଶେଖର ଶିକ୍ଷାକେନ୍ଦ୍ର ଖଣ୍ଡପଡ଼ା ଠାରେ...