ନୟାଗଡ଼ ରୋଟାରୀ କ୍ଲବ୍ ଆନୁକୂଲ୍ୟରେ ବିଶ୍ବ ହାତ ଧୁଆ ଦିବସ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ରୋଟାରୀ କ୍ଲବ୍ ନୟାଗଡ଼ ତରଫରୁ ବିଶ୍ବ ଛାତ୍ର ଦିବସ ଅବସରରେ ବିଶ୍ବ ହାତ ଧୁଆ ଦିବସ ପାଳନ ହୋଇ ଯାଇଛି। ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଶଙ୍ଖେଇ ପ୍ରାଥମିକ ସ୍ବାସ୍ଥ୍ଯ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡାକ୍ତର ବିଭୁତି ଭୂଷଣ ଦଳେଇ ଯୋଗଦେଇ ହାତ ଧୋଇ ଖାଦ୍ୟ ସେବନ କରିବା ଦ୍ବାରା ବିଭିନ୍ନ ପ୍ରକାର ରୋଗକୁ ଦୂରେଇ ଦିଆଯାଇ ପାରିବ ବୋଲି କହିବା ସହିତ ହାତ କୁ କିପରି ସାତୋଟି ସୋପାନରେ ଧୁଆ ଯିବ ସେ ବିଷୟରେ ଡେମୋ କରି ବିଦ୍ଯାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଦେଇଥିଲେ। ହାତ ଧୋଇ ଖାଦ୍ୟ ଖାଇବା ଏକ ଭଲ ଅଭ୍ଯାସ ବୋଲି ମଞ୍ଚାସୀନ ରୋଟାରୀ କ୍ଲବ ସଭାପତି ପ୍ରବୀର…

Read More

ପ୍ରଜାପିତା ବ୍ରହ୍ମକୁମାରୀ ଅନୁଷ୍ଠାନ ପକ୍ଷରୁ ଦୁଇ ଦିନିଆ ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ନେଇ ସୂଚନା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପ୍ରଜାପିତା ବ୍ରହ୍ମକୁମାରୀ ଅନୁଷ୍ଠାନ ପକ୍ଷରୁ ଆସନ୍ତା ୧୭ ଓ ୧୮ ତାରିଖ ଦୁଇ ଦିନିଆ ଆଧ୍ୟାତ୍ମିକ କାର୍ଯ୍ୟକ୍ରମଅନୁଷ୍ଠିତ ହେବା ନେଇ ଅନୁଷ୍ଠାନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇସୂଚନା ପ୍ରଦାନ କରାଯାଇଛି । ଆଜାଦି କି ଅମୃତ ମହୋତ୍ସବ ଉପଲକ୍ଷେ ଆସନ୍ତା ୧୭ ତାରିଖ ଦିନ ଦିବା ୧୦ଘଟିକା ଠାରୁ ୨ଘଟିକା ପର୍ଯ୍ୟନ୍ତ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ଅଡିଟୋରିୟମ ଠାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଲେଖନପୁର ସ୍ଥିତ ବ୍ରହ୍ମକୁମାରୀ ନୂତନ ଭବନର ଉଦଘାଟନ ଉତ୍ସବ ଏବଂ ସମ୍ମାନ ସମାରୋହ ଅନୁଷ୍ଠିତ ହେବ । ସେହିପରି ଭାବେ ୧୮ତାରିଖ ଦିନ ରାଜଯୋଗ ଦ୍ବାରା ପରମାତ୍ମା ଅନୁଭୁତି ଏବଂ ସ୍ନେହ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଅବସରରେ ବ୍ରହ୍ମକୁମାରୀ ଜୀ ଅନ୍ତଃରାଷ୍ଟ୍ରୀୟ ମୁଖ୍ୟାଳୟ ଓ ରାଜସ୍ଥାନର ଆବୁ ପର୍ବତସ୍ଥିତ ତପୋଭୂମି…

Read More

ଜାତି ସମାଜର ମୁଖିଆଙ୍କୁ ଜିଲ୍ଲାସ୍ତରରେ ସମ୍ମାନିତ କଲେ ଜିଲ୍ଲାପାଳ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ବାଲ୍ୟବିବାହକୁ ସମ୍ପୂର୍ଣ୍ଣ ନିଷେଧ କରିବା ପାଇଁ ନିଜ ନିଜ ଜାତି ସମାଜ ତରଫରୁ ଘୋଷଣା କରିଥିବା ଜାତି ମୁଖିଆଙ୍କୁ ଆଜି ଜିଲ୍ଲାସ୍ତରରେ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କଲେ ଜିଲ୍ଲାପାଳ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ନୟାଗଡ଼ ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ଦିବା ୧୧ଘଟିକା ସମୟରେ ଜିଲ୍ଲାପାଳ ଡା.ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଜାତି ସମାଜ ମୁଖିଆଙ୍କର ଏକ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବାଲ୍ୟବିବାହ ଭଳି ଏକ ଧର୍ତ୍ତବ୍ୟ ଦଣ୍ଡନୀୟ ଅପରାଧ ଓ କୁପ୍ରଥାକୁ ଜିଲ୍ଲାରେ ସମ୍ପୂର୍ଣ୍ଣ ନିଷେଧ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଆରମ୍ଭ କରାଯାଇଥିବା ପ୍ରୟାସକୁ ସଫଳ କରିବାକୁ ସମସ୍ତ ଜାତି ମୁଖିଆଙ୍କୁ ନିବେଦନ କରିବା ସହ ଏଭଳି ସମାଜ ସେବାଭଳି ମହତ କାର୍ଯ୍ୟ କରୁଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ…

Read More

ଅନନ୍ୟା ଫାଉଣ୍ଡେସନ୍ ତରଫରୁ ବିଭିନ୍ନ ଧାର୍ମିକ ସ୍ଥଳ ସଫେଇ

ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର କାର୍ତ୍ତିକ ମାସକୁ ନଜରରେ ରଖି ଅନନ୍ୟା ଫାଉଣ୍ଡେସନ୍ ତରଫରୁ ବିଭିନ୍ନ ଦେବାଳୟ ସଫେଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅନନ୍ୟା ଫାଉଣ୍ଡେସନ୍ ଜିଲ୍ଲାରେ ବିଭିନ୍ନ ସାମାଜିକ ସଚେତନତା ଧର୍ମୀ କାର୍ଯ୍ୟକ୍ରମରେ ଲିପ୍ତ ରହି ଆସିଅଛି। ବିଭିନ୍ନ ସମୟରେ ସମୟୋପଯୋଗୀ ଅନବରତ କାର୍ଯ୍ୟକ୍ରମ ଜାରି ରଖିଛି। ଆଗକୁ ବିଭିନ୍ନ ଶୈବ ପୀଠରେ ଭିଡ଼କୁ ନଜରରେ ରଖି ଯେଭଳି ଭକ୍ତ ମାନଙ୍କ ଧାର୍ମିକ ଭାବନା କ୍ଷୁର୍ଣ୍ଣ ହେବ ନାହିଁ ସେଥିପାଇଁ ଅନନ୍ୟା ଫାଉଣ୍ଡେସନ ତରଫରୁ ମନ୍ଦିର ପରିସରରୁ ବିଭିନ୍ନ ପ୍ଲାଷ୍ଟିକ ସାମଗ୍ରୀ ଏକତ୍ରିତ କରି ନଷ୍ଟ କରାଯାଉଛି। ଆବଶ୍ୟକ ସ୍ଥଳେ ମନ୍ଦିର ଆଖପାଖରେ ପଡ଼ିଥିବା ସିଗାରେଟ ଓ ମଦ ବୋତଲ ମଧ୍ୟ ସଫା କରାଯାଉଛି। ଏହି କାର୍ଯ୍ୟକ୍ରମରେ ଅନନ୍ୟା ଫାଉଣ୍ଡେସନର ପୁରୁଷ ଓ ମହିଳା ସ୍ୱେଚ୍ଛାସେବୀ ଖୁବ ଆଗ୍ରହର ସହ…

Read More

ଜାତୀୟ ଶିକ୍ଷାରତ୍ନ ସମ୍ମାନ ପାଇଲେ ଶିକ୍ଷକ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକ୍ କୁରାଳ କ୍ଲଷ୍ଟର ଅଧୀନ ସରକାରୀ ଉ.ପ୍ରା. ବିଦ୍ୟାଳୟର ଶିକ୍ଷକ ଯଶୋବନ୍ତ ପଟ୍ଟନାୟକ ପାଇଲେ ଜାତୀୟ ଶିକ୍ଷାରତ୍ନ ସମ୍ମାନ।ନବାଚାରୀ ଗତିବିଧି ସମୁହ ସଂଗଠନ,ଛତିଶଗଡ଼ ପକ୍ଷରୁ ଗତ ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ଏକ ଶୈକ୍ଷିକ କାର୍ଯ୍ୟକ୍ରମରେ ଉଭୟ ଲିଖିତ ଓ ମୌଖିକ ପରୀକ୍ଷାରେ ସେ ଉତ୍ତୀର୍ଣ୍ଣ ହେବାସହ ଭର୍ଚୁଆଲ୍ ମାଧ୍ୟମରେ ୟୁଟ୍ୟୁବ ଲାଇଭ୍ ଆସି ଓଡ଼ିଶା ରାଜ୍ୟ ତରଫରୁ ଉକ୍ତ ସଂଗଠନର ଶୈକ୍ଷିକ ଓ୍ୱବିନାରରେ କୋଭିଡ୍ ସମୟରେ ସେ କରିଥିବା ଗୁଣାତ୍ମକ ଶିକ୍ଷାର ପ୍ରଚାର ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସେ କରିଥିବା ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟ ଏବଂ ବିଭିନ୍ନ ସାମାଜିକ ତଥା ସାଂସ୍କୃତିକ କାର୍ଯ୍ୟରେ ଯୋଗଦାନ ପାଇଁ ସଂଗଠନ ପକ୍ଷରୁ ସେ ଏହି ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।…

Read More

ନୟାଗଡ଼ରେ ଯୁବ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନେହେରୁ ଯୁବ କେନ୍ଦ୍ର ସଂଗଠନ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ କାର୍ଯ୍ୟକ୍ରମ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ପରିସରରେ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମହାବିଦ୍ୟାଳୟର NCC / NSS / YRC ଛାତ୍ରମାନେ ସହଯୋଗ କରିଥିଲେ । ନୟାଗଡ଼ ଜିଲ୍ଲାର ୧୮-୩୫ବର୍ଷ ବୟସର ଯୁବଗୋଷ୍ଠୀଙ୍କୁ ନେଇ ଚିତ୍ରାଙ୍କନ, କବିତା ଲିଖନ, ମୋବାଇଲ ଫଟୋଗ୍ରାଫି, ଯୁବ ସାମ୍ବାଦିକତା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଭୃତି ପ୍ରତିଯୋଗିତା ହୋଇଥିଲା । ପ୍ରତ୍ୟେକ ପ୍ରତିଯୋଗିତାରୁ ୩ଜଣ ଲେଖାଏଁ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ସହ ପ୍ରମାଣ ପତ୍ର ବିତରଣ କରାଯାଇଥିଲା । ଅନ୍ୟ ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ମାନ୍ୟବର ବିଧାୟକ ଡଃ. ଅରୁଣ କୁମାର ସାହୁ, ସମ୍ଭବର ସଂପାଦିକା…

Read More

ନୟାଗଡ଼ରେ ବିଶ୍ବ ଦୃଷ୍ଟି ଦିବସ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶ୍ବ ଦୃଷ୍ଟି ଦିବସ ଉପରେ ଏକ ବୈଠକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମକରନ୍ଦ ବେଉରାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହ (ଟ୍ରେନିଂ ୟୁନିଟ୍)ରେ ଅନୁଷ୍ଠିତ ହୋଇଯାଇଅଛି । ପ୍ରାରମ୍ଭରେ ଡା. ବେଉରା କହିଲେ ଯେ, ସଚେତନତା ହିଁ ଆମର ମୂଳ ଲକ୍ଷ । ଆମ୍ଭେମାନେ ପୁଙ୍ଖାନୁପୁଙ୍ଖ ଭାବେ ଚକ୍ଷୁର ଯତ୍ନ ନେବା ଏବଂ ପରୀକ୍ଷା କରାଇବା ସହିତ ସୁଷମ ଖାଦ୍ୟ ଗ୍ରହଣ ଓ ଧୂମପାନ ବର୍ଜନ କରିବା । ଚକ୍ଷୁର ଯତ୍ନ ନେବା ପରିପ୍ରେକ୍ଷିରେ କହିଲେ ଯେ, ଆମ୍ଭେମାନେ ପ୍ରତି ୨୦ମିନିଟ୍ ଅନ୍ତରରେ ୨୦ସେକେଣ୍ଡ୍ ଚକ୍ଷୁକୁ ବିଶ୍ରାମ ଦେବା ଏବଂ ୨୦ ଫୁଟ ଦୂରତାରେ ଥିବା କୌଣସି ବସ୍ତୁକୁ ଚାହିଁବା । ଏହା ଦ୍ଵାରା ଆମର ଚକ୍ଷୁ ସୁସ୍ଥ ରହିବ । ସେହିପରି ସଠିକ୍ ସମୟରେ ଚକ୍ଷୁ ପରୀକ୍ଷା କରି…

Read More

ନୟାଗଡ଼ ବ୍ଳକ ଅଧ୍ୟକ୍ଷଙ୍କ ପିତୃ ବିୟୋଗ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ୍ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁଙ୍କପିତା ପାଣୁ ଚରଣ ସାହୁଙ୍କ ୮୦ବର୍ଷ ବୟସରେ ପରଲୋକ ଘଟିଛି । ବ୍ଲକ୍ ଅଧ୍ୟକ୍ଷଙ୍କ ପିତା ସ୍ବର୍ଗତ ସାହୁ ଜଣେ ଜଣାଶୁଣା ସମାଜସେବୀ, ଧର୍ମପରାୟଣ, ସ୍ନେହି ଓ ମେଳାପି ବ୍ୟକ୍ତି ଥିଲେ । ଆଜି ହଠାତ୍ ତାଙ୍କ ଦେହ ଅସୁସ୍ଥ ହେବା ସହ ପ୍ରାଣତ୍ୟାଗ କରିଛନ୍ତି। ଏହି ଦୁଃଖଦ ଖବର ପାଇବା ପରେ ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହେବା ସହ ନୟାଗଡ଼ ବିଧାୟକ ଡ଼ଃ. ଅରୁଣ କୁମାର ସାହୁ ଅଧ୍ୟକ୍ଷଙ୍କ ଭାଟସାହି ସ୍ଥିତ ବାସଭବନରେ ପହଞ୍ଚି ଶୋକସନୃପ୍ତ ପରିବାରକୁ ସମବେଦନା ଜଣାଇବା ସହ ସ୍ୱର୍ଗତ ସାହୁଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି । ସ୍ବର୍ଗତ ସାହୁଙ୍କ ମୃତ୍ୟୁ ସମୟରେ ପରିବାରର ପୁଅ, ବୋହୂ, ନାତି ଓ ନାତୁଣୀ ସମସ୍ତେ ଉପସ୍ଥିତ ଥିବା ଜଣାପଡ଼ିଛି।

Read More

ଦଶପଲ୍ଲା ନିକଟରେ ଓଲଟିଲା ଘରୋଇ ଯାତ୍ରୀବାହୀ ବସ୍‌ କାଳେଶ୍ୱର; ବ୍ୟାଙ୍କ ମ୍ୟାନେଜର ମୃତ, ୩ଗୁରୁତର

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ନିକଟସ୍ଥ ଗୋଡିବିଡ଼ା-ଅଭୟପୁର ମଧ୍ୟରେ ଯାତ୍ରୀବାହୀ ବସ୍‌ କାଳେଶ୍ୱର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବସ୍‌ ଓଲଟିବାରୁ ଜଣଙ୍କର ମୃତ୍ୟୁ ହେବା ସହ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ କଲ୍ୟାଣୀ ପଣ୍ଡା ସେ ଦଶପଲ୍ଲା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ମ୍ୟାନେଜର ଥିଲେ। ଗୁରୁତର ୩ ଜଣଙ୍କ ମଧ୍ୟରେ ଅଛନ୍ତି ଡ୍ରାଇଭରଙ୍କ ସମେତ ୨ ଯାତ୍ରୀ ଲିଲୁକନ ବେହେରା ଓ ଟିଟୁନା ସାହୁ। ଗୁରୁତର ତିନି ଜଣଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଗଂଜାମ ଜିଲ୍ଲା ଭଂଜନଗରରୁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଭିମୁଖେ ଆଜି ଅପରାହ୍ନରେ ଏକ ଘରୋଇ ବସ୍‌ ‘କାଳେଶ୍ବର’ ବାହାରିଥିଲା। ଯାତ୍ରବାହୀ ବସ୍‌ଟି ଦଶପଲ୍ଲାରେ ପହଂଚିବା ପୂର୍ବରୁ ରାତି ପ୍ରାୟ ୯ଟାରେ ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ବ୍ୟାଙ୍କ ମ୍ୟାନେଜର କଲ୍ୟାଣୀ ପଣ୍ଡାଙ୍କର ମୃତ୍ୟୁ…

Read More

ପୂଜ୍ୟ ପୂଜା କମିଟି ଓ ରୋଟାରୀ କ୍ଲବ୍ ତରଫରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଖଣ୍ଡପଡାରୋଡ ସ୍ଥିତ ରୋଟାରୀ ଭବନ ଠାରେ ପୂଜ୍ୟପୂଜା କମିଟି ନୟାଗଡ଼ ଓ ରୋଟାରୀ କ୍ଲବ୍ ନୟାଗଡ଼ ତରଫରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୩ ତମ ଜୟନ୍ତୀ ଓ ଭାରତର ଦ୍ବିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ୧୧୮ ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇ ଯାଇଛି। ପୂଜ୍ୟପୂଜା କମିଟିର ସଭାପତି ପ୍ରଫେସର ରାମଚନ୍ଦ୍ର ମିଶ୍ରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ପୌରପରିଷଦର ପ୍ରଥମ ମହିଳା ଅଧ୍ଯକ୍ଷା ନିରୁପମା ଖଟେଇ ଯୋଗଦେଇ ସ୍ବର୍ଗତ ମହାପୁରୁଷ ମାନଙ୍କ ସ୍ମ୍ରୁତି ଚାରଣ କରିଥିଲେ। ବିଶିଷ୍ଟ ସାହିତ୍ଯିକ ତଥା ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲାବେଳେ ପୂଜ୍ୟପୂଜା କମିଟିର ଉପଦେଷ୍ଟା ସୁବୋଧ କୁମାର ପଟ୍ଟନାୟକ,ସଂପାଦକ ଅରୁଣ କୁମାର ମହାନ୍ତି ଓ ରୋଟାରୀ କ୍ଲବ୍ ସଭାପତି ପ୍ରବୀର କୁମାର ପ୍ରୁଷ୍ଟି…

Read More