ଚଳିତ ମାସ ୧୩ରୁ ୧୯ତାରିଖ ପର୍ଯ୍ୟନ୍ତ ଶରଣକୁଳ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଶରଣକୁଳ,(ନୟାଗଡ଼ ଦର୍ପଣ): ଶରଣକୁଳ ଲଡୁକେଶ ଆଥଲେଟିକ୍ ଆସୋସିଏସନ ଶରଣକୁଳ ପକ୍ଷରୁ ୬୧ତମ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚଳିତ ନଭେମ୍ବର ମାସ ୧୩ତାରିଖରୁ ୧୯ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଅନୁଷ୍ଠିତହେବ। ଏହି ପ୍ରତିଯୋଗିତାରେ ମୋଟ ୮ଟି ଦଳ ଅଂଶଗ୍ରହଣ କରିବେ ବୋଲି ଆସୋସିଏସନ ପକ୍ଷରୁ ସୂଚନା ମିଳିଛି। ୧୩ତାରିଖ ପ୍ରଥମ ଦିନର ଖେଳରେ ଆଚିଭର କଟକ ଓ କିଶୋର କ୍ଲବ୍ ଭୁବନେଶ୍ବର ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବା ବେଳେ ୧୪ତାରିଖରେ ତାମିଲନାଡୁ ପୋଲିସ ଓ ୟୁନାଇଟେଡ଼ କ୍ଲବ୍ ବରଗଡ଼ ମଧ୍ୟରେ ଖେଳ ଅନୁଷ୍ଠିତ ହେବ । ସେହିପରି ୧୫ତାରିଖ ଖେଳରେ ହାଇଦ୍ରାବାଦ ଆର୍ମି ଓ ସ୍ପୋର୍ଟସ ହଷ୍ଟେଲ ବାରିପଦା ମଧ୍ୟରେ ହେବାକୁ ଥିବା ବେଳେ ୧୬ତାରିଖରେ ସାଇ ଏଚଏଏଲ ସୁନାବେଡା ଓ ସ୍ପୋର୍ଟସ ହଷ୍ଟେଲ ଭବାନୀ ପାଟଣା ମଧ୍ୟରେ…

Read More

ମିଶନଶକ୍ତି ସଚିବଙ୍କୁ ଭେଟିଲେ ଭାପୁର ବ୍ଲକ୍‌ ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷ

ଭାପୁର,(ନୟାଗଡ଼ ଦର୍ପଣ): ମହିଳା ସଶକ୍ତିକରଣ ପାଇଁ ନେଇଥିବାଯୁଗାନ୍ତକାରୀ ପଦକ୍ଷେପ କ୍ଷେତ୍ରରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନୟାଗଡ଼ ଜିଲ୍ଲା ଭାପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷା ସାବିତ୍ରୀ ପ୍ରଧାନ ଏବଂ ଉପାଧ୍ୟକ୍ଷ ବେଣୁଧର ପ୍ରଧାନଙ୍କୁ ସୌଜନ୍ୟମୂଳକ ସାକ୍ଷାତ ପାଇଁ ଗତ ସପ୍ତାହରେ ନିମନ୍ତ୍ରଣ କରିଥିଲେ ଓଡ଼ିଶା ମିଶନଶକ୍ତି ସଚିବ ସୁଜାତା କାର୍ତ୍ତିକେୟ ପାଣ୍ଡିଆନ୍। ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷ ଉଭୟ ସଚିବାଳୟରେ ନିର୍ଦ୍ଦେଶିକାଙ୍କୁ ସୌଜନ୍ୟମୂଳଜ ସାକ୍ଷାତ କରିଛନ୍ତି। ଏହି ଅବସରରେ ଭାପୁର ମହିଳାଙ୍କ ସଶକ୍ତ ଓ ସ୍ଵାବଲମ୍ବୀ କରିବା ପାଇଁ ୧୦୮କୋଟିରୁ ଉର୍ଦ୍ଧ୍ବ ଟଙ୍କାର ନୂତନ ପାଞ୍ଚୋଟି ପ୍ରକଳ୍ପ ପାଇଁ ଦାବି ଉପସ୍ଥାପନା କରିଥିଲେ । ଉପସ୍ଥାପିତ ପ୍ରକଳ୍ପକୁ ପୂରଣ ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ନିର୍ଦେଶିକା । ଏହାଦ୍ଵାରା ଭାପୁର ବ୍ଲକ୍‌ରେ ଥିବା ପ୍ରାୟ ୧୫୭୭ଟି ସ୍ଵୟଂ ସହାୟକ ଗୋଷ୍ଠୀ ଉପକୃତ ହୋଇପାରିବେ। ବିଭିନ୍ନ ଦାବି ମଧ୍ୟରେ…

Read More

ସଜେଇ ହେଉଛି ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ସାତକୋଶିଆ ସ୍ୟାଣ୍ଡରିସର୍ଟ

ଗଣିଆ,(ନୟାଗଡ଼ ଦର୍ପଣ): ସଜେଇ ହେଉଛି ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍ ବଡ଼ମୂଳ ମଙ୍ଗାନାସୀସ୍ଥିତ ରାଜ୍ୟର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ସାତକୋଶିଆ ସ୍ୟାଣ୍ଡରିସର୍ଟ। ଶୀତ ତଥା ପର୍ଯ୍ୟଟନ ଋତୁ ପ୍ରବେଶ କରୁଥିବା ବେଳେ ପ୍ରତିବର୍ଷ ଭଳି ଚଳିତବର୍ଷ ପର୍ଯ୍ୟଟକଙ୍କ ପାଇଁ ସ୍ୟାଣ୍ଡରିସର୍ଟ ସାଜସଜ୍ଜା ଚାଲିଥିବା ଦେଖିବାକୁ ମିଳିଛି। ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ମହାନଦୀର ବାଲୁକା ଶଯ୍ୟାରେ ଲାଗୁଥିବା କଟେଜ୍‌ ଗୁଡ଼ିକର ନିମାର୍ଣ କାର୍ଯ୍ୟରେ ବିଳମ୍ବ ହୋଇଥିଲା। ଆସନ୍ତା ୧୫ତାରିଖରେ ଏହାର ଶୁଭ ଉଦ୍‌ଘାଟନ କରାଯିବ । ଏ ନେଇ ମୁଦୁଲୀଗାଡ଼ିଆ, ମା’ ସାତଭଉଣୀ ପର୍ଯ୍ୟଟନ ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି। ଚଳିତବର୍ଷ ୧୬ଟି ଅଣଶୀତତାପ ନିତମ୍ବିତ ଅସ୍ଥାୟୀ ଟେଣ୍ଟ୍ ନିର୍ମାଣ କରାଯିବାକୁ ନିଷ୍ପତ୍ତିନିଆଯାଇଥିବା ବେଳେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଲେ ଆବଶ୍ୟକସ୍ଥଳେ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶ କ୍ରମେ ଟେଣ୍ଟ ସଂଖ୍ୟାକୁ ବୃଦ୍ଧି କରାଯିବ। ସାତକୋଶିଆ…

Read More

ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ସଂଘର ୩ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଇଟାମାଟି,(ନୟାଗଡ଼ ଦର୍ପଣ): ଇଟାମାଟି ଗ୍ରାମ ପଞ୍ଚାୟତର ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ସଂଘର ୩ୟ ବାର୍ଷିକ ଉତ୍ସବ ସ୍ଥାନୀୟ ପ୍ରଫୁଲ ସାହୁ କଲ୍ୟାଣ ମଣ୍ଡପ ଠାରେ ସଂଘର ସଭାପତି ପ୍ରହଲ୍ଲାଦ ଶାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ମୁଖ୍ୟବକ୍ତାଭାବେ ଇଟାମାଟି ସରପଞ୍ଚ ସ୍ୱପ୍ନଶ୍ବରୀ ସେଠୀ ଓ ସାମାଜିକ କର୍ମୀ ପ୍ରଫୁଲ ସାହୁ ଯୋଗଦେଇଥିଲେ । ଏବର୍ଷ ନୂତନ କର୍ମକର୍ତ୍ତା ଭାବେ ସଭାପତି ପ୍ରହଲ୍ଲାଦ ଶାନ୍ତ, ଉପସଭାପତି ଶ୍ୟାମସୁନ୍ଦର ପାତ୍ର, ସମ୍ପାଦକ ରାଜକିଶୋର ନାୟକ, ସହ ସମ୍ପାଦକ ରବିନ୍ଦ୍ର କୁମାର ପାତ୍ର, କୋଷାଧ୍ୟକ୍ଷ ପ୍ରଦୀପ୍ତ କୁମାର ସାହୁ, ଅଡିଟର ବୃନ୍ଦାବନ ପରିଡା ଓ କୋଅର୍ଡିନେଟ ପ୍ରକାଶ ପଟ୍ଟନାୟକ ନିର୍ବାଚିତ ହୋଇଥିଲେ। ପରିଶେଷରେ ଶ୍ୟାମସୁନ୍ଦର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Read More

୬ନଂ ଜୋନ ଡ଼ାଇରେକ୍ଟର ଭାବେ ନିର୍ବାଚିତ ହେଲେ ଉପେନ୍ଦ୍ର ସାହୁ ଓରଫ ରୂପ ଭାଇ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ବାଚନ ହୋଇଥିବା ବେଳେ ୬ନଂ ଜୋନରୁ ପ୍ରାର୍ଥୀ ଭାବରେ ଉପେନ୍ଦ୍ର କୁମାର ସାହୁ ଏବଂ ସତ୍ୟ ନାରାୟଣ ସାହୁ ନିର୍ବାଚନ ଲଢ଼ୁଥିଲେ । ଏହି ନିର୍ବାଚନ ପାଇଁ ନୟାଗଡ ସହରସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ମତଦାନ ଅନୁଷ୍ଠିତ ହୋଇଥିଲା ଏବଂ ସେହି କେନ୍ଦ୍ରରେ ସମବାୟ ସମିତିର ସଦସ୍ୟମାନେ ନିଜ ନିଜ ମତଦାନ କରିଥିଲେ । ୬ନଂ ଜୋନରେ ସମୁଦାୟ ୧୬୨ଜଣ ଭୋଟର ଥିବାବେଳେ ୧୫୮ଜଣ ମତଦାତା ମତଦାନ କରିଥିଲେ ସେଥି ମଧ୍ୟରୁ ଗୋଟିଏ ଭୋଟ ନାକଚ ହୋଇଥିବା ବେଳେ ୪୩ଖଣ୍ଡ ଭୋଟ ନାରାୟଣ ସାହୁ ପାଇ ସନ୍ତୁଷ୍ଟ ହୋଇଥିଲେ ଏବଂ ୧୧୪ ଖଣ୍ଡ ଭୋଟ ପାଇ ଦଶପଲ୍ଲା ଅଞ୍ଚଳର ଦକ୍ଷ ସଂଗଠକ ତଥା ଦଶପଲ୍ଲା ପଞ୍ଚାୟତ ସମିତିର ପୂର୍ବତନ ଅଧକ୍ଷ ଉପେନ୍ଦ୍ର କୁମାର ସାହୁ ବିଜୟୀ…

Read More

ଆରମ୍ଭ ହେଲା ଭଏସ୍ ଅଫ ନୟାଗଡ଼ ସିଜିନ୍ ୩

ନୟାଗଡ଼,(ନୟାଗଡ଼ ଦର୍ପଣ): ସଂଗୀତ କ୍ଷେତ୍ରରେ ପ୍ରଶିଦ୍ଧି ଲାଭକରିଥିବା ନୟାଗଡରେ ଯୁବ କଣ୍ଠଶିଳ୍ପୀମାନଙ୍କ ପ୍ରତିଭାର ବିକାଶ ପାଇଁ ନୟାଗଡ଼ କ୍ଳବ ଦ୍ଵାରା ଆୟୋଜିତ ସଂଗୀତ ଭିତ୍ତିକ ପ୍ରତିଯୋଗିତା ଭଏସ୍ ଅଫ୍ ନୟାଗଡ଼,ସିଜିନ୍ ୩ ଆଜି ଠାରୁ ଆରମ୍ଭ ହୋଇଛି। ନୟାଗଡ଼ କ୍ଳବର ସଭାପତି ରବୀନ୍ଦ୍ର କୁମାର ସାହୁ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଭଏସ୍ ଅଫ୍ ନୟାଗଡ଼ର ସଂଯୋଜକ ଧୀରେନ୍ଦ୍ର କୁମାର ପଟ୍ଟନାୟକ ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରି କହିଥିଲେ ଯେ,ଆଜି ପ୍ରଥମ ପର୍ଯ୍ୟାୟରେ ନୟାଗଡ଼ ବ୍ଳକର ୧୪ ରୁ ୨୧ ବର୍ଷ ପର୍ଯ୍ୟନ୍ତ ପ୍ରତିଯୋଗୀଙ୍କୁ ନେଇ ପ୍ରତିଯୋଗିତା ହେଉଥିବା ବେଳେ ପର୍ଯ୍ୟାୟୟକ୍ରମେ ନୟାଗଡର ଅନ୍ୟ ୭ ଟି ବ୍ଳକରେ ପ୍ରତିଯୋଗିତା କରାଯାଇ କ୍ୱ।ଟର ପଫାଇନାଲ୍, ସେମିଫାଇନାଲ ଓ ଫାଇନାଲ୍ ଏହିପରି ଭାବେ ଭଏସ୍ ଅଫ୍ ନୟାଗଡ଼ ଭାବେ…

Read More

ଭଏସ ଅଫ ନୟାଗଡ଼ ଅକ୍ଟୋବର ୩୦ରୁ ଆରମ୍ଭ

ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ବର୍ଷ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଭଏସ ଅଫ ନୟାଗଡ଼ର ପ୍ରଥମ ଅଡିସନ ଅକ୍ଟୋବର ୩୦ (ରବିବାର) ସକାଳ ୮ ଟା ସମୟରେ ସ୍ଥାନୀୟ ରୋଟାରୀ କ୍ଲବ, ନୟାଗଡ଼ ପରିସରରେ ଆୟୋଜନ କରାଯିବ ବୋଲି ଏହି କାର୍ଯ୍ୟକ୍ରମର କୋଅର୍ଡିନେଟର ଧିରେନ୍ଦ୍ର ପଟ୍ଟନାୟକ ସୁଚନା ପ୍ରଦାନ କରିଛନ୍ତି। ପ୍ରତିଯୋଗୀ ମାନଙ୍କ ବୟସ ୧୪ ବର୍ଷରୁ ୨୧ ବର୍ଷ ଭିତରେ ହେଇଥିବା ଦରକାର ଏବଂ ଏହି କାର୍ଯ୍ୟକ୍ରମରେ କେବଳ ଓଡ଼ିଆ ସଙ୍ଗୀତ ଗାନ କରିବାକୁ ପଡିବ । ପର୍ଯ୍ୟାୟ କ୍ରମେ ନୟାଗଡ଼ର ଅନ୍ୟ ବ୍ଲକ ମାନଙ୍କରେ ମଧ୍ୟ ଅଡିସନ କରି ପ୍ରତିଯୋଗୀ ଚୟନ କରାଯିବ ବୋଲି ସୁଚନା ମିଳିଛି । ଏହି ପ୍ରତିଯୋଗିତାର ଅନ୍ତିମ ଚରଣ ବିଜେତାଙ୍କୁ ଟ୍ରଫି ସହିତ ୧୦ହଜାର ଟଙ୍କା ପ୍ରଦାନ କରାଯିବ ଏବଂ ତା’ ସହିତ ଓଡ଼ିଶାର ପ୍ରତିଷ୍ଠିତ ମ୍ୟୁଜିକ କମ୍ପାନୀ ତାଲ…

Read More

ଭିଡିଓ ସଙ୍ଗୀତ ‘ଏଇ ଅନନ୍ତ ଆକାଶରେ’ ଲୋକାର୍ପିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଯୁବପ୍ରତିଭା ତଥା କଟକ ଆକାଶବାଣୀ କେନ୍ଦ୍ରର ସ୍ୱୀକୃତୀପ୍ରାପ୍ତ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶଙ୍କ କଣ୍ଠଦାନ ଏବଂ ଶିଶୁ ସାହିତ୍ୟିକା ବସିରନ ବିବିଙ୍କ ରଚିତ ଭିଡିଓ ସଙ୍ଗୀତ ‘ଏଇ ଅନନ୍ତ ଆକାଶରେ’ ନୟାଗଡ ନାରାୟଣ ପାର୍କ ଠାରେ ଆଜି ଲୋକାର୍ପିତ ହୋଇଯାଇଛି । ଇଣ୍ଡିଆନ ମ୍ୟୁଜିକ କ୍ରିଏସନ ଦ୍ୱାରା ପ୍ରଯୋଜିତ ଏହି ଭିଡିଓ ସଙ୍ଗୀତ ପରିଚାଳନା ଅଶୋକ କୁମାର ସାହୁ କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନାରେ ନିଜେ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ ରହିଛନ୍ତି । ଏହି ଲୋକାର୍ପଣ ଉତ୍ସବରେ କଣ୍ଠଶିଳ୍ପୀ ଶ୍ରୀଯୁକ୍ତ ଦାଶ ଏବଂ ଗୀତିକାର ବସିରନ ବିବିଙ୍କ ସହିତ ନିର୍ମଳ ଶୂରଦେଓ,ଲକ୍ଷ୍ମୀଧର ସାହୁ,ପ୍ରଦୀପ ସାହୁ,ପ୍ରଶାନ୍ତ ପଟ୍ଟନାୟକ,ଅଶୋକ ମଲ୍ଲ, ଶେଖ ଅବଦୁଲ ଖାଲିକ,ନିଳିମା ନନ୍ଦ,ଦେବେନ୍ଦ୍ର ପରମଗୁରୁ,ସୌଦାମିନୀ ସ୍ୱାଇଁ,ରାଜେନ୍ଦ୍ର ପାଣିଗ୍ରାହୀ,ରବିନ୍ଦ୍ର ତ୍ରିପାଠୀ,ସୁବାସ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକୃତି ଈଶ୍ୱରଙ୍କ ଅବଦାନ…

Read More

ବିଦ୍ୟାଳୟରୁ କବାଟ ସହିତ ଲୁହା ବିମ ତାଡି ନେଲେ ଦୁର୍ବୃତ୍ତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଟାଉନଥାନା ଅନ୍ତର୍ଗତ ମୁନିସିପାଲିଟି ଅଞ୍ଚଳରେ ଥିବା ନୂଆ ରାଜବାଟୀ ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଦୁବୃର୍ତ୍ତମାନେ ବିଦ୍ୟାଳୟର ଲୁହା କବାଟ ଏବଂ ଅଜବେଷ୍ଟସ ତଳେ ଲାଗିଥିବା ଲୁହା ବିମ ଗୁଡ଼ିକୁ ରାତି ଅଧିଆ ତାଡ଼ି ନେଇଛନ୍ତି । ଫଳରେ ବିଦ୍ୟାଳୟର ଅନେକ ଆଜବେଷ୍ଟସ ଭାଙ୍ଗି ତଳେ ପଡ଼ିବା ସହିତ ଶ୍ରେଣୀଗୃହ କ୍ଷତିଗ୍ରସ୍ତ ହୋଇ ବିପଦ ଶଙ୍କୁଳ ପରିବେଶ ସୃଷ୍ଟି ହୋଇଛି । ଏ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଂଧ୍ୟାରାଣୀ କର ନୟାଗଡ଼ ଟାଉନଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ଯୋଗ୍ୟ ଯେ ବୀପାବଳି, ସୂର୍ଯ୍ୟପରାଗ ଏବଂ ରବିବାର ଯୋଗୁଁ ବିଦ୍ୟାଳୟ କ୍ରମାଗତଭାବେ ତିନିଦିନ ଛୁଟିଥିଲା । ତେବେ ଆଜି ବିଦ୍ୟାଳୟ ଖୋଲିଥିବା ବେଳେ ଏଠାରେ ସକାଳୁ ଚାଲୁଥିବା ଅଙ୍ଗନବାଡ଼ି କେନ୍ଦ୍ରର ପରିଚାଳିକା ପ୍ରଥମେ ଏହା ଦେଖି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଖବର ଦେଇଥିଲେ ।…

Read More

ଓଡ଼ଗାଁ ରଘୁନାଥ ସାରସ୍ଵତ ସଂସଦ ତରଫରୁ ପ୍ରଭୁ ରଘୁନାଥଙ୍କ ପାଖରେ ସାମୂହିକ ଦୀପଦାନ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁର ଲୋକପ୍ରିୟ ସାହିତ୍ୟ ଅନୁଷ୍ଠାନ ଶ୍ରୀ ଶ୍ରୀ ରଘୁନାଥ ସାରସ୍ଵତ ସଂସଦ ତରଫରୁ ଗତ ୨୩ ତାରିଖରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାସ୍ତରୀୟ କବି ଲେଖକ ସମ୍ମିଳନୀ ଓ ସମ୍ବର୍ଦ୍ଧନା ଉତ୍ସବର ଅପାର ସଫଳତା ପରେ ଏହାର କର୍ମକର୍ତ୍ତାମାନେ ପ୍ରଭୁ ରଘୁନାଥଙ୍କ ଉଦ୍ଦେଶ୍ୟରେ ସାମୂହିକ ଦୀପଦାନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି। ଆଜି ସନ୍ଧ୍ୟା ୬ଟା ସମୟରେ ସଂସଦର ସଭାପତି ପଞ୍ଚାନନ ପଣ୍ଡା ଓ ସମ୍ପାଦକ ଭାବଗ୍ରାହୀ ମହାପାତ୍ରଙ୍କ ନେତୄତ୍ୱରେ ସଦସ୍ୟ ସଦସ୍ୟାମାନେ ଏକାଠି ହୋଇ ମନ୍ଦିର ପରିକ୍ରମା କରିସାରିବା ପରେ ସାମୂହିକ ଦୀପ ପ୍ରଜ୍ଜ୍ୱଳନ କରିଥିଲେ।ଏହାପରେ ସମସ୍ତେ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ସାମୂହିକ ରାମନାମ ଭଜନ ମଧ୍ୟ କରିଥିଲେ।ଉକ୍ତ ଦୀପଦାନ କାର୍ଯ୍ୟକ୍ରମରେ ଲୋକନାଥ ମିଶ୍ର, ଦିବାକର ନାୟକ, ରଞ୍ଜନ କୁମାର ଦାଶ, ଯଶୋବନ୍ତ ପଟ୍ଟନାୟକ,ପ୍ରହଲ୍ଲାଦ ବେହେରା,ରମାକାନ୍ତ ପ୍ରଧାନ, ଦ୍ୱିତୀକୄଷ୍ଣ ମିଶ୍ର, ଶରତଚନ୍ଦ୍ର ଷଡ଼ଙ୍ଗୀ,…

Read More