ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ପଛୁଆ ବର୍ଗର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସର୍ଭେ କାର୍ଯ୍ୟ ସାରା ଓଡ଼ିଶାରେ ଚାଲୁ ରହିଛି। ମେ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ସର୍ଭେ କାର୍ଯ୍ୟ ଆସନ୍ତା ମେ ୨୭ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଏଥିନିମନ୍ତେ ନୟାଗଡ଼ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ସର୍ଭେ କେନ୍ଦ୍ର ଖୋଲାଯାଇଛି। ନୟାଗଡ଼ ଜିଲ୍ଲା ଦାୟିତ୍ୱରେ ଥିବା ରାଜ୍ୟ ପର୍ଯ୍ୟବେକ୍ଷକ ପ୍ରଦୀପ କୁମାର ନାୟକ ଆଜି ନୟାଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ ଯଥା ଭାପୁର, ଖଣ୍ଡପଡ଼ା, ଗଣିଆ, ଦଶପଲ୍ଲା ଓ ନୂଆଗାଁ ବ୍ଳକ ପରିଦର୍ଶନ କରି ସମସ୍ତ କାର୍ଯ୍ୟର ତଦାରଖ କରିଛନ୍ତି। ଏହି ସର୍ଭେ କେବଳ ଓଡ଼ିଶା ସରକାରଙ୍କ ଦ୍ବାରା ଅଧିସୂଚୀତ ୨୦୮ପ୍ରକାର ପଛୁଆ ବର୍ଗର ଲୋକଙ୍କ ପାଇଁ ଉଦ୍ଦିଷ୍ଟ। ପରିବାରର ମୁଖ୍ୟ କିମ୍ବା ଘରର ବରିଷ୍ଠ ସଦସ୍ୟ ସର୍ଭେ ସେଣ୍ଟରକୁ ଯାଇ ସବିଶେଷ ବାର୍ତ୍ତା…
Read MoreCategory: ନୟାଗଡ଼
ଉନ୍ନୟନ ମୂଳକ କାର୍ଯ୍ୟ ସହ ସର୍ଭେ କେନ୍ଦ୍ର ପରିଦର୍ଶନ କଲେ ବିଡ଼ିଓ
ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ ସହ ସର୍ଭେ କେନ୍ଦ୍ର ପରିଦର୍ଶନ କରିଛନ୍ତି ବିଡ଼ିଓ ସଚିଦା ନନ୍ଦ ମିଶ୍ର। ସୂଚନା ଥାଉକି କାପ୍ତାପଲ୍ଲୀ, ଘଡେଇବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାପୁଜୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାହାଡ଼ାଝୋଲା, ବେରୁଆଁବାରି ଉଚ୍ଚ ବିଦ୍ୟାଳୟ,ବେରୁଆଁବାରି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚାଲିଥିବା ସର୍ଭେ କେନ୍ଦ୍ର ପରିଦର୍ଶନ କରିବା ସହ ସର୍ଭେର ଉଦେଶ୍ୟ ଉପରେ ଲୋକମାନଙ୍କ ସହ ଆଲୋଚନା କରିଥିଲେ ବିଡ଼ିଓ। ତତ୍ ସହିତ ବେରୁଆଁ ବାରିରଅମୃତ ସରୋବର ପ୍ରକଳ୍ପ ଏବଂ ବେରୁଆଁବାରି ୫ ଟି ବିଦ୍ୟାଳୟର ସ୍ଥିତି ଅନୁଧ୍ୟାନ କରିବା ସହ ଠିକ୍ ସମୟରେ ଉନ୍ନୟନମୂଳକ କାର୍ଯ୍ୟ ସମାପନ କରିବା ପାଇଁ କନିଷ୍ଠ ଯନ୍ତ୍ରୀ ଆଦିତ୍ୟ ଜେନାଙ୍କୁ କହିଥିଲେ।
Read Moreବିଶ୍ୱ ହାସ୍ୟ ଦିବସ: ଚଳିତବର୍ଷ ହାସ୍ୟ ରସିକ ଉପାୟନ ପାଇଲେ ଶ୍ରୀଯୁକ୍ତ ସତ୍ୟାନାଶ
ନୟାଗଡ଼,(ନୟାଗଡ଼ ଦର୍ପଣ): ମଇ ମାସର ପ୍ରଥମ ରବିବାରକୁ ବିଶ୍ୱ ହାସ୍ୟ ଦିବସ ରୂପେ ପାଳନ କରାଯାଏ। ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା ସାହିତ୍ୟ ସଂସ୍କୃତି ବିକାଶ ମଞ୍ଚ ପକ୍ଷରୁ ବିଶ୍ବ ହାସ୍ୟ ଦିବସ ବେଶ ଧୁମଧାମରେ ପାଳିତ ହୋଇଯାଇଛି । ନୟାଗଡ଼ ପୁରୁଣାସହର ଜଗନ୍ନାଥ ମନ୍ଦିର ସାମନା ଯଦୁମଣି ମଣ୍ଡପଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଅନୁଷ୍ଠାନର ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଚଳଚ୍ଚିତ୍ର ଏବଂ ଦୂରଦର୍ଶନ ହାସ୍ୟ ଅଭିନେତା ବ୍ରଜ ସିଂ, ନିଉଜ ଫିଉଜର ସଂଚାଳକ ତଥା ହାସ୍ୟାଭିନେତା ହୃଷିକେଶ ଦାସ, ଜ୍ଞାନ ହୋତା, ବୋଲଗଡ଼ ଏକ୍ସପ୍ରେସ ବ୍ରଜ ସୁବୁଦ୍ଧି, ଡ଼ଃ. କୁଳାଙ୍ଗାର, ଶ୍ରୀଯୁକ୍ତ ସତ୍ୟାନାଶ, ଡ. ରମାକାନ୍ତ…
Read Moreନୂଆଗାଁ ବ୍ଲକ୍ ଆଞ୍ଚଳିକ ସାମ୍ବାଦିକ ସଂଘର ପ୍ରସ୍ତୁତି ବୈଠକ
ଆସନ୍ତା ୨୪ ତାରିଖ ବୁଧବାର ଦିନ ଅନୁଷ୍ଠିତ ହେବ ନୂଆଗାଁ ବ୍ଲକ୍ ଆଞ୍ଚଳିକ ସାମ୍ବାଦିକ ସଂଘର ବାର୍ଷିକ ସମ୍ମିଳନୀ ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ ସଦର ମହକୁମାରେ ଆଞ୍ଚଳିକ ସାମ୍ବାଦିକ ସଂଘ ତାର ପ୍ରଥମ ବାର୍ଷିକ ଉତ୍ସବ ପାଳନ କରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ସିବଦତ ପାତ୍ରଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନୂଆଗାଁ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାର୍ଷିକ ଉତ୍ସବ କିପରି ସରସ ସୁନ୍ଦର କରିବା ସହ ସାମ୍ବାଦିକ ଗୃହର ଭିତ୍ତି ପ୍ରସ୍ତର ସ୍ଥାପନ କରାଯିବ ସେ ଉପରେ ସଂଘର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ। ସଂଘର କର୍ମକର୍ତ୍ତାଙ୍କ ନିଷ୍ପତି ଅନୁଯାୟୀ ଚଳିତ ମାସ ଆସନ୍ତା ୨୪ତାରିଖ ଦିନ ପ୍ରଥମ ବାର୍ଷିକ ସମ୍ମିଳନୀ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି…
Read Moreରାଜ୍ୟ ବିଜେଡିର ବରିଷ୍ଠ ମହିଳା ଉପ ସଭାପତି ପ୍ରଭାସିନୀ ନନ୍ଦଙ୍କ ମହତ କାର୍ଯ୍ୟ
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ବିଜେଡିର ବରିଷ୍ଠ ମହିଳା ଉପସଭାପତି ପ୍ରଭାସିନୀ ନନ୍ଦ ଓଡଗାଁ ବ୍ଲକର ବାଣ୍ଠପୁର ପଂଚାୟତର ଶାଳିଆଝରି ଓ ନେପାଳ ଗ୍ରାମ ଗ୍ରସ୍ତ କରିଛନ୍ତି। ଶାଳିଆଝରି ଗ୍ରାମରେ କାଜୁପଦାକୁ ନେଇ ଗ୍ରାମବାସୀ ଓ ନିଲାମଧାରୀଙ୍କ ମଧ୍ୟରେ ଯେଉଁ ବାଦ ବିବାଦ ଉପୁଜିଛି ତାହାରି ଉପରେ ଗ୍ରାମବାସୀଙ୍କ ସହିତ ଆଲୋଚନା କରି ତାହା କିଭଳି ସମାଧାନ ହୋଇପାରିବ ସେ ଦିଗରେ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିବେ ବୋଲି ଗ୍ରାମବାସୀଙ୍କୁ ଆଶ୍ୱାସନା ଦେଇଥିଲେ। ଏବଂ ଗ୍ରାମର କିଛି ବୟସ୍କ ବୁଢ଼ା ବୁଢ଼ୀଙ୍କ ବାର୍ଦ୍ଧକ୍ୟ ଭତା ଆଜି ସୁଦ୍ଧା ପାଇବାରୁ ବଂଚିତ ଥିବାରୁ ଲୋକମାନେ ତାଙ୍କ ପାଖରେ ଅଭିଯୋଗ କରିଥିଲେ। ଏହାପରେ ନୟାଗଡ଼ର ନଗଡା କୁହାଯାଉଥିବା ନେପାଳ ଗ୍ରାମକୁ ଯାଇ ଗ୍ରାମର ଛୋଟ ପିଲାମାନଙ୍କୁ ବହି ସିଲଟ, ଖଡ଼ି ବିସ୍କୁଟ ଆଦି ବଣ୍ଟନ କରିଥିଲେ, କାରଣ ଏହି ଗ୍ରାମରେ…
Read Moreକୁଆଁରିଆ ଡ୍ୟାମ ନିକଟରେ ନିର୍ମାଣ ହେବ ଶିଶୁଉଦ୍ୟାନ ଓ ସଂଗ୍ରହାଳୟ ପାଇଁ ୨ କୋଟି ଟଙ୍କା ମଞ୍ଜୁର କଲେ ସରକାର
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳ କୁଆଁରିଆର ବିକାଶ ହେବା ଲାଗି ରାଜ୍ୟ ସରକାର ୨ କୋଟି ଟଙ୍କା ମଞ୍ଜୁର କରିଥିବା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି। ଏହି ଟଙ୍କାରେ ଏକ ସଂଗ୍ରହାଳୟ ଓ ଶିଶୁ ଉଦ୍ୟାନ ନିର୍ମାଣ ହେବ ବୋଲି ଶ୍ରୀଯୁକ୍ତ ବେହେରା କହିଛନ୍ତି। ଏହି ପ୍ରକଳ୍ପ ଦୁଇଟି ୫୭ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଥିବା କୁଆଁରିଆ ଜଳଭଣ୍ଡାର ପ୍ରାକୃତିକ ଶୋଭାବର୍ତ୍ତନ କରୁଥିବା ସ୍ଥାନରେ କରାଯିବା ନେଇ ଚିହ୍ନଟ କରାଯାଇଛି। ଏବଂ ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଦିଆଯିବାକୁ ସ୍ଥିର କରାଯାଇଛି। ଏହି ଜଳଭଣ୍ଡାର ନିକଟରେ ଏକ ବିରାଟ ମୃଗବିହାର ରହିଛି। ବଣଭୋଜି କରିବା ଲାଗି ଏହା ଏକ ପ୍ରକୃଷ୍ଟ ସ୍ଥାନ ହୋଇଥିବାରୁ କେବଳ ବର୍ଷାଋତୁକୁ ଛାଡ଼ିଦେଲେ ଏଠାରେ ବର୍ଷ ତମାମ ପର୍ଯ୍ୟଟକଙ୍କ ଭିଡ଼ ଲାଗି…
Read Moreନୟାଗଡ଼ ବ୍ଳକର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଲେ ବ୍ଳକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଳକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ରାଉତରାପୁର ଗାଁର ଅଷ୍ଟପ୍ରହରୀ ଓ ନାମଯଜ୍ଞ କାର୍ଯ୍ୟକ୍ରମରେ ଯୋଗଦେଲେ ବ୍ଳକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ। ପ୍ରତ୍ୟେକ ଗ୍ରାମରେ ଏମିତି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସହ ଭାଇଚାରା ସୁଦୃଢ ହେବା ଏକ ଆନନ୍ଦର କଥା ଏବଂ ଏପରି କାର୍ଯ୍ୟକ୍ରମ ଆୟୋଜନ କରିଥିବା ଗ୍ରାମ୍ୟ କମିଟି ଓ ବ୍ୟକ୍ତି ବିଶେଷଙ୍କୁ ଉତ୍ସାହିତ କରିଛନ୍ତି। ତତ୍ ସହିତ ଗ୍ରାମର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସଂପର୍କରେ ଆଲୋଚନା ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି। ସେହିଭଳି ନାଟୁଗାଁ ପଞ୍ଚାୟତର ନାଏବ ସରପଞ୍ଚଙ୍କ ଶଶୁରଙ୍କ ପରଲୋକ ହେବା ଖବର ଶୁଣି ଅଧ୍ୟକ୍ଷ ଶ୍ରୀଯୁକ୍ତ ସାହୁ ମର୍ମାହତ ହେବା ସହ ଆଜି ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। ସ୍ବର୍ଗତ ଶ୍ରୀ ସ୍ୱାଇଁଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ବର୍ତ୍ତମାନ ପ୍ରତ୍ୟେକ ପଞ୍ଚାୟତର ଗାଁ…
Read Moreକଞ୍ଚନବିଲି ଚୋରି ଘଟଣାରେ ୪ଜଣକୁ ଗିରଫ କଲା ନୟାଗଡ଼ ସଦରଥାନା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସଦର ଥାନା ଅନ୍ତର୍ଗତ କ୍ରିଦାଶପୁର ପଞ୍ଚାୟତ କଞ୍ଚନବିଲି ଗ୍ରାମରେ ଗୋଟିଏ ରାତିରେ ଏକାଧିକ ଘରୁ ଚୋରି ଘଟଣାରେ ନୟାଗଡ଼ ସଦର ଥାନା ପୋଲିସ ୪ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ କଞ୍ଚନବିଲି ଗ୍ରାମର କାଳିଆ ନାୟକ, ଦୟାନିଧି ନାୟକ, ନାରାୟଣ ନାୟକ ଓ ଚୋରି ସୁନା ଜିନିଷକୁ କ୍ରୟ କରିଥିବା ବାଲୁଗାଁର ପ୍ରଫୁଲ୍ଲ ସାହୁ । ଏନେଇ ଗତ ୨୫ ତାରିଖରେ ଥାନାରେ ଅଭିଯୋଗ ହୋଇଥିଲା। ସଦର ଥାନା ଥାନାଧିକାରୀ ଦୀପକ କୁମାର ଖଣ୍ଡାୟତରାୟ ଏକ ଟିମ୍ ଗଠନ କରି ଚଢାଉକୁ ଜୋରଦାର କରିଥିବା ବେଳେ ଏସ ଆଇ ସ୍ମୃତି ରଞ୍ଜନ ମହାନ୍ତିଙ୍କ ସହାୟତାରେ ଚୋରଙ୍କୁ ଧରିବାରେ ସଫଳ ହୋଇଥିଲେ । ସୂଚନାଯୋଗ୍ୟ, କଞ୍ଚନବିଲି ଗ୍ରାମର ରଘୁନାଥ ଦାସଙ୍କ ଘରୁ ମାଳି,ସୁନାମୁଦି, ପାଉଁଜି ଆଦି ଲକ୍ଷାଧିକ ଟଙ୍କାର ସୁନା ରୂପା ଗହଣା…
Read Moreଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଆଚାର୍ଯ୍ୟ ଆଚାର୍ଯ୍ୟା ଶୈକ୍ଷିକ ପ୍ରଶିକ୍ଷଣ ଶିବିର ଉଦଯାପିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଗତ ଅପ୍ରେଲ ୨୫ ତାରିଖରୁ ଚାଲିଥିବା ଆଚାର୍ଯ୍ୟା ଆଚାର୍ଯ୍ୟ ଶୈକ୍ଷିକ ପ୍ରଶିକ୍ଷଣ ଶିବିରର ଆଜି ଉଦଯାପନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ବିଦ୍ଯାଳୟର ସଂପାଦକ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ” ଜଣେ ଶିଖିଲେ ଶିଖାଇ ପାରିବ ବୋଲି କହିବା ସହିତ ସମଗ୍ର ଆମ ଓଡିଶା ରାଜ୍ଯରେ ୬୫ ହଜାର ବିଦ୍ଯାଳୟ ରୁ ବେସରକାରୀ ବିଦ୍ଯାଳୟ ସଂଖ୍ଯା ମାତ୍ର ୦୪ ହଜାର ଏବଂ ୬୧ ହଜାର ବିଦ୍ଯାଳୟ ହେଉଛି ସରକାରୀ।ସରକାରୀ ସ୍ତରରେ ସମସ୍ତ ପ୍ରକାର ଶୈକ୍ଷିକ ପ୍ରଶିକ୍ଷଣ ବ୍ଯବସ୍ଥା ଥିବାବେଳେ ବେସରକାରୀ ତଥା ଘରୋଇ ବିଦ୍ଯାଳୟ ମାନଙ୍କରେ ସେଭଳି କୌଣସି ବ୍ଯବସ୍ଥା ନ ଥିଲେ ମଧ୍ୟ ଘରୋଇ ବିଦ୍ଯାଳୟ ମାନେ ଭଲ…
Read Moreପରିବେଶ ସାଧକ ଶ୍ରମିକ ଯୋଗୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ପରିବେଶ ଆନ୍ଦୋଳନକୁ ବିଶ୍ଵ ଦରବାରରେ ପରିଚିତ କରାଇଥିବା ଯୋଗଜନ୍ମା ପରିବେଶ ସାଧକ, ବୃକ୍ଷ ଓ ଜୀବର ବନ୍ଧୁ ତଥା ନୟାଗଡ଼ କେଶରପୁର ଜଙ୍ଗଲ ସୁରକ୍ଷା ମହାସଂଘର ପ୍ରାଣ ପ୍ରତିଷ୍ଠାତା ଶ୍ରମିକ ଯୋଗୀଙ୍କ ଆଜି ଅଷ୍ଟମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ଜଙ୍ଗଲ ସୁରକ୍ଷା ମହାସଂଘ ଆନୁକୁଲ୍ୟରେ କଇଥିଗାଡିଆ ରାସ୍ତା ଖଣ୍ଡାୟତ ସମାଜ ଗୋଷ୍ଠୀ ଗୃହରେ ମହାସଂଘ ସଭାପତି ଶରତ କୁମାର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି। ପରିବେଶ ପ୍ରେମୀ ପ୍ରଦୀପ୍ତ କୁମାର ପଟ୍ଟନାୟକ ଓ ରେଣୁବାଳା ସୁବୁଦ୍ଧିଙ୍କ ପରିବେଶ ସଙ୍ଗୀତ ଗାନ ଓ ବିଭୁ ବନ୍ଦନା ପରେ ଶ୍ରମିକ ଯୋଗୀଙ୍କ ଫଟୋ ଚିତ୍ରରେ ଧୂପ ପୁଷ୍ପ ଅର୍ପଣ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ମହାସଂଘର ଦିବଂଗତ ଆତ୍ମା ପ୍ରଫେସର୍ ରାଧା ମୋହନ, ଗୌରାଙ୍ଗ ପ୍ରଧାନ, ଲକ୍ଷ୍ମୀକାନ୍ତ ପଟ୍ଟନାୟକ, ଭିକ୍ଷାକାରୀ ଲେଙ୍କା,…
Read More