ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତ ବିକାଶ ନୟାଗଡ ଶାଖାସଭାପତି ପ୍ରଫେସର ହରେ କୃଷ୍ଣ ସାହୁ ଙ୍କ ନେତୃତ୍ୱ ରେ ତିନି ନମ୍ବର ୱାର୍ଡ ସ୍ଥିତ ହାଟପଦାପ୍ରାଥମିକ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ପାଳିତ ହୋଇ ଯାଇଛି, ଦେବଦାରୁ, ବଉଳ, କଦମ୍ବ, ପିଜୁଳି, ଆମ୍ବ, ଇତ୍ୟାଦି ପଚାଶ ରୁ ଉର୍ଦ୍ଧ ଚାରା ଆଜି ପୂର୍ବାହ୍ନ 8ଟା ସମୟରେ ବିଦ୍ୟାଳୟ ପରିସରରେ ରୋପଣ କରାଯାଇଥିଲା, ଚାରାର ରକ୍ଷଣାବେକ୍ଷଣ ସମ୍ପର୍କ ରେ ସଚେତନ ଥିବା ଭାରତ ବିକାଶ ର ସଭ୍ୟ ମାନେ ବୃକ୍ଷ ରୋପଣ ସମୟ ରେ ଯଥେଷ୍ଟ ଧ୍ୟାନ ଦେଇଥିଲେ,ଅନ୍ୟ ମାନଙ୍କ ମଧ୍ୟ ରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସେବା ସଚିବ ଦୁର୍ୟୋଧନ ସାହୁ, ସମ୍ପାଦକ ଘନଶ୍ୟାମ ସାହୁ, ଉଦୟନାଥ ନାହାକ, ଗୋବିନ୍ଦ ଚନ୍ଦ୍ର ସାହୁ, ପ୍ରଫୁଲ ନାୟକ, ପ୍ରଦୀପ କୁମାର ସାହୁ, ଅନାଦି ମହାନ୍ତି, ଅବସର ପ୍ରାପ୍ତ ରେଞ୍ଜର ସୁକେଶ…
Read MoreCategory: ନୟାଗଡ଼
ପୁଣି ଷ୍ଟାର୍ଟ ହେଲାନି ମେମୁ ଟ୍ରେନ, ନୟାଗଡ଼ ଷ୍ଟେସନରେ ଯାତ୍ରୀଙ୍କ ହୋହଲ୍ଲା
ନୟାଗଡ଼,(ନୟାଗଡ଼ ଦର୍ପଣ): ରେଳ ବିଭାଗର ଖାମଖିଆଲ ନୀତି ଯୋଗୁଁ ପୁଣି ଆଜି ମେମୁ ଟ୍ରେନ ସମ୍ପୂର୍ଣ୍ଣ ଅଚଳ ହୋଇଯିବା ସହିତ ଯାତ୍ରୀ ମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। ଖବରରୁ ପ୍ରକାଶ ଯେ ଆଜି ସକାଳ ୬ଟା ୪୫ରେ ଏହି ଟ୍ରେନ ଭୁବନେଶ୍ୱର ଛାଡିବାକୁ ଥିଲା। ଯାତ୍ରୀମାନେ ଟିକେଟ କାଟି ଗାଡି ଭିତରେ ବସିଥିଲେ। ଯାତ୍ରୀ ଭରପୁର ଥିବା ଗାଡି ପ୍ରଥମ ହୁଇସିଲ ଏବଂ ଦ୍ୱିତୀୟ ହୁଇସିଲ ମାରି ବାହାରିବା ବେଳକୁ ଗାଡ଼ି ଆଉ ଆଗକୁ ଗଡି ନଥିଲା । ଜଣା ପଡିଥିଲା ଯେ ଗାଡ଼ି ଏୟାର ପ୍ରେସର ନେଉ ନାହଁ। ଗାଡି ଚାଳନା କରୁଥିବା ସମସ୍ତ ତିନିଜଣ ଯାକ ଲୋକପାଇଲଟ ଯେତେ ଚେଷ୍ଟା କଲେ ମଧ୍ୟ ଗାଡ଼ି ଆଗକୁ ଚଙ୍କି ନଥିଲା। ଏ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଯିବା ସହିତ ଚାପା…
Read Moreନୟାଗଡ କ୍ରିୟାନୁଷ୍ଠାନ କମିଟି ତରଫରୁ ବନ ମହୋତ୍ସବ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ କ୍ରିୟାନୁଷ୍ଠାନ କମିଟି ତରଫରୁ ଓ ଦେବୀଦତ୍ତ ଯୁବ ପରିଷଦ, ସହଯୋଗ ରେ ମାଧପୁର ଠାରେ ବନ ମହୋତ୍ସବ ଅବସରରେ ବୃକ୍ଷ ରୋପଣ କରାଯାଇଛି l ଉକ୍ତ ଉତ୍ସବ ରେ ସରପଞ୍ଚ ଶିବାନୀ ଦାସ ଅତିଥି ରୂପେ ଯୋଗ ଦେଇଥିଲେ ଓ ଏହି କାର୍ଯ୍ୟକ୍ରମ ରେ ବନ ବିଭାଗ ତରଫରୁ ବନପାଳ ବନମାଳୀ ରାଉତ, ବନରକ୍ଷୀ ସୁବାସ ଚନ୍ଦ୍ର ନାୟକ, ଦିପ୍ତିମୟୀ ରାଉତ, ପ୍ରଜ୍ଞାଶ୍ରୀ ମହାଳିକ ଙ୍କ ସମେତ ନୟାଗଡ କ୍ରିୟାନୁଷ୍ଠାନ କମିଟି ର ସଭାପତି ନୀଳକଣ୍ଠ ବେହେରା ଙ୍କ ନେତୃତ୍ୱ ରେପ୍ରଦୀପ କୁମାର ସାହୁ, ପ୍ରଭାସିନୀ ନନ୍ଦ, ସୁରେଶ ଚନ୍ଦ୍ର ଦାସ, ନିରଞ୍ଜନ ନନ୍ଦ, ବିଜୟ ମହାପାତ୍ର, ପବିତ୍ର କୁମାର ସାହୁ, ବାଉରୀ ବନ୍ଧୁ ବେହେରା, ଭରତ ଚରଣ ସାହୁ ପ୍ରଭୃତି କାଜୁ, ଆମ୍ବ, ପିଜୁଳି, ଶାଗୁଆନ, ଜାମୁ ଆଦି ଚାରା ରୋପଣ…
Read Moreଅନୁବାଦ ଯୋଗୁଁ ଭାଷାଗତ ଦୂରତା ଦୂର ହୋଇପାରିଛି
ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତୀୟ ଅନୁବାଦ ସାହିତ୍ୟ ତରଫରୁ ଅନଲାଇନ୍ ମାଧ୍ୟମରେ ଆୟୋଜିତ ୧୪ତମ ଅନୁବାଦ ସାହିତ୍ୟ ଆଧାରିତ ଆଲୋଚନାଚକ୍ର ଓ ଅନୂଦିତ ବହୁଭାଷୀ କାବ୍ୟପାଠ ଅନୁଷ୍ଠିତ ହୋଇଅଛି। ଅନୁଷ୍ଠାନର ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଭାରତୀୟ ଅନୁବାଦକ ପ୍ରଦୀପ କୁମାର ଦାଶ , ଚିତ୍ତରଞ୍ଜନ ବ୍ରହ୍ମା, ମଂଜୁଳା ଆସ୍ଥାନା ମହାନ୍ତି,ଡ. ସଂଜୟ କୁମାର ମିଶ୍ର ଆଲୋଚକ ଭାବେ ଯୋଗଦେଇ ଯଥାକ୍ରମେ ଅନୁବାଦରେ ମୂଳ ଲେଖକ ଏବଂ ଅନୁବାଦକ ମଧ୍ୟରେ ସନ୍ତୁଳନର ଆବଶ୍ୟକତା, ଅନୁବାଦକ ଜଣେ ସର୍ଜନଶୀଳ ସ୍ରଷ୍ଟା, ଅନୁବାଦ ଶବ୍ଦାନୁଗାମୀ ଅଟେ ନା ସ୍ୱତନ୍ତ୍ର, ଭାରତୀର ସାଂସ୍କୃତିକ ଏକତା ଦିଗରେ ଅନୁବାଦର ଭୂମିକା ବିଷୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଥିଲେ। ପ୍ରତ୍ୟେକ ଭାଷାର ନିଜସ୍ବ ରୂପ ଓ ଶୈଳୀଗତ ବିଶେଷତା ଅଛି। ଭାରତ ପରି ବହୁଭାଷୀ ରାଷ୍ଟ୍ରରେ ସାମାଜିକ, ସାଂସ୍କୃତିକ, ଆର୍ଥିକ…
Read Moreସ୍ବେଚ୍ଛାସେବୀ ସଂଗଠନ “ସୋହମ୍” ପକ୍ଷରୁ ବନ ମହୋତ୍ସବ ପାଳନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ର ଅଗ୍ରଣି ସ୍ବେଚ୍ଛାସେବୀ ସଂଗଠନ “ସୋହମ୍” ପକ୍ଷରୁ ଶରଧାପୁର ଗ୍ରାମ ପଞ୍ଚାୟତ ସ୍ଥିତ ବୈଷ୍ଣବଗିରି ପର୍ଯ୍ୟଟନ ସ୍ଥଳୀରେ “ବନ ମହୋତ୍ସବ – ୨୦୨୩” ପାଳନ କରାଯାଇଛି । ଏହାକୁ ଖେଡ଼ପଡ଼ା ବନପାଳ ସୁମିତ୍ରା ମିଶ୍ର , ଶରଧାପୁରର ଯୁବ ସମାଜସେବୀ ସନ୍ତୋଷ କୁମାର ମୁଦୁଲି, ସଂଗଠନର ଉପସଭାପତି ବିଶିଷ୍ଟ ପରିବେଶବିତ୍ ପ୍ରକୃତି ବନ୍ଧୁ ଅନାଦି ଚରଣ ମହାନ୍ତି ଓ ସମ୍ପାଦକ କାମାକ୍ଷା ପ୍ରସାଦ ଦାଶ ବୃକ୍ଷ ଦେବତାଙ୍କୁ ପୂଜା କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସେଠାରେ ବେଲ, ଅଶୋକ, ନିମ୍ବ, ବଉଳ ଆଦି ଅନେକ ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା । ଉକ୍ତ କାର୍ଯୟକ୍ରମରେ ସୋହମ୍ ସଂଗଠନ ର ସଦସ୍ୟ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ନାୟକ, ରଘୁନାଥ ଦାଶ, ପ୍ରଶାନ୍ତ କୁମାର ଶତପଥୀ, ରବୀନ୍ଦ୍ର କୁମାର ନାୟକ, ସ୍ୱେଚ୍ଛାସେବୀ ନିର୍ମଳ…
Read Moreନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜନଶୁଣାଣି ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସଦର ମହକୁମା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନ ଶୁଣାଣି ଶିବିରରେ ମୋଟ ୧୮୫ଗୋଟି ମାମଲା ଗ୍ରହଣ କରାଯାଇଥିଲା । ସେଥି ମଧ୍ୟରୁ ବ୍ୟକ୍ତିଗତ ୧୩୨ ଗୋଟି ମାମଲା ଥିବା ବେଳେ ୪ ଗୋଟି ଗ୍ରାମ୍ୟ ସମସ୍ୟା ରହିଥିଲା । ୬୭ ଗୋଟି ମାମଲାର ତୁରନ୍ତ ସମାଧାନ କରାଯାଇଥିଲା। ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୪୩ ଜଣଙ୍କୁ ସାହାଯ୍ୟ କରାଯାଇଥିବାବେଳେ ରେଡକ୍ରସରୁ ୬ଜଣଙ୍କୁ ସାହାଯ୍ୟ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହି ଅଧିକାରୀ ସୁବାଷ ଚନ୍ଦ୍ର ରାୟ, ଉପ ଜିଲ୍ଲାପାଳ ଶକ୍ତିକାନ୍ତ ରାୟ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଉମାକାନ୍ତ ମଲ୍ଲିକ, ଜିଲ୍ଲା ମୁଖ୍ୟ ଚିକିତ୍ସା…
Read Moreଭାପୁରରେ ସେବା ଉତ୍ସବ, ଶହେ ଅଭାବୀଙ୍କୁ ବସ୍ତ୍ରଦାନ
ଭାପୁର,(ନୟାଗଡ଼ ଦର୍ପଣ): ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଦୀର୍ଘ ୧୫ଦିନ ଧରି ଅନୁଷ୍ଠିତ ହେଉଥିବା ଜିଲ୍ଲାବ୍ୟାପି ସେବା ଉତ୍ସବ ୨୦୨୩ର ତୃତୀୟ ଦିବସରେ ଆଜି ଭାପୁର ବ୍ଲକର ବିଭିର୍ଣ୍ଣ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭାପୁର ବ୍ଲକର କେନ୍ଦୁପଲ୍ଲୀ, ରାକମା, ଭାପୁର ପଞ୍ଚାୟତର ବିଭିର୍ଣ୍ଣ ସ୍ଥାନରେ ଗରିବ ଓ ଅସହାୟଲୋକଙ୍କୁ ବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନ କରିଥିଲେ। ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସେବା ସମିତ ସଦସ୍ୟ ଗୁଲସନ କୁମାର ଦାସ, ଶ୍ରୀମାନ ଅଭିଜିତ କର,ରାଜଲକ୍ଷ୍ମୀ ମହାନ୍ତି, ପରମେଶ୍ୱର ସାହୁ,ପରମେଶ୍ୱର ସାହୁ, ରଂଜନ ବେହେରା,ଲିଙ୍କନ ସାହୁ, ଶ୍ରୀମାନ ଅଭିଜିତ, ଏସ ଓଁକାର,ମଳୟ ରଂଜନ ରାୟ, ଯୁଧିଷ୍ଠିର ବେହେରା,କରଣ ବଡ଼ଟିଆ ପ୍ରମୁଖ ସାମିଲ ହୋଇଥିଲେ। ଏହି ଉତ୍ସବ ମାଧ୍ୟମରେ ସାରା ନୟାଗଡ଼ରେ ସେବା ଓ…
Read Moreକବି ଡ. ସୁରେଶ ବରାଡ଼ଙ୍କୁ ରାଷ୍ଟ୍ରିୟ ସାହିତ୍ୟ ଶିରୋମଣି ସମ୍ମାନ
ଓଡଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ବିଶିଷ୍ଟ କବି, ଲେଖକ, କଥାକାର ଏବଂ ଲଡ଼ୁବାବା ସାହିତ୍ୟ ସଂସ୍କୃତି ପରିଷଦର ଉପସଭାପତି ଡ.ସୁରେଶ ଚନ୍ଦ୍ର ବରାଡ଼ଙ୍କୁ ତାଙ୍କର ସାମଗ୍ରିକ ସାହିତ୍ୟ ସାଧନା ପାଇଁ ପଶ୍ଚିମ ବଙ୍ଗର ଆସାନସୋଲସ୍ଥିତ ନବ୍ୟ ଫାଉଣ୍ଡେସନ ତରଫରୁ ସମ୍ମାନ ସୂଚକ ‘ରାଷ୍ଟ୍ରିୟ ସାହିତ୍ୟ ଶିରୋମଣି’ ସମ୍ମାନରେ ଭୂଷିତ କରାଯାଇଛି। ଡ.ବରାଡ଼ ୨୨ ଖଣ୍ଡ ବିଭିନ୍ନ ଉପାଦେୟ ପୁସ୍ତକ ରଚନା କରି ନୟାଗଡ଼ ଜିଲ୍ଲାରେ ପ୍ରତିଷ୍ଠିତ କବି ଓ ଲେଖକ ହିସାବରେ ସୁନାମ ଅର୍ଜ୍ଜନ କରିଛନ୍ତି। ତାଙ୍କର ଏହି ଉପାଦେୟ ପୁସ୍ତକ ଗୁଡ଼ିକ ବିଭିନ୍ନ ବିଦ୍ୟାଳୟ, ଧର୍ମ ଅନୁଷ୍ଠାନ ଏବଂ ଗ୍ରାମ ମାନଙ୍କରେ ଲୋକ ମାନଙ୍କ ମଧ୍ୟରେ ବେଶ ଆଦୃତ ହୋଇ ପାରିଛି। ତାଙ୍କ ସାହିତ୍ୟ ସାଧନାକୁ ଦୃଷ୍ଟିରେ ରଖି ତାଙ୍କୁ ରାଷ୍ଟ୍ରିୟ ସାହିତ୍ୟ ଶିରୋମଣି ସମ୍ମାନରେ ସମ୍ମାନିତ କରାଯାଇଛି। ଏଥିପାଇଁ ଆଜି ଶରଣକୁଳ ନିକଟସ୍ଥ ହରିହରପୁରସ୍ଥ…
Read Moreରୋଟାରୀ କ୍ଳବର ଅଧିଷ୍ଠାନ ଉତ୍ସବ, ୨୦୨୩-୨୪ ପାଇଁ ସଭାପତି ଅବଦୁଲ ଆରିଫ୍ ଖାଁନ୍ ଓ ସଂପାଦକ ଶ୍ରୀଧର ସାହୁ
“ସେବା ହିଁ ମାନବ ଜୀବନକୁ ସାର୍ଥକ କରିଥାଏ- ବିଧାୟକ” ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଖଣ୍ଡପଡ଼ାରୋଡସ୍ଥ ରୋଟାରୀ ଭବନରେ କ୍ଳବର ୩୪ ତମ ଅଧିଷ୍ଠାନ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଯୋଗ ଦେଇ ରୋଟାରିଆନ ମାନଙ୍କର ସମାଜ ସେବା ମନୋବୃତ୍ତିକୁ ପ୍ରସଂଶା କରିଥିଲେ। ରୋଟାରୀ କ୍ଳବର ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟକ୍ରମ ଗୁଡିକ ପାଇଁ ମୁଖ୍ଯ ଅତିଥି ସମସ୍ତ ରୋଟାରିଆନ ମାନଙ୍କୁ ମଧ୍ଯ ସାଧୁବାଦ ଜଣାଇବା ସହିତ ସେବା ହିଁ ମାନବ ଜୀବନକୁ ସାର୍ଥକ କରିଥାଏ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ନୟାଗଡ଼ ପୌରପରିଷଦ ପୌରାଧ୍ୟକ୍ଷା ନିରୁପମା ଖଟେଇ ଯୋଗଦେଇ ୨୦୨୨-୨୩ ବର୍ଷରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ କରିଥିବା ବିଦାୟୀ ସଭାପତି ପ୍ରବୀର କୁମାର ପ୍ରୁଷ୍ଟି ଓ…
Read More୭ମ ବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବ ଉଦଘାଟିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସେବା ଉତ୍ସବ ସମିତି ପକ୍ଷରୁ ସପ୍ତମ ବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବ ଉଦଘାଟିତ ହୋଇଯାଇଛି l ସେବା ସମିତି ପକ୍ଷରୁ ଚଳିତ ବର୍ଷ ସପ୍ତମ ଥର ପାଇଁ ଏହି ଉତ୍ସବ ଆୟୋଜନ କରାଯାଇଛି l ପୂର୍ବରୁ ଏହି ସେବା ଉତ୍ସବ ଜରିଆରେ ଜିଲ୍ଲାର ବିଭିନ୍ନ ଆଦିବାସୀ ଓ ଦୁର୍ଗମ ଅଞ୍ଚଳରେ ମାଗଣା ସ୍ବାସ୍ଥ୍ୟସେବା ଶିବିର, ଅଙ୍ଗଦାନ ଶିବିର, ରକ୍ତଦାନ ଶିବିର, ଚଷମା ବଣ୍ଟନ, ଅନ୍ନଦାନ, ବସ୍ତ୍ରଦାନ ପ୍ରଭୃତି ସେବା ଭିତ୍ତିକ କାର୍ଯ୍ୟକ୍ରମ ମାନ ଆୟୋଜିତ ହୋଇଥିବା ବେଳେ ଚଳିତ ବର୍ଷ ପାଇଁ ଦୁର୍ଗମ ଅଞ୍ଚଳରେ ଅସହାୟ ଲୋକଙ୍କୁ ବସ୍ତ୍ରଦାନ, ଗରିବ ମେଧାବୀ ଛାତ୍ର ଛାତ୍ରୀଙ୍କୁ ପାଠ୍ୟ ଉପକରଣ ବଣ୍ଟନ, ଅଙ୍ଗଦାନ ଶିବିର, ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ସେବା ଶିବିର ଆଦି ବିଭିନ୍ନ ସେବାଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି l ନୟାଗଡ଼ ସହରର…
Read More