ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ୱତୀ ଶିଶୁଵିଦ୍ୟା ମନ୍ଦିର ପରିସରରେ ଗୁରୁଦିବସ ଉତ୍ସବ ପାଳିତ ହୋଇଯାଇଛି। ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ବିଦ୍ୟାଳୟ ର ବିଦ୍ୱତ ପରିଷଦ ସଭାପତି ଶ୍ରୀଯୁକ୍ତ ଭଗବାନ ସାହୁ ମା ସରଦାଙ୍କ ନିକଟରେ ଦୀପ ପ୍ରଜ୍ବଳନ କରି ବିଶ୍ୱକଲ୍ୟାଣ ନିମନ୍ତେ ଆଶିଷ ଭିକ୍ଷା କରିଥିଲେ। ବିଦ୍ୟାଳୟ ର ପ୍ରଧାନଚାର୍ୟ୍ଯ ଶ୍ରୀଯୁକ୍ତ ଅମ୍ବିକାପ୍ରସାଦ ପଟ୍ଟନାୟକ ଅତିଥି ପରିଚୟ କରାଇଥିଲେ। ମୁଖ୍ୟବକ୍ତା ଶ୍ରୀ ସାହୁ “ଗୁରୁଦିବସ ର ମହତ୍ତ୍ୱ” ଓ ସମାଜରେ ଗୁରୁଙ୍କର ଭୂମିକା ବିଷୟରେ ବ୍ୟାଖ୍ୟା କରିଥିଲେ। ଶିଶୁ ମନରେ ମାନବିକ ମୂଲ୍ୟବୋଧ ସୃଷ୍ଟି କରିପାରିଲେ ଶିକ୍ଷକ ଜୀବନ ଧନ୍ୟ ବୋଲି କହିଥିଲେ। ଶିଶୁଭାରତୀ ଭାଇଭଉଣୀ ମାନେ ଖୁବ ଆଗ୍ରହ ଓ ଭକ୍ତିରେ ଗୁରୁପୂଜନ କରିଥିଲେ। ବିଦ୍ୟାଳୟ ର ଶିଶୁଭାଇଭଉଣୀ ମାନେ ଗୁରୁଦିବସ ନିମନ୍ତେ ସୁନ୍ଦର ଭାଷଣ ଦେଇଥିଲେ।ପ୍ରାୟ ୬୦୦ରୁ ଉର୍ଦ୍ଧ୍ବ…
Read MoreCategory: ନୟାଗଡ଼
ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ବଳକେନ୍ଦ୍ର ଉଦଘାଟନ କରିବା ସହ ଗୁରୁପୂଜନ ପର୍ବରେ ଯୋଗଦେଲେ ଦଶପଲ୍ଲା ବିଧାୟକ
ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଳକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ସଂପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ବଳ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଉଦ୍ଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମିପ୍ରିୟା ବେହେରା , ବ୍ଲକ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ , ରାଜସୁନାଖେଳା ଡିଆଇଟି ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀ, ବରିଷ୍ଠ ପ୍ରଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ମନୋରଞ୍ଜନ ମିଶ୍ର , ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର କୁମାର ବେହେରା, ଚିନ୍ତାମଣି ବିଦ୍ୟାପୀଠ ସଂପଡ଼ା ପ୍ରଧାନ ଶିକ୍ଷକ ଭୀମସେନ ସାହୁ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଫୁଲୋଚନ କହଁର ପ୍ରମୁଖ ଯୋଗ ଦେଇଥିଲେ । ସଂପଡା…
Read Moreନୟାଗଡ଼ରେ ପବିତ୍ର ଗୁରୁ ଦିବସରେ ଗୁରୁ ପୂଜନ ସମାରୋହ
ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ଗୁରୁ ଦିବସ ଅବସରରେ ଗୁରୁ ପୂଜନ ସମାରୋହ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ଓ କଲେଜ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦ୍ବାରା ଆୟୋଜିତ ଏହ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ସଭାପତି ଇଂ. ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ,ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ ଓ ବ୍ଲକ ଶିକ୍ଷା ଅଧିକାରୀ ନିମାଇଁ ଚରଣ ପ୍ରଧାନ, ପୌରାଧ୍ୟକ୍ଷ ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ ପ୍ରମୁଖ ମଞ୍ଚାସିନ ଥିଲେ। ପ୍ରତି ବର୍ଷ ପରି ଏହି ବର୍ଷ ନିଆରା ଢଙ୍ଗରେ ପାଳନ ହୋଇଛି…
Read Moreନୟାଗଡ ଜିଲ୍ଲାରେ କଂଗ୍ରେସ ସାଙ୍ଗଠନିକ ସ୍ଥିତି ସମୀକ୍ଷା କଲେ ଓଡିଶା କଂଗ୍ରେସ ପ୍ରଭାରୀ ସାଂସଦ ଡ଼ଃ. ଏ. ଚେଲ୍ଲାକୁମାର
ନୟାଗଡ଼,(ନୟାଗଡ଼ ଦର୍ପଣ): କନ୍ଧମାଳ ବୌଦ୍ଧ ଜିଲ୍ଲାରୁ ଦୁଇଦିନିଆ ଗସ୍ତ ସାରି ଭୁବନେଶ୍ୱର ଯିବା ବାଟରେ ନୟାଗଡ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ନୟାଗଡ ଜିଲ୍ଲାରେ କଂଗ୍ରେସ ସାଙ୍ଗଠନିକ ସ୍ଥିତି ସମୀକ୍ଷା କରିଥିଲେ ଏଆଇସିସି ସାଧାରଣ ସମ୍ପାଦକ ତଥା ଓଡିଶା କଂଗ୍ରେସ ପ୍ରଭାରୀ ସାଂସଦ ଡ଼ଃ. ଏ. ଚେଲ୍ଲାକୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଚାର କମିଟି ଅଧ୍ୟକ୍ଷ ପୂର୍ଵ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ l ଜିଲ୍ଲାର ସମସ୍ତ ବ୍ଲକ କଂଗ୍ରେସ ସଭାପତିମାନଙ୍କ ସହ ସାଙ୍ଗଠନିକ ଶକ୍ତି ବୃଦ୍ଧି ଶୀର୍ଷକ ଆଲୋଚନା କରି ଜିଲ୍ଲା ପରିଷଦ ଜୋନ ସ୍ତରୀୟ ବୈଠକ କରି ପଞ୍ଚାୟତ ଏବଂ ବୁଥ କମିଟି ଗଠନ ଉପରେ ଗୁରୁତ୍ୱ ଆରୋପ କରିଥିଲେ l ନୟାଗଡ ଜିଲ୍ଲାର ଲାଇଫଲାଇନ ତଥା କଂଗ୍ରେସ ସରକାର ପ୍ରସ୍ତାବିତ ବୃହତ ବୃତଙ୍ଗ ଜଳସେଚନ ଯୋଜନା, ପାଣିପୋଇଲା ଠାରେ ଦୁଇଲକ୍ଷ…
Read Moreଜାତୀୟ ସ୍ତରୀୟ ଟାଇକୋଣ୍ଡ ଚମ୍ପିୟାନସିପରେ ନୟାଗଡ଼ ଜିଲ୍ଲାର କୃତିତ୍ୱ
ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ସେପ୍ଟେମ୍ବର ମାସ ୨ ରୁ ୪ ତାରିଖ ମଧ୍ୟରେ ଝାରଖଣ୍ଡ ରାଞ୍ଚି ଠାରେ ୧୪ତମ ଭଗବାନ ବିର୍ଶାମୁଣ୍ଡା ଜାତୀୟ ଓପନ ଟାଇକୋଣ୍ଡ ଚମ୍ପିୟାନସିପ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ନୟାଗଡ଼ ଓ ଇଟାମାଟି ଅଞ୍ଚଳର ୮ ଛାତ୍ର ଓ ଦୁଇଜଣ କୋଚ ଶ୍ରୀ ପୃଥିବୀ ରାୟଗୁରୁ ଓ ଶ୍ରୀ ଶିବାନନ୍ଦ ରାୟଗୁରୁ ଓଡ଼ିଶା ଟାଇକୋଣ୍ଡ ଆସୋସିଏସନ୍ ଅଧୀନରେ ଝାରଖଣ୍ଡ ଯାତ୍ରା କରିଥିଲେ, ଏଥି ମଧ୍ୟରୁ ନୟାଗଡ଼ ମାର୍ଶାଲ ଆର୍ଟ ଆକାଡେମି ର ଛାତ୍ର ଶ୍ରୀ ପ୍ରିୟାନସୁ ପାଲ ସ୍ବର୍ଣ୍ଣ ପଦକ ପାଇଥିବା ବେଳେ ଇଟାମାଟି ପୃଥିବୀ ଟାଇକୋଣ୍ଡ ଆକାଡେମି ର ଛାତ୍ର ଶ୍ରୀ ଆସିସ୍ ସାହୁ ରୌପ୍ୟ ପଦକ ପାଇ ନୟାଗଡ଼ ଅଞ୍ଚଳ ପାଇଁ ଗୌରବ ଅର୍ଜନ କରିଛନ୍ତି । ଅନୁଷ୍ଠାନର ଛାତ୍ରଛାତ୍ରୀ ତଥା ଅଭିଭାବକ ତଥା ନୟାଗଡ଼…
Read Moreନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ବିଦ୍ୟାଳୟ ସମୂହର ପ୍ରତିଯୋଗୀତା
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ଏବଂ ଦୌରା ଜଜ ଆନନ୍ଦ ନାରାୟଣ ମହାରଣାଙ୍କ ଅନୁମତି କ୍ରମେ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା । ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧୀନରେ ଥିବା ୧୭ ଗୋଟି ବିଦ୍ୟାଳୟସ୍ଥ –”ବିଦ୍ୟାଳୟ ଆଇନ ସାକ୍ଷରତା ପରିଷଦ” ଗୁଡିକ ମଧ୍ୟରେ ତର୍କ, ପ୍ରବନ୍ଧ ,ଚିତ୍ରାଙ୍କନ ଏବଂ କ୍ଷୁଦ୍ର ନାଟକ ପ୍ରତିଯୋଗୀତା ହୋଇଅଛି । ଘରୋଇ ହିଂସା ନିରୋଧ / ପରିବେଶ ସଚେତନତା / ବାଳ ଶ୍ରମିକ ପ୍ରଥା /ବରିଷ୍ଠ ନାଗରିକଙ୍କ ଅଧିକାର | ମଧ୍ୟସ୍ଥତା | ମାନବ ଚାଲଣ |କାରାଗାର ଅନ୍ତେବାସୀଙ୍କ ସୁରକ୍ଷା | ଆଦିବାସୀଙ୍କ ଅଧିକାର | ଭିନ୍ନକ୍ଷମ ଅଧିକାର /ମହିଳାଙ୍କ ଉପରେ ଏସିଡ ଆକ୍ରମଣ/କନ୍ୟାଭୂନ ନଷ୍ଟ ନିରୋଧ ଆଇନ ଇତ୍ୟାଦି ଉପରେ ଏହି କାର୍ଯ୍ୟକ୍ରମ ହୋଇଥିଲା । ପ୍ରାରମ୍ଭ ଅଧିବେଶନକୁ…
Read Moreଗବେଷଣା ପାଇଁ ମନୋନୀତ ହେଲେ ଯୁବ ସାମ୍ବାଦିକ ଜୟେନ୍ଦ୍ର
ନୟାଗଡ଼,(ନୟାଗଡ଼ ଦର୍ପଣ): ଗବେଷଣା ପାଇଁ ମନୋନୀତ ହୋଇଛନ୍ତି ନୟାଗଡ଼ ଜିଲ୍ଲାରେ କାର୍ଯ୍ୟରତ ଯୁବ ସାମ୍ବାଦିକ ଜୟେନ୍ଦ୍ର ବେହେରା l ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗରେ ଗବେଷଣା କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା l ପ୍ରଥମେ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ଇଣ୍ଟରଭ୍ୟୁ ପାଇଁ ମନୋନୀତ ହୋଇଥିଲେ l ଉଭୟ ପରୀକ୍ଷାରେ ଭଲ ମାର୍କ ହାସଲ କରିଥିବାରୁ ଶେଷରେ ଗବେଷଣା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି l ତେବେ ରାଜନୀତି ବିଜ୍ଞାନ ଏବଂ ଗଣମାଧ୍ୟମ ସମ୍ପର୍କିତ ବିଷୟବସ୍ତୁ ଉପରେ ଗବେଷଣା କରିବା ପାଇଁ ମନୋନିବେଶ କରିଥିବା ଜଣାପଡିଛି l ଏପରିକି ସାକ୍ଷାତକାର ସମୟରେ ମଧ୍ୟ ଗଣମାଧ୍ୟମ ଏବଂ ରାଜନୀତି ବିଜ୍ଞାନ ସମ୍ବନ୍ଧୀୟ ଗବେଷଣା ପ୍ରସ୍ତାବ ଉପସ୍ଥାପନା କରିଥିଲେ l ଯାହା ବିଭାଗର ବିଚାରକମାନଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲା l ରଣପୁର ବ୍ଲକ ରାଜସୁନାଖଳା ନିକଟସ୍ଥ…
Read Moreଅନନ୍ୟା ଫାଉଣ୍ଡେସନର ତୃତୀୟ ପ୍ରତିଷ୍ଠା ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଅନନ୍ୟା ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ରୋଟାରୀ ଭବନରେ ଆଜି ତୃତୀୟ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଚି। ବାହାନଗା ଭୟାବହ ରେଳ ଦୁର୍ଘଟଣା ପାଇଁ ନିରାଡ଼ାମ୍ୱର ଢଙ୍ଗରେ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମରେ ସମାଜସେବୀ ତଥା ସାମ୍ବାଦିକ ରଜତ କୁମାର ପଟ୍ଟନାୟକ, ଭାଜପା ନେତା ସନ୍ତୋଷ ପ୍ରଧାନ ଅତିଥିଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପରେ ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ଅତିଥିମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସମାଜର ଭଲ ପାଇଁ ଚିନ୍ତା କରୁଥିବା ଅନୁଷ୍ଠାନ ସହ ସବୁବେଳେ ରହିଛି ଓ ରହିବି। ପରେ ଭାଜପା ନେତା…
Read Moreଓଡ଼ିଆ ଭାଷା- ସାହିତ୍ୟ ପ୍ରତି ଛାତ୍ର ଛାତ୍ରୀଙ୍କ ଆଗ୍ରହ ସୃଷ୍ଟି ପାଇଁ ପ୍ରୟାସ
ନୟାଗଡ଼,(ନୟାଗଡ଼ ଦର୍ପଣ): ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରରେ ଛାତ୍ର ଛାତ୍ରୀମାନଙ୍କ ମନରେଓଡ଼ିଆ ଭାଷା ସାହିତ୍ୟ ପ୍ରତି ଅଧିକ ଆଗ୍ରହ ସୃଷ୍ଟି କରିବା ତଥା ସେବା ଓ ସଚେତନତାମୂଳକ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଉତ୍କଳ ସମ୍ମିଳନୀ ନୟାଗଡ଼ ଜିଲ୍ଲା ଶାଖାର ଏକ ସ୍ୱତନ୍ତ୍ର ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଅଛି। ସମ୍ମିଳନୀର ସଭାପତି ବସିରନ୍ ବିବିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସ୍ୱତନ୍ତ୍ର ବୈଠକରେ ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ସମସ୍ତଙ୍କୁ ସ୍ୱାଗତ କରିବା ସହ ସମ୍ମିଳନୀର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ।ଏହି ବୈଠକରେ ବରିଷ୍ଠ ସଦସ୍ୟ ଅରୁଣ କୁମାର ମହାନ୍ତି, ମହମ୍ମଦ ଓମାର ମଲ୍ଲିକ, ପ୍ରଦୀପ ସାହୁ, ପ୍ରଫୁଲ୍ଲ,ଗୋକୁଳ କୁମାର ଷଡଙ୍ଗୀ,ପ୍ରତାପ ସାହୁ, ଲକ୍ଷ୍ମୀଧର ମହାପାତ୍ର, ସୁଦର୍ଶନ ପ୍ରଧାନ ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରତିଷ୍ଠାନରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ଲୋକଙ୍କୁ ସଚେତନ କରାଇବା,…
Read Moreକଣ୍ଟିଲୋର କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ, ସମଗ୍ର ଜିଲ୍ଲାରେ ଖୁସିର ଲହରୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା କଣ୍ଟିଲୋର କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା। କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିଥିବା ସୁଚନା ଦେଇଛନ୍ତି ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ ଅନ୍ତର୍ଗତ ବଡ଼ବାଣପୁର, କଣ୍ଟିଲୋ, ପଦ୍ମାବତୀ, ଓ ଆଖପାଖ ଅଞ୍ଚଳରେ ଅମଳ ହେଉଥିବା ଏହି ସ୍ବତନ୍ତ୍ର କିସମର କଣ୍ଟାଯୁକ୍ତ ବାଇଗଣକୁ ମିଳିଲା ଭୌଗୋଳିକ ପରିଚୟ। ଏହି ବାଇଗଣଟି ଅନ୍ୟ ବାଇଗଣ ଠାରୁ ସ୍ବତନ୍ତ୍ର । ଏହି ବାଇଗଣ ଗଛର ଫଳ, କାଣ୍ଡ ଏବଂ ପତ୍ରରେ କଣ୍ଟା ଭରି ରହିଥାଏ। ପ୍ରତ୍ୟେକ ବାଇଗଣର ଓଜନ ୨୫ ରୁ ୫୦ ଗ୍ରାମ ମଧ୍ୟରେ ରହିଥାଏ । ଏହି ବାଇଗଣ ଗଛ ଲଗେଇବାର ୩୦ ରୁ ୩୫ ଦିନ ମଧ୍ୟରେ ଫଳ ଦେଇଥାଏ ।ଏହାର ସ୍ବାଦ ସ୍ବତନ୍ତ୍ରତା ରହିଛି । ଏହି ବାଇଗଣର ରୋଗ…
Read More