ଆନ୍ତର୍ଜାତିୟ ମାନବାଧିକାର ରକ୍ଷକ ତରଫରୁ ନୟାଗଡ଼ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧନା

ନୟାଗଡ଼, (ନୟାଗଡ଼ ଦର୍ପଣ): ଅନ୍ତାର୍ଜାତିୟ ମାନବାଧିକାର ରକ୍ଷକର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ମୀନକେତନ ପଟ୍ଟନାୟକଙ୍କ ନେତୃତ୍ୱରେ ନୟାଗଡ଼ ଜିଲ୍ଲାପାଳ ସ୍ୱଧା ଦେବ ସିଂଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। । ଏଥିରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ନୟାଗଡ଼ ଜିଲ୍ଲା ସଭାପତି ତଥା ଲଡ଼ୁବାବାଙ୍କ ବରିଷ୍ଠ ପୂଜକ ଭଗବାନ ମହାପାତ୍ର, ପ୍ରମୋଦ କୁମାର ନନ୍ଦ ଜିଲ୍ଲା ଦୁର୍ନୀତି ନିବାରଣ ଅଧିକାରୀ, ଅବିନାଶ ସାମନ୍ତରାୟ, ପ୍ରଶାସନିକ ସଚିବ ଭାରତୀୟ ମୁଖ୍ୟ କାର୍ଯ୍ୟାଳୟ ଦିଲ୍ଲୀ, ଶ୍ମାନସ ଗୋଛାୟତ ଜିଲ୍ଲା ଯୁବ ସମ୍ପାଦକ ନୟାଗଡ଼, ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ, ନୟାଗଡ଼ ଜିଲ୍ଲାରେ ଅନାଥ ଓ ବୃଦ୍ଧମାନଙ୍କ ପାଇଁ ଅନେକ ପ୍ରକଳ୍ପ ସ୍ଥାପନା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିବା ସୂଚନା ଦେଇଛନ୍ତି। ଜିଲ୍ଲାର ବୁଦ୍ଧିଯିବି ମହଲରେ ଏହି ମହତ୍ୱ କାର୍ଯ୍ୟକୁ ପ୍ରସଂଶା କରାଯାଇଛି।

Read More

ଆରୋମିରା ଟ୍ରଷ୍ଠ ପକ୍ଷରୁ ବିଶ୍ୱ ଧରିତ୍ରୀ ଦିବସ ପାଳିତ

ଓଡଗାଁ, (ନୟାଗଡ଼ ଦର୍ପଣ): ଧରିତ୍ରୀ ମା’ର ସୁରକ୍ଷା ନିମନ୍ତେ ଜନ ସଚେତନତା ସୃଷ୍ଟି ପାଇଁ ସାରା ବିଶ୍ୱରେ ଆଜି ପବିତ୍ର ଧରିତ୍ରୀ ଦିବସ ପାଳିତ ହେଉ ଅଛି। ଏ ଅବସରରେ ନୟାଗଡ଼ ଜିଲ୍ଲା କୁରାଳ ଗ୍ରାମର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଅରୋମିରା ଟ୍ରଷ୍ଟ ତରଫରୁ ଧରିତ୍ରୀ ଦିବସ ପାଳନ କରାଯାଇଛି। ଟ୍ରଷ୍ଟ ପରିଚାଳକ ତଥା ପ୍ରକୃତି ବନ୍ଧୁ ସୁକାନ୍ତ ଚୌଧୁରୀଙ୍କ ମାର୍ଗ ଦର୍ଶନରେ ଶାଳ ବଣ ସୁରକ୍ଷା ସମିତି ଏବଂ ପଞ୍ଚୁପାଣ୍ଡବ ସୁରକ୍ଷା ମଞ୍ଚ ସହାୟତାରେ ଓଡଗାଁ ବନାଞ୍ଚଳ ଅଧିନସ୍ଥ ବାହାଡାଝୋଲା ରିଜର୍ଭ ଶାଳ ବଣକୁ ଘେରି ରହିଥିବା ଗ୍ରାମ ସମୂହ ଏବଂ ଓଡଗାଁ ବନାଞ୍ଚଳ ଓ ବୁଗୁଡ଼ା ବନାଞ୍ଚଳ ଅଧିନସ୍ଥ ପଞ୍ଚୁପାଣ୍ଡବ ପାହାଡକୁ ଘେରି ରହିଥିବା ନୟାଗଡ଼ ତଥା ଗଞ୍ଜାମ ଜିଲ୍ଲାର ୧୫ ଟି ଗ୍ରାମରେ ଧରିତ୍ରୀ ମାତାଙ୍କ ବିଧିବଦ୍ଧ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।…

Read More

ପୁଣି ବିଜେଡ଼ିରେ ସାମିଲ ହେଲେ ବିରୋଧୀ ଦଳର ୪୫ରୁ ଉର୍ଦ୍ଧ୍ୱ ନେତା

ଚମ୍ପତ୍ତିପୁର, ମାନ୍ଧାତାପୁର ଓ ଚଣ୍ଡିବସ୍ତର ବିରୋଧୀ ଦଳର ନେତା ବିଜେଡିରେ ସାମିଲ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ଅଧୀକ ଶକ୍ତିଶାଳୀ ହେଉଛି ବିଜେଡି । ଗତ କିଛି ଦିନ ଧରି ବିରୋଧୀ ଶିବିରର ଅନେକ ନେତା ଓ କର୍ମୀ ବିଜେଡିରେ ଯୋଗ ଦେବାରେ ଲାଗିଛନ୍ତି । ବିରୋଧୀ ଶିବିର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ନିର୍ବାଚନ ଯେତିକି ପାଖେଇ ଆସୁଛି ବିରୋଧୀ ଶିବିରରେ ସେତିକି ନିରାଶ ଦେଖିବାକୁ ମିଳୁଛି । ଦୁର୍ବଳ ହେଉଛି ନୟାଗଡ଼ ନିର୍ବାଚନ ମଣ୍ଡଳୀର ବିଜେପି ଶିବିର । ପ୍ରତ୍ୟେକ ଦିନ ବିଜେପି ଛାଡ଼ି ବିଜେଡ଼ିରେ ବିଜେପି କର୍ମୀଙ୍କ ବିଜେଡ଼ିରେ ମିଶ୍ରଣ ଓ ବିଜେଡ଼ି ଏକତାରେ ଶକ୍ତିଶାଳୀ ହେଉଛି ନୟାଗଡ଼ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ଶିବିର । ଅରୁଣଙ୍କ କ୍ରେଜ୍ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ…

Read More

ବିରୁଡ଼ା ପଞ୍ଚାୟତରେ ସକାଳୁ ସକାଳୁ ଅରୁଣଙ୍କ ନିର୍ବାଚନୀ ପ୍ରଚାର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ରେ ବିଜୁ ଜନତା ଦଳ ବୃହତ ବିଜୟ ଲକ୍ଷରେ ରହିଛି । ଦୈନିକ ଶହ ଶହ ବିରୋଧି କର୍ମୀ ଦଳରେ ସାମିଲ ହେଉଥିବା ବେଳେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ପଞ୍ଚମ ବିଜୟ ଲକ୍ଷରେ ରହିଛନ୍ତି। ଆଜି ସକାଳୁ ସକାଳୁ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ବିରୁଡ଼ା ଗ୍ରାମ ପଞ୍ଚାୟତ ବାଘେରା ଗ୍ରାମ ସୁଳିଆପଦା ଠାରୁ ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଦ୍ୱାର ଦ୍ୱାର ବୁଲି ଭୋଟରଙ୍କୁ ଭୋଟ ଭିକ୍ଷା ନିବେଦନ କରିଛନ୍ତି । ଏଥି ସହିତ ପ୍ରତ୍ୟେକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବିକାଶର ବାର୍ତ୍ତା ଦେଇଛନ୍ତି । ବାଘେରା ଗ୍ରାମ ଠାରୁ ଚାଲି ଚାଲି ବରକୋଳିପାଟଣା ପର୍ଯ୍ୟନ୍ତ ପ୍ରଚାର କାର୍ଯ୍ୟରେ ସାମିଲ ହୋଇଥିଲେ । ବହୁ ସଂଖ୍ୟାରେ ମହିଳାମାନେ ଉପସ୍ଥିତ ରହି ଅରୁଣଙ୍କୁ ଆଶୀର୍ବାଦ ଦେଇଥିଲେ । ଏହା…

Read More

ଧାଡ଼ିକିଆ ଖବର, ତାରିଖ-୨୨.୦୪.୨୪ (ସୋମବାର)

⭕ଭାରତ ପ୍ରସିଦ୍ଧ ଐତିହାସିକ ଦଶପଲ୍ଲା ଲଙ୍କାପୋଡ଼ି ଯାତ୍ରାର, ଆଜି ଷଷ୍ଠ ଦିବସ ଶ୍ରୀରାମ ବନବାସ ଓ ଭାରତ ମିଳନ। ⭕ଏପ୍ରିଲ ୨୫ ତାରିଖରୁ ରାଜ୍ୟରେ ଖରା ଛୁଟି ଘୋଷଣା, ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଲେ ରାଜ୍ୟ ସରକାର। ⭕ଜୁନ୍ ୨୦୨୪’ ୟୁଜିସି ନେଟ୍ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ। ⭕ଆଗକୁ ନିର୍ବାଚନ, ଓଡ଼ିଶା ଝାଡ଼ଖଣ୍ଡ ସୀମାରେ ହାଇ ଆଲର୍ଟ, ମାଓବାଦୀଙ୍କ ଗତିବିଧି ଉପରେ ରହିଛି କଡ଼ା ନଜର। ⭕ଉମରକୋଟ: ରାଇଘର ଥାନା ଜୋଡେଙ୍ଗା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।ଅଟୋ-ଟ୍ରକ ମୁହାଁମୁହିଁ ଧକ୍କା, ୩ ମୃତ। ⭕ଜୟପୁର ବିଧାନସଭା ପ୍ରାର୍ଥୀ ଘୋଷଣା କଲା ବିଜେପି, ପୁଣି ଲଢିବେ ଗୌତମ ସାମନ୍ତରାୟ। ⭕ତାତି ସତ୍ୱେ ସରଗରମ ହେଉଛି ପ୍ରଚାର ମଇଦାନ: ଜାରି ରହିଛି ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନ ପ୍ରଚାର, କଳସ ଯାତ୍ରା କରି ପ୍ରଚାରକୁ ଜୋରଦାର…

Read More

ନୟାଗଡ଼ ବିଜେପି ପକ୍ଷରୁ ରାଜବାଟିରେ ମିଶ୍ରଣ ପର୍ବ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ରେ ବିକାଶର ଆଶା ନେଇ ପରିବର୍ତ୍ତନର ଆହ୍ୱାନ ଦେଲେ ପୁରୀ ଲୋକସଭା କ୍ଷେତ୍ରର ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର। ନୟାଗଡ଼ ବିଜେପିର ବିଧାୟିକା ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ନେତୃତ୍ୱ ଉପରେ ଆସ୍ଥା ରଖି ଭୟମୁକ୍ତ ଓ ଭ୍ରଷ୍ଟାଚାର ମୁକ୍ତ ନୟାଗଡ଼ ଗଢି ତୋଳିବା ପାଇଁ ପୁରୁଣା ରାଜବାଟୀ ଠାରେ ଘଡୁଆଳ ଗ୍ରାମପଞ୍ଚାୟତର ବୃନ୍ଦାବନପୁର ଗ୍ରାମ, ଖୁଟୁବନ୍ଧ ଗ୍ରାମପଞ୍ଚାୟତ, କ୍ରୀଦାଶପୁର ଗ୍ରାମ ପଞ୍ଚାୟତର କଞ୍ଚନବିଲି, ଗୌଡ଼ପୁଟ ଗ୍ରାମପଞ୍ଚାୟତ, ଓଡଗାଁ ବିଜ୍ଞାପିତ ଅଞ୍ଚଳର ୱାର୍ଡ ନମ୍ବର ୧, ଗିରିଡ଼ିପଲ୍ଲୀ ଗ୍ରାମର ମଦନପୁର ଗ୍ରାମର ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ବିଜୁ ଜନତା ଦଳ ତ୍ୟାଗ କରି ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛନ୍ତି। ଆଉ ପ୍ରତ୍ୟୁଷା କହିଛନ୍ତି ନୟାଗଡ଼ରେ ଚାଲିଥିବା ଦୁର୍ନୀତି ବିରୁଦ୍ଧରେ ଲଢେଇରେ ଆପଣମାନେ ମୋତେ ସହଯୋଗ କରନ୍ତୁ । ଆଜି ଭାରତୀୟ ଜନତା ପାର୍ଟିରେ ସାମିଲ…

Read More

ନୟାଗଡ଼ ନିର୍ବାଚନ ମଣ୍ଡଳୀର ଗାଁ ଗାଁରେ ପହଞ୍ଚୁଛି ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ରେ ବିଜୁ ଜନତା ଦଳ ବୃହତ ବିଜୟ ଲକ୍ଷରେ ରହିଛି । ଦୈନିକ ଶହ ଶହ ବିରୋଧି କର୍ମୀ ବିଜେଡ଼ିରେ ସାମିଲ ହେଉଥିବା ବେଳେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ପଞ୍ଚମ ବିଜୟ ଲକ୍ଷରେ ରହିଛନ୍ତି । ଚଳିତ ନିର୍ବାଚନରେ ବିଜୁ ଜନତା ଦଳ କିଭଳି ଭଲ ପଦର୍ଶନ କରିବ, ସେଥିପାଇଁ ଜୋରଦାର ପ୍ରୟାସ କରାଯାଉଛି। ନୟାଗଡ଼ ବ୍ଲକର ୨୯ଟି ପଞ୍ଚାୟତ, ଓଡ଼ଗାଁ ବ୍ଲକର ୧୮ ପଞ୍ଚାୟତ, ଓଡ଼ଗାଁ ଏନଏସି, ନୟାଗଡ଼ ପୈାର ପରିଷଦକୁ ନେଇ ଗଠିତ ନୟାଗଡ଼ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ପ୍ରଚାର ଆରମ୍ଭ ହୋଇଛି । ନୟାଗଡ଼ ସହରର ବିଭିନ୍ନ ଗଳି କନ୍ଦିରେ କାଉନସିଲର, ନେତା, କର୍ମୀ ଓ କାଉନସିଲରମାନେ ପ୍ରଚାର କାର୍ଯ୍ୟ ଚଳାଇଥିବା ବେଳେ ବିଧାୟକ ଡ.…

Read More

ତିନିଦିନ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ହେବ ପାଠପଢ଼ା, ତାପରେ ଗ୍ରୀଷ୍ମ ଛୁଟି

ଭୁବନେଶ୍ୱର,(ନୟାଗଡ଼ ଦର୍ପଣ): ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହ ଓ ପାଣିପାଗ ବିଭାଗର ସୂଚନାକୁ ଦୃଷ୍ଟିରେ ରଖ୍ ରାଜ୍ୟ ସରକାର ଚଳିତଅପ୍ରେଲ ୨୨ (ସୋମବାର)ରୁ ୨୪ ତାରିଖ (ବୁଧବାର) ପର୍ଯ୍ୟନ୍ତ ତିନିଦିନ ପାଇଁ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଚଳିତ ଅପ୍ରେଲ (ଗୁରୁବାର)ଠାରୁ ଗ୍ରୀଷ୍ମ ଛୁଟି ପାଇଁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଗ୍ରୀଷ୍ମ ଛୁଟି ସମୟରେ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପାଇଁ ଶିକ୍ଷା ତଥା ଶୈକ୍ଷିକ କାର୍ଯ୍ୟକ୍ରମ ନିମନ୍ତେ ରାଜ୍ୟପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟ ପରିଚାଳନା କରାଯିବ।

Read More

ଧାଡ଼ିକିଆ ଖବର, ତାରିଖ ୨୧.୦୪.୨୪ (ରବିବାର)

୧-ଭୁବନେଶ୍ୱର:୪୫ ଡିଗ୍ରୀ ଟପିଲା ତାତି, ୧୩ଟି ସହରରେ ତାପମାତ୍ରା ୪୩ ଡ଼ିଗ୍ରୀରୁ ଅଧିକ। ୨-କାଳବୈଶାଖୀ ଓ ବଜ୍ରପାତ ପାଇଁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। ୩-ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେଡି, ନବୀନ ପଟ୍ଟନାୟକଙ୍କ ସମେତ ତାଲିକାରେ ୪୦ଜଣଙ୍କ ନାଁ। ୪-ହରଭଙ୍ଗା:ଚଳିତ ଶିକ୍ଷାବର୍ଷରୁ ଲୁଣିବାହାଲ ସ୍ଥିତ କିସରେ ହେବ ପାଠପଢ଼ା। ୫-ଭୁବନେଶ୍ୱର:୩ ଲୋକସଭା ଓ ୧୬ ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା।ନିମାପଡ଼ାରୁ ଲଢ଼ିବେ ସୁରଙ୍କ ବଡ଼ ପୁଅ। ୬-ବିଜେଡ଼ି ବିଧାୟକ ପ୍ରାର୍ଥୀ ତାଲିକାରେ ମହିଳାଙ୍କୁ ସ୍ଥାନ, ଷଷ୍ଠ ଥରକୁ ମିଶାଇ ମୋଟ ୩୨ ଜଣ ମହିଳାଙ୍କୁ ମିଳିଛି ଟିକେଟ। ୭-ଚାଲିଛି ନିର୍ବାଚନୀ ପ୍ରଚାର ଗୀତ, କଣ୍ଠଶିଳ୍ପୀଙ୍କୁ ନାହିଁ ଫୁରସତ୍।ଗିତ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି । ୮-ନୂଆପଡାରେ ପୁଣି ବାଘ ଆତଙ୍କ, ବଳଦକୁ ମାରି ଖାଇଲା କଲରାପତରିଆ।…

Read More

ଶଙ୍ଖ ଭବନରେ ଶଙ୍ଖ ଫୁଙ୍କିଲେ ବିଜେପି ନେତା

ନୟାଗଡ଼,(ନୟାଗଡ଼ ଦର୍ପଣ): ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଆଜି ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ବିଜେଡିରେ ଯୋଗ ଦେଇଛନ୍ତି ପୂର୍ବତନ ଜିଲ୍ଲା ପରିଷଦ ତଥା କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ସନ୍ୟାସୀ ପ୍ରଧାନ, ବିଜେପି ନେତା ଦନାର୍ଦ୍ଦନ ଦଳବେହେରା, ତ୍ରିନାଥ ବିଶ୍ବାଳ, ଭାଗବତ ସେଠି ଓ ସ୍ମିତା ସିଂ। ମୁଖ୍ୟମନ୍ତ୍ରୀଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଥିବା କହିଛନ୍ତି ସମସ୍ତ ନେତୃବୃନ୍ଦ । ସାରା ବିଶ୍ବରେ ନବୀନ ପଟ୍ଟନାୟକଙ୍କର ଖ୍ୟାତି ରହିଛି ବୋଲି ପ୍ରକାଶ କରିଥିଲେ ସନ୍ୟାସୀ ପ୍ରଧାନ । ଏହି ମିଶ୍ରଣ ପର୍ବରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ପୁରୀ ଲୋକସଭା ପ୍ରାର୍ଥୀ ଅରୁପ ପଟ୍ଟନାୟକ, ଜିଲ୍ଲା ପରିଷଦ ସଭାପତି ଇଂ. ଦେବାଶିଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।

Read More